ମୋରମ ପାଇଁ ପାହାଡ଼ କାଟିଦେଲା ପୂର୍ତ୍ତ ବିଭାଗ, ବାରିଝୋଲା ଗ୍ରାମବାସୀ…

ରାୟଗଡ଼ା,୨୯।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ହାଲୁଆ ପଞ୍ଚାୟତ ଅନ୍ତର୍ଗତ ବାରିଝୋଲା ଗ୍ରାମସ୍ଥିତ ପଦ୍ମାବତୀ ହରିକୁପା ପାହାଡ଼ରୁ ଚାଲିଛି ମୋରମ ଖନନ। ତେବେ ମୋରମ ଖନନ ଯୋଗୁ ପାହାଡ଼ରେ ଥିବା ବୃକ୍ଷଲତା ନଷ୍ଟହେବା ଆଶଙ୍କା ଦେଖାଦେଇଛି । ଏଥିସହ ଉକ୍ତ ପାହାଡ଼ରେ ଅଞ୍ଚଳର ବାରିଝୋଲା, ଆମ୍ବଗୁଡ଼ା, ଶିରିଗୁଡ଼ାର ଆଦିବାସୀମାନେ ପୂର୍ବ ପୁରୁଷରୁ ପୂଜା କରିଆସୁଛନ୍ତି। ସେମାନଙ୍କର ସ୍ମୃତି ସହିତ ବିିଭିନ୍ନ କିମ୍ବଦନ୍ତୀ ରହିଥିବା ଅଞ୍ଚଳବାସୀ କହିଛନ୍ତି। ଏଥିସହ ଉକ୍ତ ପାହାଡ଼ରେ ଏବେ ଏକ ହନୁମାନ ମନ୍ଦିର ମଧ୍ୟ ପ୍ରତିଷ୍ଠା କରାଯାଇଛି। ଗୁରୁବାର ଉକ୍ତ ପାହାଡର ତଳ ଭାଗରୁ ଜେସିବି ମେଶିନ ସାହାଯ୍ୟରେ ମୋରମ ମାଟି ଖୋଳାଯାଉଥିବାବେଳେ ବାରିଝୋଲା ଗ୍ରାମବାସୀ ଏହାକୁ ବିରୋଧ କରିଛନ୍ତି। ତେବେ ମୋରମ ଖୋଳୁଥିବା ଜେସିବି ମେଶିନ ଚାଳକଙ୍କୁ ଗ୍ରାମବାସୀ ପଚାରିବାରୁ ତହସିଲଦାରଙ୍କ ନିର୍ଦ୍ଦେଶରେ ଏହା ଖୋଳାଯାଉଥିବା କହିଥିଲେ। ଏ ନେଇ ରାୟଗଡ଼ା ତହସିଲଦାର ପ୍ରିୟଦର୍ଶିନୀ ସ୍ବାଇଁଙ୍କୁ ପଚାରିବାରୁ ମୁଖ୍ୟମନ୍ତ୍ରୀଙ୍କ ରାୟଗଡା ଗସ୍ତ ସମୟରେ ବ୍ୟବହାର ହେଉଥିବା ଏକ ରାସ୍ତାରେ ଖାଲଖମା ରହିଛି। ସେଠାରେ ମୋରମ ପକାଇ ରାସ୍ତା ସମତଳ କରିବାକୁ ପୂର୍ତ୍ତ ବିଭାଗ କହିବାରୁ ଅନୁମତି ଦିଆଯାଇଛି ବୋଲି ସେ କହିଛନ୍ତି।

ଏଭଳିକି ଉକ୍ତ ପାହାଡ଼ରେ ୨୦୨୫ ଜୁଲାଇରେ ରାୟଗଡ଼ା ବନାଞ୍ଚଳ ପକ୍ଷରୁ ମା’ଙ୍କ ନାମରେ ଗଛଟିଏ କାର୍ଯ୍ୟକ୍ରମ ମାଧ୍ୟମରେ ତତ୍କାଳୀନ ଜିଲାପାଳ, ଏସ୍‌ପି ସ୍ବାଥି ଏସ୍‌.କୁମାର, ଡିଏଫ୍‌ଓ ସଚିନ ଆନ୍ନାସାହେବ ଓହୋଲେ ଓ ଅନ୍ୟ ଅଧିକାରୀଙ୍କ ସମେତ ନିର୍ବାଚିତ ଜନ ପ୍ରତିନିଧି, ଗ୍ରାମବାସୀଙ୍କ ଉପସ୍ଥିତିରେ ସେଠାରେ ୫ ହଜାର ଚାରା ରୋପଣ କରାଯାଇଥିଲା। ପାହାଡ଼ରୁ ଏବେ ମୋରମ ଖନନ ଯୋଗୁ ପାହାଡ ତଳଭାଗ ଦୁର୍ବଳ ହେଲେ ଆଗାମୀ ଦିନରେ ମାଟି ଅତଡା ଖସିବା ବହୁ ସମ୍ଭାବନା ରହିଥିବା ବେଳେ ଲଗାଯାଇଥିବା ଚାରାଗୁଡିକ ତଳକୁ ଗଳି ପଡିବା ଆଶଙ୍କା କରାଯାଇଛି। ଏକ ଅସ୍ଥାୟୀ ରାସ୍ତା ନିର୍ମାଣ ପାଇଁ ୫ହଜାର ଚାରାରୋପଣ ହୋଇଥିବା ପାହାଡକୁ ଖୋଳି ପ୍ରଶାସନ ମୋରମ ମାଟି ନେଉଥିବା ଜାଣିବା ପରେ ସ୍ଥାନୀୟ ବାସିନ୍ଦା ମଧୁ କାଡ୍ରାକା, ନାଗେଶରାଓ ବିଡିକା, ସାଲୁ ବିଡିକା, ସନ୍ତୋଷ କୁମାର ପଣ୍ଡା, ନାଏବ ସରପଞ୍ଚ ଫୁଲ ବିଡିକା, ଦାମ ମହାନନ୍ଦିଆ ଓ ଅନ୍ୟମାନେ ବିରୋଧ କରିବା ସହ ଅସନ୍ତୋଷ ପ୍ରକାଶ କରିଥିଲେ। ବନ ବିଭାଗ ପକ୍ଷରୁ ଚାରା ରୋପଣ ହୋଇଥିବାବେଳେ ପାହାଡ଼ରୁ ମୋରମ ଖନନ ପାଇଁ ବନ ବିଭାଗଠାରୁ କୌଣସି ଅନୁମତି ନିଆ ଯାଇ ନ ଥିବା ରାୟଗଡ଼ା ରେଞ୍ଜର କାମେଶ୍ୱର ଆଚାରୀ କହିଛନ୍ତି ।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଆଉ ମାଗଣା ନୁହେଁ UPI! ₹୨୦୦୦ ରୁ ଅଧିକ ଦେଣନେଣ ଉପରେ ଲାଗିବ ଚାର୍ଜ, ନୂଆ ନିୟମ ଜାରି କଲେ ସରକାର!

ନୂଆଦିଲ୍ଲୀ,୧୫।୯: ୟୁପିଆଇ (UPI) ଦେଣନେଣକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଉପରେ ସରକାର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ସରକାରଙ୍କ ଦ୍ୱାରା ଜାରି ନୂଆ ବିଜ୍ଞପ୍ତି ଅନୁଯାୟୀ, ଅକ୍ଟୋବର ୧୫ରୁ…

ବ୍ୟାଙ୍କରେ ପଶି ଡକାୟତି, ଧରାପଡ଼ିଲେ ୭ ଡ଼କାୟତ

ବୈଶିଙ୍ଗା,୧୫।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାନଗୋବିନ୍ଦପୁରରେ ଥିବା ୟୂନିୟନ ବ୍ୟାଙ୍କରେ ସୋମବାର ରାତିରେ ଏକ ଡକାୟତି ଯୋଜନାକୁ ପଣ୍ଡ କରିଛି ବ୍ୟାଙ୍କରେ ଲାଗିଥିବା…

ଋଷିକୂଲ୍ୟାରେ ଭାସୁଛି ମୃତଦେହ

ଛତ୍ରପୁର,୧୫।୯(ଅନାଥ ତରାଇ/ଦିଲୀପ ସାମଲ): ଗଞ୍ଜାମ ବ୍ଲକ ଅଧୀନ ଗୋଖୁରୁକୁଦା ଫରେଷ୍ଟ ଅଫିସ ନିକଟସ୍ଥ ଋଷିକୂଲ୍ୟା ନଦୀରେ ମଙ୍ଗଳବାର ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି।…

ଛୁରୀ ଭୁଶି ଯୁବକଙ୍କୁ ହତ୍ୟା: ପୂର୍ବ ଶତ୍ରୁତାରୁ ଆକ୍ରମଣ, ଦୁଇ ଯୁବକ ଫେରାର

ଖଲ୍ଲିକୋଟ, ୧୫।୯ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖୋଜାପଲ୍ଲୀ ଗ୍ରାମରେ ଜଣେ ଯୁବକଙ୍କୁ ଛୁରୀ ଭୁଶି ହତ୍ୟା କରାଯାଇଛି। ମୃତକ ହେଲେ ଖୋଜାପଲ୍ଲୀ ଗ୍ରାମର…

ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି : ବୁଥ୍‌ରୁ ଗାଁ ଯାଏ ସଂଗଠନ ମଜବୁତ କରିବ ଭାଜପା

ଭଞ୍ଜନଗର, ୧୫/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଡେକା ସମ୍ମିଳନୀ କକ୍ଷରେ ମଙ୍ଗଳବାର ଭାଜପା ଭଞ୍ଜନଗର ସାଂଗଠନିକ ଜିଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା…

ରହସ୍ୟଜନକ ପାରା ଥାନାରେ ଅଟକ: ବାଂଲାଦେଶରୁ ଆସିଥିବା ସନ୍ଦେହ

ବୈଶିଙ୍ଗା, ୧୫/୯ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ କଷିପଦା ଗ୍ରାମରୁ ମଙ୍ଗଳବାର ଦ୍ୱିପ୍ରହର ସମୟରେ ଏକ ରହସ୍ୟଜନକ ପାରା ଉଦ୍ଧାର କରାଯାଇଛି। ଗ୍ରାମର…

କଳାହାଣ୍ଡିରେ ଧୁମ୍‌ଧାମ୍‌ରେ ପାଳିତ ହେଲା ନୂଆଁଖାଇ, ଖିରି, ପିଠାରେ ମହକିଲା ଗାଁ ଦାଣ୍ଡ

ଭବାନୀପାଟଣା,୧୫ା୯(ଉତ୍ତମ କୁମାର ଦାଶ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ମଙ୍ଗଳବାର କଳାହାଣ୍ଡି ଜିଲାରେ ଧୁମ୍‌ଧାମରେ ପାଳିତ ହୋଇଯାଇଛି। ଜିଲାର ସର୍ବପୁରାତନ ଜୁନାଗଡ଼ ସହରସ୍ଥିତ ଦଧିବାମନ ମନ୍ଦିରରେ ସକାଳ…

ମଦ ବିକ୍ରିକୁ ନେଇ ତାତିଲେ ମହିଳା, ପ୍ରଶାସନ ନିକଟରେ ଦାବି

ପାଟଣା, ୧୪/୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ବଡ଼ପାଟଣା ପଞ୍ଚାୟତ ମଙ୍ଗଳପୁର, କୁଆପଶି, ଲେଖେନା ଓ ଡିଆନାଳି ଅଞ୍ଚଳରେ ବେଆଇନ ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?