ମୁହିଁଚାଷୀ ମୁହଁରେ ହସ ଫୁଟାଇଛି ରିୱାର୍ଡ ଯୋଜନା

କୁଚିଣ୍ଡା,୨୭ା୪(ଡି.ଏନ.ଏ.): ବୈଜ୍ଞାନିକ ପଦ୍ଧତିରେ ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବାକୁ ସରକାର ରିୱାର୍ଡ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ସେହିପରି ଚାଷୀ ନିଜ ଇଚ୍ଛାରେ ଚାଷ କରି ଯେଭଳି ଉପକୃତ ହେବ ସେଥିପାଇଁ ପିଏମ୍‌କେଏସ୍‌ୱାଇ (ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋଜନା) କାର୍ଯ୍ୟକାରୀ କରୁଛନ୍ତି। ଏହି ଦୁଇ ଯୋଜନାରେ ଚାଷ କରି କୁଚିଣ୍ଡା ବ୍ଲକର ବହୁ ଚାଷୀ ଲାଭବାନ ହୋଇଥିବା ଦେଖାଯାଇଛି।
ଚାଷ ଜମିର ଉତ୍ପାଦକତା ବୃଦ୍ଧି ଓ ସହନଶୀଳ କୃଷି ପାଇଁ ଜଳବିଭାଜିକା କାର୍ଯ୍ୟକ୍ରମରେ ସରକାର କୁଚିଣ୍ଡା ବ୍ଲକରେ ଏହି ଦୁଇ ଯୋଜନାରେ କୋଟି କୋଟି ଟଙ୍କା ବିନିଯୋଗ କରିଛନ୍ତି। କୁଚିଣ୍ଡା ବ୍ଲକ ମୃତ୍ତିକା ସଂରକ୍ଷଣ ଅଧିକାରୀ ମହେନ୍ଦ୍ର ପାଣ୍ଡେ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ୨୦୨୧-୨୨ ଆର୍ଥିକ ବର୍ଷରେ ରିୱାର୍ଡ ଓ ପିଏମ୍‌କେଏସ୍‌ୱାଇ ଯୋଜନାରେ ଚାଷୀଙ୍କୁ ବିଭିନ୍ନ ଉପାୟରେ ସ୍ବାବଲମ୍ବୀ କରିବା, ବୈଜ୍ଞାନିକ ପଦ୍ଧତିରେ ଚାଷ ପାଇଁ ଚାଷୀଙ୍କୁ ପ୍ରୋତ୍ସାହିତ କରିବା, ମହିଳା ଏସ୍‌ଏଚ୍‌ଜିଙ୍କ ଜୀବିକା ନିର୍ବାହ ପାଇଁ ତାଲିମ ପ୍ରଦାନ ସହ ବିଭିନ୍ନ ସହାୟତା ପ୍ରଦାନ କରାଯାଉଛି । ପିଏମ୍‌କେଏସ୍‌ୱାଇରେ ମହିଳା ଏସ୍‌ଏଚ୍‌ଜିଙ୍କ ପାଇଁ ମାଛଚାଷ, କୁକୁଡା ଚାଷ, ଛେଳି ପାଳନ, ଗୋପାଳନ, ଖଲିଦନା ସିଲେଇ, ବଡି ପାମ୍ପଡ ତିଆରି, ମହୁ ଚାଷ, ଛତୁ ଚାଷ ଆଦି ପାଇଁ ତାଲିମ ପ୍ରଦାନ ସହିତ ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯାଉଛି। ପ୍ରାକୃତିକ ସମ୍ପଦର ରକ୍ଷଣାବେକ୍ଷଣ ନିମନ୍ତେ ସରକାର ମୃତ୍ତିକାସଂରକ୍ଷଣ ବିଭାଗ ମାଧ୍ୟମରେ ଗ୍ରାମାଞ୍ଚଳରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବାରୁ ଚାଷୀମାନଙ୍କ ପାଖରେ ସଫଳତା ପହଞ୍ଚତ୍ପାରୁଛି। ଜଳ ଅମଳ ପ୍ରକଳ୍ପ, କୃଷି ପୋଖରୀ, ନିର୍ଝର ପୁଷ୍କରିଣୀ, ଗତିଶୀଳ ପାଣିର ସୁରକ୍ଷା, ଜମି ଉନ୍ନୟନ, ଉଦ୍ୟାନ କୃଷିରେ ଫଳବୃକ୍ଷ ରୋପଣ, ଢିଲା ପଥର ବନ୍ଧ, ମାଟିବନ୍ଧ, ଚେକଡ୍ୟାମ ଆଦି ବହୁ ଲୋକପ୍ରିୟ ଯୋଜନା ଏବେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ପ୍ରଥମ ପର୍ଯ୍ୟାୟରେ ଗୋଛରା, ଲଇଗୁରା, ଉଲୁଣ୍ଡା, ଗୋପାଳପାଲି, ବାଙ୍କେ, ତୁରେଇନିକ୍ତିମାଲ, ଝାରମାଲ, ଠିଆନାଳ, ଡନସନାଡିହି ଆଦି ଗ୍ରାମରେ ଜଳବିଭାଜିକା କମିଟି ଗଠନ କରାଯାଇ ଏହା ମାଧ୍ୟମରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି। ପୁନଶ୍ଚ ଅନ୍ୟ ଏକ ପର୍ଯ୍ୟାୟରେ କୁର୍ମିମୁଣ୍ଡା, ଭାଲୁବାହାଲ, ଅର୍ଜୁନବାଡ, ରାମତିଲେଇମାଲ, ଖଣ୍ଡୋକଟା, କିଣ୍ଡିରା, କୁଟୁରାଚୁଆଁ, କିରାଶାସନ ଆଦି ଗ୍ରାମରେ ଜଳବିଭାଜିକା କମିଟି ଗଠିତ ହୋଇ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ବାଙ୍କେ ପଞ୍ଚାୟତ ବାବୁମଲଟି ଗ୍ରାମର ଜଗବନ୍ଧୁ କିଷାନ ଓ ଟାଇଁସର ପଞ୍ଚାୟତ କୁଲାଙ୍ଗଯୋର ଗ୍ରାମର ଆଶାରାମ କିଷାନ ଏହି ଯୋଜନାର ସଦବିନିଯୋଗ କରି ସମସ୍ତ ପ୍ରକାର ଚାଷ କରି ଅଞ୍ଚଳ ପାଇଁ ଉଦାହରଣ ପାଲଟିଛନ୍ତି। ସେହିପରି ବାଙ୍କେ ଫଲସାଚୁଆଁ ଗ୍ରାମର ଗଙ୍ଗାଧରଙ୍କ ଦାସ, ତମନଗୋଡାର ଶେଖର କିଷାନ, ଗୋଛରାର ଉଦିତ ପ୍ରତାପ ଦେଓ, ହୀରାଲାଲ ବେହେରା, ଉଜ୍ଜ୍ବଳ ସିଂ ପ୍ରମୁଖ ଏହି ଯୋଜନାରୁ ଉପକୃତ ହୋଇଥିବା ମୃତ୍ତିକା ସଂରକ୍ଷଣ ଅଧିକାରୀ ପାଣ୍ଡେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri