ମାସେ ହେଲା ମଣ୍ଡିରୁ ଉଠୁନି ଧାନ

କେସିଙ୍ଗା, ୧୩।୨ (ଡି.ଏନ.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବିଭିନ୍ନ ମଣ୍ଡିରେ ଦୀର୍ଘ ମାସେ ହେଲା ଧାନ ପଡିରହିଛି। ଚାଷୀମାନେ ଶୀତ କାକରରେ ଦିନରାତି ମଣ୍ଡିରେ ଜଗି ରହୁଛନ୍ତି। କେସିଙ୍ଗା ବ୍ଲକରେ ୧୪ଟି ଧାନ ମଣ୍ଡି ରହିଛି। ସେଥି ମଧ୍ୟରୁ ମଶାଣିବନ୍ଧ ମଣ୍ଡିରୁ ଧାନ ସମ୍ପୂର୍ଣ୍ଣ ଭାବେ ଉଠିଯାଇଛି। କିନ୍ତୁ ବ୍ଲକର ପାଷ୍ଟିକୁଡି ଧାନ ମଣ୍ଡିରେ ୧୩ ହଜାର ୩୦୯ ବ୍ୟାଗ, ଗୋକୁଳେଶ୍ୱର ମଣ୍ଡିରେ ୬ ହଜାର ୫୦୦ ବ୍ୟାଗ, ଉତ୍କେଲାରେ ୧୮ ହଜାର ବ୍ୟାଗ, କିକିଆରେ ୨୬ ଶହ ବ୍ୟାଗ, କାଣ୍ଡେଲରେ ଏକ ହଜାର ୨୮୦ ବୃାଗ, ସିରୋଲରେ ଏକ ହଜାର ୧୧୦ ବ୍ୟାଗ, ବାଲସିରେ ଏକ ହଜାର ୨୦୩ ବ୍ୟାଗ, ତହସିର ଧାନ ମଣ୍ଡିରେ ୧ ହଜାର ୫୦୦ ବ୍ୟାଗ, କଶୃପଡାରେ ୨ ହଜାର, ତୁର୍ଲାଖମନରେ ୫୦୦ ବ୍ୟାଗ, ତୁଣ୍ଡଲାରେ ୩ ହଜାର ୧୯୯ ବ୍ୟାଗ, ହାତୀଖୋଜରେ ୫ ହଜାର ୫୯୧ ବ୍ୟାଗ, ବେଲଖଣ୍ଡି ଧାନ ମଣ୍ଡିରେ ୨୭୧ ବ୍ୟାଗ ଏହିପରି ୧୩ଟି ମଣ୍ଡିରେ ୯୧୦ଜଣ ଚାଷୀଙ୍କ ୯୧ ହଜାର ୩୦୩ ବ୍ୟାଗ ଧାନ ଦୀର୍ଘ ଏକ ମାସ ହେଲା ମଣ୍ଡିରେ ପଡିରହିଛି। କେସିଙ୍ଗା ବ୍ଲକର ୧୭ଟି ରାଇସ ମିଲର୍ସଙ୍କୁ ଧାନ କିଣିବା ପାଇଁ ଯୋଗାଣ ବିଭାଗ ତଥା ଜିଲାପାଳଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ବହୁ ଚାଷୀଙ୍କ ଧାନ ମଣ୍ଡିରେ ପଡିରହିଛି। କାହାର ବାହାଘର ଅଛି ତ, କାହାର ବ୍ରତ ଅଛି । କିଏ ରୋଗ ଚିକିତ୍ସା ପାଇଁ ଅର୍ଥର ବାଧକ ସାଜିଛି। କିନ୍ତୁ ଜିଲା ପ୍ରଶାସନ ତଥା ରାଜ୍ୟ ସରକାର ବି ଚାଷୀଙ୍କ ସମସ୍ୟାକୁ କର୍ଣ୍ଣପାତ କରୁ ନ ଥିବାରୁ ହାଡଭଙ୍ଗା ଶୀତରେ ଚାଷୀମାନେ ଦିନ ରାତ୍ରି ଧାନ ମଣ୍ଡିରେ ଜଗି ରହିଛନ୍ତି। ଗତ ଜାନୁୟାରୀ ୨୦ ତାରିଖ ସୁଦ୍ଧା କେସିଙ୍ଗା ବ୍ଲକରେ ୩ ହଜାର ୯୬୬ ଜଣ ଚାଷୀଙ୍କଠାରୁ ୨ ଲକ୍ଷ ୨୫ ହଜାର ୪୫ କୁଇଣ୍ଟାଲ ୪୪ କେଜି ଧାନ ବିଭିନ୍ନ ପ୍ୟାକ୍ସ ଦ୍ୱାରା କିଣାଯାଇଛି। କିନ୍ତୁ ବହୁ ଚାଷୀଙ୍କ ଟଙ୍କା ମଧ୍ୟ ଆଜି ଯାଏ ମିଳିନାହିଁ। ଏପଟେ ଚାଷୀଙ୍କୁ ଅର୍ଥ ଦେବାରେ ବିଳମ୍ବ ସେପଟେ ମଣ୍ଡିରୁ ଧାନ ଉଠୁ ନାହିଁ। ଫଳରେ ଚାଷୀମାନେ ମୁଣ୍ଡରେ ହାତଦେଇ ଚିନ୍ତାରେ ରହିଛନ୍ତି। ନର୍ଲା ବିଧାୟକ ଭୂପିନ୍ଦର ସିଂହ କେସିଙ୍ଗା ଓ ନର୍ଲା ବ୍ଲକର ବିଭିନ୍ନ ମଣ୍ଡି ପରିଦର୍ଶନ କରି ଜିଲାପାଳଙ୍କ କାର୍ଯ୍ୟାଳୟରେ ବିଭାଗୀୟ ଅଧିକାରୀଙ୍କ ସହିତ ସମୀକ୍ଷା ମଧ୍ୟ କରିଥିଲେ। ଏ ସଂକ୍ରାନ୍ତରେ କେସିଙ୍ଗା ଯୋଗାଣ ସହାୟକ ଅଧିକାରୀ ସୁଶାନ୍ତ କୁମାର ସ୍ବାଇଁଙ୍କୁ ପଚାରିବାରୁ ଧାନର ଆଲଟମେଣ୍ଟ ଆସିନାହିଁ । କେବେ ଆସିବ ମୁଁ କହିପାରିବି ନାହିଁ ବୋଲି ପ୍ରକାଶ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ମହାକାଳପଡ଼ାରେ ପୋଷଣ ମାସ: ଶିଶୁଙ୍କୁ ଭିଟାମିନ୍‌ଯୁକ୍ତ ଖାଦ୍ୟ ଦେବାକୁ ବିଡିଓଙ୍କ ଆହ୍ୱାନ

ମହାକାଳପଡ଼ା,୫ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ମିଶନ ଶକ୍ତି ସଭାଗୃହଠାରେ ‘ସୁସ୍ଥ ଶିଶୁ, ସୁସ୍ଥ ପରିବାର, ସମୃଦ୍ଧ ଓଡ଼ିଶା’ ବାର୍ତ୍ତା ନେଇ ୯ମ ରାଷ୍ଟ୍ରୀୟ…

ନାବାଳିକାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଗର୍ଭବତୀ କରିବା ଯୁବକଙ୍କୁ ପଡ଼ିଲା ମହଙ୍ଗା: ଏବେ ଜେଲ୍‌ ହେବ ତାଙ୍କ ଠିକଣା

ଦେବଗଡ଼,୫ା୧୦(ଶଶାଙ୍କ ଶେଖର ଝାଙ୍କର): ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବକ ଗର୍ଭବତୀ କରିବା ଘଟଣା ତାଙ୍କୁ ମହଙ୍ଗା ପଡ଼ିଛି। ଉକ୍ତ ଘଟଣାରେ ପୋଲିସ ବାରକୋଟ ଥାନାର…

ସୋହେଲା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟିହେଲା ତୀର୍ଥଯାତ୍ରୀଙ୍କ କାର୍, ୬….

ବରଗଡ଼,୫।୧୦(ପ୍ରେମାନନ୍ଦ ଖମାରୀ): ବରଗଡ ଜିଲା ସୋହେଲା ମଧୁପୁର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ତୀର୍ଥଯାତ୍ରାରେ ଯାଉଥିବା ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ…

ସୁନ୍ଦରଗଡ଼ ପିଏନବି ବ୍ୟାଙ୍କରେ ଭୟାବହ ଅଗ୍ନିକାଣ୍ଡ, ଧୂଆଁରେ ଆଚ୍ଛାଦିତ ହେଲା…

ସୁନ୍ଦରଗଡ,୫ା୧୦(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ସୋମବାର ଭୟାବହ ଅଗ୍ନିକାଣ୍ଡ ଘଟିଛି।ଖବର ପାଇ ଦୁଇଟି ଦମକଳ ଗାଡ଼ି ସହ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ…

ଖସିଲା ଜଳସ୍ତର: ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ସମସ୍ତ ସ୍ଲୁଇସ୍‌ ଗେଟ୍‌

ସମ୍ବଲପୁର,୫ା୧୦(ପ୍ରମୋଦ ବହିଦାର): ତିନିଦିନ ଧରି ହୀରାକୁଦ ଜଳଭଣ୍ଡାର ପୂଣ୍ଣଗର୍ଭା ରହିବା ପରେ ସୋମବାର ଜଳସ୍ତର ସାମାନ୍ୟ ହ୍ରାସ ପାଇଛି। ତେଣୁ ଆଜି ଜଳଭଣ୍ଡାରର ଖୋଲାଥିବା ଏକମାତ୍ର ସ୍ଲୁଇସ୍‌…

ଜୈବବିବିଧତାର ସୁରକ୍ଷିତ ଠିକଣା: ନୀଳରକ୍ତ କଙ୍କଡ଼ାଙ୍କ ମିଳନସ୍ଥଳ ପାଲଟିଛି ଗହୀରମଥା

ମହାକାଳପଡ଼ା,୫ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲାର ଭିତରକନିକା ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ବିଭିନ୍ନ ବିରଳ ପ୍ରଜାତିର ସାମୁଦ୍ରିକ ଜୀବଜନ୍ତୁ ଦେଖିବାକୁ ମିଳନ୍ତି। ବିଶେଷ କରି ମହାନଦୀ…

ରାସ୍ତା ପାର ହେଉଥିବା ବେଳେ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଧକ୍କା ଦେଲା ଟ୍ରକ, ରାସ୍ତାରେ….

ପାଟଣା,୫ା୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଚିଲିଦାସ୍ଥିତ ଏବିସିଡିଆର ଅଙ୍ଗିକଳା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ…

ନୂଆପଡ଼ାରେ କଲରାପତରିଆ ବାଘର ଆତଙ୍କ: ଘରେ ପଶି ଗୋଟିଏ ପରିବାରର ୬ ଜଣଙ୍କୁ କଲା ଲହୁଲୁହାଣ

ନୂଆପଡ଼ା,୫ା୧୦(ମକାରୁ ବେମାଲ): ନୂଆପଡ଼ା ଜିଲା ଖରିଆର ରୋଡ଼-ଛତିଶଗଡ଼ ସୀମାନ୍ତ କୋମାଖାନ ଥାନା ଝିଟିକି ଗାଁରେ ବାଘ ଆତଙ୍କ ଖେଳିଯାଇଛି। ଶନିବାର ରାତିରେ ଏକ କଲରାପତରିଆ ବାଘ ଆକ୍ରମଣରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?