ନୟାପଲ୍ଲୀ ହଜର ପୁନରୁଦ୍ଧାର ଅଧାପନ୍ତରିଆ

ଭୁବନେଶ୍ୱର,୨୮।୪(ବ୍ୟୁରୋ): ବିଏମ୍‌ସି ଦ୍ବାରା ଏକାଧିକ ଜଳାଶୟ ଓ ପୋଖରୀର ପୁନରୁଦ୍ଧାର କରାଯିବା ସହ ବିକାଶ ଜାରି ରହିଛି। ଏହି କ୍ରମରେ ନୟାପଲ୍ଲୀର ସର୍ବପୁରାତନ ଜଳାଶୟ ନୟାପଲ୍ଲୀ ହଜର ପୁନରୁଦ୍ଧାର ଜାରି ରହିଛି। ପ୍ରାୟ ୪ ଏକର ପରିମିତ ଜାଗାରେ ଏହି ବିକାଶ ଚାଲିଥିବାବେଳେ ଏଥିଲାଗି ପ୍ରାୟ ୪କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ମାତ୍ର ଜବରଦଖଲ ହଟା ନ ଯାଇ ଏହି ବିକାଶ କାର୍ଯ୍ୟ କରାଯାଉଥିବାରୁ ଏହା ଅଧାପନ୍ତରିଆ ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ହଜ ପୋଖରୀର ଜମି ଏବଂ ୧୦ ନମ୍ବର ପ୍ରାକୃତିକ ନାଳକୁ ଜବରଦଖଲମୁକ୍ତ କରି ବିକାଶ କରିବାକୁ ଜାତୀୟ ସବୁଜ ନ୍ୟାୟାଧିକରଣ (ଏନଜିଟି)ର କୋଲାକାତାସ୍ଥିତ ପୂର୍ବାଞ୍ଚଳ ଜୋନ ବିଏମ୍‌ସି ଓ ବିଡିଏକୁ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ନିର୍ଦ୍ଦେଶକୁ ଇତିମଧ୍ୟରେ ୨ମାସ ବିତିଯାଇଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀ କାହା ସ୍ବାର୍ଥରେ ଜବରଦଖଲ ଉଚ୍ଛେଦ କରୁନାହାନ୍ତି, ସେନେଇ ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି।
ହଜ ପୋଖରୀ, ୧୦ ନମ୍ବର ନାଳ ଜବରଦଖଲ ଏବଂ ପ୍ରଦୂଷଣ ନେଇ ୨୦୨୨ରେ ଦାଖଲ ହୋଇଥିବା ମାମଲାର ଶୁଣାଣି କରି ଏନ୍‌ଜିଟି ଏହି ନିର୍ଦ୍ଦେଶ ଦେଇଛନ୍ତି। ମାର୍ଚ୍ଚରୁ ବିଏମ୍‌ସି ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଚିଠି ମିଳିବା ସତ୍ତ୍ବେ ଏ ନେଇ କୌଣସି ପଦକ୍ଷେପ ନେବାକୁ ଅଧିକାରୀ ଆଗ୍ରହ ପ୍ରକାଶ କରୁ ନାହାନ୍ତି। ବିଏମ୍‌ସି ଡ୍ରେନେଜ ବିଭାଗୀୟ ଅଧିକାରୀଙ୍କୁ ଜବରଦଖଲ ଉଚ୍ଛେଦ କଥା ପଚାରିବାରୁ ସେ ଏନେଇ ମୁହଁ ଖୋଲିବାକୁ ମନା କରିଦେଇଛନ୍ତି। ଅପରପକ୍ଷେ ଅବହେଳିତ ହୋଇପଡ଼ି ରହଥିବା ନୟାପଲ୍ଲୀ ହଜର ବିକାଶ ଫଟୋ ଛାଡ଼ି ବିଏମ୍‌ସି ଏବେ ପ୍ରଶଂସା ସାଉଁଟିବାକୁ ଚେଷ୍ଟା କରୁଛି। ମାତ୍ର ବାସ୍ତବରେ ହଜକୁ ପୁର୍ଣ୍ଣତଃ ଜବରଦଖଲରୁ ହଟାଇବାରେ ବିଫଳ ହୋଇଛି। ୧୯୬୧ ମସିହାର ସାବକ ଖାତା ନମ୍ବର ୩୫୫ରେ ଏହି ହଜର ପରିସୀମା ୭ ଏକର ଥିଲା। ପରେ ୨୦୧୧ ହାଲ୍‌ ଖାତା ନମ୍ବର ୧୧୫୫ରେ ୩.୯୩୪ ଏକର ଜାଗା ସୂଚାଇ ଦିଆଗଲା। ତେବେ ବାକି ୩ ଏକର କୁଆଡ଼େ ଗଲା ବୋଲି ସ୍ଥାନୀୟ ଅଞ୍ଚଳବାସୀ ବିଏମ୍‌ସିକୁ ପ୍ରଶ୍ନ କରିଛନ୍ତି। ଜଳାଶୟ ଜମିକୁ କିଏ ଜବରଦଖଲ କଲା ଓ କାହା ସ୍ବାର୍ଥରେ ବିଏମ୍‌ସି ଏଥିପ୍ରତି ଦୃଷ୍ଟି ଦେଉନାହିଁ ଭଳି ପ୍ରଶ୍ନ ସାମ୍‌ନାକୁ ଆସିଥିବାବେଳେ ତୁରନ୍ତ ଜଳାଶୟକୁ ଜବରଦଖଲ ମୁକ୍ତ ନ କଲେ ଆନ୍ଦୋଳନ କରାଯିବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

କରାମାଡ଼ରେ ଦୋହଲିଲା ଚାଷୀଙ୍କ ମେରୁଦଣ୍ଡ: ୨୮୦୦ ହେକ୍ଟର ଫସଲ ପ୍ରଭାବିତ

ବରଗଡ଼,୮।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ବର୍ଷା ଓ କରାମାଡ଼ ଜିଲାର ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଜିଲାର ଅନେକ ଚାଷୀଙ୍କ…

‘ଏହା ଯୁଦ୍ଧର ଶେଷ ନୁହେଁ, କିନ୍ତୁ…’ ଯୁଦ୍ଧବିରତି ଉପରେ ଇରାନର ବିସ୍ଫୋରକ ବୟାନ, ଟ୍ରମ୍ପ କାବା

ଓ୍ବାଶିଂଟନ୍‌,୮।୪: ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ସମସ୍ତ ସାମରିକ ୟୁନିଟକୁ ଗୁଳି ବିରତି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। “ଏହା ଯୁଦ୍ଧର ଶେଷ ନୁହେଁ,…

ଟ୍ରମ୍ପଙ୍କ ଗୋଟିଏ ଘୋଷଣାରେ ଖସିଲା ଅଶୋଧିତ ତେଲ ମୂଲ୍ୟ, ଜାଣନ୍ତୁ ନୂଆ ଦାମ୍‌

ଓ୍ବାଶିଂଟନ୍‌,୮।୪: ୮ ଏପ୍ରିଲରେ ଅଶୋଧିତ ତୈଳ ମୂଲ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ଘଟିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ସମ୍ଭାବ୍ୟ ବୋମା ବିସ୍ଫୋରଣକୁ ଦୁଇ…

୪୨.୫% ଭାରତୀୟ ସ୍ବାସ୍ଥ୍ୟକୁ କରନ୍ତି ଅଣଦେଖା: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ନୂଆଦିଲ୍ଲୀ,୮ା୪(ପି.ଟି.):କାର୍ଯ୍ୟବ୍ୟସ୍ତତା କାରଣରୁ ୪୨.୫ ପ୍ରତିଶତ ଭାରତୀୟ ସେମାନଙ୍କ ସ୍ବାସ୍ଥ୍ୟ ପ୍ରତି ଅଣଦେଖା କରୁଥିବା ସ୍ବୀକାର କରିଛନ୍ତି। ୫୭.୮ ପ୍ରତିଶତ କହିଛନ୍ତି, ସେମାନଙ୍କ ସ୍ବାସ୍ଥ୍ୟ ପାଇଁ କ’ଣ ଭଲ…

୮୦ ଫୁଟ୍‌ ତଳକୁ ଖସିଲା ଟ୍ରକ୍‌: ଭିତରେ ଥିଲେ ଡ୍ରାଇଭର

ଜୟପୁର,୮।୪(ପବନ ପାଣିଗ୍ରାହୀ): ୮୦ ଫୁଟ୍‌ ତଳକୁ ଖସିଲା ଟ୍ରକ୍‌। ଫଳରେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ପୋଲିସ ଡାକ୍ତରଖାନାରେ ଭର୍ତ୍ତି କରିଛି। ଜୟପୁର…

ଘୂର୍ଣ୍ଣିବଳୟ ସୃଷ୍ଟି: ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାଜ୍ୟରେ….

ଭୁବନେଶ୍ୱର,୮ା୪(ବନ୍ଦନା ସେଠୀ):ଓଡ଼ିଶା ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଉପରବାୟୁ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଘୂର୍ଣ୍ଣିବଳୟଟି ସମୁଦ୍ର ପତ୍ତନଠାରୁ ୦.୯ କିମି ଉଚ୍ଚତାରେ ରହିଛି। ଏହାସହ ଏକ…

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri