ଦଳିତ ପରିବାରଙ୍କ ଯାତାୟାତ ରାସ୍ତା ଖୋଳି ବନ୍ଦ

ଆଳି,୬।୫(ଡି.ଏନ.ଏ.): ଆଜିର ସଭ୍ୟ ସମାଜରେ ସମସ୍ତଙ୍କର ଜୀବନ ଜିଇବା ନିମନ୍ତେ ମୌଳିକ ଅଧିକାର ଥିବାବେଳେ କେନ୍ଦ୍ରାପଡ଼ା ଜିଲା ଆଳି ତହସିଲ ଅନ୍ତର୍ଗତ ବିଲିକଣା ଗଁାର ଜଣେ ଦଳିତ ପରିବାରକୁ ଏସବୁ ସୁବିଧାରୁ କେତେଜଣ ଯୁବକ ବଞ୍ଚତ୍ତ କରିଥିବା ଅଭିଯୋଗ ହୋଇଛି। ଗ୍ରାମର ଖଗେଶ୍ୱର ମଳିକଙ୍କ ପୁଅ ଗୋଲେଖଙ୍କ ଅଭିଯୋଗ ଅନୁଯାୟୀ, ସେ ବିଲିକଣା ଗ୍ରାମ ମୁଖ୍ୟରାସ୍ତା କଡ଼ରେ ନିଜ କିଣା ଜମି ଉପରେ ଦୀର୍ଘଦିନ ହେବା ଘରକରି ରହୁଛନ୍ତି। ଘର ସମ୍ମୁଖ ସରକାରୀ ରାସ୍ତାରେ ଯାତାୟାତ କରୁଥିଲେ। କିନ୍ତୁ ଗ୍ରାମର କେତେଜଣ ଯୁବକ ତାଙ୍କୁ ଏହି ରାସ୍ତାରେ ଯାତାୟାତ କରିବାକୁ ହେଲେ ଲକ୍ଷାଧିକ ଟଙ୍କା ଦେବାକୁ ପଡ଼ିବ ବୋଲି ଦାବି କରିଥିଲେ। ଗୋଲେଖଙ୍କ ପରିବାର ଲୋକ ଏତେ ପରିମାଣର ଅର୍ଥ ଦେବାକୁ ଅସମର୍ଥ ହେବାରୁ ଯୁବକମାନେ ଜେସିବି ଲଗାଇ ଯାତାୟାତ କରୁଥିବା ସରକାରୀ ରାସ୍ତାକୁ ଖୋଳି ଦେଇଛନ୍ତି। ଏଥିସହ ସେମାନଙ୍କ ଘରକୁ ଯାଇଥିବା ପାଣି ପାଇପ୍‌ ଲାଇନ୍‌ ମଧ୍ୟ କାଟି ଦିଆଯାଇଛି। ଫଳରେ ପରିବାର ଲୋକେ ଘରୁ ବାହାରିବା ନିମନ୍ତେ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ପାଣି ଲାଗି ସେମାନଙ୍କୁ ଅନ୍ୟ ଗଁାକୁ ଯିବାକୁ ପଡୁଛି। ଏପ୍ରିଲ ୧୦ରେ ଏହି ଘଟଣା ଘଟିବା ପରେ ଗୋଲେଖ ଆଳି ଥାନାରେ ଗ୍ରାମର ୫ ଯୁବକଙ୍କ ନାମରେ ଅଭିଯୋଗ କରିଥିଲେ। ଏଥିସହ ନ୍ୟାୟ ଭିକ୍ଷା କରି ଆଳି ତହସିଲଦାର, ଏସ୍‌ପି ଓ ଜିଲାପାଳଙ୍କ ନିକଟକୁ ଅଭିଯୋଗପତ୍ର ପ୍ରେରଣ କରିଥିଲେ। ମାତ୍ର ଆଜିପର୍ଯ୍ୟନ୍ତ କୌଣସି ପ୍ରଶାସନିକ ଅଧିକାରୀ ତାଙ୍କ ନିକଟରେ ପହଞ୍ଚତ୍ ନ ଥିବା ସେ କ୍ଷୋଭର ସହ କହିଛନ୍ତି। ସେହି ଯୁବକମାନେ ସେମାନଙ୍କୁ ବିଭିନ୍ନ ସମୟରେ ଜୀବନରୁ ମାରିଦେବାକୁ ଧମକ ଦେଉଥିବା ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି। ଏ ନେଇ ଉକ୍ତ ପଞ୍ଚାୟତ ସରପଞ୍ଚ କାନନ ବିହାରୀ ପରିଡ଼ାଙ୍କୁ ପଚାରିବାରୁ ସେ ଘଟଣା ସମ୍ପର୍କରେ ଶୁଣିଛନ୍ତି, ଘଟଣାସ୍ଥଳ ପରିଦର୍ଶନ କରି ବାସ୍ତବ ଘଟଣା କ’ଣ ଜାଣିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି। ଏ ନେଇ ତହସିଲଦାର ଦେବୀ ପ୍ରସାଦ ଆଚାର୍ଯ୍ୟଙ୍କୁ ପଚାରିବାର ଏଭଳି ଅଭିଯୋଗ ପାଇନାହିଁ, ଆପଣଙ୍କ ନିକଟରୁ ଜାଣିବା ପରେ ଶନିବାର ସକାଳେ ଘଟଣାସ୍ଥଳରେ ପହଞ୍ଚତ୍ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି ଯେ, ସରକାରୀ ଜମି ଉପରେ ସରକାରଙ୍କର ଯେତିକି ଅଧିକାର ସାଧାରଣ ଲୋକଙ୍କ ମଧ୍ୟ ସେତିକି ଅଧିକାର ରହିଛି। କେଉଁ ଅଧିକାର ବଳରେ ଗୋଲେଖଙ୍କ ନିକଟରୁ ଗ୍ରାମର କେତେଜଣ ଯୁବକ ଟଙ୍କା ମାଗିଥିଲେ, ସେ ଟଙ୍କା ନ ଦେବାରୁ ତାଙ୍କୁ ଏଭଳି ଅସୁବିଧାରେ ପକାଇଥିଲେ। ଏହି ଘଟଣାକୁ ନେଇ ବିଲିକଣା ଗ୍ରାମର ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ପୁଣି କଡ଼ାକଡ଼ି PUCC ଯାଞ୍ଚ: ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ୧୦ ହଜାର ଫାଇନ

ଭୁବନେଶ୍ୱର,୨।୪: ଆଜିଠୁ ପୁଣି କଡ଼ାକଡ଼ି ହେବ PUCC ଯାଞ୍ଚ। ପଲ୍ୟୁଶନ ସାର୍ଟିଫିକେଟ ନଥିଲେ ଫାଇନ ଦେବାକୁ ପଡ଼ିବ। PUCC ଯାଞ୍ଚ ପାଇଁ ଦିଆଯାଇଥିବା ଡେଡଲାଇନ ଶେଷ ହୋଇଛି।…

ଭାରତକୁ ବନ୍ଧୁତାର ହାତ ବଢାଇଲା ଏହି ଦେଶ: ପାକିସ୍ତାନ ଛାନିଆ

ନୂଆଦିଲ୍ଲୀ,୨।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି। ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ୩୦ ଦିନରୁ ଅଧିକ ସମୟ ବିତିଗଲାଣି। କୌଣସି ପକ୍ଷ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କୁ ଟେନସନ ଦେଲେ ଏକଛତ୍ରବାଦୀ ଶାସକ, ‘ବିନାଶକାରୀ’ ଗେମ୍‌ ଖେଳିଲା ଉତ୍ତର କୋରିଆ

ଓ୍ବାଶିଂଟନ୍‌,୨।୪: ସମଗ୍ର ବିଶ୍ୱ ଇରାନ-ଆମେରିକା ଯୁଦ୍ଧ ଭୟରେ କବଳିତ। ମଧ୍ୟପ୍ରାଚ୍ୟ ଜଳୁଛି। ସାରା ବିଶ୍ୱରେ ତେଲ ଏବଂ ଗ୍ୟାସର ଅଭାବ ରହିଛି। ଇନ୍ଧନ ମୂଲ୍ୟ ଆକାଶଛୁଆଁ। ଏହା…

କ୍ରିକେଟର୍‌ଙ୍କ ଅଭିଯୋଗରେ ଏହି ଅଭିନେତ୍ରୀଙ୍କୁ ବାନ୍ଧିଲା ପୋଲିସ: ପଛରେ ରହିଛି ଏମିତି କାରଣ

କଲମ୍ବୋ,୨।୪: ଶ୍ରୀଲଙ୍କାର କ୍ରିକେଟର ଭାନୁକା ରାଜପକ୍ଷେ ଅଭିନେତ୍ରୀ ହର୍ଷି ରସାଙ୍ଗାଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ଏହା ପରେ ପୋଲିସ ତାଙ୍କୁ ଗିରଫ କରିଛି। ଏହି ମାମଲା…

ବିହାର ଛାଡି ଦିଲ୍ଲୀ ଯିବେ ନୀତୀଶ: ଏହିଦିନ ରାଜ୍ୟ ସଭା ଏମ୍‌ପି ଭାବେ ନେବେ ଶପଥ

ପାଟନା,୨।୪: ବିହାରରେ ନୀତୀଶ କୁମାର ଯୁଗର ଶେଷ ହେବାକୁ ଯାଉଛି। ନିକଟରେ ନୀତୀଶ କୁମାର ବିହାର ବିଧାନ ପରିଷଦରୁ ଇସ୍ତଫା ଦେଇଛନ୍ତି। ଏବେ, ଦିଲ୍ଲୀ ପାଇଁ ତାଙ୍କର…

ମୁହଁରେ କପଡ଼ା ବାନ୍ଧି ବାପାଙ୍କୁ ଲୁଟିବାକୁ ଆସିଥିଲେ ପୁଅ: ୧୦ ଲକ୍ଷ ଟଙ୍କା ନେବା ପରେ ଘଟିଲା…

ନୂଆଦିଲ୍ଲୀ,୨।୪: ଦିଲ୍ଲୀର ଲକ୍ଷ୍ମୀ ନଗର ଅଞ୍ଚଳରେ ଘଟିଥିବା ୧୦ ଲକ୍ଷ ଡକାୟତି ଘଟଣାର ସମାଧାନ ପୋଲିସ ମାତ୍ର ୨୪ ଘଣ୍ଟା ମଧ୍ୟରେ କରିଛି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା…

ସକାଳୁ ସକାଳୁ ଥରିଲା ପୃଥିବୀ, ୭.୪ ତୀବ୍ରତାର ଭୂକମ୍ପ ପରେ ଲୋକେ ଘରୁ ଦୌଡି….

ଜାକାର୍ତ୍ତା,୨ା୪: ଇଣ୍ଡୋନେସିଆରେ ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୪ ରେକର୍ଡ କରାଯାଇଛି । ଭୂମିକମ୍ପ ପରେ ସୁନାମି ଚେତାବନୀ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri