ପୋତାଗଡ଼ ମହୋତ୍ସବ ପାଇଁ ବାଟ ଫିଟିଲା, ପ୍ରତିଶ୍ରୁତି ଦେଇ ଜିଲାପାଳ କହିଲେ…

ଗଞ୍ଜାମ,୩ା୧(ବିଦ୍ୟାଧର ସାହୁ): ଗଞ୍ଜାମ ସହର ନିକଟରେ ଐତିହାସିକ ପୋତାଗଡ଼ ଅବସ୍ଥିତ। ଦୀର୍ଘଦିନ ଧରି ବନ୍ଦ ହୋଇଥିବା ଐତିହାସିକ ପୋତାଗଡ଼ ମହୋତ୍ସବ ଅନୁଷ୍ଠିତ ହେବା ପାଇଁ ବାଟ ଖୋଲିଲା। ବ୍ରହ୍ମପୁର ଗଞ୍ଜାମ ସହର ସିଟି ବସ୍‌ସେବା ପୁନର୍ବାର ପ୍ରଚଳନ ଓ ଋଷିକୂଲ୍ୟା ନଦୀକୁ ଯିବା ପାଇଁ ସୁରକ୍ଷିତ ପାହାଚ ନିର୍ମାଣ ସମ୍ପର୍କରେ ଆଜି ଗଞ୍ଜାମ ଜିଲାପାଳଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି।
ଗଞ୍ଜାମ ଭରସା ଅନୁଷ୍ଠାନର ସମ୍ପାଦକ ଶ୍ରୀ ଦୁର୍ଗା ମାଧବ ପାଣିଗ୍ରାହୀ ଅଞ୍ଚଳବାସୀ ଓ ଗଞ୍ଜାମ ଏନ୍‌ଏସିର ଜନପ୍ରତିନିଧିମାନଙ୍କ ଦସ୍ତଖତ ସମ୍ବଳିତ ଏକ ସ୍ମାରକପତ୍ର ଜିଲାପାଳଙ୍କୁ ପ୍ରଦାନ କରି ଏହି ସମସ୍ତ ଦାବି ସମ୍ପର୍କରେ ଧ୍ୟାନ ଆକର୍ଷଣ କରିଥିଲେ।

ଉଲ୍ଲେଖନୀୟ ଯେ, ୨୦୧୯ରେ ଦୁଇଦିନିଆ ଐତିହାସିକ ପୋତାଗଡ଼ ମହୋତ୍ସବ ସଫଳତାର ସହିତ ଅନୁଷ୍ଠିତ ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏହା ବନ୍ଦ ହୋଇଯାଇଥିଲା। ଏହି ସମ୍ପର୍କରେ ଜିଲାପାଳ କହିଥିଲେ ଯେ, ଏନ୍‌ଏସି, ବ୍ଲକ ପ୍ରଶାସନ ଓ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହଯୋଗରେ ପଦକ୍ଷେପ ନିଆଗଲେ, ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଦିଆଯିବ।
ସେହିପରି ୨୦୨୩ ମସିହା ମେ’ ୩୦ରେ ଆରମ୍ଭ ହୋଇଥିବା ଗଞ୍ଜାମ ବ୍ରହ୍ମପୁର ସରକାରୀ ସିଟି ବସ୍‌ସେବା ପରବର୍ତ୍ତୀ ସମୟରେ ବନ୍ଦ ହୋଇଯାଇଥିଲା। ବର୍ତ୍ତମାନ ଆମ ବସ୍‌ ସେବା ନୂତନ ଭାବେ ଜିଲାକୁ ଆସୁଥିବା ପରିପ୍ରେକ୍ଷୀରେ, ଏହି ରୁଟ୍‌ରେ ପୁନର୍ବାର ବସ୍‌ସେବା ପ୍ରଚଳନ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଜିଲପାଳ ସୂଚନା ଦେଇଛନ୍ତି।

ସେହିପରି ଗଞ୍ଜାମ ସହର ଦାମୋଦରପୁର ଅଞ୍ଚଳ ଦେଇ ପ୍ରବାହିତ ଋଷିକୂଲ୍ୟା ନଦୀ ଉପରେ ଥିବା ଦୁଇଟି ରେଳ ବ୍ରିଜର ତଳଭାଗରେ ନଦୀକୁ ଯିବା ପାଇଁ ପାହାଚ ନିର୍ମାଣ ଦାବି ଉଠାଯାଇଥିଲା। ପାହାଚ ନ ଥିବାରୁ କାର୍ତ୍ତିକ ମାସ ପାହାନ୍ତିଆ ସ୍ନାନ, ଶ୍ରାବଣ ମାସର ବୋଲବୋମ ଯାତ୍ରା ଓ ବୋଇତ ବନ୍ଦାଣ ଉତ୍ସବ ସମୟରେ ମହିଳା, ବୃଦ୍ଧ, ଭକ୍ତ ଓ ପର୍ଯ୍ୟଟକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା କଥା ଜଣାଯାଇଥିଲା।
ଉଲ୍ଲେଖନୀୟ ଯେ, ଏହି ବିଷୟ ସମ୍ପର୍କରେ ଗଞ୍ଜାମ ଜିଲାପାଳଙ୍କ ସହ ଆଲୋଚନା କରାଯାଇଥିଲା। ଏଥିରେ ଜିଲାପାଳ ତତ୍କାଳ ସମ୍ପୃକ୍ତ ଜଳସେଚନ ବିଭାଗର ଅଧିକାରୀମାନଙ୍କୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri