ଖବରଦାତା କହି ଲାଞ୍ଚ ମାଗୁଥିଲେ ଯୁବକ

ଚନ୍ଦାହାଣ୍ଡି,୭।୧୦(ଡି.ଏନ୍‌.ଏ.): ଜଣେ ଯୁବକ ନିଜକୁ ଖବରଦାତା କହି ଟଙ୍କା ମାଗୁଥିବା ନେଇ ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ଶରଧାପୁର ସରପଞ୍ଚ ଲେବନୀ ମାଝି ଚନ୍ଦାହାଣ୍ଡି ଥାନାରେ ଅଭିଯୋଗ କରିଛନ୍ତି। ଯୁବକ ଜଣଙ୍କ ସରପଞ୍ଚଙ୍କ ନାମରେ ଭିଡିଓ ଭାଇରାଲ କରି ଦେବାର ଧମକ ଦେଇଥିବା ନେଇ ଉକ୍ତ ଏତଲାରେ ଉଲ୍ଲଖ ଥିବା ଚନ୍ଦାହାଣ୍ଡି ଥାନାଧିକାରୀ ଉମେଶ ଚନ୍ଦ୍ର ନାୟକ କହିଛନ୍ତି। ଚନ୍ଦାହାଣ୍ଡି ପୋଲିସ ୧୧୫/୨୨ରେ ଏକ ମାମଲା ରୁଜୁ କରିଛି। ଏସ୍‌ଆଇ ସମୀର ପ୍ରଧାନଙ୍କୁ ତଦନ୍ତ ଦାୟିତ୍ୱ ଦିଆ ଯାଇଛି ବୋଲି ଥାନାଧିକାରୀ କହିଛନ୍ତି।
ପୋଲିସ ସୂତ୍ରନୁସାରେ ପାଟଖଲିଆ ପଞ୍ଚାୟତ ସଦର ଗ୍ରାମର ଚତୁର ଗହୀର ୧ ତାରିଖରେ ସରପଞ୍ଚ ଲେବନୀ ମାଝିଙ୍କୁ ନିଜେ ଜଷର ଖବରଦାତା ବୋଲି କହି ଫୋନରେ ୨୦ ହଜାର ବଟି ମାଗିଥିଲେ । ପରେ ତାଙ୍କ ଘର ତେଲାତାଣ୍ଡି ଗ୍ରାମକୁ ଯାଇ ପଇସା ମାଗିବା ସହ ଜାତିଆଣ ମନ୍ତବ୍ୟ ଦେଇଥିଲେ। ସରପଞ୍ଚ ମାଝି ଟଙ୍କା ଦେବାରେ ଅକ୍ଷମତା ପ୍ରକାଶ କରିବା ସହ ଯୁବକଙ୍କ ନାମରେ ଗତ ୪ ତାରିଖରେ ଚନ୍ଦାହାଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହା ପୂର୍ବରୁ ମଧ୍ୟ ଚତୁର ଖବରଦାତା ବୋଲି ପରିଚୟ ଦେଇ ହଇରାଣ କରିଥିବା ସରପଞ୍ଚ ନିଜ ଏତଲାରେ ଦର୍ଶାଇଛନ୍ତି l ଘଟଣାକୁ ଚନ୍ଦାହାଣ୍ଡି ପ୍ରେସ କ୍ଳବ ପକ୍ଷରୁ ନିନ୍ଦା କରାଯାଇଛି। ଦୋଷୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନେବାକୁ ପ୍ରେସ୍‌ କ୍ଲବ ସଭାପତି ଦିଲ୍ଲୀପ ଦାସ କହିଛନ୍ତି। ଏ ନେଇ ଚତୁର ଗହୀରଙ୍କୁ ପଚାରିବାରୁ ସେ ଏହାକୁ ଖଣ୍ଡନ କରିବା ସହ ମିଛରେ ଫଶା ଯାଉଛି ବୋଲି ସେ କହିଛନ୍ତି। ପ୍ରକାଶ ଯେ ଚନ୍ଦାହାଣ୍ଡି ବ୍ଲକରେ କେତେଜଣ ଯୁବକ ନିଜ ବାଇକ ଓ କାରରେ ପ୍ରେସ୍‌ ଲେଖି ବୁଲିବା ସହ ବିଭିନ୍ନ ଅନୁଷ୍ଠାନକୁ ଧମକ ଦେଇ ଚାନ୍ଦା ମାଗିଥିବା ଅଭିଯୋଗ ହୋଇଛି। ତେଣୁ ପୋଲିସ ଓ ବ୍ଲକ ପ୍ରଶାସନ ଏପରି ନକଲି ଖବରଦାତାଙ୍କୁ ଚିହ୍ନଟ କରିବାକୁ ଲୋକେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ହତ୍ୟା, ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର,୧ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରାଜଜ୍‌ (ଏଡିଜେ-୧) ଡ. ଇନ୍ଦୁ ଶର୍ମା ବୁଧବାର ଏକ ହତ୍ୟା ମାମଲାର ୧୯ ବର୍ଷ ପରେ ଚୂଡ଼ାନ୍ତ...

ଗାଡ଼ି ଚଳାଉଥିବା ବେଳେ ରାସ୍ତାରେ ହେଲା ହାର୍ଟ ଆଟାକ୍‌, ଚାଲିଗଲା ଜୀବନ

ବୁଗୁଡ଼ା,୧ା୫(କାଳିଚରଣ ଦାଶ): ଗାଡ଼ି ଚଳାଇ ଆସୁଥିବା ବେଳେ ଅଧା ରାସ୍ତାରେ ହୋଇଗଲା ହାର୍ଟ ଆଟାକ୍‌। ଆଉ ଗାଡ଼ି ଭିତରେ ହିଁ ଚାଲିଗଲା ଜୀବନ ଏମିତି ଏକ...

ଭଟଲି ବିଧାନସଭା ଆସନ ପାଇଁ ନାମାଙ୍କନ ଦାଖଲ କଲେ ମହମ୍ମଦ ଶାହାରୁଖ

ବରଗଡ଼,୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ପ୍ରାର୍ଥୀ ମହମ୍ମଦ ଶାହାରୁଖ ଲୋଧିଆ...

ଡବଲ ଇଞ୍ଜିନ୍‌ ଭୋଟ୍‌ ପାଇଁ କାମ କରେ, କାହିଁକି ଏମିତି କହିଲେ ପାଣ୍ଡିଆନ

ଛତ୍ରପୁର,୧ା୫(ଦିଲ୍ଲୀପ ସାମଲ): ଛତ୍ରପୁରରେ କାର୍ତ୍ତିକ ପାଣ୍ଡିଆନଙ୍କ ମାରାଥନ ପ୍ରଚାର। ସାଧାରଣ ସଭାରେ କାର୍ତ୍ତିକ ପାଣ୍ଡିଆନଙ୍କ ଉଦ୍‌ବୋଧନ ଦେଇ କହିଛନ୍ତି, ଡବଲ ଇଞ୍ଜିନ୍‌ ବୋଲି କିଛି ଲୋକ...

ବ୍ରିଜ୍‌ ଉପରେ ସାଇକେଲ ରଖି ନଦୀକୁ ଡେଇଁ ପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ପାରାଦୀପ,୧ା୫(ଶରତ ରାଉତ): ପାରାଦୀପ ଆଦର୍ଶଥାନା ଅନ୍ତର୍ଗତ ଅଠରବାଙ୍କି ଓଭରବ୍ରିଜ୍‌ ଉପରୁ ବୁଧବାର ଖରାବେଳେ ଜଣେ ଦଶମ ଶ୍ରେଣୀ ଛାତ୍ର ନାହିଁ କାଉଡ଼ିଆ ନଦୀରେ ପଡ଼ି ଯାଇ...

ପ୍ରାର୍ଥିପତ୍ର ଦାଖଲ କଲେ ଇରାସିସ ଆଚାର୍ଯ୍ୟ

ବରଗଡ଼,୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଭାଜପା ପ୍ରାର୍ଥୀ ଇରାସିସ ଆଚାର୍ଯ୍ୟ ବୁଧବାର ନାମାଙ୍କନପତ୍ର ଦାଖଲ କରିଛନ୍ତି।...

ରାଜଗାଙ୍ଗପୁର ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ଅନିଲ ବରୁଆ

ସୁନ୍ଦରଗଡ଼,୧ା୫(ଜୟନାରାୟଣ ମେଣ୍ଡୁଳି): ରାଜଗାଙ୍ଗପୁର ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଅନିଲ ବରୁଆ ବୁଧବାର ନିଜର ନାମାଙ୍କନପପତ୍ର ଦାଖଲ କରିଛନ୍ତି। ଅନିଲ ସୁନ୍ଦରଗଡ଼ ଅତିରିକ୍ତ ଜିଲାପାଳ...

ନାମାଙ୍କନପତ୍ର ଦାଖଲ କଲେ ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ନାଏକ

ସୁନ୍ଦରଗଡ଼,୧ା୫(ଜୟନାରାୟଣ ମେଣ୍ଡୁଳି): ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ ବୁଧବାର ପ୍ରାର୍ଥିପତ୍ର ଦାଖଲର ଚତୁର୍ଥ ଦିବସରେ ସୁନ୍ଦରଗଡ଼ ବିଧାନସଭା ଆସନ ପାଇଁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇ) ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri