ରୁଷିଆର ଗୁପ୍ତଚର ବିମାନ ଧ୍ୱସ୍ତ

ମସ୍କୋ/କିଭ୍‌,୧।୩: ବେଲାରୁଷରେ ଥିବା ରୁଷିଆର ଏକ ଏୟାରବେସ୍‌ରେ ଡ୍ରୋନ୍‌ ଆକ୍ରମଣ ହୋଇଛି। ଏଥିରେ ରୁଷୀୟ ସେନାର ଏକ ଗୁପ୍ତଚର ବିମାନ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। ଆକ୍ରମଣ ବେଳେ ବରଫ ସଫା କରିବାରେ ନିୟୋଜିତ କେତେକ ଯାନବାହନ ମଧ୍ୟ ନଷ୍ଟ ହୋଇଥିବା ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।
ଗୁପ୍ତଚର ବିମାନ ଏଡବ୍ଲ୍ୟୁଏସିଏସ୍‌ ବେରିଏଭ୍‌-୫୦ୟୁ ଗତ ଡିସେମ୍ବର ୧୪ରେ ବେଲାରୁଷ ରାଜଧାନୀ ମିନ୍‌ସ୍କ ନିକଟରେ ପହଞ୍ଚତ୍ଥିଲା। ଗତବର୍ଷ ଫେବୃୟାରୀ ୨୪ରେ ରୁଷିଆର ୟୁକ୍ରେନ୍‌ ଆକ୍ରମଣ ଆରମ୍ଭରୁ ଏହା ନିୟୋଜିତ ଥିଲା। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଏୟାରଫୋର୍ସ ପାଇଁ ଏହି ବିମାନ ଲକ୍ଷ୍ୟସ୍ଥଳର ଅବସ୍ଥିତି ଚିହ୍ନଟ କରୁଥିଲା। ତେବେ ଦୁଇଟି ଡ୍ରୋନ୍‌ ଜରିଆରେ ସରକାର ବିରୋଧୀ ଆକ୍ଟିଭିଷ୍ଟମାନେ ଏହାକୁ ଟାର୍ଗେଟ କରି ନଷ୍ଟ କରିଦେଇଛନ୍ତି। ଉକ୍ତ ବିମାନର ମୂଲ୍ୟ ହେଉଛି ୨୭୪ ନିୟୁତ ପାଉଣ୍ଡ (୨୭୩୭ କୋଟି ଟଙ୍କା)। ରୁଷିଆ ସରକାର ସେଣ୍ଟ ପିଟର୍ସବର୍ଗରେ ଥିବା ପୁଲ୍‌କୋଭୋ ଏୟାରପୋର୍ଟକୁ ଅସ୍ଥାୟୀ ଭାବେ ବନ୍ଦ ଘୋଷଣା କରିବାର କିଛି ସମୟ ପରେ ଏହି ଡ୍ରୋନ୍‌ ଆଟାକ୍‌ ହୋଇଛି। ସମ୍ପୃକ୍ତ ଅଞ୍ଚଳରେ ଡ୍ରୋନ୍‌ ଉଡ଼ାଣ କରୁଥିବା ଜଣାପଡ଼ିବା ପରେ ଏହି ନିଷ୍ପତ୍ତି ନିଆଯାଇଥିଲା। ତେବେ କିଛି ସମୟ ପରେ ଉକ୍ତ ଏହାରପୋର୍ଟରେ ପୁନଃ ବିମାନ ଚଳାଚଳ ଆରମ୍ଭ ହୋଇଥିଲା।
ଇତିମଧ୍ୟରେ ରୁଷିଆ ରାଜଧାନୀ ମସ୍କୋରୁ ୧୧୦ କି.ମି. ଦୂରରେ ଅବସ୍ଥିତ କୋଲୋମ୍ନା ସହରର ଏକ ପ୍ରାକୃତିକ ବାଷ୍ପ ବିତରଣ ଷ୍ଟେଶନକୁ ମଙ୍ଗଳବାର ଡ୍ରୋନ୍‌ ଜରିଆରେ ଆକ୍ରମଣ ଉଦ୍ୟମ ହୋଇଥିବା ଆଞ୍ଚଳିକ ଗଭର୍ନର ଆଣ୍ଡ୍ରେଇ ଭୋରୋବିଓଭ୍‌ ସୂଚନା ଦେଇଛନ୍ତି। କୌଣସି ଭିତ୍ତିଭୂମିକୁ ଟାର୍ଗେଟ କରି ଏହି ଆକ୍ରମଣ ହୋଇଛି। ତେବେ ଏଥିଯୋଗୁ କିଛି କ୍ଷତି ହୋଇନାହିଁ। ଏଫ୍‌ଏସ୍‌ବି ସିକ୍ୟୁରିଟି ସଂସ୍ଥା ଏହାର ତଦନ୍ତ କରୁଛି ବୋଲି ଭୋରୋବିଓଭ୍‌ କହିଛନ୍ତି। ରୁଷିଆ ସୀମା ଭିତରେ ହୋଇଥିବା ଏହି ଆକ୍ରମଣ ପାଇଁ ୟୁକ୍ରେନ୍‌ ନିଜକୁ ଖୋଲାଖୋଲି ଭାବେ ଦାୟୀ କରିନାହିଁ। କୋଲୋମ୍ନାରେ ଏକ ଡ୍ରୋନ୍‌ର ଧୂସର ରଙ୍ଗର ଧାତବ ଭଗ୍ନାବଶେଷ ପଡ଼ିଥିବା ଦୃଶ୍ୟ କେତେକ ସୋସିଆଲ ମିଡିଆ ପୋଷ୍ଟିଂରେ ଦେଖିବାକୁ ମିଳିଛି। ଏହା ପୂର୍ବରୁ କ୍ରାସ୍‌ନୋଡାର ଏବଂ ଆଡିଗେଆ ଅଞ୍ଚଳରେ ୟୁକ୍ରେନ୍‌ ଆକ୍ରମଣ କରୁଥିବା ନେଇ ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଭିଯୋଗ ଆଣିଥିଲା। ଏସବୁକୁ ଦୃଷ୍ଟିରେ ରଖି ରୁଷୀୟ ଟିଭି ଚ୍ୟାନେଲ ଓ ରେଡିଓ ଷ୍ଟେଶନ୍‌ଗୁଡ଼ିକୁ ମଧ୍ୟ ବନ୍ଦ କରାଯାଇଛି। ପ୍ରକାଶ ଯେ, ୟୁକ୍ରେନ୍‌ ଆକ୍ରମଣ ପାଇଁ ବେଲାରୁଷ ନିଜ ଭୂଖଣ୍ଡକୁ ବ୍ୟବହାର କରିବାକୁ ମସ୍କୋକୁ ଅନୁମତି ଦେଇଥିବାବେଳେ ଯୁଦ୍ଧରେ ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତ ରହିବାକୁ ମନା କରିଦେଇଛି।

ଆଲୋଚନା ପାଇଁ ମସ୍କୋ ପ୍ରସ୍ତୁତ, କିନ୍ତୁ …

ୟୁକ୍ରେନ୍‌ ସଂଘର୍ଷର ଅବସାନ ପାଇଁ ମସ୍କୋ ପ୍ରସ୍ତୁତ। କିନ୍ତୁ ନୂଆକରି ଦଖଲ କରିଥିବା ଅଞ୍ଚଳଗୁଡ଼ିକୁ ଛାଡ଼ିବାକୁ ପ୍ରସ୍ତୁତ ନୁହେଁ ବୋଲି ମଙ୍ଗଳବାର ରୁଷିଆ ସର୍ତ୍ତ ବାଢ଼ିଛି। କ୍ରେମ୍‌ଲିନ୍‌ ମୁଖପାତ୍ର ଡିମିଟ୍ରି ପେସ୍କୋଭ କହିଛନ୍ତି, ଗତବର୍ଷ ଗଣଭୋଟ କରାଇ ନିଜ ଦଖଲକୁ ନେଇଥିବା ଡୋନେସ୍କ, ଲୁହାନ୍‌ସ୍କ, ଖେରସନ୍‌ ଓ ଝାପୋରିଝିଆ ଅଞ୍ଚଳକୁ ରୁଷିଆ ଛାଡ଼ିବ ନାହିଁ। କ୍ଷେତ୍ରୀୟ ବାସ୍ତବତାକୁ ଅଣଦେଖା କରାଯାଇପାରିବ ନାହିଁ। ପ୍ରକାଶ ଯେ, ଏହି ୪ ୟୁକ୍ରେନୀୟ ଅଞ୍ଚଳକୁ ରୁଷୀୟ ସୈନ୍ୟ ସମ୍ପୂର୍ଣ୍ଣ ଦଖଲ କରିପାରି ନାହାନ୍ତି। ୟୁକ୍ରେନ୍‌ର ନୂଆ ନାଜିମାନଙ୍କ ହାତରୁ ୪ ଅଞ୍ଚଳକୁ ମୁକ୍ତ କରିବା ପାଇଁ ଲଢ଼େଇ ଜାରି ରହିବ ବୋଲି ମସ୍କୋ କହିଛନ୍ତି। କିଭ୍‌ ଓ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଏହାକୁ ବେଆଇନ ଭାବେ ଜମି ଦଖଲ ଉଦ୍ୟମର ଏକ ଅଂଶ ଭାବେ ଅଭିହିତ କରିଛନ୍ତି। ୟୁକ୍ରେନୀୟଙ୍କ ଦାବି ହେଉଛି, ରୁଷୀୟ ସୈନ୍ୟ ତୁରନ୍ତ ଏହାର ଭୂଖଣ୍ଡ ଛାଡ଼ି ଚାଲିଯାଆନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଯୁବପିଢ଼ିଙ୍କୁ ସଶକ୍ତ କରିବ ପ୍ରଯୁକ୍ତିବିଦ୍ୟା: ରାଜ୍ୟପାଳ

ଅତାବିରା,୧୨।୧୦(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ନୂଆଁ ଖଇରପାଲି କୋଶଲ ସ୍କୁଲକୁ ରବିବାର ଓଡ଼ିଶାର ରାଜ୍ୟପାଳ ଡାକ୍ତର ହରିବାବୁ କମ୍ଭମପତି ଗସ୍ତ କରିଥିଲେ। ଏହି ଅବସରରେ…

୨୫୨ ଟଙ୍କା ମହଙ୍ଗା ହେଲା LPG ଗ୍ୟାସ, ଜାଣନ୍ତୁ କେତେ ରହିଛି ଦାମ୍

ଢାକା,୧୨।୧୦: ଭାରତର ପଡ଼ୋଶୀ ଦେଶ ବାଂଲାଦେଶରେ ଏବେ ଘରୋଇ LPG ଗ୍ୟାସ୍‌ର ଦାମ୍‌କୁ ନେଇ ଉପଭୋକ୍ତା ଚିନ୍ତାରେ ରହିଛନ୍ତି । ଗ୍ୟାସ୍‌ର ଯୋଗାଣ ହ୍ରାସ ପାଇଥିବାରୁ ବଜାରରେ…

ସଫଳତାର ଶୀର୍ଷରେ ପହଞ୍ଚିବା ପାଇଁ ପାଳନ କରନ୍ତୁ ଚାଣକ୍ୟ ଏହି ୪ କଥା…

ଆଚାର୍ଯ୍ୟ ଚାଣକ୍ୟ ଜଣେ ପ୍ରାଚୀନ ଭାରତୀୟ ଶିକ୍ଷକ, ଦାର୍ଶନିକ ତଥା ରାଜ ପରାମର୍ଶଦାତା ଥିଲେ। ତାଙ୍କୁ ‘ଅର୍ଥଶାସ୍ତ୍ର’ର ରଚୟିତା ଭାବରେ ଜଣାଯାଏ। ଯିଏ କି ଅର୍ଥନୀତି, ରାଜନୀତି…

ପ୍ରଧାନମନ୍ତ୍ରୀଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ହତ୍ୟା ଷଡ଼ଯନ୍ତ୍ର ପଣ୍ଡ; ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରିଛି ପୋଲିସ

ୱାର୍ସା,୧୨।୧୦: ପୋଲାଣ୍ଡର ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କ ଏବଂ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର ରଚିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି। ସମ୍ଭାବ୍ୟ ବିପଦ…

ବିଲକୁ ଯାଇ ଘରକୁ ଫେରି ନ ଥିଲେ ଯୁବକ, ଆଜି ମିଳିଲା ମୃତଦେହ, ହତ୍ୟା ଅଭିଯୋଗ ଆଣି…

ପାଟଣାଗଡ଼,୧୨ା୧୦(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ଲରମ୍ଭା ଥାନା ଅନ୍ତର୍ଗତ ଗୋଏଲପିଟା ଗାଁର ଜାମଜୋର ନଦୀ ପାର୍ଶ୍ୱରୁ ସୋମବାର ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ମୃତ…

ବାୟାବାବା କଲେଜ ନିର୍ବାଚନ: ବିସିଜେଡି-ଏବିଭିପି କଡ଼ା ଟକ୍କର, ଭୋଟ୍‌ ହାତେଇବାକୁ ଆପଣାଉଛନ୍ତି ଏହି…

ମହାକାଳପଡ଼ା, ୧୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ଛାତ୍ର ସଂସଦ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ସଦର ମହକୁମାସ୍ଥିତ ବାୟା ବାବା କଲେଜ କ୍ୟାମ୍ପସ ଚଳଚଞ୍ଚଳ ହୋଇଛି। ସଂସଦ…

ବଡ଼ ଖୁଲାସା କଲେ ପୂର୍ବତନ କ୍ରିକେଟର, ବିରାଟଙ୍କ ଟେଷ୍ଟ ସନ୍ନ୍ୟାସ ପଛରେ ଥିଲା ଏହି ବ୍ୟକ୍ତିଙ୍କ ହାତ

ନୂଆଦିଲ୍ଲୀ,୧୨।୧୦: ଭାରତୀୟ କ୍ରିକେଟ୍‌ର ଦୁଇ ଅଭିଜ୍ଞ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଟେଷ୍ଟ କ୍ରିକେଟ୍‌ରୁ ଅବସର ଘୋଷଣା ଏବେ ବି କ୍ରିକେଟ୍‌ପ୍ରେମୀଙ୍କ ମନରେ ରହିଛି…

ଆଖିରୁ ଝରାଇଲାଣି ଲୁହ, କେବେ କମିବ ପିଆଜ ଦର? ଆସିଲା ବଡ଼ ଅପଡେଟ

ନୂଆଦିଲ୍ଲୀ,୧୨।୧୦: ଦଶହରା, ଦୀପାବଳି ଏବଂ ଛଠ ପରି ପ୍ରମୁଖ ପର୍ବପର୍ବାଣୀ ଗୋଟିଏ ପରେ ଗୋଟିଏ ଆସୁଥିବା ବେଳେ, ପିଆଜର ବୃଦ୍ଧି ପାଉଥିବା ଦର ସାଧାରଣ ଲୋକଙ୍କ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?