ରୁଷିଆର ଗୁପ୍ତଚର ବିମାନ ଧ୍ୱସ୍ତ

ମସ୍କୋ/କିଭ୍‌,୧।୩: ବେଲାରୁଷରେ ଥିବା ରୁଷିଆର ଏକ ଏୟାରବେସ୍‌ରେ ଡ୍ରୋନ୍‌ ଆକ୍ରମଣ ହୋଇଛି। ଏଥିରେ ରୁଷୀୟ ସେନାର ଏକ ଗୁପ୍ତଚର ବିମାନ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। ଆକ୍ରମଣ ବେଳେ ବରଫ ସଫା କରିବାରେ ନିୟୋଜିତ କେତେକ ଯାନବାହନ ମଧ୍ୟ ନଷ୍ଟ ହୋଇଥିବା ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।
ଗୁପ୍ତଚର ବିମାନ ଏଡବ୍ଲ୍ୟୁଏସିଏସ୍‌ ବେରିଏଭ୍‌-୫୦ୟୁ ଗତ ଡିସେମ୍ବର ୧୪ରେ ବେଲାରୁଷ ରାଜଧାନୀ ମିନ୍‌ସ୍କ ନିକଟରେ ପହଞ୍ଚତ୍ଥିଲା। ଗତବର୍ଷ ଫେବୃୟାରୀ ୨୪ରେ ରୁଷିଆର ୟୁକ୍ରେନ୍‌ ଆକ୍ରମଣ ଆରମ୍ଭରୁ ଏହା ନିୟୋଜିତ ଥିଲା। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଏୟାରଫୋର୍ସ ପାଇଁ ଏହି ବିମାନ ଲକ୍ଷ୍ୟସ୍ଥଳର ଅବସ୍ଥିତି ଚିହ୍ନଟ କରୁଥିଲା। ତେବେ ଦୁଇଟି ଡ୍ରୋନ୍‌ ଜରିଆରେ ସରକାର ବିରୋଧୀ ଆକ୍ଟିଭିଷ୍ଟମାନେ ଏହାକୁ ଟାର୍ଗେଟ କରି ନଷ୍ଟ କରିଦେଇଛନ୍ତି। ଉକ୍ତ ବିମାନର ମୂଲ୍ୟ ହେଉଛି ୨୭୪ ନିୟୁତ ପାଉଣ୍ଡ (୨୭୩୭ କୋଟି ଟଙ୍କା)। ରୁଷିଆ ସରକାର ସେଣ୍ଟ ପିଟର୍ସବର୍ଗରେ ଥିବା ପୁଲ୍‌କୋଭୋ ଏୟାରପୋର୍ଟକୁ ଅସ୍ଥାୟୀ ଭାବେ ବନ୍ଦ ଘୋଷଣା କରିବାର କିଛି ସମୟ ପରେ ଏହି ଡ୍ରୋନ୍‌ ଆଟାକ୍‌ ହୋଇଛି। ସମ୍ପୃକ୍ତ ଅଞ୍ଚଳରେ ଡ୍ରୋନ୍‌ ଉଡ଼ାଣ କରୁଥିବା ଜଣାପଡ଼ିବା ପରେ ଏହି ନିଷ୍ପତ୍ତି ନିଆଯାଇଥିଲା। ତେବେ କିଛି ସମୟ ପରେ ଉକ୍ତ ଏହାରପୋର୍ଟରେ ପୁନଃ ବିମାନ ଚଳାଚଳ ଆରମ୍ଭ ହୋଇଥିଲା।
ଇତିମଧ୍ୟରେ ରୁଷିଆ ରାଜଧାନୀ ମସ୍କୋରୁ ୧୧୦ କି.ମି. ଦୂରରେ ଅବସ୍ଥିତ କୋଲୋମ୍ନା ସହରର ଏକ ପ୍ରାକୃତିକ ବାଷ୍ପ ବିତରଣ ଷ୍ଟେଶନକୁ ମଙ୍ଗଳବାର ଡ୍ରୋନ୍‌ ଜରିଆରେ ଆକ୍ରମଣ ଉଦ୍ୟମ ହୋଇଥିବା ଆଞ୍ଚଳିକ ଗଭର୍ନର ଆଣ୍ଡ୍ରେଇ ଭୋରୋବିଓଭ୍‌ ସୂଚନା ଦେଇଛନ୍ତି। କୌଣସି ଭିତ୍ତିଭୂମିକୁ ଟାର୍ଗେଟ କରି ଏହି ଆକ୍ରମଣ ହୋଇଛି। ତେବେ ଏଥିଯୋଗୁ କିଛି କ୍ଷତି ହୋଇନାହିଁ। ଏଫ୍‌ଏସ୍‌ବି ସିକ୍ୟୁରିଟି ସଂସ୍ଥା ଏହାର ତଦନ୍ତ କରୁଛି ବୋଲି ଭୋରୋବିଓଭ୍‌ କହିଛନ୍ତି। ରୁଷିଆ ସୀମା ଭିତରେ ହୋଇଥିବା ଏହି ଆକ୍ରମଣ ପାଇଁ ୟୁକ୍ରେନ୍‌ ନିଜକୁ ଖୋଲାଖୋଲି ଭାବେ ଦାୟୀ କରିନାହିଁ। କୋଲୋମ୍ନାରେ ଏକ ଡ୍ରୋନ୍‌ର ଧୂସର ରଙ୍ଗର ଧାତବ ଭଗ୍ନାବଶେଷ ପଡ଼ିଥିବା ଦୃଶ୍ୟ କେତେକ ସୋସିଆଲ ମିଡିଆ ପୋଷ୍ଟିଂରେ ଦେଖିବାକୁ ମିଳିଛି। ଏହା ପୂର୍ବରୁ କ୍ରାସ୍‌ନୋଡାର ଏବଂ ଆଡିଗେଆ ଅଞ୍ଚଳରେ ୟୁକ୍ରେନ୍‌ ଆକ୍ରମଣ କରୁଥିବା ନେଇ ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଭିଯୋଗ ଆଣିଥିଲା। ଏସବୁକୁ ଦୃଷ୍ଟିରେ ରଖି ରୁଷୀୟ ଟିଭି ଚ୍ୟାନେଲ ଓ ରେଡିଓ ଷ୍ଟେଶନ୍‌ଗୁଡ଼ିକୁ ମଧ୍ୟ ବନ୍ଦ କରାଯାଇଛି। ପ୍ରକାଶ ଯେ, ୟୁକ୍ରେନ୍‌ ଆକ୍ରମଣ ପାଇଁ ବେଲାରୁଷ ନିଜ ଭୂଖଣ୍ଡକୁ ବ୍ୟବହାର କରିବାକୁ ମସ୍କୋକୁ ଅନୁମତି ଦେଇଥିବାବେଳେ ଯୁଦ୍ଧରେ ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତ ରହିବାକୁ ମନା କରିଦେଇଛି।

ଆଲୋଚନା ପାଇଁ ମସ୍କୋ ପ୍ରସ୍ତୁତ, କିନ୍ତୁ …

ୟୁକ୍ରେନ୍‌ ସଂଘର୍ଷର ଅବସାନ ପାଇଁ ମସ୍କୋ ପ୍ରସ୍ତୁତ। କିନ୍ତୁ ନୂଆକରି ଦଖଲ କରିଥିବା ଅଞ୍ଚଳଗୁଡ଼ିକୁ ଛାଡ଼ିବାକୁ ପ୍ରସ୍ତୁତ ନୁହେଁ ବୋଲି ମଙ୍ଗଳବାର ରୁଷିଆ ସର୍ତ୍ତ ବାଢ଼ିଛି। କ୍ରେମ୍‌ଲିନ୍‌ ମୁଖପାତ୍ର ଡିମିଟ୍ରି ପେସ୍କୋଭ କହିଛନ୍ତି, ଗତବର୍ଷ ଗଣଭୋଟ କରାଇ ନିଜ ଦଖଲକୁ ନେଇଥିବା ଡୋନେସ୍କ, ଲୁହାନ୍‌ସ୍କ, ଖେରସନ୍‌ ଓ ଝାପୋରିଝିଆ ଅଞ୍ଚଳକୁ ରୁଷିଆ ଛାଡ଼ିବ ନାହିଁ। କ୍ଷେତ୍ରୀୟ ବାସ୍ତବତାକୁ ଅଣଦେଖା କରାଯାଇପାରିବ ନାହିଁ। ପ୍ରକାଶ ଯେ, ଏହି ୪ ୟୁକ୍ରେନୀୟ ଅଞ୍ଚଳକୁ ରୁଷୀୟ ସୈନ୍ୟ ସମ୍ପୂର୍ଣ୍ଣ ଦଖଲ କରିପାରି ନାହାନ୍ତି। ୟୁକ୍ରେନ୍‌ର ନୂଆ ନାଜିମାନଙ୍କ ହାତରୁ ୪ ଅଞ୍ଚଳକୁ ମୁକ୍ତ କରିବା ପାଇଁ ଲଢ଼େଇ ଜାରି ରହିବ ବୋଲି ମସ୍କୋ କହିଛନ୍ତି। କିଭ୍‌ ଓ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଏହାକୁ ବେଆଇନ ଭାବେ ଜମି ଦଖଲ ଉଦ୍ୟମର ଏକ ଅଂଶ ଭାବେ ଅଭିହିତ କରିଛନ୍ତି। ୟୁକ୍ରେନୀୟଙ୍କ ଦାବି ହେଉଛି, ରୁଷୀୟ ସୈନ୍ୟ ତୁରନ୍ତ ଏହାର ଭୂଖଣ୍ଡ ଛାଡ଼ି ଚାଲିଯାଆନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ମସ୍କଙ୍କ ଭାରତ ଗସ୍ତ ସ୍ଥଗିତ

ନୁୟର୍କ/ନୂଆଦିଲ୍ଲୀ,୨୦।୪: ଟେସଲା ସିଇଓ ଏଲନ ମସ୍କଙ୍କ ଭାରତ ଗସ୍ତକୁ ସ୍ଥଗିତ ରଖାଯାଇଛି। ୨୧-୨୨ ଏପ୍ରିଲରେ ଦୁଇ ଦିନ ପାଇଁ ମସ୍କ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ...

ଅତି ଜରୁରୀ ନ ଥିଲେ ଯାତ୍ରା କରନ୍ତୁ ନାହିଁ

ଆବୁଧାବି,୨୦।୪: ସଂଯୁକ୍ତ ଆରବ ଏମିରେଟ୍‌ସ(ୟୁଏଇ)ରେ ଭୟଙ୍କର ବନ୍ୟା ମଧ୍ୟରେ ଫସିରହିଥିବା ଭାରତୀୟଙ୍କ ପାଇଁ ନୂଆ ଆଡ୍‌ଭାଇଜରି ଜାରି ହୋଇଛି। ଦୁବାଇରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ...

ଇରାନରେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ୍‌

ଦୁବାଇ,୨୦ା୪: ଇରାନ୍‌ ଉପରେ ଇସ୍ରାଏଲୀ ସେନା ଶୁକ୍ରବାର ମିଶାଇଲ୍‌ ଆକ୍ରମଣ କରିଥିବା ଆମେରିକାର ଜଣେ ବରିଷ୍ଠ ସେନା ଅଧିକାରୀ ସୂଚନା ଦେଇଛନ୍ତି। ଇରାକ୍‌ ଓ ସିରିଆରେ...

ଇସ୍ରାଏଲ କେମିତି କଲା ଆକ୍ରମଣ, ଇରାନର କେତେ ହେଲା କ୍ଷତି ଜାଣନ୍ତୁ ସେ ସମ୍ପର୍କରେ…

ତେହରାନ,୧୯ା୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବିଶ୍ୱଯୁଦ୍ଧର ଆଶଙ୍କା ଆହୁରି ଗଭୀର ହେବାକୁ ଲାଗିଲାଣି। ଇସ୍ରାଏଲ ଦ୍ୱାରା ଇରାନ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ ଆକ୍ରମଣ...

ଦିନେଶ ତ୍ରିପାଠୀ କିଏ? ଯାହାଙ୍କ ଯୁଦ୍ଧ ଦକ୍ଷତା ବେଶ୍‌ ପ୍ରସିଦ୍ଧ, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ,୧୯ା୪: ଦିନେଶ ତ୍ରିପାଠୀଙ୍କୁ କେନ୍ଦ୍ର ସରକାର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଦିନେଶ ଏପ୍ରିଲ ୩୦ରେ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ...

ଇସ୍ରାଏଲ ଜାହାଜରେ ଥିବା ୧୬ ଭାରତୀୟ ଘରକୁ ଫେରିବେ

ଜେରୁଜେଲମ୍‌,୧୯ା୪: ଭାରତରେ ଇରାନର ରାଷ୍ଟ୍ରଦୂତ ଇରାଜ ଇଲାହୀ କହିଛନ୍ତି, ତାଙ୍କ ଦେଶ ଦ୍ୱାରା ଧରାଯାଇଥିବା ମାଲ୍‌ବାହୀ ଜାହାଜର ଅବଶିଷ୍ଟ ୧୬ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ...

ତେହେରାନ ଯାଉଥିବା ସମସ୍ତ ବିମାନ ବାତିଲ, ଇରାନ କହିଲା ପାଓ୍ବାର ଓ ନ୍ୟୁକ୍ଲିୟର ପ୍ଲାଣ୍ଟ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ

ତେହେରାନ,୧୯।୪: ସିରିଆର ରାଜଧାନୀ ଦମିଶ୍କରେ ଇରାନ ଦୂତାବାସ ଉପରେ ଏୟାର ଷ୍ଟ୍ରାଇକ ପରେ ପଶ୍ଚିମ ଏସିଆର ଅବସ୍ଥା କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ସମଗ୍ର...

ମାନିଲେନି ନେତାନ୍ୟାହୁ: ଇରାନ ଉପରେ ଗୋଟିଏ ପରେ ଗୋଟିଏ ମିଶାଇଲ ମାଡ଼

ଜେରୁଜେଲମ୍‌,୧୯।୪: ଶେଷରେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଛି। ଇରାନର ଅନେକ ସହର ଉପରେ ଇସ୍ରାଏଲ ମିଶାଏଲ ମାଡ କରିଛି। ଇରାନ ଶୁକ୍ରବାର ଏନେଇ ସୂଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri