ନଈ, ପୋଖରୀକୁ ଗିଳୁଛି ବର୍ଦ୍ଧିତ ସହର

କେନ୍ଦ୍ରାପଡ଼ା ଅଫିସ, ୨୨।୬: ଓଡ଼ିଶାର ପ୍ରଥମ ମ୍ୟୁନିସିପାଲିଟି ଭାବେ ୧୮୬୯ ମାର୍ଚ୍ଚ ୧୦ରେ କେନ୍ଦ୍ରାପଡ଼ାକୁ ଘୋଷଣା କରାଯାଇଥିଲା। ଇତିମଧ୍ୟରେ ଏହି ମ୍ୟୁନିସିପାଲିଟି ଘୋଷଣାକୁ ୧୫୩ ବର୍ଷ ପୂରିଛି। କ୍ରମବଦ୍ଧିଷ୍ଣୁ ସହର ଏବେ ନଈ, ନାଳ, ପୋଖରୀକୁ ଗିଳି ଦେଇଛି। ଜବରଦଖଲ ଏକ ମୁଖ୍ୟ ସମସ୍ୟା ହୋଇଥିବା ବେଳେ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା ଠିକ ଧରଣର ଚାଲୁନାହିଁ। ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ପୁରାଣ ପ୍ରସିଦ୍ଧ ପୋଖରୀ ଓ ନାଳ ଆଳିଆ ଆବର୍ଜନାରେ ଭରି ରହିବା ହେତୁ ବର୍ଷ ସାରା ମଶାଙ୍କ ବାସସ୍ଥଳୀ ପାଲଟିଛି। ଏହି ପୁରାତନ ସହରର ବିକାଶ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସ୍ଥାନୀୟ ସହରବାସୀ ଦାବି କରିଛନ୍ତି।
ଏ ସମ୍ପର୍କରେ ଅମରବର ବିଶ୍ୱାଳ କହିଛନ୍ତି, ମାତ୍ର ୧୪ଟି ପଡା ଗ୍ରାମକୁ ନେଇ କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟି ଗଠନ ହୋଇଥିଲା। ତତ୍‌କାଳୀନ ସମୟରେ ଜଳପଥକୁ ବ୍ୟବହାର କରାଯାଉଥିଲା। ଏପରି କି ନଅଙ୍କ ଦୁର୍ବିକ୍ଷ ସମୟରେ କେନ୍ଦ୍ରାପଡ଼ା କେନାଲ, ଗୋବରୀ ନଦୀ ଆଦିରେ ନୌପରିବହନ ହେଉଥିଲା। ଇତିମଧ୍ୟରେ ସହରର ୨୧ ୱାର୍ଡରେ ମାତ୍ର ଗୋଟିଏ ଦୁଇଟି ପୋଖରୀ ଦେଖାଯାଉଛି। ପ୍ରାୟ ୨୦ଟି ପୁରାଣ ପ୍ରସିଦ୍ଧ ପୋଖରୀ ଓ ନିକଟସ୍ଥ ଗୋବରୀ ନଦୀ ଓ କେନାଲ ଏବେ ଜବରଦଖଲକାରୀଙ୍କ କବଳକୁ ଚାଲିଯାଇଛି। ନାଳ ଓ ପୋଖରୀଗୁଡିକ ଆବର୍ଜନାରେ ଭର୍ତ୍ତି ହୋଇଛି। ଫଳରେ ମଶା ମାଛିଙ୍କ ଉପଦ୍ରବ ସହ ପରିବେଶ ଦୂଷିତ କରୁଛି। କେନ୍ଦ୍ର ସରକାରଙ୍କ ଜଳଶକ୍ତି ଅଭିଯାନରେ ଏହି ପୋଖରୀ ଓ ନାଳର ପୁର୍ନଉଦ୍ଧାର ହୋଇପାରନ୍ତା। ତେବେ ସ୍ଥାନୀୟ ନେତୃତ୍ୱଙ୍କ ମନଭାବ ଅଭାବ ସହିତ ପ୍ରଶାସକଙ୍କର ଏଥିପ୍ରତି ଦୃଷ୍ଟି ପଡୁନାହିଁ। କ୍ଷୀତିଶ କୁମାର ସିଂହ କହିଛନ୍ତି, ଜଳ ନିଷ୍କାସନ ସମସ୍ୟା ପାଇଁ ପ୍ରଶାସନର ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଇଛି। ମହିପାଳ, ବଣିଆମାଳ, ନୂଆ ବସ୍‌ଷ୍ଟାଣ୍ଡ ଆଦି ପୋଖରୀଗୁଡିକ ପୌରପାଳିକା ଅଧୀନରେ ଥିଲେ ମଧ୍ୟ ସଫା ହୋଇପାରୁନାହିଁ। ଏପରି କି ପୌରପାଳିକା କାର୍ଯ୍ୟାଳୟ ପରିସରରେ ଥିବା ପୋଖରୀର ପୁନରୁଦ୍ଧାର ହୋଇନାହିଁ। ସହର ମଧ୍ୟରେ ଟ୍ରାଫିକ ବ୍ୟବସ୍ଥା ଅସମ୍ଭାଳ ହୋଇଛି। ସୁଚିନ୍ତିତ ଯୋଜନା ନ ଥିବାରୁ ରାସ୍ତାଗୁଡିକ ସଂକୁଚିତ ହୋଇରହିଛି। ଉଚ୍ଛେଦକୁ ସ୍ଥାନୀୟ ଲୋକ ମାନୁ ନ ଥିବାରୁ ଜବରଦଖଲ ସମସ୍ୟା ବଢ଼ିଛି। ଗୋବରୀ ନଦୀ ପଠା ଓ ଗୋବରୀ କେନାଲର ସରକାରୀ ଜମି ଏବେ ଜବରଦଖଲକାରୀଙ୍କ ମାଲିକାନାରେ ଅଛି। କେଉଁ ପରିସ୍ଥିତିରେ ଏହି ଜବରଦଖଲକାରୀଙ୍କୁ ଜମି ଦଖଲ ପାଇଁ ମଞ୍ଜୁରୀ ମିଳିଛି ବୋଲି ପ୍ରଶ୍ନ କଲେ ଏହାର ଉତ୍ତର ପ୍ରଶାସକ ଦେଇପାରୁନାହାନ୍ତି। ରାସ୍ତା ସମ୍ପ୍ରସାରଣ ସମୟରେ ବିଦ୍ୟୁତ ଖୁଣ୍ଟ ଉଠାଯାଉ ନ ଥିବାରୁ ଯାତାୟାତ ସମୟରେ ଗାଡି ମୋଟର ଅଟକି ରହୁଛି। ସେହିପରି ସହର ପାଇଁ ଦ୍ୱିତୀୟ ବାଇପାସ ରୋଡ ନିର୍ମାଣ କାର୍ଯ୍ୟ ବହୁଦିନରୁ ଅଟକି ରହିଛି। ସେକ୍‌ ସାବିର କହିଛନ୍ତି, ରାଜ୍ୟର ଏହି ସର୍ବପୁରାତନ ସହରର ଉନ୍ନତି ପାଇଁ ସ୍ବତନ୍ତ୍ର ଯୋଜନା ଆବଶ୍ୟକ। ଏଥିପ୍ରତି ରାଜ୍ୟ ଓ କେନ୍ଦ୍ର ସରକାର ସ୍ବତନ୍ତ୍ର ଦୃଷ୍ଟି ଦେବା ସହ ଅନୁଦାନ ଯୋଗାଇ ଦେବା କଥା। ଏକା ଦିନରେ କେନ୍ଦ୍ରାପଡ଼ା ସହ ଯାଜପୁର ମ୍ୟୁନିସିପାଲିଟିର ଘୋଷଣା ହୋଇଥିଲା। ଯାଜପୁର ସହରର ଉନ୍ନୟନ କାର୍ଯ୍ୟ ସମ୍ମୁଖରେ କେନ୍ଦ୍ରାପଡ଼ା ପୌରାଞ୍ଚଳ ବହୁ ପଛରେ ପଡିଛି ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ପୌରାଧ୍ୟକ୍ଷା ସରିତା ସାହୁଙ୍କୁ ପଚାରିବାରେ ବିଗତ କିଛିବର୍ଷ ମଧ୍ୟରେ ସହରର ରୂପରେଖ ବଦଳିଛି। ଆଲୋକୀକରଣ, ରାସ୍ତାଘାଟର ଉନ୍ନତି ସହ ପାର୍କ ଆଦି ସ୍ଥାପନ ହୋଇଛି। ଏହାବ୍ୟତୀତ ପ୍ରତି ୱାର୍ଡ ମଧ୍ୟରେ ଥିବା ସ୍ଥାନୀୟ ସମସ୍ୟାଗୁଡିକ ବିଧାୟକ, କାଉନସିଲରଙ୍କ ସହ ପୌର ପ୍ରଶାସନ ଅନୁଧ୍ୟାନ କରୁଛି। ଖୁବ୍‌ଶୀଘ୍ର ଏହି ସହରକୁ ରାଜ୍ୟର ଉନ୍ନତ ସହର ମଧ୍ୟରେ ରଖିବାକୁ ପ୍ରକ୍ରିୟା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ତାଣ୍ଡବ ରଚିଲା କାଳବୈଶାଖୀ

କୋକସରା,୭।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କାଳବୈଶାଖୀ ଆଣିଛି ତାତିରୁ ଶାନ୍ତି, ହେଲେ ଏହାର ପ୍ରଭାବରେ ବଡ ବଡ ଗଛ ସହ ବିଦ୍ୟୁତ ଖୁଣ୍ଟ ଉପୁଡି ପଡି ଉପାନ୍ତ...

ଫୁଲ ଛାଡି ଶଙ୍ଖ ଫୁଙ୍ଖିଲେ ଭାଜପାର ବଡ଼ ନେତା

ଗଞ୍ଜାମ,୭।୫(ବିଦ୍ୟାଧର ସାହୁ ): ଆଉ ଦିନ କେଇଟା ପରେ ସାଧାରଣ ନିର୍ବାଚନ। ଆସନ୍ତା ମେ ୧୩ ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି l...

ଆସନ୍ତାକାଲି ମହାପ୍ରଭୁଙ୍କ ୬ଘଣ୍ଟା ଦର୍ଶନ ବନ୍ଦ

ପୁରୀ,୭।୫: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବୁଧବାର ବନକ ଲାଗି ନୀତି ଅନୁଷ୍ଠିତ ହେବ। ବନକ ଲାଗି ପାଇଁ ପ୍ରାୟ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ।...

ଦକ୍ଷିଣାଞ୍ଚଳ ଆଇଜିଙ୍କ ନିକଟରେ ଆତ୍ମସମର୍ପଣ କଲେ ମାଓବାଦୀ

ଫୁଲବାଣୀ,୭ା୫(ରାକେଶ କୁମାର ରାଉତ): କେକେବିଏନ୍‌ ମାଓବାଦୀ ସଂଗଠନର ଜଣେ କ୍ୟାଡର ମାଓବାଦୀ ଦକ୍ଷିଣାଞ୍ଚଳ ଆଇଜି ଜେ.ଏନ୍‌.ପଙ୍କଜଙ୍କ ନିକଟରେ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ...

ଗଞ୍ଜାମରେ ଫ୍ଲାଇଂ ସ୍କ୍ବାଡର ଯାଞ୍ଚ କଡାକଡି

ଛତ୍ରପୁର ୭।୫(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲାରେ ଚଳିତ ମାସ ୧୩ରେ ଚତୁର୍ଥ ପର୍ଯ୍ୟାୟ ଏବଂ ୨୦ରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ ।...

ବଜ୍ରପାତରେ ଚାଲିଗଲା ୯ ଗୋରୁଙ୍କ ଜୀବନ

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ, ୭/୫ (ଅରୁଣ ସାହୁ /ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ଜନଜୀବନ ପ୍ରଭାବିତ ହୋଇଛି।...

ରୋଚକ ମୋଡ଼ରେ ପିପିଲି ରାଜନୀତି: ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ବିରୋଧରେ ସ୍ବାଧୀନ ଭାବେ ଲଢ଼ିବେ ସ୍ତ୍ରୀ ଜାଗୃତି

ଭୁବନେଶ୍ୱର,୭।୫: ନିର୍ବାଚନ ମଇଦାନରେ ସ୍ବାମୀଙ୍କ ବିରୋଧରେ ଲଢ଼ିବେ ସ୍ତ୍ରୀ। ପିପିଲି ବିଧାନସଭା ଆସନରେ କିଛି ଏଭଳି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଗୋଟିଏ ପଟେ...

କଂଗ୍ରେସ ଛାଡିଲେ ଚିତ୍ତରଞ୍ଜନ, ନେଲେ ବଡ଼ ନିଷ୍ପତ୍ତି

ନୀଳଗିରି,୭।୫: କଂଗ୍ରେସ ଛାଡିଲେ ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡଙ୍ଗୀ। ଚଳିତ ନିର୍ବାଚନର ବାଲେଶ୍ୱର ଲୋକ ସଭା ପ୍ରାର୍ଥୀ ଶ୍ରୀକାନ୍ତ ଜେନାଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri