Categories: ଗଞ୍ଜାମ

ବିକଶିତ ଭାରତ ନିର୍ମାଣରେ ଛାତ୍ରୀଛାତ୍ରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭଞ୍ଜନଗର,୨୨।୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ କୁଲାଡ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁବାର ପୁରାତନ ଛାତ୍ରୀଛାତ୍ରଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଅତିଥିମାନେ ଯୋଗଦେଇ ବିକଶିତ ଭାରତ ନିର୍ମାଣରେ ଛାତ୍ରଛାତ୍ରୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତପ୍ରକାଶ କରିଥିଲେ।

ଏହି ଅବସରରେ ପୁରାତନ ଛାତ୍ରୀଛାତ୍ରଙ୍କୁ ନେଇ ଏକ କମିଟି ଗଠନ କରାଯାଇଥିଲା। ବିଦ୍ୟାଳୟର ଉନ୍ନତି ସହ ଛାତ୍ରୀଛାତ୍ରଙ୍କ ଶିକ୍ଷା ଓ ସାମଗ୍ରିକ ବିକାଶ ଦିଗରେ କମିଟି କାର୍ଯ୍ୟ କରିବ ବୋଲି ନବନିର୍ବାଚିତ କର୍ମକର୍ତ୍ତାମାନେ ପ୍ରତିଶ୍ରୁତି ଦେଇଥିଲେ। ବୈଠକରେ ସଙ୍କୁଳ ପ୍ରମୁଖ ପ୍ରସନ୍ନ ପ୍ରଧାନ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବୃନ୍ଦାବନ ପାଣିଗ୍ରାହୀ ଶର୍ମା, ଉପଦେଷ୍ଟା ଏ. ଲକ୍ଷ୍ମୀକାନ୍ତ ସୁବୁଦ୍ଧି, ସାମାଜିକ କର୍ମୀ ସୀମାଞ୍ଚଳ ସାହୁ ଏବଂ ପ୍ରଧାନ ଆଚାର୍ଯ୍ୟ ନିତ୍ୟାନନ୍ଦ ସାହୁ ଅତିଥି ଭାବେ ଯୋଗଦେଇଥିଲେ ।

କମିଟିର ସଭାପତି ଭାବେ ଜଗନ କୁମାର ରଥ, ଉପସଭାନେତ୍ରୀ ଭାବେ ଭି. ରୋହିଣୀ ସାହୁ ଓ ଇପ୍ସିତା ସାହୁ, ସମ୍ପାଦିକା ଭାବେ ସ୍ୱର୍ଣ୍ଣପ୍ରଭା ସାହୁ, ସହସମ୍ପାଦକ ଭାବେ ଦେବାଶିଷ ଦାସ ଓ ଏସ୍. ପ୍ରିୟଙ୍କା ପୃଷ୍ଟି ଏବଂ କୋଷାଧ୍ୟକ୍ଷା ଭାବେ ପ୍ରଦୀପ୍ତା କୁମାରୀ ନାୟକ ମନୋନୀତ ହୋଇଥିଲେ । ସେହିପରି ଅଙ୍କିତା କୁମାରୀ ପାତ୍ରଙ୍କ ସମେତ ଅନ୍ୟମାନେ କମିଟିର ସଭ୍ୟା ଭାବେ ମନୋନୀତ ହୋଇଥିଲେ । ଶେଷରେ ମିନତୀ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ।

 

Dharitri – Odisha’s No.1 Odia Daily

Share