ମୋରମ ପାଇଁ ପାହାଡ଼ କାଟିଦେଲା ପୂର୍ତ୍ତ ବିଭାଗ, ବାରିଝୋଲା ଗ୍ରାମବାସୀ…

ରାୟଗଡ଼ା,୨୯।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ହାଲୁଆ ପଞ୍ଚାୟତ ଅନ୍ତର୍ଗତ ବାରିଝୋଲା ଗ୍ରାମସ୍ଥିତ ପଦ୍ମାବତୀ ହରିକୁପା ପାହାଡ଼ରୁ ଚାଲିଛି ମୋରମ ଖନନ। ତେବେ ମୋରମ ଖନନ ଯୋଗୁ ପାହାଡ଼ରେ ଥିବା ବୃକ୍ଷଲତା ନଷ୍ଟହେବା ଆଶଙ୍କା ଦେଖାଦେଇଛି । ଏଥିସହ ଉକ୍ତ ପାହାଡ଼ରେ ଅଞ୍ଚଳର ବାରିଝୋଲା, ଆମ୍ବଗୁଡ଼ା, ଶିରିଗୁଡ଼ାର ଆଦିବାସୀମାନେ ପୂର୍ବ ପୁରୁଷରୁ ପୂଜା କରିଆସୁଛନ୍ତି। ସେମାନଙ୍କର ସ୍ମୃତି ସହିତ ବିିଭିନ୍ନ କିମ୍ବଦନ୍ତୀ ରହିଥିବା ଅଞ୍ଚଳବାସୀ କହିଛନ୍ତି। ଏଥିସହ ଉକ୍ତ ପାହାଡ଼ରେ ଏବେ ଏକ ହନୁମାନ ମନ୍ଦିର ମଧ୍ୟ ପ୍ରତିଷ୍ଠା କରାଯାଇଛି। ଗୁରୁବାର ଉକ୍ତ ପାହାଡର ତଳ ଭାଗରୁ ଜେସିବି ମେଶିନ ସାହାଯ୍ୟରେ ମୋରମ ମାଟି ଖୋଳାଯାଉଥିବାବେଳେ ବାରିଝୋଲା ଗ୍ରାମବାସୀ ଏହାକୁ ବିରୋଧ କରିଛନ୍ତି। ତେବେ ମୋରମ ଖୋଳୁଥିବା ଜେସିବି ମେଶିନ ଚାଳକଙ୍କୁ ଗ୍ରାମବାସୀ ପଚାରିବାରୁ ତହସିଲଦାରଙ୍କ ନିର୍ଦ୍ଦେଶରେ ଏହା ଖୋଳାଯାଉଥିବା କହିଥିଲେ। ଏ ନେଇ ରାୟଗଡ଼ା ତହସିଲଦାର ପ୍ରିୟଦର୍ଶିନୀ ସ୍ବାଇଁଙ୍କୁ ପଚାରିବାରୁ ମୁଖ୍ୟମନ୍ତ୍ରୀଙ୍କ ରାୟଗଡା ଗସ୍ତ ସମୟରେ ବ୍ୟବହାର ହେଉଥିବା ଏକ ରାସ୍ତାରେ ଖାଲଖମା ରହିଛି। ସେଠାରେ ମୋରମ ପକାଇ ରାସ୍ତା ସମତଳ କରିବାକୁ ପୂର୍ତ୍ତ ବିଭାଗ କହିବାରୁ ଅନୁମତି ଦିଆଯାଇଛି ବୋଲି ସେ କହିଛନ୍ତି।

ଏଭଳିକି ଉକ୍ତ ପାହାଡ଼ରେ ୨୦୨୫ ଜୁଲାଇରେ ରାୟଗଡ଼ା ବନାଞ୍ଚଳ ପକ୍ଷରୁ ମା’ଙ୍କ ନାମରେ ଗଛଟିଏ କାର୍ଯ୍ୟକ୍ରମ ମାଧ୍ୟମରେ ତତ୍କାଳୀନ ଜିଲାପାଳ, ଏସ୍‌ପି ସ୍ବାଥି ଏସ୍‌.କୁମାର, ଡିଏଫ୍‌ଓ ସଚିନ ଆନ୍ନାସାହେବ ଓହୋଲେ ଓ ଅନ୍ୟ ଅଧିକାରୀଙ୍କ ସମେତ ନିର୍ବାଚିତ ଜନ ପ୍ରତିନିଧି, ଗ୍ରାମବାସୀଙ୍କ ଉପସ୍ଥିତିରେ ସେଠାରେ ୫ ହଜାର ଚାରା ରୋପଣ କରାଯାଇଥିଲା। ପାହାଡ଼ରୁ ଏବେ ମୋରମ ଖନନ ଯୋଗୁ ପାହାଡ ତଳଭାଗ ଦୁର୍ବଳ ହେଲେ ଆଗାମୀ ଦିନରେ ମାଟି ଅତଡା ଖସିବା ବହୁ ସମ୍ଭାବନା ରହିଥିବା ବେଳେ ଲଗାଯାଇଥିବା ଚାରାଗୁଡିକ ତଳକୁ ଗଳି ପଡିବା ଆଶଙ୍କା କରାଯାଇଛି। ଏକ ଅସ୍ଥାୟୀ ରାସ୍ତା ନିର୍ମାଣ ପାଇଁ ୫ହଜାର ଚାରାରୋପଣ ହୋଇଥିବା ପାହାଡକୁ ଖୋଳି ପ୍ରଶାସନ ମୋରମ ମାଟି ନେଉଥିବା ଜାଣିବା ପରେ ସ୍ଥାନୀୟ ବାସିନ୍ଦା ମଧୁ କାଡ୍ରାକା, ନାଗେଶରାଓ ବିଡିକା, ସାଲୁ ବିଡିକା, ସନ୍ତୋଷ କୁମାର ପଣ୍ଡା, ନାଏବ ସରପଞ୍ଚ ଫୁଲ ବିଡିକା, ଦାମ ମହାନନ୍ଦିଆ ଓ ଅନ୍ୟମାନେ ବିରୋଧ କରିବା ସହ ଅସନ୍ତୋଷ ପ୍ରକାଶ କରିଥିଲେ। ବନ ବିଭାଗ ପକ୍ଷରୁ ଚାରା ରୋପଣ ହୋଇଥିବାବେଳେ ପାହାଡ଼ରୁ ମୋରମ ଖନନ ପାଇଁ ବନ ବିଭାଗଠାରୁ କୌଣସି ଅନୁମତି ନିଆ ଯାଇ ନ ଥିବା ରାୟଗଡ଼ା ରେଞ୍ଜର କାମେଶ୍ୱର ଆଚାରୀ କହିଛନ୍ତି ।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଶୌଚ ଯିବା ହେଲା କାଳ, ହାତୀ ହାବୁଡ଼ରେ ପଡ଼ି ଚାଲିଗଲା ଜୀବନ

କୁଚିଣ୍ଡା,୯।୧୦(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ବନ୍ୟପ୍ରାଣୀ ବନଖଣ୍ଡ କୁଚିଣ୍ଡା ରେଞ୍ଜ ଅଧୀନ କୁଚିଣ୍ଡା ଏନ୍‌ଏସି ୧୦ ନମ୍ବର ୱାର୍ଡ ସଇଡାରେ ଶୁକ୍ରବାର ଏକ ହାତୀ ଆକ୍ରମଣରେ…

ସପ୍ତାହେ ମଧ୍ୟରେ କୋହଲିଙ୍କ ୫ ରେକର୍ଡକୁ ଧୂଳିସାତ୍‌ କରିଦେଲେ ଏହି ୫ ବ୍ୟାଟର୍‌

ନୂଆଦିଲ୍ଲୀ,୯।୧୦: ବିରାଟ କୋହଲିଙ୍କ ନାଁରେ ଅନେକ କ୍ରିକେଟ ରେକର୍ଡ ରହିଛି। ଏହାକୁ ଭାଙ୍ଗିବା ଯେକୌଣସି ଖେଳାଳିଙ୍କ ପାଇଁ ଏକ ବଡ଼ ସଫଳତା ହେବ। ଗତ ସପ୍ତାହ ମଧ୍ୟରେ…

ଜେଲ୍‌ ଭିତରେ ସଂଘର୍ଷ: ଗଡ଼ିଲା ୧୦ ମୁଣ୍ଡ, ୧୬ ଆହତ

ମେକ୍ସିକୋ,୯ା୧୦: ମେକ୍ସିକୋର ଉତ୍ତର-ପଶ୍ଚିମ ରାଜ୍ୟ ସିନାଲୋଆର ମାଜାଟାନ ସହରରେ ଥିବା ‘ଏଲ କାଷ୍ଟିଲୋ’ ଜେଲ୍‌ରେ ଘଟିଥିବା ଏକ ସଂଘର୍ଷରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୬ ଜଣ…

ଆଜି ସୃଷ୍ଟି ହେବ ବିରଳ ବିଷ ଯୋଗ, ୩ ରାଶି ଉପରେ ପଡ଼ିପାରେ ନକାରାତ୍ମକ ପ୍ରଭାବ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଶନି ଓ ଚନ୍ଦ୍ରମାଙ୍କ ପରସ୍ପର ଦୃଷ୍ଟି ଯୋଗୁଁ ବିଷ ଯୋଗ ସୃଷ୍ଟି ହେଉଛି । ଏହି ଯୋଗର ପ୍ରଭାବରେ କେତେକ ରାଶିର ବ୍ୟକ୍ତିଙ୍କୁ…

ପ୍ରଥମେ କବାଟ ବାଡ଼େଇଲେ, ଖୋଲିବାରୁ ଦମ୍ପତିଙ୍କୁ ଅତର୍କିତ ଆକ୍ରମଣ କଲେ ଦୁଇ ଦୁର୍ବୃତ୍ତ, ଗୁରୁତର ହୋଇ…

ମଜାକାଳପଡ଼ା,୯ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଅପାଳ ସାମୁଦ୍ରିକ ଥାନା ଅଧୀନ ବଳିଗଣ୍ଡ ଗାଁର ଜଣେ ବ୍ୟକ୍ତିଙ୍କ ଘରେ ବୁଧବାର ବିଳମ୍ବିତ ରାତିରେ ପଶି…

ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ବପ୍ନ ଆଜି ହେବ ସାକାର! ନିଷ୍ପତ୍ତି ନେବେ ଆୟର

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ର ଦ୍ୱିତୀୟ ମୁକାବିଲା ଆଜି ରାଞ୍ଚିରେ ଖେଳାଯିବ। ପ୍ରଥମ ମ୍ୟାଚ୍‌ରେ ବିଜୟ ହାସଲ…

ବିକ୍ଷୋଭ ବେଳେ ଦୁଇ କଂଗ୍ରେସ ନେତ୍ରୀଙ୍କ ମଧ୍ୟରେ ମାରପିଟ, ପରସ୍ପରକୁ ମାରିଲେ ଚାପୁଡ଼ା

ନୂଆଦିଲ୍ଲୀ,୯ା୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR)ରେ ଅନିୟମିତତା ଅଭିଯୋଗକୁ ନେଇ ହରିୟାଣାର ଫରିଦାବାଦରେ ବିରୋଧୀ…

ଭଦ୍ରକର ଏହି ଦୁଇ କଲେଜର ନିର୍ବାଚନ ବାତିଲ

ଭଦ୍ରକ,୯ା୧୦(ସନାତନ ରାଉତ): ଛାତ୍ର ସଂସଦ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲ କରିବା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଶୁକ୍ରବାର ଭଦ୍ରକ ଜିଲାର ଦୁଇଟି କଲେଜରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?