Posted inଫୁରସତ

ଟ୍ରମ୍ପ୍‌ଙ୍କ ପରାଜୟର କାରଣ

୨୦୨୦ ଆମେରିକା ନିର୍ବାଚନ ବହୁ ଲୋକଙ୍କ ଭୁଲ ଧାରଣାକୁ ସବୁଦିନ ପାଇଁ ଦୂର କରିଛି, ଯେଉଁମାନେ ମନେକରୁଥିଲେ ଯେ, ୨୦୧୬ର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ଏକ ଐତିହାସିକ ଦୁର୍ଘଟଣା ଥିଲା। ଟ୍ରମ୍ପ୍‌ଙ୍କୁ ଏଥର ୭୦ ନିୟୁତ ଅର୍ଥାତ୍‌ ୭ କୋଟିରୁ ଅଧିକ ଭୋଟ ମିଳିଛି, ଯାହାକି ଆମେରିକା ଇତିହାସରେ ଦ୍ୱିତୀୟ ସର୍ବାଧିକ ଭୋଟିଂ ନମ୍ବର। ଜାତୀୟ ସ୍ତରରେ ତାଙ୍କୁ ୪୭%ରୁ ଅଧିକ ଭୋଟ ମିଳିଛି ଓ ଫ୍ଲୋରିଡା-ଟେକ୍ସାସ୍‌ ଭଳି ଫେଭୋରାଇଟ୍‌ ଷ୍ଟେଟ୍‌ ସମେତ ୨୪ ରାଜ୍ୟରେ ଟ୍ରମ୍ପ୍‌ଙ୍କ ବିଜୟ ହୋଇଛି। ଟ୍ରମ୍ପ୍‌ଙ୍କ ପରାଜୟ ପରେ ତାଙ୍କ ନାମ ଆଧୁନିକ ଯୁଗର ସେହି ୪ ରାଷ୍ଟ୍ରପତିଙ୍କ ମଧ୍ୟରେ ସାମିଲ ହୋଇଯାଇଛି, ଯେଉଁମାନେ କ୍ଷମତାରେ ଥାଇ ନିର୍ବାଚନ ହାରିଛନ୍ତି।
କୁହାଯାଏ ଡୋନାଲ୍ଡ ଟ୍ରମ୍ପ୍‌ ଅଣରାଜନୈତିକ ପୃଷ୍ଠଭୂମିରୁ ଆସିଥିବା ନେତା ହୋଇଥିବାରୁ ୨୦୧୬ ରାଷ୍ଟ୍ରପତି ନିର୍ବାଚନରେ ଜିତିଥିଲେ। ପୂର୍ବରୁ ଯେଉଁ ପ୍ରସଙ୍ଗଗୁଡ଼ିକ ଉପରେ ରାଜନୈତିକ ଚର୍ଚ୍ଚା ହେଉ ନ ଥିଲା ଟ୍ରମ୍ପ୍‌ ତା’ ଉପରେ ଖୋଲାଖୋଲି ଆଲୋଚନା କରୁଥିଲେ। କିନ୍ତୁ ଯେଉଁ ପ୍ରସଙ୍ଗ ଉପରେ ରାଜନେତାମାନେ ମୁହଁ ଖୋଳିବା ପାଇଁ କୁଣ୍ଠାବୋଧ କରନ୍ତି ସେନେଇ ଆକ୍ରମଣାମତ୍କ ଢଙ୍ଗରେ ବୟାନ ଦେବା ଯୋଗୁ ଟ୍ରମ୍ପ୍‌ ୨୦୨୦ ନିର୍ବାଚନ ହାରିଗଲେ। ଏହାବାଦ୍‌ ବର୍ଣ୍ଣବୈଷମ୍ୟ ଜନିତ ଉତ୍ତେଜନାକୁ ଉପହାସ କରିବା, ଟୁଇଟର୍‌ରେ ବର୍ଣ୍ଣଭେଦୀ ଭାଷା ବ୍ୟବହାର କରି କୃଷ୍ଣକାୟଙ୍କୁ ବଦନାମ କରିବା ଏବଂ ଶ୍ୱେତାଙ୍ଗ ଅଫିସରଙ୍କୁ ସେମାନଙ୍କ ଭୁଲ୍‌ ପାଇଁ ସମାଲୋଚନା ନ କରିବା ଟ୍ରମ୍ପ୍‌ଙ୍କ ବିରୋଧରେ ଯାଇଛି। ଟ୍ରମ୍ପ୍‌ ନିର୍ବାଚନ ପରିଣାମକୁ ଅସ୍ବୀକାର କରିଥିବାରୁ କେତେଜଣ ସମାଲୋଚକ ତାଙ୍କୁ ‘ଏକଚ୍ଛତ୍ରବାଦର ସମର୍ଥକ’ କହୁଛନ୍ତି। ଟ୍ରମ୍ପ୍‌ ୨୦୧୬ରେ ୩୦ ରାଜ୍ୟ ଜିତିଥିଲେ। କିନ୍ତୁ ଏପରି ଶାସନ କଲେ, ଯେମିତି କି ସେ କେବଳ ରୁଢ଼ିବାଦୀ ଆମେରିକୀୟଙ୍କ ରାଷ୍ଟ୍ରପତି। ଟ୍ରମ୍ପ୍‌ ସେହି ୨୦ ରାଜ୍ୟର ଲୋକଙ୍କୁ କେବେ ନିଜ ଆଡ଼କୁ ଟାଣିବା ପାଇଁ ମଜଭୁତ ପ୍ରୟାସ କଲେ ନାହିଁ, ଯେଉଁଠି ହିଲାରୀ କ୍ଲିଣ୍ଟନଙ୍କୁ ଅଧିକ ଭୋଟ ମିଳିଥିଲା।

ହ୍ବାଇଟ୍‌ ହାଉସ୍‌ ନ ଛାଡ଼ିଲେ…

ନଭେମ୍ବର ୭ରେ ବାଇଡେନ୍‌ଙ୍କ ବିଜୟ ଖବର ଆସିବାବେଳେ ଟ୍ରମ୍ପ୍‌ ୱାଶିଂଟନ ନିକଟରେ ଗଲ୍ଫ ଖେଳୁଥିଲେ। କିଛି ସମୟ ପରେ ତାଙ୍କ କ୍ୟାମ୍ପେନ୍‌ ପକ୍ଷରୁ ବିବୃତି ଜାରି କରି କୁହାଯାଇଥିଲା, ନିର୍ବାଚନ ଏବେ ଶେଷ ହୋଇନାହିଁ। ବାଇଡେନ୍‌ ନିଜକୁ ଭୁଲ୍‌ ଉପାୟରେ ବିଜୟୀ ବୋଲି ଦର୍ଶାଇବାକୁ ତରତର ହେଉଛନ୍ତି। ଆମେରିକାର ୨୪୪ ବର୍ଷର ଇତିହାସରେ କେବେ ଏପରି ରାଷ୍ଟ୍ରପତିଙ୍କୁ ଦେଖିବାକୁ ମିଳିନାହିଁ, ଯିଏ ନିର୍ବାଚନ ହାରିବା ପରେ ହ୍ବାଇଟ୍‌ ହାଉସ୍‌ ଛାଡ଼ିବାକୁ ମନା କରିଥିବେ। ଜୁନ୍‌ ୧୧ରେ ଏକ ଟିଭି ସାକ୍ଷାତ୍‌କାର ବେଳେ ବାଇଡେନ୍‌ଙ୍କୁ ପଚରାଯାଇଥିଲା ଯେ, ଯଦି ଟ୍ରମ୍ପ୍‌ ହ୍ବାଇଟ୍‌ ହାଉସ୍‌ ଛାଡ଼ିବାକୁ ମନା କରନ୍ତି ତେବେ ସେ କ’ଣ କରିବେ। ବାଇଡେନ୍‌ ଉତ୍ତର ଦେଇଥିଲେ, ଯଦି ଏପରି ସ୍ଥିତି ସୃଷ୍ଟି ହୁଏ ତେବେ ଅମାନିଆ ରାଷ୍ଟ୍ରପତିଙ୍କୁ ହ୍ବାଇଟ୍‌ ହାଉସ୍‌ରୁ କିପରି ବାହାର କରାଯିବ ତାହା ସେନା ସୁନିଶ୍ଚିତ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଅପେକ୍ଷାର ଅନ୍ତ ହେବାକୁ…

ନୂଆଦିଲ୍ଲୀ,୧୩।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ନାରୀ ଶକ୍ତି ବନ୍ଦନ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଦେଶର ବିକାଶ ଯାତ୍ରାର ଏହି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ…

ଅପମାନିତ ପରେ ମନ ବୁଝିଲାନି, ପୁଣି ଥରେ ଆମେରିକା-ଇରାନ ମଧ୍ୟରେ ଆଲୋଚନା ପାଇଁ ପାକିସ୍ତାନ…

ଇସଲାମାବାଦ,୧୩ା୪: ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ବିଫଳ ହେବା ପରେ, ପାକିସ୍ତାନ ଦୁଇ ଦେଶକୁ ଆଲୋଚନା ଟେବୁଲକୁ ଫେରାଇ ଆଣିବା ପାଇଁ…

ବନ୍ଧାହେଲେ କୁବେର ଗୁଡାରି ରେଞ୍ଜର

ଗୁଡାରି,୧୩।୪(ପ୍ରମୋଦ କୁମାର ପତି): ଗୁଡାରି ରେଞ୍ଜର ସୁକୁମାର ଦୁଖୁ ରବିବାର ରାତିରେ ଓଡିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଗୁଡାରି ରେଞ୍ଜର ନିଜ ଅଫିସ ଗାଡ଼ି (ବୋଲେରୋ…

ରଙ୍ଗ ରୁଟ୍‌ରେ ପଶିଆସିଲା ହାଇଓ୍ବା: ଧକ୍କାଦେଲା କଲେଜ ବସ୍‌,୧୫ରୁ ଉର୍ଦ୍ଧ୍ୱ ଛାତ୍ର ଗୁରୁତର  

କଳିଙ୍ଗନଗର,୧୩୪(ଶୁଭାଶିଷ ରାଉତ ): ଯାଜପୁର ଜିଲା କୋରେଇ ଥାନା ଅନ୍ତର୍ଗତ ଓଉପଦା ଛକ ନିକଟରେ ଏକ ଘରୋଇ କଲେଜ(ପ୍ରୟାସ)ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ରଙ୍ଗରୁଟରେ ପଶିଆସିଥିବା ଏକ ହାଇୱାକୁ…

ଶାନ୍ତି ଆଲୋଚନା ବାଟବଣା ହେବା ବେଳେ, ଆକ୍ରମଣାତ୍ମକ ମନୋଭାବ ଗ୍ରହଣ କରିଛନ୍ତି ଟ୍ରମ୍ପ

ଓ୍ବାଶିଂଟନ,୧୩।୪: ପାକିସ୍ତାନରେ ଆମେରିକା-ଇରାନ ‘ଶାନ୍ତି ଆଲୋଚନା’ ବିଫଳ ହୋଇଛି। ଇରାନ ଆମେରିକୀୟ ପ୍ରସ୍ତାବକୁ ଗ୍ରହଣ କରିବାକୁ ମନା କରିଛି। ଫଳସ୍ବରୂପ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ…

ଯୁବ ବ୍ୟବସାୟୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ: ପ୍ରି ପ୍ଲାନ୍‌ରେ ଲୁଚାଯାଇଥିବା ଗାଡ଼ି ଜବତ

ବଲାଙ୍ଗୀର/ସଇଁତଳା,୧୩।୪(ସୁନିଲ ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଳା ଜାତୀୟ ରାଜପଥ-୨୬ ନବୀନ ଛକ ନିକଟରେ ଶୁକ୍ରବାର ଅପରାହ୍ନ ସମୟରେ ଏକ ଚାରି ଚକିଆ ଗାଡ଼ି ମଡ଼ାଇ…

ବିଶୋଧିତ ଜଳ ବ୍ୟବହାର କଲେ ମନୁଷ୍ୟ ସମାଜ ସୁସ୍ଥ ରହିବ

ବିଶାଳ ଭୂପୃଷ୍ଠକୁ ସୁବିସ୍ତୃତ ଜଳରାଶି ଚାରିପଟୁ ସଜାଗ ପୋଲିସ ବାହିନୀ ସଦୃଶ ଘେରିରହିଛି। ମହାସାଗର, ସାଗର ଓ ନଦୀଜଳ ଦ୍ୱାରା ଜାଗତିକ ସଭ୍ୟତା ଉନ୍ନତିର ସୋପାନରେ ଆଗେଇ…

ଅନ୍ଧକାର ଘେରରେ ଛତ୍ରପୁର ଶିଶୁ ଉଦ୍ୟାନ; ଜଳୁନି ଲାଇଟ୍, ପ୍ରଶାସନକୁ ଧ୍ୟାନ ଦେବାକୁ ଦାବି

ଛତ୍ରପୁର,୧୩।୪(ଦିଲୀପ ସାମଲ): ସାରା ଦିନ କଠିନ ପରିଶ୍ରମ କରି ପାଠ ପଢୁଥିବା ଶିଶୁଟିଏ ସଞ୍ଜ ନଇଁଲେ ନିଜକୁ ଖେଳ କୁଦରେ ଲିପ୍ତ କରି ଦେଇଥାଏ। ଆଉ ଯେତେବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri