ଅଧାରେ ଅଟକିଛି ପ୍ରକଳ୍ପ ପୁନରୁଦ୍ଧାର

କଣିହାଁ, ୯ା୭(ଡି.ଏନ.ଏ.) ଅନୁଗୋଳ ଜିଲା କଣିହାଁ ବ୍ଲକ କୁଳୁମା ପଞ୍ଚାୟତର କୁଳୁମା ଗ୍ରାମରେ ଥିବା ଦୁଇଟି କ୍ଷୁଦ୍ର ଜଳସଚନ ପ୍ରକଳ୍ପର ପୁନରୁଦ୍ଧାର ସମ୍ପୂର୍ଣ୍ଣ ହୋଇପାରୁ ନାହିଁ। ୨୦୦୪ରୁ ଏହାର ମୂଳଦୁଆ ପଡିଥିବା ବେଳେ ପୁନରୁଦ୍ଧାର ପାଇଁ ରାଜ୍ୟ ସରକାର ୭୦ ଲକ୍ଷରୁ ଅଧିକ ଟଙ୍କା ପ୍ରଦାନ କରିଛନ୍ତି। ହେଲେ ଅଦ୍ୟାବଧି କାମ ପୂରଣ ହୋଇ ନ ଥିବାରୁ ଏ ନେଇ ଜନ ଅସନ୍ତୋଷ ଦେଖାଦେଇଛି। ବିଶେଷକରି ଉଠାଯାଇଥିବା ମାଟି ଚାଷୀମାନଙ୍କ ଜମିରେ ଗଦା କରାଯାଇଛି। ଜଳ ନିଷ୍କାସନ ସ୍ଥାନକୁ ଠିକ୍‌ ଭାବେ କଂକ୍ରିଟ୍‌ କରାଯାଇ ନାହିଁ। କାର୍ଯ୍ୟ ନେଇଥିବା ଠିକାଦାର ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଏଠାକାର ଚାଷୀ ଜମିକୁ ପାଣି ପାଇପାରୁ ନ ଥିବା ଅଭିଯୋଗ ହୋଇଛି। ଏହାର ତଦନ୍ତ ପାଇଁ କୁଳୁମା ଗ୍ରାମର ବରିଷ୍ଠ ନାଗରିକ ଓ ଚାଷୀମାନେ ରାଜ୍ୟ ବିଧାନସଭା ଗୃହ କମିଟି ସଦସ୍ୟ ଅମରନାଥ ଶତପଥୀଙ୍କୁ ଗତ ଜୁନ୍‌ ୨୩ ତାରିଖରେ ଅଭିଯୋଗ କରିଛନ୍ତି। ଅଭିଯୋଗର ନକଲ ଅନୁଗୋଳ ଜିଲାପାଳ, ଏମ୍‌ଆଇପି ଡିଭିଜନ ନିର୍ବାହୀ ଯନ୍ତ୍ରୀ, ପାଲଲହଡ଼ା ଓ ତାଳଚେର ବିଧାୟକଙ୍କୁ ପ୍ରଦାନ କରାଯାଇଛି।
ବୁଦ୍ଧିଜୀବୀ ତଥା ଚାଷୀ କୃଷ୍ଣଚନ୍ଦ୍ର ପ୍ରଧାନ, ଭାସ୍କର ସାମଲ, ପ୍ରଶ୍ନ ସାହୁ ପ୍ରମୁଖ ଅଭିଯୋଗ କରିଛନ୍ତି ଯେ, କୁଳୁମା ଗ୍ରାମର ତେଲପଶି ଏମ୍‌ଆଇପି ପାଇଁ ୩୬ ଲକ୍ଷ ୮୮ ହଜାର ଓ ନୂଆବନ୍ଧ ଏମ୍‌ଆଇପି ପାଇଁ ୩୫ ଲକ୍ଷ ୮୨ ହଜାର ଟଙ୍କା ଅନୁଦାନ ମିଳିଛି। ଏହି କାର୍ଯ୍ୟ ଏମ୍‌ଆଇପିର ତାଳଚେର ଉପଖଣ୍ଡ ସହକାରୀ ଯନ୍ତ୍ରୀଙ୍କ ତତ୍ତ୍ୱାବଧାନରେ କରାଯାଉଥିଲା। ଠିକାଦାର ମନଇଚ୍ଛା ମାଟି ଖୋଳି ଗ୍ରାମର ଯାତ୍ରାପଡିଆ ସହ ଅନେକଙ୍କ ଚାଷ ଜମିରେ ଗଦା କରିଛନ୍ତି। ଏହାକୁ ସମତୁଲ କରି ନ ଥିବାବେଳେ ନିମ୍ନମାନର କାମ କରି ଡ୍ରେନ ସଫା କରିନାହାନ୍ତି। ଜଳ ନିଷ୍କାସନ ସ୍ଥାନରେ କଂକ୍ରିଟ କାମ ଠିକ୍‌ ଭାବେ ହୋଇନାହିଁ। କାମ ନ ସାରି ଠିକାଦାର ବିଲ୍‌ କରି ଆଉ ଦେଖାଦେଉନାହାନ୍ତି। ଏହାର ତଦନ୍ତ କରାଯିବାକୁ ସେମାନେ ଦାବି କରିଛନ୍ତି। ଅଭିଯୋଗ ସମ୍ପର୍କରେ ଏମ୍‌ଆଇପି ତାଳଚେର ଉପଖଣ୍ଡ ସହକାରୀ ନିର୍ବାହୀ ଯନ୍ତ୍ରୀ ବୀରେନ୍ଦ୍ର କୁମାର ଜଗତ କହିଛନ୍ତି, ନିମ୍ନମାନର କାମ ହୋଇନାହିଁ। ଗ୍ରାମବାସୀ ଓ ପାଣି ପଞ୍ଚାୟତ କମିଟି ତଦାରଖରେ କାର୍ଯ୍ୟ ହୋଇଛି। ଗଦା ହୋଇଥିବା ମାଟି ବର୍ଷା ଯୋଗୁ ସମତୁଲ ହୋଇପାରି ନାହିଁ। ଶୁଖିଲା ପାଗ ହେବାକ୍ଷଣି ଏହା କରାଯିବ। ପ୍ରକଳ୍ପ କାମ ସରିନାହିଁ। ଚଳିତ ଆର୍ଥିକ ବର୍ଷର ବିଲ୍‌ ମଧ୍ୟ ଠିକାଦାରଙ୍କୁ ଦିଆଯାଇନାହିଁ। ଦୁର୍ନୀତି ଅଭିଯୋଗ ମିଥ୍ୟା। ତଦନ୍ତକୁ ସ୍ବାଗତ କରାଯିବ ବୋଲି ନିର୍ବାହୀ ଅଧିକାରୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri