ମାସେ ହେଲା ମଣ୍ଡିରୁ ଉଠୁନି ଧାନ

କେସିଙ୍ଗା, ୧୩।୨ (ଡି.ଏନ.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବିଭିନ୍ନ ମଣ୍ଡିରେ ଦୀର୍ଘ ମାସେ ହେଲା ଧାନ ପଡିରହିଛି। ଚାଷୀମାନେ ଶୀତ କାକରରେ ଦିନରାତି ମଣ୍ଡିରେ ଜଗି ରହୁଛନ୍ତି। କେସିଙ୍ଗା ବ୍ଲକରେ ୧୪ଟି ଧାନ ମଣ୍ଡି ରହିଛି। ସେଥି ମଧ୍ୟରୁ ମଶାଣିବନ୍ଧ ମଣ୍ଡିରୁ ଧାନ ସମ୍ପୂର୍ଣ୍ଣ ଭାବେ ଉଠିଯାଇଛି। କିନ୍ତୁ ବ୍ଲକର ପାଷ୍ଟିକୁଡି ଧାନ ମଣ୍ଡିରେ ୧୩ ହଜାର ୩୦୯ ବ୍ୟାଗ, ଗୋକୁଳେଶ୍ୱର ମଣ୍ଡିରେ ୬ ହଜାର ୫୦୦ ବ୍ୟାଗ, ଉତ୍କେଲାରେ ୧୮ ହଜାର ବ୍ୟାଗ, କିକିଆରେ ୨୬ ଶହ ବ୍ୟାଗ, କାଣ୍ଡେଲରେ ଏକ ହଜାର ୨୮୦ ବୃାଗ, ସିରୋଲରେ ଏକ ହଜାର ୧୧୦ ବ୍ୟାଗ, ବାଲସିରେ ଏକ ହଜାର ୨୦୩ ବ୍ୟାଗ, ତହସିର ଧାନ ମଣ୍ଡିରେ ୧ ହଜାର ୫୦୦ ବ୍ୟାଗ, କଶୃପଡାରେ ୨ ହଜାର, ତୁର୍ଲାଖମନରେ ୫୦୦ ବ୍ୟାଗ, ତୁଣ୍ଡଲାରେ ୩ ହଜାର ୧୯୯ ବ୍ୟାଗ, ହାତୀଖୋଜରେ ୫ ହଜାର ୫୯୧ ବ୍ୟାଗ, ବେଲଖଣ୍ଡି ଧାନ ମଣ୍ଡିରେ ୨୭୧ ବ୍ୟାଗ ଏହିପରି ୧୩ଟି ମଣ୍ଡିରେ ୯୧୦ଜଣ ଚାଷୀଙ୍କ ୯୧ ହଜାର ୩୦୩ ବ୍ୟାଗ ଧାନ ଦୀର୍ଘ ଏକ ମାସ ହେଲା ମଣ୍ଡିରେ ପଡିରହିଛି। କେସିଙ୍ଗା ବ୍ଲକର ୧୭ଟି ରାଇସ ମିଲର୍ସଙ୍କୁ ଧାନ କିଣିବା ପାଇଁ ଯୋଗାଣ ବିଭାଗ ତଥା ଜିଲାପାଳଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ବହୁ ଚାଷୀଙ୍କ ଧାନ ମଣ୍ଡିରେ ପଡିରହିଛି। କାହାର ବାହାଘର ଅଛି ତ, କାହାର ବ୍ରତ ଅଛି । କିଏ ରୋଗ ଚିକିତ୍ସା ପାଇଁ ଅର୍ଥର ବାଧକ ସାଜିଛି। କିନ୍ତୁ ଜିଲା ପ୍ରଶାସନ ତଥା ରାଜ୍ୟ ସରକାର ବି ଚାଷୀଙ୍କ ସମସ୍ୟାକୁ କର୍ଣ୍ଣପାତ କରୁ ନ ଥିବାରୁ ହାଡଭଙ୍ଗା ଶୀତରେ ଚାଷୀମାନେ ଦିନ ରାତ୍ରି ଧାନ ମଣ୍ଡିରେ ଜଗି ରହିଛନ୍ତି। ଗତ ଜାନୁୟାରୀ ୨୦ ତାରିଖ ସୁଦ୍ଧା କେସିଙ୍ଗା ବ୍ଲକରେ ୩ ହଜାର ୯୬୬ ଜଣ ଚାଷୀଙ୍କଠାରୁ ୨ ଲକ୍ଷ ୨୫ ହଜାର ୪୫ କୁଇଣ୍ଟାଲ ୪୪ କେଜି ଧାନ ବିଭିନ୍ନ ପ୍ୟାକ୍ସ ଦ୍ୱାରା କିଣାଯାଇଛି। କିନ୍ତୁ ବହୁ ଚାଷୀଙ୍କ ଟଙ୍କା ମଧ୍ୟ ଆଜି ଯାଏ ମିଳିନାହିଁ। ଏପଟେ ଚାଷୀଙ୍କୁ ଅର୍ଥ ଦେବାରେ ବିଳମ୍ବ ସେପଟେ ମଣ୍ଡିରୁ ଧାନ ଉଠୁ ନାହିଁ। ଫଳରେ ଚାଷୀମାନେ ମୁଣ୍ଡରେ ହାତଦେଇ ଚିନ୍ତାରେ ରହିଛନ୍ତି। ନର୍ଲା ବିଧାୟକ ଭୂପିନ୍ଦର ସିଂହ କେସିଙ୍ଗା ଓ ନର୍ଲା ବ୍ଲକର ବିଭିନ୍ନ ମଣ୍ଡି ପରିଦର୍ଶନ କରି ଜିଲାପାଳଙ୍କ କାର୍ଯ୍ୟାଳୟରେ ବିଭାଗୀୟ ଅଧିକାରୀଙ୍କ ସହିତ ସମୀକ୍ଷା ମଧ୍ୟ କରିଥିଲେ। ଏ ସଂକ୍ରାନ୍ତରେ କେସିଙ୍ଗା ଯୋଗାଣ ସହାୟକ ଅଧିକାରୀ ସୁଶାନ୍ତ କୁମାର ସ୍ବାଇଁଙ୍କୁ ପଚାରିବାରୁ ଧାନର ଆଲଟମେଣ୍ଟ ଆସିନାହିଁ । କେବେ ଆସିବ ମୁଁ କହିପାରିବି ନାହିଁ ବୋଲି ପ୍ରକାଶ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri