ଉଦ୍‌ଘାଟନର ୬ ମାସରେ ରାସ୍ତା ଫାଟି ଆଁ

ପଟ୍ଟାମୁଣ୍ଡାଇ,୧ା୧୧(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ-୨ ଅଧୀନରେ ନିର୍ମିତ ଗୁଣୁପୁରଠାରୁ କାଠିଆପଡା ୭. ୫୦୦ କି.ମି. ରାସ୍ତାଟି ଉଦ୍‌ଘାଟନର ୬ ମାସ ମଧ୍ୟରୁ ଫାଟି ଅଁା କରିଛି। ରାସ୍ତାରୁ ପିଚୁ ଉଠିଗଲାଣି। ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟ୍ଟକଳରେ ନିର୍ମିତ ଏହି ରାସ୍ତାଟି ୨୦୧୯ ଅଗଷ୍ଟ ୧୯ ଠାରୁ ଆରମ୍ଭ ହୋଇ ୨୦୨୦ ଜୁଲାଇ ୧୮ରେ ଶେଷ ହେବାକୁ ଚୁକ୍ତି ହୋଇଥିଲା। ଠିକାଦାର ରାସ୍ତାର ନିର୍ମାଣ କାର୍ଯ୍ୟ ୨୦୨୧ରେ ଶେଷ କରିବା ପରେ ଜାନୁୟାରୀ ୩୦ରେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ଲୋକାର୍ପଣ କରିଥିଲେ। ଉତ୍ସବରେ କେନ୍ଦ୍ରାପଡ଼ା ଏମ୍‌ପି ଅନୁଭବ ମହାନ୍ତି ମୁଖ୍ୟଅତିଥି, ରାଜନଗର ବିଧାୟକ ଧ୍ରୁବ ସାହୁ ଓ ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତି ଅଧ୍ୟକ୍ଷା ଜ୍ୟୋତିର୍ମୟୀ ବେହେରା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ।
ରାସ୍ତାର ଗୁଣପୁରପଟଣାଠାରୁ ଆରମ୍ଭ ହୋଇ ଗୋବରୀ ସମ୍ପ୍ରସାରିତ କେନାଲରୁ ବାହାରିଥିବା କେନାଲ ବନ୍ଧରେ ୧୭ ଶହ ମିଟର ନିର୍ମାଣ ପରେ ଅଳଭା-ଗଣ୍ଡାକିଆ ପୂର୍ତ୍ତ ବିଭାଗ ରାସ୍ତାରେ ମିଶିଛି। ସେଠାରୁ ପ୍ରାୟ ହଜାର ମିଟର ବ୍ୟବଧାନ ପରେ ପୁଣି ଗୋବରୀ ସମ୍ପ୍ରସାରିତ କେନାଲରୁ ବାହାରିଥିବା ୨ନଂ. କେନାଲ ବନ୍ଧରେ ରାସ୍ତା ନିର୍ମାଣ ହୋଇଛି। ଏହି ରାସ୍ତାଟି ସାହୁପଡା ଭାୟା ମିଞ୍ଜାଉଣୀ ଦେଇ ପଟ୍ଟାମୁଣ୍ଡାଇ-କାଠିଆପଡା ଗ୍ରାମ୍ୟ ଉନ୍ନୟନ ରାସ୍ତାକୁ ସଂଯୋଗ କରିଛି। ରାସ୍ତା ନିର୍ମାଣ ପାଇଁ ବିଭାଗୀୟ ବ୍ୟୟ ଅଟ୍ଟକଳ ୨, ୭୩, ୨୬୦୦୦ ଥିବାବେଳେ ୫ ବର୍ଷର ରକ୍ଷଣାବେକ୍ଷଣ ପାଇଁ ୩୨ ଲକ୍ଷ ୩୨ ହଜାର ଟଙ୍କା ବିଭାଗୀୟ ମଞ୍ଜୁରୀ ରହିଛି। ଉଦ୍‌ଘାଟନର ୬ ମାସ ମଧ୍ୟରେ ରାସ୍ତା ଦବି ଯାଇ ଆଣ୍ଠୁଏ ଲେଖାଏ ଗର୍ତ୍ତ ସୃଷ୍ଟି ହେବା ସହ ପିଚୁ ଉଠି ଯାତାୟାତ ଅନୁପୋଯୋଗୀ ହୋଇପଡିଛି। ଏହି ରାସ୍ତା ନିର୍ମାଣ ସମୟରେ କେନାଲ ମଧ୍ୟରୁ ଓ ପାଟନାଳୀରୁ ଠିକାଦାର ଜେସିବି ଲଗାଇ ପଙ୍କ ମାଟି ଉଠାଇ ରାସ୍ତା ନିର୍ମାଣ କାର୍ଯ୍ୟ କରୁଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା। ଏହି କାର୍ଯ୍ୟର ତଦାରଖ ଦାୟିତ୍ୱ ନିର୍ବାହୀଯନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ବିଭାଜନ-୨ କେନ୍ଦ୍ରାପଡ଼ାଙ୍କ ଉପରେ ନ୍ୟସ୍ତ ରହିଥିଲା। କିନ୍ତୁ ଏଥିପ୍ରତି ବିଭାଗୀୟ ଅଧିକାରୀ କର୍ଣ୍ଣପାତ କରି ନ ଥିବା ଲୋକେ ଅଭିଯୋଗ କରିଛନ୍ତି। ଏବେ ଏହି ରାସ୍ତା ପାଇଁ ଥିବା ବିଭାଗୀୟ ବ୍ୟୟ ଅଟ୍ଟକଳ ୩କୋଟି ୫ଲକ୍ଷ ୫୮ହଜାର ଟଙ୍କା ପାଣିରେ ପଡିବା ସାର ହୋଇଛି।
ସୂଚନାଯୋଗ୍ୟ ରାସ୍ତାଟି ଜଳସମ୍ପଦ ବିଭାଗ ୨ନଂ. କେନାଲ ବାମପାଶର୍‌ବରେ କାମ ଚାଲୁଥିବା ବେଳେ ଠିକାଦାର ବେଆଇନ ଭାବେ କେନାଲ ଭିତରୁ ଓ ପାର୍ଶ୍ୱରୁ ଜେସିବିରେ ମାଟି ଉଠାଇ ରାସ୍ତା ଉଚ୍ଚା ଓ ଚଉଡା କରିଥିଲେ। ଫଳରେ ଚାଷ ଜମିକୁ ପାଣି ମାଡିବା ଆସମ୍ଭବ ହୋଇପଡିଛି। ଦବି ଯାଇଥିବା ରାସ୍ତାକୁ ଖୋଳି ସେଥିରେ ମେଟାଲ ପକାଇ ପୁଣି ନିର୍ମାଣ କରାଯିବାକୁ ବୈଷୟିକ ନିର୍ଦ୍ଦେଶନାମା ଥିବାବେଳେ ଠିକାଦାର ଧସା ବାଲି ଓ ବଜୁରୀ ଗୁଣ୍ଡ ପକାଇ ଯେନେତେନ ପ୍ରକାରେ ତାଳି ପକା କାମ କରୁ ଥିବା ଅଭିଯୋଗ ହୋଇଛି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଓ ରାଜ୍ୟ ସରକାର ତ୍ରୁଟିପୂର୍ଣ୍ଣ ଭାବେ ନିର୍ମାଣ ହୋଇଥିବା ରାସ୍ତା କାମରେ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଟ୍ଟାମୁଣ୍ଡାଇ କଂଗ୍ରେସ ବ୍ଲକ ସଭାପତି ମଳୟ କୁମାର ଦାସ ଦାବି କରିଛନ୍ତି। ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ଅଜିତ କୁମାର ସାହୁଙ୍କୁ ପଚାରିବାରୁ ଏ ରାସ୍ତା କାମ ବିଷୟରେ କିଛି ଜାଣିନାହିଁ। ପଟ୍ଟାମୁଣ୍ଡାଇ ଏସ୍‌ଡିଓଙ୍କୁ ପଚାରି କହିବି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଡଭଗାରେ ଚାଞ୍ଚଲ୍ୟ: ଦିନରେ ବୁଲିଲା ଛୁରି-ଭୁଜାଲି

ବରଗଡ଼,୨।୪(ପ୍ରେମାନନ୍ଦ ଖମାରୀ): ବରଗଡ ଜିଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ଥମିବାର ନାଁ ନେଉନି। ଗତ କିଛିଦିନ ତଳେ ଜିଲାର ସଦର ମହକୁମା ବରଗଡ଼ ସହରରେ ଆଇନ ଶୃଙ୍ଖଳା…

ଯୁଦ୍ଧ ମଧ୍ୟରେ ଭାରତ ସରକାର ନେଲେ ବଡ଼ ନିଷ୍ପତ୍ତି : ଏହି ଉତ୍ପାଦ ଉପରେ ଜୁନ ଯାଏ…

ନୂଆଦିଲ୍ଲୀ,୨।୪: ଆଜି ମଧ୍ୟପ୍ରାଚ୍ୟ ଯୁଦ୍ଧର ୩୪ତମ ଦିନ। ଏହି ଯୁଦ୍ଧ ବିଶ୍ୱ ବାଣିଜ୍ୟ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇଛି। ଏହି ସମୟରେ, ଭାରତ ସରକାର ଏକ…

୫ ଜିଲାକୁ ଝଡ଼ବର୍ଷା, ଆଜି ଏସବୁ ଅଞ୍ଚଳରେ ଘଡ଼ଘଡ଼ି ସହ…

ଭୁବନେଶ୍ୱର,୨ା୪: ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଗରମ ଅନୁଭୂତ ହେଉଥିବାବେଳେ ଉପକୂଳରେ ଥଣ୍ଡା ଅନୁଭୂତ ହେଉଛି। ଗତ କିଛିଦିନ ଧରି ରାଜ୍ୟରେ ଏପରି ତାପମାତ୍ରା ଦେଖିବାକୁ ମିଳୁଛି। ଏନେଇ…

ହର୍ମୁଜକୁ ଟ୍ରମ୍ପ ନେଲେ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି: ସାରା ବିଶ୍ୱରେ ହଲଚଲ

ଓ୍ବାଶିଂଟନ୍‌,୨।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ଏବଂ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଏକ ପ୍ରମୁଖ ବିବୃତ୍ତି ଜାରି କରିଛନ୍ତି। ସେ ଦୃଢ଼ତାର ସହିତ…

ଖଣି, ଶିଳ୍ପାଞ୍ଚଳର ଗ୍ରାମାଞ୍ଚଳ ପାଠାଗାର ଚିନ୍ତା

ଯାଜପୁର,୨ା୪(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ କଲେଜ, ହାଇସ୍କୁଲ ଓ ସାଧାରଣ ପାଠାଗାର ପ୍ରାୟ ୪୦୦ ଭଳି ରହିଛି। କେତେକ ପାଠାଗାରରେ ୫୦ରୁ ୬୦ ବର୍ଷ ପୁରୁଣା ମୂଲ୍ୟବାନ…

ରକ୍ତଦାନ, ମହାପୁଣ୍ୟ: ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ୪୧ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୨।୪(ଅଶେଷ ନାଥ ମିଶ୍ର): ଓଡ଼ିଶା ଦିବସ ଅବସରରେ ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ଗଣିଆନାଳ ଛକର ମା’ ପିତାମ୍ବରୀ ବଣିକ ସଂଘ ପକ୍ଷରୁ ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟ…

ଚୋରାରେ ଚାଲିଛି ଗ୍ୟାସ୍‌ କାରବାର, ୯୦ ଘରୋଇ ସିଲିଣ୍ଡର ଜବତ

ମୋହନା,୨ା୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଅଞ୍ଚଳରୁ ଗୋଟିଏ ଗାଁରୁ ୯୦ଟି ଘରୋଇ ସିଲିଣ୍ଡର ଜବତ ହୋଇଛି। ଇରାନ ଓ ଆମେରିକା ଯୁଦ୍ଧ ଲାଗିବା ପରଠାରୁ…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri