ମୁହିଁଚାଷୀ ମୁହଁରେ ହସ ଫୁଟାଇଛି ରିୱାର୍ଡ ଯୋଜନା

କୁଚିଣ୍ଡା,୨୭ା୪(ଡି.ଏନ.ଏ.): ବୈଜ୍ଞାନିକ ପଦ୍ଧତିରେ ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବାକୁ ସରକାର ରିୱାର୍ଡ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ସେହିପରି ଚାଷୀ ନିଜ ଇଚ୍ଛାରେ ଚାଷ କରି ଯେଭଳି ଉପକୃତ ହେବ ସେଥିପାଇଁ ପିଏମ୍‌କେଏସ୍‌ୱାଇ (ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋଜନା) କାର୍ଯ୍ୟକାରୀ କରୁଛନ୍ତି। ଏହି ଦୁଇ ଯୋଜନାରେ ଚାଷ କରି କୁଚିଣ୍ଡା ବ୍ଲକର ବହୁ ଚାଷୀ ଲାଭବାନ ହୋଇଥିବା ଦେଖାଯାଇଛି।
ଚାଷ ଜମିର ଉତ୍ପାଦକତା ବୃଦ୍ଧି ଓ ସହନଶୀଳ କୃଷି ପାଇଁ ଜଳବିଭାଜିକା କାର୍ଯ୍ୟକ୍ରମରେ ସରକାର କୁଚିଣ୍ଡା ବ୍ଲକରେ ଏହି ଦୁଇ ଯୋଜନାରେ କୋଟି କୋଟି ଟଙ୍କା ବିନିଯୋଗ କରିଛନ୍ତି। କୁଚିଣ୍ଡା ବ୍ଲକ ମୃତ୍ତିକା ସଂରକ୍ଷଣ ଅଧିକାରୀ ମହେନ୍ଦ୍ର ପାଣ୍ଡେ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ୨୦୨୧-୨୨ ଆର୍ଥିକ ବର୍ଷରେ ରିୱାର୍ଡ ଓ ପିଏମ୍‌କେଏସ୍‌ୱାଇ ଯୋଜନାରେ ଚାଷୀଙ୍କୁ ବିଭିନ୍ନ ଉପାୟରେ ସ୍ବାବଲମ୍ବୀ କରିବା, ବୈଜ୍ଞାନିକ ପଦ୍ଧତିରେ ଚାଷ ପାଇଁ ଚାଷୀଙ୍କୁ ପ୍ରୋତ୍ସାହିତ କରିବା, ମହିଳା ଏସ୍‌ଏଚ୍‌ଜିଙ୍କ ଜୀବିକା ନିର୍ବାହ ପାଇଁ ତାଲିମ ପ୍ରଦାନ ସହ ବିଭିନ୍ନ ସହାୟତା ପ୍ରଦାନ କରାଯାଉଛି । ପିଏମ୍‌କେଏସ୍‌ୱାଇରେ ମହିଳା ଏସ୍‌ଏଚ୍‌ଜିଙ୍କ ପାଇଁ ମାଛଚାଷ, କୁକୁଡା ଚାଷ, ଛେଳି ପାଳନ, ଗୋପାଳନ, ଖଲିଦନା ସିଲେଇ, ବଡି ପାମ୍ପଡ ତିଆରି, ମହୁ ଚାଷ, ଛତୁ ଚାଷ ଆଦି ପାଇଁ ତାଲିମ ପ୍ରଦାନ ସହିତ ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯାଉଛି। ପ୍ରାକୃତିକ ସମ୍ପଦର ରକ୍ଷଣାବେକ୍ଷଣ ନିମନ୍ତେ ସରକାର ମୃତ୍ତିକାସଂରକ୍ଷଣ ବିଭାଗ ମାଧ୍ୟମରେ ଗ୍ରାମାଞ୍ଚଳରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବାରୁ ଚାଷୀମାନଙ୍କ ପାଖରେ ସଫଳତା ପହଞ୍ଚତ୍ପାରୁଛି। ଜଳ ଅମଳ ପ୍ରକଳ୍ପ, କୃଷି ପୋଖରୀ, ନିର୍ଝର ପୁଷ୍କରିଣୀ, ଗତିଶୀଳ ପାଣିର ସୁରକ୍ଷା, ଜମି ଉନ୍ନୟନ, ଉଦ୍ୟାନ କୃଷିରେ ଫଳବୃକ୍ଷ ରୋପଣ, ଢିଲା ପଥର ବନ୍ଧ, ମାଟିବନ୍ଧ, ଚେକଡ୍ୟାମ ଆଦି ବହୁ ଲୋକପ୍ରିୟ ଯୋଜନା ଏବେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ପ୍ରଥମ ପର୍ଯ୍ୟାୟରେ ଗୋଛରା, ଲଇଗୁରା, ଉଲୁଣ୍ଡା, ଗୋପାଳପାଲି, ବାଙ୍କେ, ତୁରେଇନିକ୍ତିମାଲ, ଝାରମାଲ, ଠିଆନାଳ, ଡନସନାଡିହି ଆଦି ଗ୍ରାମରେ ଜଳବିଭାଜିକା କମିଟି ଗଠନ କରାଯାଇ ଏହା ମାଧ୍ୟମରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି। ପୁନଶ୍ଚ ଅନ୍ୟ ଏକ ପର୍ଯ୍ୟାୟରେ କୁର୍ମିମୁଣ୍ଡା, ଭାଲୁବାହାଲ, ଅର୍ଜୁନବାଡ, ରାମତିଲେଇମାଲ, ଖଣ୍ଡୋକଟା, କିଣ୍ଡିରା, କୁଟୁରାଚୁଆଁ, କିରାଶାସନ ଆଦି ଗ୍ରାମରେ ଜଳବିଭାଜିକା କମିଟି ଗଠିତ ହୋଇ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ବାଙ୍କେ ପଞ୍ଚାୟତ ବାବୁମଲଟି ଗ୍ରାମର ଜଗବନ୍ଧୁ କିଷାନ ଓ ଟାଇଁସର ପଞ୍ଚାୟତ କୁଲାଙ୍ଗଯୋର ଗ୍ରାମର ଆଶାରାମ କିଷାନ ଏହି ଯୋଜନାର ସଦବିନିଯୋଗ କରି ସମସ୍ତ ପ୍ରକାର ଚାଷ କରି ଅଞ୍ଚଳ ପାଇଁ ଉଦାହରଣ ପାଲଟିଛନ୍ତି। ସେହିପରି ବାଙ୍କେ ଫଲସାଚୁଆଁ ଗ୍ରାମର ଗଙ୍ଗାଧରଙ୍କ ଦାସ, ତମନଗୋଡାର ଶେଖର କିଷାନ, ଗୋଛରାର ଉଦିତ ପ୍ରତାପ ଦେଓ, ହୀରାଲାଲ ବେହେରା, ଉଜ୍ଜ୍ବଳ ସିଂ ପ୍ରମୁଖ ଏହି ଯୋଜନାରୁ ଉପକୃତ ହୋଇଥିବା ମୃତ୍ତିକା ସଂରକ୍ଷଣ ଅଧିକାରୀ ପାଣ୍ଡେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନାଲରୁ ମିଳିଲା ଶୁଭଲକ୍ଷ୍ମୀଙ୍କ ମୃତଦେହ, ହତ୍ୟା ସନ୍ଦେହ, ପଡ଼ୋଶୀ ଘରକୁ ପଶିଲା ସନ୍ଧାନୀ କୁକୁର

ରାଜନଗର, ୪ା୪(ଭାସ୍କର ରାଉତରାୟ): ନିଖୋଜ ଥିବା ଶୁଭଲକ୍ଷ୍ମୀଙ୍କ ମୃତଦେହ ଶୁକ୍ରବାର କେନାଲରୁ ମିଳିଛି। ଗାଁ ନିକଟ କେନାଲରେ ଖୋଜାଖୋଜି ପୂର୍ବରୁ ମୃତଦେହ ଭାସି ଆସିଥିବା ଦେଖିବାକୁ ମିଳିଥିଲା।…

ଶେଷ ହେବ ନାହିଁ ଯୁଦ୍ଧ? ଚିନ୍ତାରେ ପଡ଼ିଲାଣି ଆମେରିକା, ବଢାଇପାରେ ଡିଫେନ୍ସ ବଜେଟ

ଓ୍ବାଶିଂଟନ,୪।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ୩୬ ତମ ଦିନରେ ପହଞ୍ଚିଛି। ନିରନ୍ତର ଆକ୍ରମଣ ଏବଂ ପ୍ରତିଶୋଧମୂଳକ ଆକ୍ରମଣ ମଧ୍ୟରେ, ପରିସ୍ଥିତି କ୍ରମଶଃ…

ଗଛ କାଟୁଥିବା ବେଳେ ଉପରେ ପଡିଗଲା ଡାଳ; ୨୦ ଫୁଟ ଉପରେ ଝୁଲି ରହିଲେ ଯୁବକ, ତାପରେ…

ଉଦଳା,୪।୪(ସନ୍ତୋଷ କୁମାର ବାଛିନୀ): କପ୍ତିପଦା ଥାନା କଟୁରିଆ ଗ୍ରାମରେ ଅଭାବନୀୟ ଘଟଣା । ଗଛ ଉପରେ ଚଢ଼ି ଡାଳ କାଟୁଥିବା ବେଳେ ଉପରେ ପଡିଗଲା ଆଉ ଏକ…

ଇରାନକୁ ଫାଇନାଲ୍‌ ଅଲ୍ଟିମେଟମ: ହର୍ମୁଜ ନ ଖୋଲିଲେ…

ଓ୍ବାଶିଂଟନ୍‌,୪।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନକୁ ଅଲ୍ଟିମେଟମ ଦେଇଛନ୍ତି। ସେ କହିଛନ୍ତି, ଇରାନ ଯଦି ହର୍ମୁଜ ଷ୍ଟ୍ରେଟ୍‌ ନ ଖୋଲେ, ତେବେ ଆମେରିକା ପାଓ୍ବାର…

ଇରାନକୁ ନୁହେଁ, ବରଂ ନିଜ ପାଇଁ ସମୟସୀମା ଧାର୍ଯ୍ୟ କଲେ ଟ୍ରମ୍ପ, ଏହି ତାରିଖକୁ ରଖିଥିଲେ ଡେଡ ଲାଇନ

ଓ୍ବାଶିଂଟନ,୪।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଆତ୍ମସମର୍ପଣ ପାଇଁ ଏପ୍ରିଲ ୬ ପର୍ଯ୍ୟନ୍ତ ସମୟସୀମା ଦେଇଥିଲେ। ତଥାପି, ଏହା ଏବେ ସ୍ପଷ୍ଟ ହୋଇଯାଇଛି ଯେ ଏହି…

ବାଇକ୍‌କୁ ଧକ୍କାଦେଲା ଟ୍ରାକ୍ଟ୍ରର, ଚାଲିଗଲା ୨ ଜଣଙ୍କ ଜୀବନ

ଧାମନଗର,୪ା୪(ସନ୍ତୋଷ କୁମାର ମହାପାତ୍ର/ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ବିଜ୍ଞାପିତ ଅଞ୍ଚଳ ଭଣ୍ଡାରିପଦୀ ଛକ ମୁଖ୍ୟ ରାସ୍ତାରେ ଶନିବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଫଳରେ ୨…

RCBକୁ ପଛରେ ପକାଇ ମହାରେକର୍ଡ କଲା ଚେନ୍ନାଇ ସୁପର୍‌ କିଙ୍ଗ୍ସ: ପ୍ରଥମ ଦଳ ଭାବେ…

ନୂଆଦିଲ୍ଲୀ,୪।୪: ଚେନ୍ନାଇ ସୁପର କିଙ୍ଗସ IPLରେ ଏପରି ଏକ ସଫଳତା ହାସଲ କରିଛି ଯାହା ପୂର୍ବରୁ ଅନ୍ୟ କୌଣସି ଦଳ କରିପାରି ନାହିଁ। ଚେନ୍ନାଇ ଏବେ ଇଣ୍ଡିଆନ…

ଠାକୁରଘରେ ପଶିିଯିବାରୁ ଦଳିତ ବୃଦ୍ଧାଙ୍କୁ ଆକ୍ରମଣ, ଥାନାର ଦ୍ୱାରସ୍ଥ ହେବା ପରେ…

ପଟ୍ଟାମୁଣ୍ଡାଇ,୪ା୪(କଳ୍ପତରୁ ନାୟକ): କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧିନ ଖଣତା ଗ୍ରାମର ଜଣେ ଦଳିତ ମାନସିକ ବିକାରଗ୍ରସ୍ତ ବୃଦ୍ଧାଙ୍କୁ ଗୁରୁବାର ଆକ୍ରମଣ ହୋଇଛି। ଗ୍ରାମର ଜଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri