ନାମଯଜ୍ଞରେ କମ୍ପୁଛି ଅଞ୍ଚଳ: ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇ…

ଭଞ୍ଜନଗର,୧।୫(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ନାଟେଙ୍ଗା ଶ୍ରୀ ତ୍ରିନାଥ ସ୍ବାମୀଙ୍କ ନୃସିଂହ ଚତୁର୍ଦ୍ଦଶୀ ଉପଲକ୍ଷେ ଶୁକ୍ରବାରଠାରୁ ୨୪ ପ୍ରହର ନାମଯଜ୍ଞ ଆରମ୍ଭ ହୋଇଛି। ଏହା ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ ଗୁରୁବାର ସନ୍ଧ୍ୟାରେ କଳସ ଶୋଭାଯାତ୍ରା ହୋଇଥିଲା। ଗ୍ରାମର ଶହ ଶହ ମହିଳା କଳସ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ୨୪ ପ୍ରହର ନାମଯଜ୍ଞରେ ପାଙ୍କଳବାଡି, ଖଇଡା, ଖାରିଗୁଡା, ଗହଙ୍ଗୁ ଓ ନାଟେଙ୍ଗା ନାମ ସଂକୀର୍ତ୍ତନ ଦଳ ଯୋଗଦେଇ ନାମ ପରିବେଷଣ କରୁଛନ୍ତି। ଆଧ୍ୟାତ୍ମିକ ପରିବେଶରେ ଚାଲିଛି ୨୪ ପ୍ରହର ନାମଯଜ୍ଞ । ଆଖ ପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଉତ୍ସବରେ ଯୋଗ ଦେଇଛନ୍ତି ।

କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ରୁଦ୍ର ମଣି ନାୟକ, ଖଦାଳ ସେଠୀ, ସନ୍ତୋଷ ମହାରଣା, କାଳୁ ଚରଣ ସାହୁ, କାହ୍ନୁଚରଣ ପରିଡ଼ା, ପଞ୍ଚାନନ ସାଇଁ, ବାବାଜୀ ସ୍ବାଇଁ, ନିକୁଞ୍ଜ ବିହାରୀ ଖଣ୍ଡୁଆଳ, କାଳିଆ ଗନ୍ତାୟତ, ବସନ୍ତ ଜେନା, ରାଜେନ୍ଦ୍ର ପାତ୍ର, ନବୀନ ସାଇଁ, ସନ୍ୟାସୀ ଲେଙ୍କା, ଭିକାରୀ ମହାନ୍ତି, ଭିକାରୀ ବାଡତ୍ୟା, ସନ୍ତୋଷ ଖଣ୍ଡୁଆଳ, ବବୁଲ ବେହେରା, ସଞ୍ଜୟ ସାଇଁ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରୁଛନ୍ତି।

 

Dharitri – Odisha’s No.1 Odia Daily

 

Share