କାମ ନ ସରି ରାସ୍ତା ଫାଟିଲା

ନିଶ୍ଚିନ୍ତକୋଇଲି,୨୬। ୬(ଅଶୋକ କୁମାର ମହାପାତ୍ର): ନିଶ୍ଚିନ୍ତକୋଇଲି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଖନ୍ଦଳ ଠାରୁ ଝାଡ଼େଶ୍ୱପୁର ଭାୟା ଉମର ରାସ୍ତା କାମ ଚାଲିଛି।
ଏହି କାମ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ନିଶ୍ଚିନ୍ତକୋଇଲି ସବ୍‌ଡିଭିଜନ ଅଧୀନରେ ଏହି ରାସ୍ତାର ଉନ୍ନତିକରଣ ଓ ଦୋହରିକରଣ ପାଇଁ ଟେଣ୍ଡର କରାଯାଇ କାର୍ଯ୍ୟ ତ୍ୱରାନ୍ବିତ ହୋଇଛି। କିନ୍ତୁ ସମ୍ପୃକ୍ତ ଠିକାଦାର ସରକାରୀ ନୀତି ନିୟମକୁ ଉଲ୍ଲଂଘନ କରି ରାସ୍ତା କାମ ନିମ୍ନ ମାନର କରିଥିବାରୁ କାମ ନ ସରୁଣୁ ରାସ୍ତା ଫାଟିଯାଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ମନମୁଖୀ ଭାବେ କାର୍ଯ୍ୟ ଯୋଗୁ ରାସ୍ତାର ଏପରି ଅବସ୍ଥା ହୋଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ପଡ଼ିଥିବା ମାଟି କୋନାଲ ଓ ଗୋଚରରୁ ଖୋଳି ଏଠାରେ ପକାଇଯାଇଛି। ଏଥିସହ ନିମ୍ନମାନର ସାମଗ୍ରୀ ବ୍ୟବହାର ଯୋଗୁ କାମ ନ ସରୁଣୁ ରାସ୍ତା ଫାଟି ଦୁଇଫାଳ ହୋଇଯାଇଛି।
ବିଭାଗୀୟ ସୂଚନା ଅନୁଯାୟୀ, ଏହି ରାସ୍ତା କାମ ପାଇଁ ବିଭାଗୀୟ ଟେଣ୍ଡର କରାଯାଇ ଠିକାରେ ଦିଆଯାଇଥିଲା। ୯।୯।୨୦୨୨ରୁ ଆରମ୍ଭ ହୋଇଥିବା ଏହି କାମ ୮।୮।୨୦୨୩ ମଧ୍ୟରେ ପୂର୍ଣ୍ଣାଙ୍ଗ କରିବା ପାଇଁ ବିଭାଗୀୟ ସୂଚନା ରହିଛି। ୯.୪୦୦ କି. ମି. ଲମ୍ବ ଏହି ରାସ୍ତା କାର୍ଯ୍ୟପାଇଁ ୬୨୨.୪୧ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି। ୫ ବର୍ଷ ରକ୍ଷଣାବେକ୍ଷଣ ପାଇଁ ୫୨.୫୮ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଛି। ଏହି ରାସ୍ତାର ୭.୭୯୦ କି.ମି. ପିଚୁ ଓ ୧.୬୧୦ କିମି ପକ୍କା, ୩.୭୫ମିଟର ଚଉଡା କରାଯିବା ସହ ୭ଟି କଲଭର୍ଟ ନିର୍ମାଣ ପାଇଁ ବ୍ୟୟ ବରାଦ କରାଯାଇଛି। ୨,୪୯,୧୧୪ ଘନ ସେମି ମାଟି, ଗ୍ରାନୁଲାର ସବବେସ ୩୨୧୪ଘନ ମିଟର(୫୩୫ ଟ୍ରକ),ମେଟାଲିଂ ୪୧୭୫ ଘନ ମିଟର, ପିଚୁ ସ୍ତର ୧୯୩୪ ଘନ ମିଟର ଓ ୨୦ ମିଲିମିଟର ପ୍ରମିକ୍ସ କାରପେଟ ବ୍ୟବହାର କରି ଏହିରାସ୍ତା ନିର୍ମାଣ କରିବାକୁ ବିଭାଗ ପକ୍ଷରୁ ଠିକାଦାରଙ୍କ ସହ ଚୁକ୍ତିପତ୍ର କରିଛନ୍ତି। କିନ୍ତୁ ବାସ୍ତବ ପକ୍ଷେ ଏହି ଅନୁଯାୟୀ କାର୍ଯ୍ୟ କରାଯାଉନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଗୋଟିଏ ଅସରା ବର୍ଷା ପରେ ନବ ନିର୍ମିତ ରାସ୍ତା ରାସ୍ତା ଅବସ୍ଥା ଶୋଚନୀୟ ହୋଇଯାଇଛି। ଆଗକୁ ବର୍ଷା ଦିନ ଆସୁଥିବାରୁ ଏହାର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ସରୋଜ କୁମାର ଗାହାଣ କୁହନ୍ତି, ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଚାଲୁଛି। ଏହି ରାସ୍ତା ତଳେ ପାନୀୟ ଜଳ ପାଇଁ ପାଇପ ବିଛାଯାଇଥିଲା। ସେଥିପାଇଁ ରାସ୍ତା ଦବିଯାଇଛି। ଯେହେତୁ ରାସ୍ତା କାର୍ଯ୍ୟ ତ୍ୱରାନ୍ବିତ ହେଉଛି ସମ୍ପୃକ୍ତ ଠିକାଦାର ଉକ୍ତ କାର୍ଯ୍ୟକୁ ପୁନର୍ବାର କରିବା ପାଇଁ ବିଭାଗୀୟ ନିର୍ଦ୍ଦେଶନାମା ଜାରି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

ନବୀନ ଦେଲେ ଗୁରୁ ଦାୟିତ୍ବ: ସବିତା ପ୍ରଧାନ କଳାହାଣ୍ଡି ବିଜେଡି ମହିଳା ସଭାନେତ୍ରୀ

ଭବାନୀପାଟଣା,୧୫।୨(ଉତ୍ତମ କୁମାର ଦାଶ)-ରାଜ୍ୟ ସଭାପତି ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରବିବାର ରାଜ୍ୟର ବିଭିନ୍ନ ଜିଲାର ମହିଳା ସଭାନେତ୍ରୀଙ୍କ ନାମ ଘୋଷଣା କରିଛନ୍ତି। ଏହି କ୍ରମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri