ଲୁଟ୍‌ ଜୀବନ ନେଲା

ନୟାଗଡ଼ ଅଫିସ,୨।୩:ସୁନାଚେନ ଲୁଟ୍‌ କରି ସ୍ଥାନୀୟ ଲୋକଙ୍କ ହାବୁଡ଼ରେ ପଡ଼ିଯାଇଥିଲେ ଜଣେ ଯୁବକ। ଲୋକେ ଆଇନ ହାତକୁ ନେଲେ ତାଙ୍କୁ ନିର୍ଦ୍ଧୂମ ପିଟିଥିଲେ। ଏଥିରେ ତାଙ୍କର ମୃତ୍ୟୁ ଘଟିଛି। ନୟାଗଡ଼ ସଦର ଥାନା ବାରବାଟି ଗଁାରେ ସୋମବାର ଘଟିଛି ଏହି ଘଟଣା। ମୃତ ଯୁବକ ଜଣକ ହେଲେ ପ୍ରଭାତ ରାଉତ ଓରଫ ପାଙ୍ଗା(୩୫)। ଘର ଶରଣକୁଳ ଥାନା ଗୋଡିପଡ଼ା ଫାଣ୍ଡି ଡିମିଶର ଗଁାରେ। କିନ୍ତୁ ସେ ଓଡ଼ଗଁାରେ ରହୁଥିଲେ। ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି। ଏସ୍‌ପି ସିଦ୍ଧାର୍ଥ କାଟାରିଆ, ନୟାଗଡ ଏସ୍‌ଡିପିଓ ଶୁଭେନ୍ଦୁ ସିଂ ଏବଂ ଆଇଆଇସି ଶରତ ପାତ୍ର ଘଟଣାସ୍ଥଳରେ ପହଞ୍ଚ ତଦନ୍ତ କରିଥିଲେ। ପରେ ସାଇଣ୍ଟଫିକ ଟିମ୍‌ ଆସି ତଦନ୍ତ କରି ଫେରିଛି। ୧୫୦ ଲୋକଙ୍କ ନଁାରେ ୩୪/୨୧ ନମ୍ବରରେ ହତ୍ୟା ମାମଲା ରୁଜୁ ହୋଇଥିବା ଆଇଆଇସି ପାତ୍ର କହିଛନ୍ତି।
ବାରବାଟି ଗଁାର ଅବସରପ୍ରାପ୍ତ ଶିକ୍ଷକ ଅରକ୍ଷିତ ଭଟ୍ଟ ସୋମବାର ସକାଳ ପ୍ରାୟ ୮ଟାରେ ନୟାଗଡ-ଖଣ୍ଡପଡ଼ା ରାସ୍ତାରେ ମର୍ନିଂୱାକ୍‌ରେ ଯାଉଥିଲେ। ଉକ୍ତ ରାସ୍ତାର ପୋତାନଦୀ ନିକଟରେ ପ୍ରଭାତ ଅରକ୍ଷିତଙ୍କୁ ଅଟକାଇ ଧକ୍କା ମାରିଥିଲେ। ଅରକ୍ଷିତ ତଳେ ପଡ଼ିିଯିବା ପରେ ତାଙ୍କଠାରୁ ପ୍ରଭାତ ଚେନ୍‌ ଏବଂ ମୋବାଇଲ ଫୋନ ଛଡାଇ ନେଇଥିଲେ। ସେହି ସମୟରେ ଅରକ୍ଷିତ ପାଟି କରିବାରୁ ଆଖପାଖର ଲୋକମାନେ ଏକାଠି ହୋଇ ପ୍ରଭାତଙ୍କୁ କାବୁ କରିନେଇଥିଲେ। ପରେ ଗଁା ମଙ୍ଗଳା କୋଠିକୁ ତାଙ୍କୁ ନେଇ ଯାଇଥିଲେ। ସେଠାରେ କେତେଜଣ ଲୋକ ପ୍ରଭାତଙ୍କୁ ପ୍ରବଳ ମାଡ଼ ମାରିଥିଲେ। ଏପରି କି ଷ୍ଟିଲ୍‌ ରଡ୍‌ରେ ତାଙ୍କୁ ପିଟାଯାଇଥିଲା। ଶହ ଶହ ଲୋକ ମାଡ଼ ମାରୁଥିବା ଦେଖିଥିଲେ ମଧ୍ୟ କେହି ଅଟକାଇ ନ ଥିଲେ। ତେବେ ଗଁା ସଭାପତି ଏବଂ ପ୍ରଭାତଙ୍କ ଜଣେ ସାଙ୍ଗ ବିରୋଧ କରିବାରୁ ସେମାନଙ୍କୁ ମଧ୍ୟ ଆକ୍ରମଣ ହୋଇଥିଲା। ସଦର ଥାନା ପୋଲିସକୁ ଖବର ଦିଆଯାଇଥିଲା। କିନ୍ତୁ ପୋଲିସ ବିଳମ୍ବରେ ଆସିଥିଲା। ସେତେବେଳକୁ ପ୍ରଭାତଙ୍କ ମୃତ୍ୟୁ ହୋଇସାରିଥିଲା ବୋଲି ତାଙ୍କ ବନ୍ଧୁ ପୁନିଆ ଅଭିଯୋଗ କରିଛନ୍ତି। ଏପରି କି ପ୍ରଭାତଙ୍କୁ ମାଡ଼ ମାରିଥିବା ଲୋକଙ୍କ ନଁା ମଧ୍ୟ ସେ ଗଣମାଧ୍ୟମକୁ କହିଛନ୍ତି। ଲୁଟ୍‌ର ଶିକାର ହୋଇଥିବା ଅରକ୍ଷିତ ଭଟ୍ଟ କୁହନ୍ତି, ମୋତେ ମାରପିଟ୍‌ କରି ସୁନା ଚେନ୍‌ ଓ ମୋବାଇଲ ଫୋନ ନେଇ ଯିବା ପରେ ମୁଁ ଚିତ୍କାର କରିଥିଲି। ମୋ ପାଟି ଶୁଣି କେତେଜଣ ଲୋକ ଉକ୍ତ ଯୁବକଙ୍କୁ ନେଇ ମାରପିଟ୍‌ କରିଥିଲେ। ବାରବାଟି ଗଁାର ଗିରିଧାରୀ ପରିଡ଼ା କୁହନ୍ତି, ଲୁଟେରା ଜଣାପଡ଼ିବା ପରେ ଦେଖଣାହାରୀ ମାଡ଼ ମାରିଥିଲେ। ହେଲେ କିଏ ମାଡ଼ ମାରିଛି ଜଣାପଡ଼ିନି ବୋଲି ସେ କହିଛନ୍ତି। ଏସ୍‌ପି ସିଦ୍ଧାର୍ଥ କାଟାରିଆ କୁହନ୍ତି, ସଦରଥାନା ପୋଲିସ ଖବର ପାଇ ବାରବାଟି ଗଁାକୁ ଯାଇ ଲୋକଙ୍କ କବଳରୁ ପ୍ରଭାତଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରଭାତଙ୍କ ମୃତ୍ୟୁ ହୋଇଛି। ପ୍ରଭାତଙ୍କର କିପରି ମୃତ୍ୟୁ ହେଲା ତାହା ପୋଷ୍ଟମର୍ଟମ୍‌ ପରେ ଜଣାପଡ଼ିବ। ଅନ୍ୟପକ୍ଷରେ ପ୍ରଭାତ ନଁାରେ ଜିଲାର ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବାବେଳେ ପୂର୍ବରୁ ସେ ବହୁବାର ଗିରଫ ହୋଇଥିବା ଏସ୍‌ପି କାଟାରିଆ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri