କଳାହାଣ୍ଡି-ବଲାଙ୍ଗୀରକୁ ସଂଯୋଗ କରୁଥିବା ରାସ୍ତା ଶୋଚନୀୟ

ମଦନପୁର,୩୦ା୧୦(ଜଗଦୀଶ ପ୍ରସାଦ ରଣା): କଳାହାଣ୍ଡି ଜିଲାର ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ଗୋଛାଡେଙ୍ଗେନ ପଞ୍ଚାୟତ ଅଧୀନ ବେନାଗୁଡ଼ାରୁ କର୍ଳାକୁବୁଲି ଦେଇ ବଲାଙ୍ଗୀର ଜିଲାର ଗୁଡଭେଲା ବ୍ଲକର ଘୁନା ପଞ୍ଚାୟତ ଅଧୀନରେ ବଗବାହଲକୁ ସଂଯୋଗ କରୁଥିବା ରାସ୍ତା ଅତିଦୟନୀୟ ଅବସ୍ଥା।

ସୂଚନାଯୋଗ୍ୟ, କଳାହାଣ୍ଡି ଜିଲାର ବେନାଗୁଡ଼ାଠାରୁ ବଲାଙ୍ଗୀର ଜିଲାର ବଗବାହାଲକୁ ସଂଯୋଗ କରୁଥିବା ରାସ୍ତା କେବଳ ୧.୫୦୦ ମିଟର ହୋଇଥିବା ବେଳେ ସେହି ରାସ୍ତା ନିର୍ମାଣ କରିବା ପାଇଁ ବର୍ଷବର୍ଷ ଧରି ଦାବି କରି ଆସୁଥିଲେ ମଧ୍ୟ କୌଣସି ଫଳପ୍ରଦ ହୋଇପାରିନାହିଁ। ଯାହା ଦ୍ୱାରା ଜନ ଅସନ୍ତୋଷ ବୃଦ୍ଧି ପାଇଛି। ବିଭିନ୍ନ ସମୟରେ ଗୁଡ଼ଭେଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯିବା ଆସିବା କରିବା ପାଇଁ ଲୋକଙ୍କୁ ସୁବିଧା ଦୃଷ୍ଟିରୁ ଏହାକୁ ଶୀଘ୍ର ନିର୍ମାଣ କଲେ ଏ ଅଞ୍ଚଳର ଲୋକେ ଉପକୃତ ହେବେ ବୋଲି ଦାବି ହେଉଛି।

Dharitri – Odisha’s No.1 Odia Daily