ବିରଜା ରିଂରୋଡ୍‌ବାସୀ ବାଲି, ଧୂଳିରେ ନୟାନ୍ତ

ଯାଜପୁର ଟାଉନ,୨ା୨(ଡି.ଏନ.ଏ.): ଯାଜପୁର ସହର ଏକ ପୁରାତନ ସହର। ଏହି ସହରକୁ ଟ୍ରାଫିକ୍‌ ମୁକ୍ତ କରିବା ପାଇଁ ବିରଜା ରିଂରୋଡ ନିର୍ମାଣ କରାଯାଇଛି। ଯାଜପୁରର ମୁଖ୍ୟ ଦ୍ୱାର କିଆନାଳୀକୂଳଠାରୁ ସିନ୍ଦୁରାଇମୁହଁ ପର୍ଯ୍ୟନ୍ତ ବୈତରଣୀ ନଦୀକୁ ଚୌଡ଼ା କରି ‘ବିରଜା ରିଂରୋଡ’ନାମରେ ନାମିତ କରାଯାଇଛି। ଯାଜପୁର ସହରକୁ ସବୁଜ ସୁନ୍ଦର କରିବା କ୍ଷେତ୍ରରେ ଏହି ରୋଡ୍‌ ଗୁରୁତ୍ୱ ବହନ କରୁଛି। ମାତ୍ର ଏବେ ଏହି ରିଂରୋଡ ଅତ୍ୟନ୍ତ କଦର୍ଯ୍ୟ ଅବସ୍ଥା ଦେଇ ଗତି କରୁଛି। ଯାଜପୁର ପ୍ରଶାସନିକ ଭବନ ଓ ମେଡିକାଲ କଲେଜ ନିର୍ମାଣ ପାଇଁ ଦେବୀଗଡ଼ା ଘାଟରୁ ବାଲି ଉଠାଯାଇ ପୋତିବା କାମ ଆରମ୍ଭ କରାଯାଇଛି, ଯଦ୍ଦ୍ବାରା ଦେବୀଗଡ଼ା ଘାଟରୁ କିଆନାଳୀକୂଳ ଛକ ପର୍ଯ୍ୟନ୍ତ ରାସ୍ତାରେ ଫୁଟେ ବହଳର ବାଲି ବିଛେଇ ହୋଇପଡିଲାଣି। ରାସ୍ତାରେ ପିଚୁ ଦେଖାଯାଉନାହିଁ। ଏହି ରାସ୍ତାଦେଇ ପ୍ରତ୍ୟେକ ଦିନ ହଜାରହଜାର ବାଇକ୍‌ ଯାଉଥିବାବେଳେ ବାଲି ଯୋଗୁ ଅନେକ ସମୟରେ ଛୋଟବଡ଼ ଦୁର୍ଘଟଣାମାନ ଘଟୁଛି। ଏହି ରାସ୍ତାରେ ସଞ୍ଜ ନଇଁବା ପରେ ଯିବା ଆସିବା କରିବା କଷ୍ଟକର ହୋଇପଡିଛି। ସହରବାସୀ ପ୍ରାତଃ ଭ୍ରମଣ ପାଇଁ ରିଂରୋଡକୁ ବାଛି ଥିବାବେଳେ ଏବେ କୌଣସି ସହରବାସୀ ପ୍ରାତଃ ଭ୍ରମଣରେ ଆସୁ ନ ଥିବା ଦେଖାଦେଇଛି। ସବୁଠାରୁ କଷ୍ଟରେ ଅଛନ୍ତି ନଦୀକୂଳରେ ବସବାସ କରୁଥିବା ଶହସ୍ରାଧିକ ପରିବାର। ଉକ୍ତ ପରିବାରଗୁଡ଼ିକ ଏହି ଧୂଳି, ବାଲି ଯୋଗୁ କବାଟ, ଝରକା ଖୋଲିପାରୁନାହାନ୍ତି। ଦେବୀଗଡ଼ା ଘାଟରୁ ୫ରୁ୬ଶହ ହାଇୱା ଦୈନିକ ବାଲି ପରିବହନ କରୁଛନ୍ତି। ବାଲିପରିବହନ ବେଳେ ହାଇୱା ଉପରେ ପାଲ ଢାଙ୍କିବାର ବ୍ୟବସ୍ଥା କରାଯାଉନାହିଁ। ବିଶେଷକରି ପାଣି ମିଶା ବାଲି ହାଇୱାରେ ଓଭରଲୋଡ୍‌ କରି ନିଆଯାଉଛି। ଫଳରେ ଏହି ରାସ୍ତାରେ ବାଲି ପଡି ଯାତାୟାତ ସମ୍ଭବ ହୋଇପାରୁନାହିଁ।

ବିରଜା ରିଂରୋଡର କିଆନାଳୀକୂଳ ଛକଠାରୁ ଦେବୀଗଡ଼ା ଘାଟ ପର୍ଯ୍ୟନ୍ତ ୫୦୦ରୁ ଊର୍ଦ୍ଧ୍ୱ ଘର ରହିଥିବାବେଳେ ଏହି ରାସ୍ତା କଡ଼ରେ ୨ଟି ବିଦ୍ୟାଳୟ ମଧ୍ୟ ରହିଛି। ରିଂରୋଡ ସଂଲଗ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ଥିବାରୁ ପ୍ରତ୍ୟେକ ଦିନ ପ୍ରଶାସନିକ ଅଧିକାରୀ ଏହି ରାସ୍ତାଦେଇ ଯାତାୟାତ କରୁଛନ୍ତି। ହେଲେ ଏଥିପ୍ରତି କେହି ନଜର ନଦେବା ସମସ୍ତଙ୍କୁ ଚକିତ କରିଛି। ବାଲି ଓ ଧୂଳି ଯୋଗୁ ରିଂରୋଡ୍‌ କଡରେ ବସବାସ କରୁଥିବା ଲୋକେ ନୟାନ୍ତ ହୋଇପଡିଥିବାବେଳେ ଅନେକ ପରିବାରରେ ଯଖ୍ମା ଓ ଶ୍ୱାସ ରୋଗୀଙ୍କ ସଂଖ୍ୟା ବୃଦ୍ଧି ଘଟିଛି। ଯାଜପୁର ସହରର ବିକାଶମୂଳକ ପ୍ରକଳ୍ପ ପାଇଁ ନଦୀରୁ ବାଲି ପରିବହନ ଆବଶ୍ୟକତା ରହିଛି। ମାତ୍ର ବିକାଶ ନାଁରେ ପରିବେଶ ପ୍ରଦୂଷଣ କରାଯିବା କେତେଦୂର ଯଥାର୍ଥ ବୋଲି ସାଧାରଣରେ ପ୍ରଶ୍ନ ଉଙ୍କି ମାରୁଛି। ଏ ସମ୍ପର୍କରେ ଯାଜପୁର ତହସିଲଦାର ଜ୍ୟୋତିକାନ୍ତ ଭୁଜବଳଙ୍କୁ ପଚାରିବାରେ ସେ କହିଛନ୍ତି, ବାଲି ପରିବହନ କରୁଥିବା ଠିକାଦାରଙ୍କୁ ରାସ୍ତା ସଫେଇ ସହ ପାଣି ସିଞ୍ଚନ କରିବାକୁ କୁହାଯାଇଛି। ଯଦି ସେ ଏଥିରେ ଅବହେଳା କରନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସାବଧାନ! ଜଣଙ୍କ ପରେ ଜଣଙ୍କୁ ଟାଣି ନେଉଛି କୁମ୍ଭୀର, ଏବେ ବି ନଦୀରେ ଘୂରି ବୁଲୁଛି

ମହାକାଳପଡ଼ା,୩୦ା୩(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାକାଳପଡ଼ା ବ୍ଲକ ଗୋବରୀ ନଦୀର କାଉସପାଳ ଫେରୁଘାଟଠାରେ ଏକ ୨୦ ଫୁଟ ଲମ୍ବର ବଉଳ କୁମ୍ଭୀର ଘୂରି ବୁଲୁଛି। ଏହାକୁ ନେଇ ନଦୀ…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

ଦିଗପହଣ୍ଡିରେ ଅତୀତର ଅଭୁଲା ସ୍ମୃତି ମନେ ପକାଇଲେ ୧୯୮୨ ବ୍ୟାଚର ଛାତ୍ର

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀଗୁପ୍ତେଶ୍ୱର ଶୈବପୀଠ ପରିସରରେ ବନ୍ଧୁମିଳନ । ରବିବାର ଦିଗପହଣ୍ଡି ବ୍ଲକ ଅଞ୍ଚଳର ବିଭିନ୍ନ ଗାଁ ହାଇସ୍କୁଲରେ ପଢ଼ିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri