ଉଦ୍‌ଘାଟନର ୬ ମାସରେ ରାସ୍ତା ଫାଟି ଆଁ

ପଟ୍ଟାମୁଣ୍ଡାଇ,୧ା୧୧(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ-୨ ଅଧୀନରେ ନିର୍ମିତ ଗୁଣୁପୁରଠାରୁ କାଠିଆପଡା ୭. ୫୦୦ କି.ମି. ରାସ୍ତାଟି ଉଦ୍‌ଘାଟନର ୬ ମାସ ମଧ୍ୟରୁ ଫାଟି ଅଁା କରିଛି। ରାସ୍ତାରୁ ପିଚୁ ଉଠିଗଲାଣି। ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟ୍ଟକଳରେ ନିର୍ମିତ ଏହି ରାସ୍ତାଟି ୨୦୧୯ ଅଗଷ୍ଟ ୧୯ ଠାରୁ ଆରମ୍ଭ ହୋଇ ୨୦୨୦ ଜୁଲାଇ ୧୮ରେ ଶେଷ ହେବାକୁ ଚୁକ୍ତି ହୋଇଥିଲା। ଠିକାଦାର ରାସ୍ତାର ନିର୍ମାଣ କାର୍ଯ୍ୟ ୨୦୨୧ରେ ଶେଷ କରିବା ପରେ ଜାନୁୟାରୀ ୩୦ରେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ଲୋକାର୍ପଣ କରିଥିଲେ। ଉତ୍ସବରେ କେନ୍ଦ୍ରାପଡ଼ା ଏମ୍‌ପି ଅନୁଭବ ମହାନ୍ତି ମୁଖ୍ୟଅତିଥି, ରାଜନଗର ବିଧାୟକ ଧ୍ରୁବ ସାହୁ ଓ ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତି ଅଧ୍ୟକ୍ଷା ଜ୍ୟୋତିର୍ମୟୀ ବେହେରା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ।
ରାସ୍ତାର ଗୁଣପୁରପଟଣାଠାରୁ ଆରମ୍ଭ ହୋଇ ଗୋବରୀ ସମ୍ପ୍ରସାରିତ କେନାଲରୁ ବାହାରିଥିବା କେନାଲ ବନ୍ଧରେ ୧୭ ଶହ ମିଟର ନିର୍ମାଣ ପରେ ଅଳଭା-ଗଣ୍ଡାକିଆ ପୂର୍ତ୍ତ ବିଭାଗ ରାସ୍ତାରେ ମିଶିଛି। ସେଠାରୁ ପ୍ରାୟ ହଜାର ମିଟର ବ୍ୟବଧାନ ପରେ ପୁଣି ଗୋବରୀ ସମ୍ପ୍ରସାରିତ କେନାଲରୁ ବାହାରିଥିବା ୨ନଂ. କେନାଲ ବନ୍ଧରେ ରାସ୍ତା ନିର୍ମାଣ ହୋଇଛି। ଏହି ରାସ୍ତାଟି ସାହୁପଡା ଭାୟା ମିଞ୍ଜାଉଣୀ ଦେଇ ପଟ୍ଟାମୁଣ୍ଡାଇ-କାଠିଆପଡା ଗ୍ରାମ୍ୟ ଉନ୍ନୟନ ରାସ୍ତାକୁ ସଂଯୋଗ କରିଛି। ରାସ୍ତା ନିର୍ମାଣ ପାଇଁ ବିଭାଗୀୟ ବ୍ୟୟ ଅଟ୍ଟକଳ ୨, ୭୩, ୨୬୦୦୦ ଥିବାବେଳେ ୫ ବର୍ଷର ରକ୍ଷଣାବେକ୍ଷଣ ପାଇଁ ୩୨ ଲକ୍ଷ ୩୨ ହଜାର ଟଙ୍କା ବିଭାଗୀୟ ମଞ୍ଜୁରୀ ରହିଛି। ଉଦ୍‌ଘାଟନର ୬ ମାସ ମଧ୍ୟରେ ରାସ୍ତା ଦବି ଯାଇ ଆଣ୍ଠୁଏ ଲେଖାଏ ଗର୍ତ୍ତ ସୃଷ୍ଟି ହେବା ସହ ପିଚୁ ଉଠି ଯାତାୟାତ ଅନୁପୋଯୋଗୀ ହୋଇପଡିଛି। ଏହି ରାସ୍ତା ନିର୍ମାଣ ସମୟରେ କେନାଲ ମଧ୍ୟରୁ ଓ ପାଟନାଳୀରୁ ଠିକାଦାର ଜେସିବି ଲଗାଇ ପଙ୍କ ମାଟି ଉଠାଇ ରାସ୍ତା ନିର୍ମାଣ କାର୍ଯ୍ୟ କରୁଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା। ଏହି କାର୍ଯ୍ୟର ତଦାରଖ ଦାୟିତ୍ୱ ନିର୍ବାହୀଯନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ବିଭାଜନ-୨ କେନ୍ଦ୍ରାପଡ଼ାଙ୍କ ଉପରେ ନ୍ୟସ୍ତ ରହିଥିଲା। କିନ୍ତୁ ଏଥିପ୍ରତି ବିଭାଗୀୟ ଅଧିକାରୀ କର୍ଣ୍ଣପାତ କରି ନ ଥିବା ଲୋକେ ଅଭିଯୋଗ କରିଛନ୍ତି। ଏବେ ଏହି ରାସ୍ତା ପାଇଁ ଥିବା ବିଭାଗୀୟ ବ୍ୟୟ ଅଟ୍ଟକଳ ୩କୋଟି ୫ଲକ୍ଷ ୫୮ହଜାର ଟଙ୍କା ପାଣିରେ ପଡିବା ସାର ହୋଇଛି।
ସୂଚନାଯୋଗ୍ୟ ରାସ୍ତାଟି ଜଳସମ୍ପଦ ବିଭାଗ ୨ନଂ. କେନାଲ ବାମପାଶର୍‌ବରେ କାମ ଚାଲୁଥିବା ବେଳେ ଠିକାଦାର ବେଆଇନ ଭାବେ କେନାଲ ଭିତରୁ ଓ ପାର୍ଶ୍ୱରୁ ଜେସିବିରେ ମାଟି ଉଠାଇ ରାସ୍ତା ଉଚ୍ଚା ଓ ଚଉଡା କରିଥିଲେ। ଫଳରେ ଚାଷ ଜମିକୁ ପାଣି ମାଡିବା ଆସମ୍ଭବ ହୋଇପଡିଛି। ଦବି ଯାଇଥିବା ରାସ୍ତାକୁ ଖୋଳି ସେଥିରେ ମେଟାଲ ପକାଇ ପୁଣି ନିର୍ମାଣ କରାଯିବାକୁ ବୈଷୟିକ ନିର୍ଦ୍ଦେଶନାମା ଥିବାବେଳେ ଠିକାଦାର ଧସା ବାଲି ଓ ବଜୁରୀ ଗୁଣ୍ଡ ପକାଇ ଯେନେତେନ ପ୍ରକାରେ ତାଳି ପକା କାମ କରୁ ଥିବା ଅଭିଯୋଗ ହୋଇଛି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଓ ରାଜ୍ୟ ସରକାର ତ୍ରୁଟିପୂର୍ଣ୍ଣ ଭାବେ ନିର୍ମାଣ ହୋଇଥିବା ରାସ୍ତା କାମରେ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଟ୍ଟାମୁଣ୍ଡାଇ କଂଗ୍ରେସ ବ୍ଲକ ସଭାପତି ମଳୟ କୁମାର ଦାସ ଦାବି କରିଛନ୍ତି। ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ଅଜିତ କୁମାର ସାହୁଙ୍କୁ ପଚାରିବାରୁ ଏ ରାସ୍ତା କାମ ବିଷୟରେ କିଛି ଜାଣିନାହିଁ। ପଟ୍ଟାମୁଣ୍ଡାଇ ଏସ୍‌ଡିଓଙ୍କୁ ପଚାରି କହିବି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri