କ୍ଷୁଦ୍ରଶିଳ୍ପର ଭୂମିକା ଅତୁଳନୀୟ

କୃଷି ଓ ଶିଳ୍ପ ମାଧ୍ୟମରେ ଦେଶର ପ୍ରଗତି ବିକଶିତ ହୋଇଥାଏ। ଏପରିକି କୃଷି ଓ ଶିଳ୍ପ ମଧ୍ୟ ଦେଶ ପାଇଁ ମାନବ ସମ୍ବଳ ନିୟୋଜନର ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଯେଉଁ ଦେଶ ଉତ୍ପାଦନରେ ଯେତେ ସ୍ବାବଲମ୍ବୀ ହୋଇଥାଏ। ସେ ଦେଶରେ ସେହିପରି ଅର୍ଥନୈତିକ ବିକାଶ ଘଟିଥାଏ। ବିଶେଷକରି ଗ୍ରାମୀଣ ନିୟୋଜନ ପାଇଁ କ୍ଷୁଦ୍ର ଶିଳ୍ପ ଯଥେଷ୍ଟ ଭୂମିକା ଗ୍ରହଣ କରିଥାଏ। ସେହିଭଳି ସରକାର ବର୍ତ୍ତମାନ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ସ୍ଥାପନ ଦିଗରେ ଆଗଭର ଅଛନ୍ତି। ଏତଦ୍‌ଭିନ୍ନ ପରିବେଶ ପ୍ରଦୂଷଣର ମାତ୍ରାକୁ ନିୟନ୍ତ୍ରଣରେ ରଖି ଶିଳ୍ପ ସ୍ଥାପନ ହେଲେ ସମସ୍ତଙ୍କର ମଙ୍ଗଳ ହେବ। ଏପରିକି ବହୁ ଘାତ ପ୍ରତିଘାତ ମଧ୍ୟରେ ଅନେକ ସଫଳତା ହାସଲ କରିଥିବା ଯୁବ ଶିଳ୍ପୋଦ୍ୟୋଗୀ ତଥା ନେକ୍ସସ୍‌ ଇଞ୍ଜିନିୟରିଂର ପରିଚାଳନା ନିର୍ଦ୍ଦେଶକ ପୀୟୂଷ ମହାନ୍ତିଙ୍କସହ ଧରିତ୍ରୀର ଖୋଲା କଥା…

ପ୍ର-୧: ଅତିବାହିତ ବାଲ୍ୟଜୀବନ
କିଭଳି କଟିଛି?
ଉ- କଟକ ସହରର ତୁଳସୀପୁରଠାରେ ମୋର ଜନ୍ମ, ପରବର୍ତ୍ତୀ ସମୟରେ ତୁଳସୀପୁର ହାଇସ୍କୁଲରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ଶେଷ କରି ସ୍ଥାନୀୟ ଖ୍ରୀଷ୍ଟ ମହାବିଦ୍ୟାଳୟରେ ଯୁକ୍ତ ୨କଳାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲି। ବାପା ରବୀନ୍ଦ୍ର କୁମାର ମହାନ୍ତି ଏକ ମିଶ୍‌ନାରୀ ସଂସ୍ଥାରେ ଅନୁବାଦକ ଓ ପ୍ରକାଶକ ଦାୟିତ୍ୱ ତୁଲାଉଥିଲେ। ଗୋଟିଏ ସୁନ୍ଦର ପରିବାର ମଧ୍ୟରେ ବାଲ୍ୟ ଜୀବନ ବହୁତ ଭଲରେ କଟିଛି।
ପ୍ର-୨: ଶିକ୍ଷା ପରର ଜୀବନଯାତ୍ରା କିପରି ଥିଲା?
ଉ- ମୋର ବଡ଼ ଭାଇ ମୁମ୍ବାଇରେ ଚାକିରି କରୁଥାନ୍ତି, ମୁଁ ଯୁକ୍ତ ୨ପରୀକ୍ଷା ପରେ ତାଙ୍କ ନିକଟକୁ ବୁଲିବାକୁ ଯାଇଥିଲି। ବିଶେଷ କରି ମୁମ୍ବାଇ ସହର ମୋତେ ବହୁତ ଭଲ ଲାଗିଲା। ତେଣୁ ସେଠାରେ ମୁଁ କିଛି କାମ କରିବାକୁ ଆଶା କରିଥିଲି। ଏପରିକି ଯଥାଶୀଘ୍ର ଏକ କୋରିୟର କମ୍ପାନୀରେ ମୋତେ ନିଯୁକ୍ତି ମିଳିଗଲା। ମାତ୍ର କିଛିଦିନ ପରେ କମ୍ପାନୀ ମାଲିକ ମୋତେ ପରିଚାଳକ ପାଇଁ ମନୋନୀତ କରିଥିଲେ ମଧ୍ୟ ମୋର ପ୍ରମୋଶନ ହୋଇପାରିଲା ନାହିଁ। କାରଣ ଉଚ୍ଚଶିକ୍ଷା ବାଧକ ସାଜିଲା, ମୋର ସ୍ନାତକ ଯୋଗ୍ୟତା ନଥିଲା। ଏଥିପାଇଁ ଶିକ୍ଷାଗତ ଯୋଗ୍ୟତା ବଢାଇବା ପାଇଁ ମୁଁ ଉଦ୍ୟମ କଲି। ଏପରିକି ସମୟାନୁକ୍ରମେ ଓଡିଶା ଆସି ଉତ୍କଳ ବିଶ୍ୱବିଦ୍ୟାଳୟରେ ସ୍ନାତକ ପାଇଁ ଆଡମିଶନ କରି ସଫଳତା ମଧ୍ୟ ପାଇଲି।
ପ୍ର-୩: ଉଦ୍ୟୋଗୀ ହେବା ପାଇଁ କିଭଳି ମନ ବଳାଇଲେ?
ଉ- ଓଡ଼ିଶା ଫେରି ଆସିବା ପରେ ମୁଁ କର୍ମ ନିୟୋଜନ ପାଇଁ ଏଣେତେଣେ ଘୂରି ବୁଲିଲି, ସୁଯୋଗକ୍ରମେ ଭୁବନେଶ୍ୱରର ଏକ କମ୍ପାନୀରେ ମାର୍କେଟିଂ କାର୍ଯ୍ୟରେ ଯୋଗ ଦେଲି। ଏପରିକି ମୋର କାର୍ଯ୍ୟଦକ୍ଷତା ଯୋଗୁ କମ୍ପାନୀର ସବୁ ଦିଗ ଯଥା ପର୍ଚେଜିଂ, ମାର୍କେଟିଂ, ପରିଚାଳନା ଓ ଉତ୍ପାଦନ ବୁଝିବାକୁ ପଡ଼ିଲା। ଫଳରେ ମୁଁ ଶିଳ୍ପୋଦ୍ୟୋଗୀ ହେବାର ସବୁ ଦିଗକୁ ଅନୁଧ୍ୟାନ କରିବାରେ ବେଶ୍‌ ସଫଳ ହୋଇଯାଇଥିଲି। ପରବର୍ତ୍ତୀ ସମୟରେ ମୋ ପାଖରେ ସଞ୍ଚତ୍ତ ଅର୍ଥକୁ ନେଇ କିଛି ଗୋଟାଏ କରିବାକୁ ଚିନ୍ତା ଆସିଲା। ଫଳରେ ମୁଁ ବ୍ୟବସାୟ କ୍ଷେତ୍ରରେ ପାଦ ଦେଲି।
ପ୍ର-୪: ଇଟା ତିଆରି ମେଶିନ
ଉଦ୍ୟୋଗ କାହିଁକି?
ଉ- କଟକ ସହରର ଆଖପାଖରେ ମାଟି ତିଆରି ଇଟା ଧୂଅଁା ସହରକୁ ପ୍ରଦୂଷିତ କରୁଥିଲା। ଏହା ମୋତେ ବେଶ ବ୍ୟଥିତ କରିଥିଲା। ଫଳରେ ଇଟା ତିଆରି ମେଶିନ ଉଦ୍ୟୋଗ ବସାଇବାର ଅଦ୍ୟମ ଇଚ୍ଛା କିଛି ପୁଞ୍ଜି ଓ ଅଭିଜ୍ଞତାକୁ ନେଇ ମୁଁ କାମ ଆରମ୍ଭ କଲି। କଟକ ଜଗତପୁର ଶିଳ୍ପାଞ୍ଚଳଠାରେ ଏକ ପୁରୁଣା ୱାର୍କସପ୍‌କୁ ପ୍ରଥମେ ମୋର କର୍ମସ୍ଥଳୀ ଭାବେ ବାଛି ନେଲି। ଏଥିରେ ମୋର ଅଭିଜ୍ଞତା ଯଥେଷ୍ଟ ସାହାଯ୍ୟ କରିଥିଲା।
ପ୍ର-୫: ନେକ୍ସସ୍‌ର ଆଗାମୀ ଯୋଜନା କ’ଣ ରହିଛି?
ଉ- ନେକ୍ସସର ବ୍ୟବସାୟ ଓ ଚାହିଦା ଆମ ରାଜ୍ୟରେ ବେଶ୍‌ ଭଲ ରହିଛି। ଏହାଛଡ଼ା ଆମେ ଏବେ ଅନ୍ୟ ରାଜ୍ୟକୁ ମେଶିନ ଦେବାକୁ ସକ୍ଷମ ହେଲୁଣି। ଏମିତିକି ଆମ ମେଶିନ ଦେଶ ବାହାରକୁ ମଧ୍ୟ ରପ୍ତାନି ହୋଇ ଆଶାତୀତ ସଫଳତା ପାଇପାରିଛି। ଆଗାମୀ ଦିନରେ ଆଉ ଏକ ନୂତନ ପଦକ୍ଷେପ ପେଭର ବ୍ଲକ ତିଆରି ମେଶିନ ଆମ ଯୁବ ବର୍ଗଙ୍କୁ ଆୟର ବାଟ କଢାଇ ନେବ। ଫଳରେ ରାଜ୍ୟରେ ନିଯୁକ୍ତି ସୁଯୋଗ ସହ ଆର୍ଥିକ ମାନଦଣ୍ଡ ସୁଦୃଢ ହେବାରେ ସହାୟକ ହେବ। ଅନ୍ୟ ରାଜ୍ୟକୁ ରୋଜଗାର ପନ୍ଥା ପାଇଁ ଯାଉଥିବା ଲୋକମାନେ ଆମ ରାଜ୍ୟରେ ଯଥେଷ୍ଟ ନିଯୁକ୍ତି ପାଇବେ।
ପ୍ର-୬: ଜୀବନର ଲକ୍ଷ୍ୟ କ’ଣ?
ଉ- ଓଡ଼ିଶାକୁ ଏକ ସବୁଜ ସୁନ୍ଦର ପ୍ରଦୂଷଣମୁକ୍ତ ରାଜ୍ୟରେ ପରିଣତ କରିବା ସହ ବେକାରିହଟାଇ ଯୁବବର୍ଗଙ୍କୁ ଆୟର ପନ୍ଥା ଦେଖାଇବାରେ ଅବିରତ କାର୍ଯ୍ୟ କରିବି। ଏପରିକି ରାଜ୍ୟରେ ଯୁବ ଉଦ୍ୟୋଗୀମାନଙ୍କୁ ନୂଆ ନୂଆ ଉଦ୍ୟୋଗ ବସାଇବାରେ ଆବଶ୍ୟକ ସହଯୋଗ ଓ ପ୍ରେରଣା ଦେଇ ଏକ ଅର୍ଥନୈତିକ ବିକାଶଶୀଳ ରାଜ୍ୟ ଗଠନ କରିବା ମୋର ଲକ୍ଷ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri