ନଈ, ପୋଖରୀକୁ ଗିଳୁଛି ବର୍ଦ୍ଧିତ ସହର

କେନ୍ଦ୍ରାପଡ଼ା ଅଫିସ, ୨୨।୬: ଓଡ଼ିଶାର ପ୍ରଥମ ମ୍ୟୁନିସିପାଲିଟି ଭାବେ ୧୮୬୯ ମାର୍ଚ୍ଚ ୧୦ରେ କେନ୍ଦ୍ରାପଡ଼ାକୁ ଘୋଷଣା କରାଯାଇଥିଲା। ଇତିମଧ୍ୟରେ ଏହି ମ୍ୟୁନିସିପାଲିଟି ଘୋଷଣାକୁ ୧୫୩ ବର୍ଷ ପୂରିଛି। କ୍ରମବଦ୍ଧିଷ୍ଣୁ ସହର ଏବେ ନଈ, ନାଳ, ପୋଖରୀକୁ ଗିଳି ଦେଇଛି। ଜବରଦଖଲ ଏକ ମୁଖ୍ୟ ସମସ୍ୟା ହୋଇଥିବା ବେଳେ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା ଠିକ ଧରଣର ଚାଲୁନାହିଁ। ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ପୁରାଣ ପ୍ରସିଦ୍ଧ ପୋଖରୀ ଓ ନାଳ ଆଳିଆ ଆବର୍ଜନାରେ ଭରି ରହିବା ହେତୁ ବର୍ଷ ସାରା ମଶାଙ୍କ ବାସସ୍ଥଳୀ ପାଲଟିଛି। ଏହି ପୁରାତନ ସହରର ବିକାଶ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସ୍ଥାନୀୟ ସହରବାସୀ ଦାବି କରିଛନ୍ତି।
ଏ ସମ୍ପର୍କରେ ଅମରବର ବିଶ୍ୱାଳ କହିଛନ୍ତି, ମାତ୍ର ୧୪ଟି ପଡା ଗ୍ରାମକୁ ନେଇ କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟି ଗଠନ ହୋଇଥିଲା। ତତ୍‌କାଳୀନ ସମୟରେ ଜଳପଥକୁ ବ୍ୟବହାର କରାଯାଉଥିଲା। ଏପରି କି ନଅଙ୍କ ଦୁର୍ବିକ୍ଷ ସମୟରେ କେନ୍ଦ୍ରାପଡ଼ା କେନାଲ, ଗୋବରୀ ନଦୀ ଆଦିରେ ନୌପରିବହନ ହେଉଥିଲା। ଇତିମଧ୍ୟରେ ସହରର ୨୧ ୱାର୍ଡରେ ମାତ୍ର ଗୋଟିଏ ଦୁଇଟି ପୋଖରୀ ଦେଖାଯାଉଛି। ପ୍ରାୟ ୨୦ଟି ପୁରାଣ ପ୍ରସିଦ୍ଧ ପୋଖରୀ ଓ ନିକଟସ୍ଥ ଗୋବରୀ ନଦୀ ଓ କେନାଲ ଏବେ ଜବରଦଖଲକାରୀଙ୍କ କବଳକୁ ଚାଲିଯାଇଛି। ନାଳ ଓ ପୋଖରୀଗୁଡିକ ଆବର୍ଜନାରେ ଭର୍ତ୍ତି ହୋଇଛି। ଫଳରେ ମଶା ମାଛିଙ୍କ ଉପଦ୍ରବ ସହ ପରିବେଶ ଦୂଷିତ କରୁଛି। କେନ୍ଦ୍ର ସରକାରଙ୍କ ଜଳଶକ୍ତି ଅଭିଯାନରେ ଏହି ପୋଖରୀ ଓ ନାଳର ପୁର୍ନଉଦ୍ଧାର ହୋଇପାରନ୍ତା। ତେବେ ସ୍ଥାନୀୟ ନେତୃତ୍ୱଙ୍କ ମନଭାବ ଅଭାବ ସହିତ ପ୍ରଶାସକଙ୍କର ଏଥିପ୍ରତି ଦୃଷ୍ଟି ପଡୁନାହିଁ। କ୍ଷୀତିଶ କୁମାର ସିଂହ କହିଛନ୍ତି, ଜଳ ନିଷ୍କାସନ ସମସ୍ୟା ପାଇଁ ପ୍ରଶାସନର ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଇଛି। ମହିପାଳ, ବଣିଆମାଳ, ନୂଆ ବସ୍‌ଷ୍ଟାଣ୍ଡ ଆଦି ପୋଖରୀଗୁଡିକ ପୌରପାଳିକା ଅଧୀନରେ ଥିଲେ ମଧ୍ୟ ସଫା ହୋଇପାରୁନାହିଁ। ଏପରି କି ପୌରପାଳିକା କାର୍ଯ୍ୟାଳୟ ପରିସରରେ ଥିବା ପୋଖରୀର ପୁନରୁଦ୍ଧାର ହୋଇନାହିଁ। ସହର ମଧ୍ୟରେ ଟ୍ରାଫିକ ବ୍ୟବସ୍ଥା ଅସମ୍ଭାଳ ହୋଇଛି। ସୁଚିନ୍ତିତ ଯୋଜନା ନ ଥିବାରୁ ରାସ୍ତାଗୁଡିକ ସଂକୁଚିତ ହୋଇରହିଛି। ଉଚ୍ଛେଦକୁ ସ୍ଥାନୀୟ ଲୋକ ମାନୁ ନ ଥିବାରୁ ଜବରଦଖଲ ସମସ୍ୟା ବଢ଼ିଛି। ଗୋବରୀ ନଦୀ ପଠା ଓ ଗୋବରୀ କେନାଲର ସରକାରୀ ଜମି ଏବେ ଜବରଦଖଲକାରୀଙ୍କ ମାଲିକାନାରେ ଅଛି। କେଉଁ ପରିସ୍ଥିତିରେ ଏହି ଜବରଦଖଲକାରୀଙ୍କୁ ଜମି ଦଖଲ ପାଇଁ ମଞ୍ଜୁରୀ ମିଳିଛି ବୋଲି ପ୍ରଶ୍ନ କଲେ ଏହାର ଉତ୍ତର ପ୍ରଶାସକ ଦେଇପାରୁନାହାନ୍ତି। ରାସ୍ତା ସମ୍ପ୍ରସାରଣ ସମୟରେ ବିଦ୍ୟୁତ ଖୁଣ୍ଟ ଉଠାଯାଉ ନ ଥିବାରୁ ଯାତାୟାତ ସମୟରେ ଗାଡି ମୋଟର ଅଟକି ରହୁଛି। ସେହିପରି ସହର ପାଇଁ ଦ୍ୱିତୀୟ ବାଇପାସ ରୋଡ ନିର୍ମାଣ କାର୍ଯ୍ୟ ବହୁଦିନରୁ ଅଟକି ରହିଛି। ସେକ୍‌ ସାବିର କହିଛନ୍ତି, ରାଜ୍ୟର ଏହି ସର୍ବପୁରାତନ ସହରର ଉନ୍ନତି ପାଇଁ ସ୍ବତନ୍ତ୍ର ଯୋଜନା ଆବଶ୍ୟକ। ଏଥିପ୍ରତି ରାଜ୍ୟ ଓ କେନ୍ଦ୍ର ସରକାର ସ୍ବତନ୍ତ୍ର ଦୃଷ୍ଟି ଦେବା ସହ ଅନୁଦାନ ଯୋଗାଇ ଦେବା କଥା। ଏକା ଦିନରେ କେନ୍ଦ୍ରାପଡ଼ା ସହ ଯାଜପୁର ମ୍ୟୁନିସିପାଲିଟିର ଘୋଷଣା ହୋଇଥିଲା। ଯାଜପୁର ସହରର ଉନ୍ନୟନ କାର୍ଯ୍ୟ ସମ୍ମୁଖରେ କେନ୍ଦ୍ରାପଡ଼ା ପୌରାଞ୍ଚଳ ବହୁ ପଛରେ ପଡିଛି ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ପୌରାଧ୍ୟକ୍ଷା ସରିତା ସାହୁଙ୍କୁ ପଚାରିବାରେ ବିଗତ କିଛିବର୍ଷ ମଧ୍ୟରେ ସହରର ରୂପରେଖ ବଦଳିଛି। ଆଲୋକୀକରଣ, ରାସ୍ତାଘାଟର ଉନ୍ନତି ସହ ପାର୍କ ଆଦି ସ୍ଥାପନ ହୋଇଛି। ଏହାବ୍ୟତୀତ ପ୍ରତି ୱାର୍ଡ ମଧ୍ୟରେ ଥିବା ସ୍ଥାନୀୟ ସମସ୍ୟାଗୁଡିକ ବିଧାୟକ, କାଉନସିଲରଙ୍କ ସହ ପୌର ପ୍ରଶାସନ ଅନୁଧ୍ୟାନ କରୁଛି। ଖୁବ୍‌ଶୀଘ୍ର ଏହି ସହରକୁ ରାଜ୍ୟର ଉନ୍ନତ ସହର ମଧ୍ୟରେ ରଖିବାକୁ ପ୍ରକ୍ରିୟା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇଟି ଦେଶ ଦେଇ ଗତି କରିବ ଆୟାତୋଲ୍ଲା ଅଲି ଖାମେନେଇଙ୍କ ଅନ୍ତିମ ଶୋଭାଯାତ୍ରା; ତାଙ୍କୁ କେଉଁଠାରେ କବର ଦିଆଯିବ ଜାଣନ୍ତୁ

ତେହରାନ,୨।୭: ଇରାନର ଦିବଂଗତ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ପାଇଁ ରାଜ୍ୟସ୍ତରୀୟ ଅନ୍ତିମ ସଂସ୍କାର ଜୁଲାଇ ୪ ରେ ଆରମ୍ଭ ହେବ ଏବଂ ତାଙ୍କୁ ୯…

ପ୍ୟାଣ୍ଟ କାଢି…ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବିସ୍ଫୋରକ ମନ୍ତବ୍ୟ ଦେଲେ ରବି ଶାସ୍ତ୍ରୀ

ନୂଆଦିଲ୍ଲୀ,୨।୭: ପୂର୍ବତନ ଭାରତୀୟ କ୍ରିକେଟର ରବି ଶାସ୍ତ୍ରୀ ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏକ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି। ୧୫ ବର୍ଷୀୟ ବ୍ୟାଟସମ୍ୟାନ ବୈଭବଙ୍କୁ ଆୟରଲାଣ୍ଡ ଗସ୍ତରେ ଡେବ୍ୟୁ…

ଆନ୍ଦୋଳନରେ ଡାକ୍ତର, ହଇରାଣ ହେଉଛନ୍ତି ଗରିବ ରୋଗୀ

ପଦ୍ମପୁର,୨ା୭(ପ୍ରଦୀପ୍ତ ଦାଶ): ଜୁଲାଇ ୧ରେ ଡାକ୍ତର ଦିବସରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ନିର୍ଦ୍ଦେଶ କ୍ରମେ ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାରେ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାରଠାରୁ ଆରମ୍ଭ…

‘ଅଦୃଶ୍ୟ ସହ ବିପଜ୍ଜନକ’: ଆଇନଗତ ପ୍ରକ୍ରିୟାରେ କୃତ୍ରିମ ବୁଦ୍ଧିମତ୍ତା(AI)ର ବ୍ୟବହାର ବିରୁଦ୍ଧରେ ଚେତାବନୀ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨।୭: ନ୍ୟାୟିକ ପ୍ରକ୍ରିୟାରେ କୃତ୍ରିମ ବୁଦ୍ଧିମତ୍ତା (AI) ବ୍ୟବହାର ସମ୍ପର୍କରେ ସୁପ୍ରିମକୋର୍ଟ ଗମ୍ଭୀର ଚିନ୍ତା ପ୍ରକାଶ କରିଛନ୍ତି। ନ୍ୟାୟାଳୟ ଜାତୀୟ କମ୍ପାନୀ ଆଇନ ଟ୍ରିବ୍ୟୁନାଲ (NCLT) ଏବଂ…

ନିଶାସକ୍ତ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କଲା ପ୍ରଶାସନ, ସ୍କୁଲ ନଯାଇ ମଦ ପିଇ କରୁଥିଲେ…

ଚାନ୍ଦବାଲି,୨।୭(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ରାମପୁର ବୀଣାପାଣି ନୋଡାଲ UPME ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀନାଥ ଦାସ ନିଲମ୍ବିତ । ବିଇଓ ଗୁରୁବାର ଦିନ…

ରାସ୍ତା ଉପରେ ଜମୁଛି ନର୍ଦ୍ଦମା ପାଣି, ସ୍ଥାୟୀ ସମାଧାନ ଦାବିରେ ଜିଲାପାଳଙ୍କୁ ଭେଟି…

ଅମରପାଲି,୨ା୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ଗ୍ରାମ ଦେଇ ଯାଇଥିବା ପୂର୍ତ୍ତ ବିଭାଗର ମୁଖ୍ୟ ରାସ୍ତା ଏବେ ସ୍ଥାନୀୟ ଲୋକଙ୍କ ପାଇଁ ଦୁର୍ଦ୍ଦଶାର…

କୂଳ ଲଂଘୁଛି ସମୁଦ୍ର ଜୁଆର, ଜିଲାପାଳ ଅଫିସ ଘେରାଉ କରିବାକୁ ଅଞ୍ଚଳବାସୀ ସଜବାଜ

ଗଞ୍ଜାମ,୨ା୭(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୂଲ୍ୟା ମୁହାଣ ପୁରୁଣାବନ୍ଧ ଠାରୁ ପ୍ରୟାଗି ପର୍ଯ୍ୟନ୍ତ ଗତ କିଛି ମାସ ହେଲା ବେଳାଭୂମି ଦ୍ରୁତଗତିରେ ଅବକ୍ଷୟ…

ସ୍କୁଟି ଚାଳକଙ୍କୁ ଚାପିଦେଲା ମୋରମ ବୋଝେଇ ହାଇଓ୍ବା, ଲୋକେ ଚକାତଳୁ ମୃତଦେହ କାଢ଼ି…

ପୁରୁଷୋତ୍ତମପୁର,୨ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ଭାଟକୁମରଡ଼ା କଲେଜ ନିକଟରେ ଏକ ହାଇଓ୍ବା ଦ୍ରୁତଗତିରେ ଆସି ସ୍କୁଟିକୁ ଧକ୍କାଦେଇଥିଲା। ଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri