ଖବରଦାତା କହି ଲାଞ୍ଚ ମାଗୁଥିଲେ ଯୁବକ

ଚନ୍ଦାହାଣ୍ଡି,୭।୧୦(ଡି.ଏନ୍‌.ଏ.): ଜଣେ ଯୁବକ ନିଜକୁ ଖବରଦାତା କହି ଟଙ୍କା ମାଗୁଥିବା ନେଇ ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ଶରଧାପୁର ସରପଞ୍ଚ ଲେବନୀ ମାଝି ଚନ୍ଦାହାଣ୍ଡି ଥାନାରେ ଅଭିଯୋଗ କରିଛନ୍ତି। ଯୁବକ ଜଣଙ୍କ ସରପଞ୍ଚଙ୍କ ନାମରେ ଭିଡିଓ ଭାଇରାଲ କରି ଦେବାର ଧମକ ଦେଇଥିବା ନେଇ ଉକ୍ତ ଏତଲାରେ ଉଲ୍ଲଖ ଥିବା ଚନ୍ଦାହାଣ୍ଡି ଥାନାଧିକାରୀ ଉମେଶ ଚନ୍ଦ୍ର ନାୟକ କହିଛନ୍ତି। ଚନ୍ଦାହାଣ୍ଡି ପୋଲିସ ୧୧୫/୨୨ରେ ଏକ ମାମଲା ରୁଜୁ କରିଛି। ଏସ୍‌ଆଇ ସମୀର ପ୍ରଧାନଙ୍କୁ ତଦନ୍ତ ଦାୟିତ୍ୱ ଦିଆ ଯାଇଛି ବୋଲି ଥାନାଧିକାରୀ କହିଛନ୍ତି।
ପୋଲିସ ସୂତ୍ରନୁସାରେ ପାଟଖଲିଆ ପଞ୍ଚାୟତ ସଦର ଗ୍ରାମର ଚତୁର ଗହୀର ୧ ତାରିଖରେ ସରପଞ୍ଚ ଲେବନୀ ମାଝିଙ୍କୁ ନିଜେ ଜଷର ଖବରଦାତା ବୋଲି କହି ଫୋନରେ ୨୦ ହଜାର ବଟି ମାଗିଥିଲେ । ପରେ ତାଙ୍କ ଘର ତେଲାତାଣ୍ଡି ଗ୍ରାମକୁ ଯାଇ ପଇସା ମାଗିବା ସହ ଜାତିଆଣ ମନ୍ତବ୍ୟ ଦେଇଥିଲେ। ସରପଞ୍ଚ ମାଝି ଟଙ୍କା ଦେବାରେ ଅକ୍ଷମତା ପ୍ରକାଶ କରିବା ସହ ଯୁବକଙ୍କ ନାମରେ ଗତ ୪ ତାରିଖରେ ଚନ୍ଦାହାଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହା ପୂର୍ବରୁ ମଧ୍ୟ ଚତୁର ଖବରଦାତା ବୋଲି ପରିଚୟ ଦେଇ ହଇରାଣ କରିଥିବା ସରପଞ୍ଚ ନିଜ ଏତଲାରେ ଦର୍ଶାଇଛନ୍ତି l ଘଟଣାକୁ ଚନ୍ଦାହାଣ୍ଡି ପ୍ରେସ କ୍ଳବ ପକ୍ଷରୁ ନିନ୍ଦା କରାଯାଇଛି। ଦୋଷୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନେବାକୁ ପ୍ରେସ୍‌ କ୍ଲବ ସଭାପତି ଦିଲ୍ଲୀପ ଦାସ କହିଛନ୍ତି। ଏ ନେଇ ଚତୁର ଗହୀରଙ୍କୁ ପଚାରିବାରୁ ସେ ଏହାକୁ ଖଣ୍ଡନ କରିବା ସହ ମିଛରେ ଫଶା ଯାଉଛି ବୋଲି ସେ କହିଛନ୍ତି। ପ୍ରକାଶ ଯେ ଚନ୍ଦାହାଣ୍ଡି ବ୍ଲକରେ କେତେଜଣ ଯୁବକ ନିଜ ବାଇକ ଓ କାରରେ ପ୍ରେସ୍‌ ଲେଖି ବୁଲିବା ସହ ବିଭିନ୍ନ ଅନୁଷ୍ଠାନକୁ ଧମକ ଦେଇ ଚାନ୍ଦା ମାଗିଥିବା ଅଭିଯୋଗ ହୋଇଛି। ତେଣୁ ପୋଲିସ ଓ ବ୍ଲକ ପ୍ରଶାସନ ଏପରି ନକଲି ଖବରଦାତାଙ୍କୁ ଚିହ୍ନଟ କରିବାକୁ ଲୋକେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାଗାଲାଣ୍ଡରେ ମଦମୃତ୍ୟୁ: ୨ ଦିନରେ ଗଲାଣି ୧୯ଜଣଙ୍କ ଜୀବନ

କୋହିମା,୨୬ା୯; ନାଗାଲାଣ୍ଡରେ ବିଷାକ୍ତ ମଦ ପିଇ ୨ ଦିନରେ ୧୯ଜଣ ପ୍ରାଣ ହରାଇଛନ୍ତି। ମୃତ୍ୟୁର କାରଣ ଏବଂ ରାଜ୍ୟରେ ମଦ ଅପମିଶ୍ରଣର ଯୋଗାଣ ଶୃଙ୍ଖଳକୁ ଠାବ କରିବା…

କାଲି ବନ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ: ଆକାଶମାର୍ଗରୁ ସ୍ଥିତି ପରଖିବେ ମୋହନ ମାଝୀ

ଭୁବନେଶ୍ୱର,୨୬।୯: ରାଜ୍ୟରେ ଗଭୀର ଅବପାତ ଯୋଗୁ ସୃଷ୍ଟ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପାଇଁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟା…

ମାସିକ ୮ ହଜାର ଟଙ୍କାରେ ପରିବାର ଚଳିବ କେମିତି? ଆନ୍ଦୋଳନରତ ଯୋଗାଣ ସହାୟକଙ୍କ ସମର୍ଥନରେ ବାହାରିଲେ ନରସିଂହ

ବଲାଙ୍ଗୀର,୨୬।୯ (ସୁନିଲ କୁମାର ମହାନ୍ତି): ପାରିଶ୍ରମିକ ବୃଦ୍ଧି ସହ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ସାରା ରାଜ୍ୟର ଯୋଗାଣ ସହାୟକମାନେ ଭୁବନେଶ୍ୱରରେ ଆନ୍ଦୋଳନ ଚଳାଇଛନ୍ତି। ବଲାଙ୍ଗୀର ଜିଲାର…

କାଠ ଆଣିବାକୁ ଯାଇ ହାତୀ ହାବୁଡ଼ରେପଡ଼ିିଗଲେ ବୃଦ୍ଧ, ଆଉ ତା’ପରେ…

କେନ୍ଦୁଝର,୨୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲିଜ୍‌ ଏରିଆ ଅଞ୍ଚଳରେ ଏକ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୁବନ…

ଗାଜଲବାଡି ଘାଟି ସିଲ୍‌କୁ ୩ ଦିନ: ଦାରିଙ୍ଗବାଡିରେ ମିଳୁନି ପନିପରିବା, ବୃଦ୍ଧି ପାଇଲା ଅତ୍ୟାବଶ୍ୟକ ସାମଗ୍ରୀର ଦର

ଦାରିଙ୍ଗବାଡି,୨୬।୯(ଅରୁଣ ସାହୁ): ଲଗାଣ ବର୍ଷା ଓ ଭୂସ୍ଖଳନ ଭୟ ଯୋଗୁ ସିଲ୍ ହୋଇଥିବା ଗାଜଲବାଡି ଘାଟି ରାସ୍ତା ଇତିମଧ୍ୟରେ ୩ ଦିନ ବିତିଯାଇଥିଲେ ବି ଖୋଲିପାରିନାହିଁ। ଗୁରୁବାର…

କୋରାପୁଟରେ ବର୍ଷା ବିତ୍ପାତ: ୪୫ ଗାଁ ଜଳମଗ୍ନ

କୋରାପୁଟ,୨୬ା୯(ଅମିତାଭ ବେହେରା): ଅର୍ଣ୍ଣବ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ଲଗାଣ ବର୍ଷା ଯୋଗୁ ଜିଲାର ନଦୀ, ନାଳ ଓ ଜଳାଶୟର ଜଳସ୍ତର ବଢ଼ିବା ସହ ବିଭିନ୍ନ ତଳିଆ…

ମା’ ହେଲେ ଦଶମ ଶ୍ରେଣୀ ଛାତ୍ରୀ: ଜିଲା ମୁଖ୍ୟ ଚିକିତ୍ସାଳୟରେ କନ୍ୟା ସନ୍ତାନ ଜନ୍ମ, ଥାନାରେ ଏତଲା

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ମାଆ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

ନ୍ୟୁଜିଲାଣ୍ଡ ସିରିଜରୁ ବାଦ୍‌ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୬ା୯: ଭାରତର ସିନିୟର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଆଘାତପ୍ରାପ୍ତ ହୋଇଛନ୍ତି। ତାଙ୍କ ଆଣ୍ଡୁ ତଳ ଭାଗରେ ଆଘାତ ଲାଗିଛି । ଫଳରେ ସେ ନ୍ୟୁଜିଲାଣ୍ଡ ହ୍ବାଇଟ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?