ମହାପୁରୁଷଙ୍କ ଆଦର୍ଶ

ବିଦ୍ୟାର୍ଥୀ ମହାପୁରୁଷଙ୍କୁ କାହିଁକି ପଢ଼ିବ? ମହାପୁରୁଷଙ୍କୁ କାହିଁକି ଅନୁକରଣ କରିବ? ଆମେ ପଢୁଥିବା ସମୟରେ ଷଷ୍ଠ ଓ ସପ୍ତମ ଶ୍ରେଣୀରେ ବଡ଼ ଲୋକଙ୍କ ଜୀବନୀ ବୋଲି ବହି ଥିଲା। ଏହି ବହିରେ ଓଡ଼ିଶା ଓ ଭାରତବର୍ଷର ବଡ଼ ଲୋକଙ୍କ ଜୀବନୀ ପଢ଼ିବାର ସୁଯୋଗ ବିଦ୍ୟାର୍ଥୀମାନେ ପାଉଥିଲେ। ସେମାନଙ୍କ ତ୍ୟାଗ, ଆଦର୍ଶ, ସଂଘର୍ଷ, ସଫଳତା କଥା ପଢ଼ି ପ୍ରେରିତ ହେଉଥିଲେ ବିଦ୍ୟାର୍ଥୀ। ଏବେ ମଧ୍ୟ ବିଭିନ୍ନ ବହିରେ, ଡିଜିଟାଲ ମାଧ୍ୟମରେ ମହାପୁରୁଷଙ୍କ ଜୀବନ ଚରିତ୍ରକୁ ପଢୁଛନ୍ତି, ଶୁଣୁଛନ୍ତି ଓ ଚଳମାନ ଚିତ୍ରରେ ଦେଖୁଛନ୍ତି। କିନ୍ତୁ ଏମାନଙ୍କ ସଂଖ୍ୟା ଅଳ୍ପ ସଂଖ୍ୟକ ହୋଇପାରେ। ପ୍ରତ୍ୟେକ ଶ୍ରେଣୀର ସିଲାବସ୍‌ରେ ମହାପୁରୁଷଙ୍କ ଜୀବନ ସମ୍ପର୍କରେ ପଢ଼ିବାର ସୁଯୋଗ ପାଇଲେ ବିଦ୍ୟାର୍ଥୀ ନିଜକୁ ଗଢି ତୋଳିବାକୁ ସହଜ ହେବ। ସେଥିପାଇଁ ସ୍ବତନ୍ତ୍ର ଭାବରେ ମହାପୁରୁଷମାନଙ୍କର କଥା ଗାଥା ରହିବା ପ୍ରାସଙ୍ଗିକ ମନେହୁଏ। ପ୍ରତ୍ୟେକ ବିଦ୍ୟାର୍ଥୀ ସଫଳତା ପାଇବା ପାଇଁ ବଡ଼ ଲୋକଙ୍କୁ ପଢିବା ଦରକାର। ଯିଏ ଯେଉଁ କ୍ଷେତ୍ରରେ ଆଗକୁ ବଢିବାର ଅଛି ସେମାନେ ସେହି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଥିବା ବ୍ୟକ୍ତିମାନଙ୍କୁ ପଢିବା ଉଚିତ।
ଜୀବନ ରଚିତ ଦୁଇ ପ୍ରକାରରେ ଲେଖାଯାଇଥାଏ। ନିଜ ଜୀବନ କାହାଣୀ ନିଜେ ଲେଖିଲେ ତାହା ହୁଏ ଆତ୍ମଜୀବନ ଚରିତ। କାହାର କାହାଣୀ ଅନ୍ୟ କେଉଁ ବ୍ୟକ୍ତିଦ୍ୱାରା ଲିଖିତ ହେଲେ, ତାହାକୁ କେବଳ ‘ଜୀବନ ଚରିତ’ ବୋଲି କୁହାଯାଇଥାଏ। ଗୋଟିଏ ଦୀପରୁ ଆଉ ଗୋଟିଏ ଦୀପ ପ୍ରଜ୍ଜ୍ୱଳିତ ହୋଇଉଠିଲା ପରି ଜଣେ ମହାପୁରୁଷଙ୍କର ଜୀବନୀ ଅନ୍ୟର ଜୀବନାୟନକୁ କରେ ପ୍ରଶସ୍ତ ଓ ଆଲୋକିତ। ଟଲଷ୍ଟୟଙ୍କ ଜୀବନ କାହାଣୀ ମହାତ୍ମା ଗାନ୍ଧୀଙ୍କୁ ବିଶେଷ ଭାବେ ପ୍ରଭାବିତ କରିଥିଲା ଏବଂ ଗାରିବାଲ୍‌ଡିଙ୍କ ତ୍ୟାଗ ଜବାହରଲାଲଙ୍କ ପ୍ରାଣରେ ସୃଷ୍ଟି କରିଥିଲା ଉଦ୍‌ବେଳନ। ହରିଶ୍ଚନ୍ଦ୍ର, ଦଧୀଚି ଆଦିଙ୍କ ତ୍ୟାଗ ଓ ତୀତୀକ୍ଷା, ସାଧନା ଓ ତପସ୍ୟା ଭାରତୀୟ ଜନଜୀବନକୁ କରିଥିଲା ସମୃଦ୍ଧ। ପ୍ରାଚୀନ ମହାତ୍ମାଗଣଙ୍କଠାରୁ ଆରମ୍ଭ କରି ଓ ଆଧୁନିକ ଯୁଗର ବହୁ ସ୍ବାଧୀନତା ସଂଗ୍ରାମୀ ଓ ତ୍ୟାଗବୀରଙ୍କ ଜୀବନ କାହାଣୀରେ ଅନେକ ଶିଖିବାକୁ ମିଳିଛି।
ପ୍ରାଚୀନ ଋଷିମାନଙ୍କ ଜୀବନ ଚରିତ ସହିତ ଆଧୁନିକ ଯୁଗପୁରୁଷ ରାମକୃଷ୍ଣ ପରମହଂସ, ସ୍ବାମୀ ବିବେକାନନ୍ଦ, ସ୍ବାମୀ ଦୟାନନ୍ଦ ସରସ୍ବତୀ, ଠାକୁର ନିଗମାନନ୍ଦ, ସ୍ବାମୀ ସତ୍ୟାନନ୍ଦ ସରସ୍ବତୀ, ଠାକୁର ଅନୁକୂଳ ଚନ୍ଦ୍ର, ଶ୍ରୀରାମ ଶର୍ମା, ସନ୍ଥ ଭୀମ ଭୋଇ ଆଦିଙ୍କ ଜୀବନ କାହାଣୀ ଆମକୁ ଧର୍ମଚେତନାରେ ଉଦ୍‌ବୁଦ୍ଧ କରେ। ଧର୍ମମାର୍ଗର ଅନୁବର୍ତ୍ତନ ଓ ଅନୁସରଣ କରିବା ପାଇଁ ଆମକୁ ଏହା ଦେଇଥାଏ ଅସୀମ ଇଚ୍ଛା ଓ ପ୍ରେରଣା। ଜାତୀୟ ବୀରମାନଙ୍କର ଜୀବନ ଚରିତ ଆମମାନଙ୍କ ଭିତରେ ସୃଷ୍ଟି କରିଥାଏ ଦେଶ ଓ ଜାତିପ୍ରେମ। ସେମାନଙ୍କର ଲେଖାବଳୀ ଆମକୁ ଜାତୀୟ ମନ୍ତ୍ରରେ ଅଭିମନ୍ତ୍ରିତ କରେ। ଉତ୍କଳମଣି ଗୋପବନ୍ଧୁଙ୍କର ଲେଖା ‘ମିଶୁ ମୋର ଦେହ ଏ ଦେଶ ମାଟିରେ ଦେଶବାସୀ ଚାଲିଯାଆନ୍ତୁ ପିଠିରେ ସ୍ବାଧୀନତା ପଥେ ଅଛି ଯେତେ ଗାଡ଼ ପୂରୁ ପଡ଼ି ତହିଁ ମୋର ମାଂସହାଡ଼। ’ଏପରି ଉକ୍ତି କାହାକୁ ବା ଜାତିପାଇଁ ପ୍ରାଣବଳି ଦେବାକୁ ଅନୁପ୍ରେରିତ ନ କରିବ ! ଏଭଳି ଲେଖା ସାଙ୍ଗକୁ ତାଙ୍କର ତ୍ୟାଗ ଓ ସଂଘର୍ଷପୂର୍ଣ୍ଣ ଜୀବନ ଚରିତ ପାଠକଙ୍କୁ ତାଙ୍କ ମହାନ୍‌ ବ୍ୟକ୍ତିତ୍ୱ ପାଖରେ ମଥା ନୁଆଇଁବାକୁ ବାଧ୍ୟକରେ। ଚରିତ୍ର ଗଠନ ପାଇଁ ବିଶେଷ ସହାୟକ ହୁଏ।
ସନ୍ଥକବି ଭୀମ ଭୋଇଙ୍କ ଉକ୍ତି- ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ। ମହାତ୍ମା ଗାନ୍ଧୀଙ୍କ ଅହିଂସା କିମ୍ବା ମଦର ଟେରେସାଙ୍କ ସେବା ଅନେକ ଜନ ଜୀବନକୁ ପ୍ରଭାବିତ କରିଛି । ଏପରି ଯେତେ ମହାପୁରୁଷଙ୍କ କାର୍ଯ୍ୟ ଓ କଥା ଅନେକଙ୍କୁ ପରିବର୍ତ୍ତନ କରିଥାଏ। ତାଙ୍କର ଜୀବନ ଚର୍ଯ୍ୟା, ବ୍ୟବହାର, କର୍ମ କୁଶଳତା, ଶିକ୍ଷାରେ ଅନୁପ୍ରାଣୀତ ହୋଇ ବିଦ୍ୟାର୍ଥୀମାନେ ସଫଳତା ପାଇଥାନ୍ତି। ପ୍ରତ୍ୟେକ ବିଦ୍ୟାର୍ଥୀ ମହାପୁରୁଷ ତଥା ନିଜ ମାତାପିତା, ଆତ୍ମୀୟ ସ୍ବଜନ, ଶିକ୍ଷାଗୁରୁ, ସଦ୍‌ଗୁରୁଙ୍କୁ ଅନୁକରଣ କରିବା କଥା ଯେଉଁମାନଙ୍କର କାର୍ଯ୍ୟଧାର ସେମାନଙ୍କୁ ଭଲ ଲାଗିଥାଏ। ସେମାନେ ଯେତେବେଳେ ଭାବିବେ ଏହିମାନେ ହିଁ ଜୀବନରେ ସଫଳତା ପାଇଛନ୍ତି ସେତେବେଳେ ସେମାନଙ୍କୁ ହିଁ ଅନୁକରଣ, ଅବଲମ୍ବନ କରିବା ସହ ତାଙ୍କ ଆଦର୍ଶ, ବିଚାରଧାରା, କାର୍ଯ୍ୟଶୈଳୀରେ ପ୍ରଭାବିତ ହେବେ।
ଦୈନନ୍ଦିନ ଜୀବନରେ ଆମେ ବହୁ ସମସ୍ୟାରେ ଛନ୍ଦି ହୋଇପଢ଼ୁ ଏବଂ ସେଥିରୁ ମୁକୁଳିବା ପାଇଁ ଖୋଜିହେଉ ସମାଧାନର ପନ୍ଥା। ମହାପୁରୁଷଗଣ ସେହିସବୁ ସମସ୍ୟାର ସମାଧାନ କିପରି ଖୋଜି ପାଇଥିଲେ, ତାହା ସେମାନଙ୍କର ଜୀବନ ଚରିତ ପାଠକରି ଆମେ ଅବଗତ ହେଉ। ତେଣୁ ଆମକୁ ସମସ୍ୟା ସମାଧାନର ରାହା ମିଳିଯାଏ ଏବଂ ଆମେ ସମସ୍ୟାକୁ ଅତିକ୍ରମ କରି ପୁଣି ଜୀବନ ପଥରେ ଆଗେଇଚାଲୁ।
ଗଡ଼ରାମାଲ, କୋକସରା, କଳାହାଣ୍ଡି
ମୋ: ୯୭୭୭୪୬୮୮୪୧


Enter your email to get our daily news in your inbox.

All Right Reserved By Dharitri.Com

President Droupadi Murmu to visit Odisha: କଡ଼ାକଡ଼ି ହେବ ସୁରକ୍ଷା ବ୍ୟବସ୍ଥା, ମୁତୟନ ହେବେ…

ଭୁବନେଶ୍ୱର,୩୧।୧: ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପୁରୀ ପୋଲିସ ପକ୍ଷରୁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଛି। ବ୍ଲୁ ବୁକ୍‌ ସୁରକ୍ଷା ବ୍ୟବସ୍ଥା ସହ ୩୦ ପ୍ଲାଟୁନ ଫୋର୍ସ ମୁତୟନ…

T20 World Cup: ଅଷ୍ଟ୍ରେଲିଆକୁ ଶକ୍ତ ଧକ୍କା! Pat Cummins ଆଉଟ, ଆସିଲା୧୫ ସଦସ୍ୟ ବିଶିଷ୍ଟ ଚୁଡ଼ାନ୍ତ ତାଲିକା

ନୂଆଦିଲ୍ଲୀ,୩୧।୧: କ୍ରିକେଟ ଅଷ୍ଟ୍ରେଲିଆ ୨୦୨୬ ଟି୨୦ ବିଶ୍ୱକପ ପାଇଁ ଏହାର ମୁଖ୍ୟ ଦଳ ଘୋଷଣା କରିଛି। ବୋର୍ଡ ପୂର୍ବରୁ ଏକ ପ୍ରାରମ୍ଭିକ ଦଳ ଚୟନ କରିଥିଲା, ଯେଉଁଥିରେ…

ସାଇକେଲ ଆରୋହୀଙ୍କୁ ଧକ୍କା ଦେଲା ହାଇୱା, ଘଟଣାସ୍ଥଳରେ…

ଧର୍ମଶାଳା,୩୧।୧(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ନାନପୁର ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

୧୫୩ ବର୍ଷରେ ଯୋରନ୍ଦା ମେଳା: ଜୀବଜଗତର ମଙ୍ଗଳ ପାଇଁ ଆଜି ଘୃତାହୁତି କରିବେ…

ଢେଙ୍କାନାଳ,୩୧ା୧(ରତନ ନାୟାର): ବିଶ୍ୱପ୍ରସିଦ୍ଧ ମହିମା ଧର୍ମପୀଠ ମହିମାଗାଦି ଯୋରନ୍ଦାରେ ପ୍ରସିଦ୍ଧ ମାଘମେଳା ଶନିବାର ଆରମ୍ଭ ହୋଇଛି। ଚଳିତ ବର୍ଷ ମେଳା ୧୫୩ ବର୍ଷରେ ପହଞ୍ଚିଛି। ସେହିପରି ଚଳିତ…

ନବୀନ ନିବାସରୁ ବାହାରି ବଡ଼ ସୂଚନା ଦେଲେ କଳିକେଶ: କହିଦେଲେ ସାଂଘାତିକ କଥା, ରାଜନୀତିରେ ହଇଚଇ

ଭୁବନେଶ୍ୱର,୩୧।୧: ନବୀନ ନିବାସରୁ ବାହାରିଲେ କଳିକେଶ ନାରାୟଣ ସିଂହଦେଓ। ଏହି ସମୟରେ ଗଣମାଧ୍ୟମ ଜରିଆରେ କଳିକେଶ ବଡ଼ ସୂଚନା ଦେଇ କହିଛନ୍ତି, ଓଡ଼ିଶା ଲାଗି କାମ କରିବା…

ଆମେରିକାରେ ପୁଣି ହେଲା ଶଟ୍‌ଡାଉନ, ଜାଣନ୍ତୁ କାହିଁକି…

ଓ୍ବାଶିଂଟନ୍‌,୩୧।୧: ଆମେରିକା ଉପରେ ପୁଣିଥରେ ତାଲାବନ୍ଦୀ ଅର୍ଥାତ୍‌ ଶଟ୍‌ଡାଉନ ହୋଇଛି। କାରଣ ସିନେଟରେ ଫଣ୍ଡିଂ ବିଲ୍‌ ଅଟକି ରହିଛି, ଯାହା ଫଳରେ ରାଷ୍ଟ୍ରପତି ଟ୍ରମ୍ପ ଚାପରେ ପଡ଼ିଛନ୍ତି।…

ପଥରରେ ପିଟି ହୋଇ ଖାଲକୁ ଖସିପଡ଼ିଲା ପୋଲିସ ଗାଡ଼ି, ମହିଳା ଏସ୍‌ଆଇଙ୍କ ସମେତ…

ଖଲ୍ଲିକୋଟ,୩୧ା୧(ପ୍ରଶାନ୍ତ କୁମାର ମିଶ୍ର): ଘନକୁହୁଡ଼ି ଯୋଗୁ ୧୬ ନମ୍ବର ଜାତୀୟ ରାଜପଥରେ ଶନିବାର ଏକ ଦୁର୍ଘଟଣା ଘଟିଛି। ରାସ୍ତା ଉପରେ ପଡ଼ିଥିବା ଗୋଟିଏ ପଥରରେ ପିଟି ହୋଇ…

NCPର ବଡ଼ ଦାଦି, ସୁନେତ୍ରା ଉପ ମୁଖ୍ୟମନ୍ତ୍ରୀ, ପାର୍ଥ ପାଓ୍ବାରଙ୍କୁ ରାଜ୍ୟ ସଭାରେ ମିଳିବ ସିଟ୍‌!

ମୁମ୍ବାଇ,୩୧।୧: ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (NCP) ମହାରାଷ୍ଟ୍ର ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଅଜିତ ପାୱାରଙ୍କ ହଠାତ ମୃତ୍ୟୁ ପରେ ସୃଷ୍ଟି ହୋଇଥିବା ନେତୃତ୍ୱ ସଙ୍କଟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri