ବିପଦରେ ମହାନଦୀ ମୁହାଣ ଉପକଣ୍ଠ

ମହାକାଳପଡ଼ା,୧ା୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ବଙ୍ଗୋସାଗର ସଂଲଗ୍ନ ଉପକଣ୍ଠ ମହାନଦୀ ମୁହାଣ ଉପକଣ୍ଠରେ ବାଲି ଓ ପଟୁମାଟି ଜମୁଛି। ଏହାଦ୍ୱାରା ବନ୍ୟାଜଳ ସମୁଦ୍ରକୁ ନିଷ୍କାସନ ହେଉନାହିଁ। ଉପର ମୁଣ୍ଡରୁ ବନ୍ୟାଜଳରେ ଗଡ଼ି ଆସୁଥିବା ବାଲି, ପଟୁମାଟି ଜମିବା ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ସମୁଦ୍ର ମୁହାଣଠାରୁ ୩ କିମି ଦୂର ବାହାକୁଦ ଗାଁ ଫେରିଘାଟ ପର୍ଯ୍ୟନ୍ତ ବାଲି, ପଟୁମାଟି ଜମି କୁଦ ବା ପଠା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଅନେକ ସମୟରେ ମାଛଧରା ଡଙ୍ଗା, ଟ୍ରଲର, ଫେରିଘାଟ ଡଙ୍ଗା ଚଳାଚଳରେ ବିପଦ ସହ ଦୁର୍ଘଟଣା ଘଟୁଛି। ଅପରପକ୍ଷେ ମହାନଦୀର ଅପରପାର୍ଶ୍ୱରେ ପାରାଦୀପ ଶିଳ୍ପାଞ୍ଚଳର ବର୍ଜ୍ୟବସ୍ତୁ ଓ ଅନ୍ୟ ସାମଗ୍ରୀ ନଦୀରେ ଜମିଥାଏ। ଆଗାମୀଦିନରେ ଏହି ଅଞ୍ଚଳ ନିକଟ ଆଖଡାଶାଳୀ ଗାଁ ନିକଟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ନଦୀଭିତ୍ତିକ ବନ୍ଦର ନିର୍ମାଣ ପାଇଁ ଯୋଜନା ରହିଛି। ଏହି ଅଞ୍ଚଳରେ ବନ୍ଦର ନିର୍ମାଣ କାର୍ଯ୍ୟକାରୀ ହେଲେ କୁଦ ବା ବାଲିପଠାରେ ବିପଦ ଦେଖାଦେବ। ତୁରନ୍ତ ଏହି ଅଞ୍ଚଳରେ ଅତ୍ୟାଧୁନିକ ମେଶିନ ଦ୍ୱାରା ଡ୍ରେଜିଂ ବା ଖନନ କରାଯିବାକୁ ଦାବି ହେଉଛି। ଅପରପକ୍ଷେ ଏହି ନଦୀରେ ପୂର୍ବରୁ ସାମୁଦ୍ରିକ ମାଛ ପ୍ରଚୁର ମିଳୁଥିଲା। ମାଛ, କଙ୍କଡ଼ା, ମଗର, ଶାଙ୍କୁଚ ଆଦି ହ୍ରାସ ପାଇବା ସହ ମତ୍ସ୍ୟଜୀବୀଙ୍କ ବ୍ୟବସାୟ କମିଥିବା ବାହାକୁଦ ଗାଁର ବହୁ ମତ୍ସ୍ୟଜୀବୀ କହିଛନ୍ତି। ମହାନଦୀ ବାଲିପଠାରେ ସାଧାରଣତଃ ଶୀତଦିନେ ଦେଶୀ ଓ ବିଦେଶୀ ପକ୍ଷୀଙ୍କ ଜଳକ୍ରୀଡ଼ା ପର୍ଯ୍ୟଟକଙ୍କୁ ଖୁବ୍‌ ଆନନ୍ଦ ଦେଇଥାଏ। ସୂଚନାଯୋଗ୍ୟ, ଏହି ସ୍ଥାନରେ ବନ୍ଦର ନିର୍ମାଣ କ୍ଷେତ୍ର ପରିଦର୍ଶନ ପାଇଁ ରାଜ୍ୟ ପ୍ରାକ୍ତନ ମୁଖ୍ୟ ସଚିବ, ବାଣିଜ୍ୟ ସଚିବ, ୫-ଟି ସଚିବ, ମୁଖ୍ୟମନ୍ତ୍ରୀଙ୍କ ସଚିବ, ଜିଲାପାଳଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ପରିଦର୍ଶନରେ ଆସି ସନ୍ତୋଷ ବ୍ୟକ୍ତ କରିଥିବା କୁହାଯାଇଛି। ଏହି ଅଞ୍ଚଳର ସମସ୍ୟା ପ୍ରତି ରାଜ୍ୟ ସରକାର ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ, ସାମାଜିକ କର୍ମୀ, ପରିବେଶପ୍ରେମୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri