ଲୁଟ୍‌ ଜୀବନ ନେଲା

ନୟାଗଡ଼ ଅଫିସ,୨।୩:ସୁନାଚେନ ଲୁଟ୍‌ କରି ସ୍ଥାନୀୟ ଲୋକଙ୍କ ହାବୁଡ଼ରେ ପଡ଼ିଯାଇଥିଲେ ଜଣେ ଯୁବକ। ଲୋକେ ଆଇନ ହାତକୁ ନେଲେ ତାଙ୍କୁ ନିର୍ଦ୍ଧୂମ ପିଟିଥିଲେ। ଏଥିରେ ତାଙ୍କର ମୃତ୍ୟୁ ଘଟିଛି। ନୟାଗଡ଼ ସଦର ଥାନା ବାରବାଟି ଗଁାରେ ସୋମବାର ଘଟିଛି ଏହି ଘଟଣା। ମୃତ ଯୁବକ ଜଣକ ହେଲେ ପ୍ରଭାତ ରାଉତ ଓରଫ ପାଙ୍ଗା(୩୫)। ଘର ଶରଣକୁଳ ଥାନା ଗୋଡିପଡ଼ା ଫାଣ୍ଡି ଡିମିଶର ଗଁାରେ। କିନ୍ତୁ ସେ ଓଡ଼ଗଁାରେ ରହୁଥିଲେ। ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି। ଏସ୍‌ପି ସିଦ୍ଧାର୍ଥ କାଟାରିଆ, ନୟାଗଡ ଏସ୍‌ଡିପିଓ ଶୁଭେନ୍ଦୁ ସିଂ ଏବଂ ଆଇଆଇସି ଶରତ ପାତ୍ର ଘଟଣାସ୍ଥଳରେ ପହଞ୍ଚ ତଦନ୍ତ କରିଥିଲେ। ପରେ ସାଇଣ୍ଟଫିକ ଟିମ୍‌ ଆସି ତଦନ୍ତ କରି ଫେରିଛି। ୧୫୦ ଲୋକଙ୍କ ନଁାରେ ୩୪/୨୧ ନମ୍ବରରେ ହତ୍ୟା ମାମଲା ରୁଜୁ ହୋଇଥିବା ଆଇଆଇସି ପାତ୍ର କହିଛନ୍ତି।
ବାରବାଟି ଗଁାର ଅବସରପ୍ରାପ୍ତ ଶିକ୍ଷକ ଅରକ୍ଷିତ ଭଟ୍ଟ ସୋମବାର ସକାଳ ପ୍ରାୟ ୮ଟାରେ ନୟାଗଡ-ଖଣ୍ଡପଡ଼ା ରାସ୍ତାରେ ମର୍ନିଂୱାକ୍‌ରେ ଯାଉଥିଲେ। ଉକ୍ତ ରାସ୍ତାର ପୋତାନଦୀ ନିକଟରେ ପ୍ରଭାତ ଅରକ୍ଷିତଙ୍କୁ ଅଟକାଇ ଧକ୍କା ମାରିଥିଲେ। ଅରକ୍ଷିତ ତଳେ ପଡ଼ିିଯିବା ପରେ ତାଙ୍କଠାରୁ ପ୍ରଭାତ ଚେନ୍‌ ଏବଂ ମୋବାଇଲ ଫୋନ ଛଡାଇ ନେଇଥିଲେ। ସେହି ସମୟରେ ଅରକ୍ଷିତ ପାଟି କରିବାରୁ ଆଖପାଖର ଲୋକମାନେ ଏକାଠି ହୋଇ ପ୍ରଭାତଙ୍କୁ କାବୁ କରିନେଇଥିଲେ। ପରେ ଗଁା ମଙ୍ଗଳା କୋଠିକୁ ତାଙ୍କୁ ନେଇ ଯାଇଥିଲେ। ସେଠାରେ କେତେଜଣ ଲୋକ ପ୍ରଭାତଙ୍କୁ ପ୍ରବଳ ମାଡ଼ ମାରିଥିଲେ। ଏପରି କି ଷ୍ଟିଲ୍‌ ରଡ୍‌ରେ ତାଙ୍କୁ ପିଟାଯାଇଥିଲା। ଶହ ଶହ ଲୋକ ମାଡ଼ ମାରୁଥିବା ଦେଖିଥିଲେ ମଧ୍ୟ କେହି ଅଟକାଇ ନ ଥିଲେ। ତେବେ ଗଁା ସଭାପତି ଏବଂ ପ୍ରଭାତଙ୍କ ଜଣେ ସାଙ୍ଗ ବିରୋଧ କରିବାରୁ ସେମାନଙ୍କୁ ମଧ୍ୟ ଆକ୍ରମଣ ହୋଇଥିଲା। ସଦର ଥାନା ପୋଲିସକୁ ଖବର ଦିଆଯାଇଥିଲା। କିନ୍ତୁ ପୋଲିସ ବିଳମ୍ବରେ ଆସିଥିଲା। ସେତେବେଳକୁ ପ୍ରଭାତଙ୍କ ମୃତ୍ୟୁ ହୋଇସାରିଥିଲା ବୋଲି ତାଙ୍କ ବନ୍ଧୁ ପୁନିଆ ଅଭିଯୋଗ କରିଛନ୍ତି। ଏପରି କି ପ୍ରଭାତଙ୍କୁ ମାଡ଼ ମାରିଥିବା ଲୋକଙ୍କ ନଁା ମଧ୍ୟ ସେ ଗଣମାଧ୍ୟମକୁ କହିଛନ୍ତି। ଲୁଟ୍‌ର ଶିକାର ହୋଇଥିବା ଅରକ୍ଷିତ ଭଟ୍ଟ କୁହନ୍ତି, ମୋତେ ମାରପିଟ୍‌ କରି ସୁନା ଚେନ୍‌ ଓ ମୋବାଇଲ ଫୋନ ନେଇ ଯିବା ପରେ ମୁଁ ଚିତ୍କାର କରିଥିଲି। ମୋ ପାଟି ଶୁଣି କେତେଜଣ ଲୋକ ଉକ୍ତ ଯୁବକଙ୍କୁ ନେଇ ମାରପିଟ୍‌ କରିଥିଲେ। ବାରବାଟି ଗଁାର ଗିରିଧାରୀ ପରିଡ଼ା କୁହନ୍ତି, ଲୁଟେରା ଜଣାପଡ଼ିବା ପରେ ଦେଖଣାହାରୀ ମାଡ଼ ମାରିଥିଲେ। ହେଲେ କିଏ ମାଡ଼ ମାରିଛି ଜଣାପଡ଼ିନି ବୋଲି ସେ କହିଛନ୍ତି। ଏସ୍‌ପି ସିଦ୍ଧାର୍ଥ କାଟାରିଆ କୁହନ୍ତି, ସଦରଥାନା ପୋଲିସ ଖବର ପାଇ ବାରବାଟି ଗଁାକୁ ଯାଇ ଲୋକଙ୍କ କବଳରୁ ପ୍ରଭାତଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରଭାତଙ୍କ ମୃତ୍ୟୁ ହୋଇଛି। ପ୍ରଭାତଙ୍କର କିପରି ମୃତ୍ୟୁ ହେଲା ତାହା ପୋଷ୍ଟମର୍ଟମ୍‌ ପରେ ଜଣାପଡ଼ିବ। ଅନ୍ୟପକ୍ଷରେ ପ୍ରଭାତ ନଁାରେ ଜିଲାର ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବାବେଳେ ପୂର୍ବରୁ ସେ ବହୁବାର ଗିରଫ ହୋଇଥିବା ଏସ୍‌ପି କାଟାରିଆ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ବଡ଼ ପୁରସ୍କାର: ରାଷ୍ଟ୍ରପତି ଦେଲେ….

ନୂଆଦିଲ୍ଲୀ,୨୬।୧୨: ଭାରତର ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ପ୍ରତ୍ୟେକ ଦିନ ନୂଆ ନୂଆ ସଫଳତା ହାସଲ କରୁଛନ୍ତି। ମାତ୍ର ୧୪ ବର୍ଷ ବୟସରେ ବୈଭବ କ୍ରିକେଟ...

୨୦୨୬ର ପ୍ରଥମ ଦିନ ଭୁଲ୍‌ରେ ବି କରନ୍ତୁ ନାହିଁ ଏହି କାମ: ନଚେତ୍‌ ବର୍ଷସାରା ଗୋଡ଼ାଇବ ଦରିଦ୍ରତା

ନୂଆଦିଲ୍ଲୀ,୨୬।୧୨: ପ୍ରତିବର୍ଷ ଜାନୁଆରୀ ୧ କେବଳ ତାରିଖ ପରିବର୍ତ୍ତନ ନୁହେଁ, ବରଂ ବର୍ଷ ପରିବର୍ତ୍ତନକୁ ମଧ୍ୟ ଚିହ୍ନିତ କରେ। ୨୦୨୬ ନୂତନ ବର୍ଷ ଆସିବାକୁ ଆଉ...

ଚଳନ୍ତା କାର୍‌ରେ ଆଇଟି କମ୍ପାନୀ ମ୍ୟାନେଜରଙ୍କୁ ଗଣବଳାତ୍କାର, ସିଇଓଙ୍କ ସମେତ ୩ ଗିରଫ

ଉଦୟପୁର,୨୬।୧୨: ଚଳନ୍ତା ଗାଡ଼ିରେ ଗଣବଳାତ୍କାର। ଲିଫ୍ଟ ଦେଇ ଲୁଟିନେଲେ ଇଜ୍ଜତ। ନିଜ କମ୍ପାନୀର ଆଇଟି ମ୍ୟାନେଜରଙ୍କୁ ବଳାତ୍କାର କଲେ ସିଇଓ। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା...

ଜଳସମ୍ପଦ କର୍ମଚାରୀଙ୍କ ଦାନ ଅର୍ଥରେ ଚାଲିଛି ଅଞ୍ଚଳବାସୀଙ୍କ ସେବା, ଆଗାମୀ ଦିନରେ…

ଭଞ୍ଜନଗର,୨୬ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳସମ୍ପଦ ବିଭାଗ କର୍ମଚାରୀମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। କର୍ମଚାରୀମାନେ ୨୦୧୦ରେ ମିଶି ଭଞ୍ଜନଗର ଜଳସେଚନ ବିଭାଜନ କର୍ମଚାରୀ...

ରାତି ଅଧରେ ଲାଗିଲା ଗାଡ଼ି ଆଉ ତୁରନ୍ତ ଖାଲି ହେଲା ସରକାରୀ ଘର, ଗୋଟିଏ ମାସ ପୂର୍ବରୁ ମିଳିଥିଲା ନୋଟିସ

ପାଟନା,୨୬।୧୨: ବିହାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରିଙ୍କ ବାସଭବନରୁ ଛୋଟ ଜିନିଷପତ୍ର ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। ଗୁରୁବାର ରାତିରେ, ପାଟନାର ୧୦ ସର୍କୁଲାର ରୋଡରେ ଥିବା...

୨୯ ବଲରେ ଅର୍ଦ୍ଧଶତକ କରି ପ୍ରଶଂସକଙ୍କ ମନ ଜିଣିଲେ ବିରାଟ

ନୂଆଦିଲ୍ଲୀ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ୨୦୨୫-୨୬ ବିଜୟ ହଜାରେ ଟ୍ରଫିରେ ଆଉ ଏକ ଚମତ୍କାର ଇନିଂସ ଖେଳି ତାଙ୍କର ପ୍ରଭାବଶାଳୀ ଫର୍ମ...

କାନାଡ଼ାରେ ଆଉ ଜଣେ ଭାରତୀୟ ଯୁବକଙ୍କୁ ଗୁଳି, ଅଭିଯୁକ୍ତ ଫେରାର

ଓଟାଓ୍ବା,୨୬।୧୨: କାନାଡ଼ାର ଟୋରଣ୍ଟୋ ବିଶ୍ୱବିଦ୍ୟାଳୟର ସ୍କାରବୋରୋ କ୍ୟାମ୍ପସ ନିକଟରେ ଗୁଳିକାଣ୍ଡରେ ଜଣେ ଭାରତୀୟ ଛାତ୍ର ପ୍ରାଣ ହରାଇଛନ୍ତି। ଭାରତୀୟ କନସୁଲେଟ ଗୁରୁବାର (ଡିସେମ୍ବର ୨୫) ଦିନ...

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଲୁଦୁ ଜଳପ୍ରପାତ, ୧୦୦ ଫୁଟ ଉପରୁ ପଡୁଛି ପାଣି, ଯିବାକୁ ଚାହୁଁଥିଲେ ଜାଣନ୍ତୁ…

ରାଇକିଆ,୨୬ା୧୨(ପ୍ରଦୀପ ବେହେରା): ରାଜ୍ୟର ପ୍ରମୁଖ ଜଳପ୍ରପାତଗୁଡ଼ିକ ମଧ୍ୟରୁ ଅନ୍ୟତମ ହେଉଛି କନ୍ଧମାଳ ଜିଲାର ଲୁଦୁ ଜଳପ୍ରପାତ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଏହି ଜିଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri