‘ଅନାମ କାବ୍ୟ ଆନ୍ଦୋଳନ’ର ପ୍ରାସଙ୍ଗିକତା

ମନୁ ଦାଶ

 

‘ଅନାମ କାବ୍ୟ ଆନ୍ଦୋଳନ’ ସଂକଳନ ପ୍ରକାଶନ ପରିପ୍ରେକ୍ଷୀରେ ଅନେକ ପାଠକ ଓ ସାହିତି୍ୟକ ମତେ ପ୍ରଶ୍ନ କରିଛନ୍ତି ଯେ, ବିଗତ ଶତାବ୍ଦୀରେ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନର ସାମ୍ପ୍ରତିକ ସମୟରେ ପ୍ରାସଙ୍ଗିକତା କ’ଣ ଅଛି ? ଏଭଳି ଏକ ପ୍ରଶ୍ନ ସାହିତି୍ୟକ ଓ ପାଠକଙ୍କ ମନରେ ଉଠିବା ସ୍ବାଭାବିକ।
ଅନାମ କାବ୍ୟ ଆନ୍ଦୋଳନର ଶ୍ରୀଗଣେଶ ହୋଇଥିଲା ୧୯୬୯ ମସିହାରେ ବସନ୍ତ ପଞ୍ଚମୀ ଦିନ (ବୁଧବାର, ୨୨ ଜାନୁୟାରୀ ୧୯୬୯)। ପୁରୀ ସହରର ସ୍ବର୍ଗଦ୍ୱାରରେ କୁମାର ମହାନ୍ତି ଓ ଅନ୍ୟ ଚାରି ଜଣ ବନ୍ଧୁ ଅନାମ ଗୋଷ୍ଠୀ ଗଠନର ଶୁଭାରମ୍ଭ କରିଥିଲେ। ନିଜ ଭିତରେ ଥିବା ଅହଂକାରର ଶବକୁ ସେମାନେ ସ୍ବର୍ଗଦ୍ୱାରରେ ଦାହ କରିବାର ସଙ୍କଳ୍ପ ନେବା ସହ ‘ମୈତ୍ରୀ’ ପରମ୍ପରାକୁ ଓଡ଼ିଆ ମାଟିରେ ପୁନରୁତ୍ଥାନ କରିବାର ସଙ୍କଳ୍ପ ନେଇଥିଲେ। ଏତଦ୍‌ବ୍ୟତୀତ ଓଡ଼ିଆ କବିତାକୁ ଉଦ୍ଭଟତା, ଅବୋଧ୍ୟତା ଓ ପାଶ୍ଚାତ୍ୟ ସାହିତ୍ୟର ହନୁକରଣରୁ ମୁକ୍ତ କରିବାକୁ ସେମାନେ ପ୍ରତିଜ୍ଞା କରିଥିଲେ। ୟା’ ଭିତରେ ୫୩ ବର୍ଷ ବିତିଗଲାଣି। ଏହି ଆନ୍ଦୋଳନର ଜନ୍ମ ଦୁଇ ମାସ ପରେ ସେମାନେ ‘ଅନାମ’ ନାମରେ ଏକ କ୍ଷୁଦ୍ର ଷୋହଳ ପୃଷ୍ଠାର ସାମୟିକ ପତ୍ରିକା ମଧ୍ୟ ପ୍ରକାଶନ କଲେ। ଏହି ପତ୍ରିକାରେ ଯେଉଁମାନଙ୍କ କବିତା ପ୍ରକାଶିତ ହେଲା, ସେମାନେ ହେଲେ ସର୍ବଶ୍ରୀ କୁମାର ମହାନ୍ତି, ନାରାୟଣ ପ୍ରସାଦ ସିଂ, ଚିତ୍ତରଞ୍ଜନ ମିଶ୍ର, ଉଦୟ ଦାସ, ନୀଳମାଧବ ମିଶ୍ର ଓ ଅପୂର୍ବ ମହାନ୍ତି । କୁମାର ମହାନ୍ତି ଆନ୍ଦୋଳନ ଓ ପତ୍ରିକା ପ୍ରକାଶନର ନେତୃତ୍ୱ ନେଲାବେଳେ ତାଙ୍କର ବୟସ ଥିଲା ୨୮ ବର୍ଷ। ତାଙ୍କ ସହଯୋଗୀ ବନ୍ଧୁମାନଙ୍କ ମଧ୍ୟରେ ଏବେ ଜୀବିତ ଅଛନ୍ତି ନାରାୟଣ ପ୍ରସାଦ ସିଂ ଓ ଚିତ୍ତରଞ୍ଜନ ମିଶ୍ର। ୧୯୯୫ ଡିସେମ୍ବର ୧୯ରେ କୁମାର ମହାନ୍ତିଙ୍କ ୫୪ ବର୍ଷ ବୟସରେ ଅକାଳ ବିୟୋଗ ଘଟିଥିଲା ଏବଂ ତା’ ସହିତ ଅନାମ ଆନ୍ଦୋଳନର ଆୟୁଷ ମଧ୍ୟ ଶେଷ ହୋଇଯାଇଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ।
୧୯୬୯ରୁ ୧୯୯୫ ମଧ୍ୟରେ (୨୬ ବର୍ଷ) ‘ଅନାମ’ ସାମୟିକର ୧୯ଟି ସଂଖ୍ୟା ଓ ଏହାପରେ ‘ଅନାମଙ୍କ ପତ୍ର’ ସାତଟି ସଂଖ୍ୟା ବାହାରିଥିଲା। ପ୍ରତିଟି ସଂଖ୍ୟା ବାହାରିବା ପୂର୍ବରୁ ଅନାମ ଗୋଷ୍ଠୀର କବିମାନେ ଆତ୍ମମନ୍ଥନରେ ନିମଗ୍ନ ରହିବା ସହିତ କୌଣସି ଏକ ନିଷ୍କର୍ଷରେ ପହଞ୍ଚତ୍ବାକୁ ଚେଷ୍ଟା କରୁଥିଲେ। ପ୍ରଥମ ସଂଖ୍ୟାରେ ଏହାକୁ ‘କ୍ରାନ୍ତିକାରୀ ଲେଖନୀର ସାମୟିକ ଲଘୁପତ୍ର’ କହିବାର ଦୁଇ ମାସ ପରେ ଦ୍ୱିତୀୟ ସଂଖ୍ୟାକୁ ‘ମୁକ୍ତିକାମୀ ସାହିତି୍ୟକ ଚେତନାର ସାମୟିକ ସଂକଳନ’ ନାମରେ ଅଭିହିତ କରିଥିଲେ। କବିତାରେ ନାମ ନ ଦେଇ କେବଳ ବିନ୍ଦୁଟିଏ ଦେବା ଫଳରେ ଅନାମମାନଙ୍କୁ ନିଜ ଭିତରେ ଓ ନିଜ ବାହାରେ ଥିବା ସାହିତି୍ୟକମାନଙ୍କ ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଥିଲା।
‘ଅନାମ’ର ସବୁଠାରୁ ଅନୁକୂଳ ପରିସ୍ଥିତି ଥିଲା, ଏହି କବିମାନେ ସର୍ବଦା କୌଣସି ବିଷୟରେ ମାନସ ମନ୍ଥନରେ ବ୍ୟସ୍ତ ରହୁଥିଲେ ଓ ଏହି ମନ୍ଥନରୁ ସେମାନେ ଅମୃତ ଏବଂ ବିଷ ଉଭୟ ସୃଷ୍ଟି କରୁଥିଲେ। ତେଣୁ ‘ଅନାମ’ଙ୍କ କବିତାର ଯେତିକି ପ୍ରଶଂସକ ଥିଲେ, ତା’ଠାରୁ ଅନେକ ଗୁଣରେ ଅଧିକ ସମାଲୋଚକ ଓ ନିନ୍ଦୁକ ମଧ୍ୟ ଥିଲେ; ମାତ୍ର ‘ଅନାମ’କୁ ଉପେକ୍ଷା କରିବା ସମ୍ଭବ ନ ଥିଲା। ‘ମୁଁ’ ହିଁ ସବୁ ସମସ୍ୟାର କାରଣ। ନିଜର ‘ମୁଁ’ ପଣକୁ ତ୍ୟାଗ କରିବା ସବୁ ସାହିତି୍ୟକଙ୍କ ଦ୍ୱାରା ଆଦୌ ସମ୍ଭବ ନ ଥିଲା। ଅନାମ କବିମାନେ କେତୋଟି ‘ଅନାମ’ ସାମୟିକ ପତ୍ରିକାରେ ନିଜର ନାମ ନ ଲେଖି କବିତା ଆଦି ପ୍ରକାଶ କଲେ । ଅବଶ୍ୟ କେତୋଟି ସଂଖ୍ୟାକୁ ଛାଡ଼ିଦେଲେ ଅନାମରେ ମଧ୍ୟ କବିମାନଙ୍କ ନାମ ସେମାନଙ୍କ କବିତାରେ ଉଲ୍ଲେଖ ରହିଲା।
୧୯୭୫ ମସିହା ପାଖାପାଖି ଜରୁରିକାଳୀନ ପରିସ୍ଥିତି ସମୟରେ କୁମାର ମହାନ୍ତିଙ୍କ ଗୋଟିଏ କବିତା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା। ସେଇ କବିତାର ପ୍ରଥମ ପଙ୍‌କ୍ତି ହେଉଛି – ‘କହନା କଥା/କହନା କଥା/କହିଲେ ଫିଟିବ ଅଡ଼ୁଆ ସୂତା/ଫିଟିଲେ ଗୁମର ସବୁ ତ ପିତା/ଭାଙ୍ଗିବ ତାଲା/ବାନ୍ଧି ନେଇଯିବ ପୁଲିସବାଲାରେ ପୁଲିସବାଲା।’ ଏଠାରେ କହିବା ଜରୁରୀ ଯେ, ଓଡ଼ିଶା ପୋଲିସ୍‌ ବିଭାଗରେ ଉଚ୍ଚପଦସ୍ଥ ଅଧିକାରୀ ଭାବେ କାମ କରୁଥିବା କୁମାର ମହାନ୍ତି ଚାକିରିରୁ ନିଲମ୍ବିତ ହୋଇ ମଧ୍ୟ ସରକାରୀ କଳ ଓ ଶାସନ ବିରୋଧରେ ଏପ୍ରକାର ଅଗ୍ନିବର୍ଷଣ କବିତା ଲେଖିଥିଲେ ଓ ଏ ପ୍ରକାର ସାହସିକତା ଆଜି ବିରଳ । ୟା’ ଭିତରେ ଜରୁରିକାଳୀନ ପରିସ୍ଥିତି ଘୋଷଣା ହେବାର ପ୍ରାୟ ୪୭ ବର୍ଷ ବିତିଗଲାଣି। ହେଲେ ଶାସନରେ ହେଉଥିବା ଅବ୍ୟବସ୍ଥା ପ୍ରତି ସେ ଯେଉଁ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ, ତାହା ଏବେ କେବଳ ଦୃଷ୍ଟାନ୍ତ ହୋଇ ରହିଛି। ଏହି ପଚାଶ ବର୍ଷରେ ଭ୍ରଷ୍ଟାଚାର ଓ ଦୁର୍ନୀତି ଆମ ଜୀବନରେ କର୍କଟ ଜୀବାଣୁ ଭଳି ସଞ୍ଚରି ଯାଇଛି। ଆଶ୍ଚର୍ଯ୍ୟର କଥା, ସାହିତି୍ୟକମାନେ ଏହି ବିସଙ୍ଗତି ପ୍ରତି ଦୃଷ୍ଟି ଦେବା ଭଳି ମନେହୁଏନାହିଁ। କୁମାର ମହାନ୍ତିଙ୍କ ଭିତରେ ଥିବା ସାହସ ଆଜିର ଓଡ଼ିଆ କବିମାନଙ୍କ ଭିତରେ ବିରଳ। ନିଜକୁ ଓ ଏ ସମାଜକୁ ସୁଧାରିବାକୁ ହେଲେ ନିଜକୁ ବିପନ୍ନ ଓ ବିପଦର ସାମ୍ନା କରିବାକୁ ପଡ଼ିବ ହିଁ ପଡ଼ିବ ଏବଂ କବିକୁ ମାନସିକ ସ୍ତରରେ ପ୍ରସ୍ତୁତ ରହିବାକୁ ହେବ ବୋଲି ସେ କହୁଥିଲେ।
‘ଅନାମ’ ଗୋଷ୍ଠୀର କବିମାନେ କୁମାର ମହାନ୍ତିଙ୍କ ନେତୃତ୍ୱରେ ପାଚେରିକୁ ଭାଙ୍ଗିବାପାଇଁ ଆହ୍ବାନ ଦେବା ସହ ମୁକ୍ତ ଛନ୍ଦର ସାହାରାରେ ଯେଉଁ କବିତାମାନ ରଚନା କଲେ, ତାହା ପାଠକମାନଙ୍କ ଦ୍ୱାରା ଆଦୃତ ହେଲା, କିଛି ସମାଲୋଚକଙ୍କୁ ମଧ୍ୟ ପ୍ରଭାବିତ କରିଥିଲା। ଆଜି ଯେଉଁସବୁ କବିତା ବୋଧଗମ୍ୟ ଓ ସରଳ ଭାଷାରେ ଲେଖାଯାଉଛି, ତା’ ପଛରେ ‘ଅନାମ କାବ୍ୟ ଆନ୍ଦୋଳନ’ର ପ୍ରଚ୍ଛନ୍ନ ଭୂମିକା ରହିଛି। ଏକଥା ବିଜ୍ଞ ସମାଲୋଚକମାନେ ସ୍ବୀକାର କରିବେ ଯେ, ପଚାଶ ବର୍ଷ ତଳେ ଓଡ଼ିଆ କବିତାରେ ଉଦ୍ଭଟତାର ଯେଉଁ ବନ୍ୟା ଆସିଥିଲା, ତା’ର ଗତିରୋଧ କରିବାରେ ‘ଅନାମ’ମାନଙ୍କ ଆନ୍ଦୋଳନ ଏକ ବୃହତ୍‌ ଆନିକଟ ଭାବେ ଠିଆ ହୋଇଥିଲା। ପଞ୍ଚସଖାଙ୍କଠାରୁ ଆରମ୍ଭ କରି ଭୀମଭୋଇଙ୍କ ସାହିତ୍ୟ ପ୍ରତି ଥିବା ଅନୁରକ୍ତି, ପରବର୍ତ୍ତୀ କାଳରେ ଜନମାନସରେ ରହିଲା ନାହିଁ କାହିଁକି ? ବିଜ୍ଞାନର କ୍ରମବିକାଶ ପରେ ଆଜି କବିତା ତ ଅନେକ ପାଠକଙ୍କ ନିକଟରେ ଅନାୟାସରେ ପହଞ୍ଚତ୍ ପାରୁଛି, ହେଲେ ସେମାନଙ୍କ ହୃଦୟରେ ବସାବାନ୍ଧି ରହିପାରୁନି।
ସାମ୍ପ୍ରତିକ ପୁରସ୍କାର ସମ୍ପର୍କରେ ଆଲୋଚନା କଲାବେଳେ ‘ଅନାମ ଆନ୍ଦୋଳନ’ କଥା ମନେ ପଡ଼େ। ପଚାଶ ବର୍ଷ ତଳେ ସେମାନେ କୌଣସି ପୁରସ୍କାର ନେବେ ନାହିଁ ଓ ଅନ୍ୟମାନେ ଏହା ବର୍ଜନ କରିବାକୁ ଆହ୍ବାନ ଦେଇଥିଲେ। ଆଜି ଯେତେବେଳେ କୌଣସି ସାହିତି୍ୟକକୁ ପୁରସ୍କାର ଦେବାବେଳେ ତାଙ୍କ ସାତପୁରୁଷ ଉଦ୍ଧାର କରାଯାଉଛି ଓ ପୁରସ୍କାରର ସାଧୁତା ସମ୍ପର୍କରେ ଅଙ୍ଗୁଳି ନିର୍ଦ୍ଦେଶ କରାଯାଉଛି, ସେତେବେଳେ ‘ଅନାମ’ର ଏହି ଉଦ୍‌ଘୋଷଣା ମନେପଡ଼ିବ ହିଁ ପଡ଼ିବ। ସମୟ ବଦଳିଛି; ମାତ୍ର ପରିସ୍ଥିତି ଆହୁରି ଜଘନ୍ୟ ହୋଇଛି । ଯେତେଦିନ ପର୍ଯ୍ୟନ୍ତ ଓଡ଼ିଆ ସାହିତ୍ୟ, ସଂସ୍କୃତି, ସମାଜ ଓ ଶାସନ ବ୍ୟବସ୍ଥାରେ ଦୁର୍ନୀତିର ଜୀବାଣୁ ରହିଥିବ, ସେପର୍ଯ୍ୟନ୍ତ ‘ଅନାମ କାବ୍ୟ ଆନ୍ଦୋଳନ’ର ପ୍ରାସଙ୍ଗିକତା ହିଁ ରହିବ, ଏଥିରେ କୌଣସି ସନ୍ଦେହ ନାହିଁ।
manudash@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri