ଦୁର୍ନୀତିର ବଳୟ

ଆଜି ଘରେ, ବାହାରେ, ରାଜ୍ୟରେ, ଦେଶ ଭିତରେ ଓ ଦେଶ ବାହାରେ ‘ଦୁର୍ନୀତି’ ତା’ର କାୟା ବିସ୍ତାର କରି ଚାଲିଛି। ଏହାକୁ ରୋକିବା ପାଇଁ ଶପଥ ପାଠ କରାଉଥିବା ରାଜ୍ୟ ତଥା ଦେଶର ଶାସକମାନେ ଭୁଲି ଯାଇଥାନ୍ତି ‘ଦୀପ ତଳ ଅନ୍ଧାର’। ତାଙ୍କରି ନାକ ତଳେ ଦୁର୍ନୀତି ଯେ ତା’ର କାୟା ବିସ୍ତାର କରିଛି ଏହା ଜାଣି ମଧ୍ୟ ସେମାନେ ଅଜଣାପ୍ରାୟ ହୋଇଥାନ୍ତି। ଦୁର୍ନୀତି କରିବେନି କି ଦୁର୍ନୀତିକୁ ପ୍ରଶ୍ରୟ ଦେବେନି ବୋଲି ଶପଥ କରିଥାନ୍ତି। ବିଭାଗୀୟ ମନ୍ତ୍ରୀ, ବିଭାଗୀୟ ପଦାଧିକାରୀ ଯେଉଁ ଶପଥ କରୁଛନ୍ତି ଦୁର୍ନୀତିର ମୂଳପୋଛ କରିବା ପାଇଁ ତାହା କେତେଦୂର ପାଳନ କରୁଛନ୍ତି, ଯାହାର ଉଦାହରଣ ଦୁର୍ନୀତି କରି ଅମାପ ସମ୍ପତ୍ତି ଠୁଳ କରି ଧରାପଡ଼ିବାର ଖବର ଗଣମାଧ୍ୟମରେ ପ୍ରାୟ ନିତ୍ୟ ନୈମିତିକ ଭାବରେ ମୁଖ୍ୟ ଖବର ପାଲଟିଛି।

‘ଯାଦୁଆ ବିକୁଛି ଯାଦୁ ମଲମ’ ଓ ‘ଅନ୍ଧ ସାଜୁଛି ଅନ୍ୟ ଏକ ଅନ୍ଧର ପଥ ପ୍ରଦର୍ଶକ’। ରାଜ୍ୟର ଜନସାଧାରଣ ଦୀର୍ଘ ୨୪ ବର୍ଷର ବିଜୁ ଜନତା ଦଳ ସରକାରଙ୍କ ନିରଙ୍କୁଶ ଶାସନକୁ ପ୍ରତ୍ୟାଖ୍ୟାନ କରି ଭାଜପା ସରକାରକୁ ନିଜର ଶାସନ ଡୋରି ଦେଲେ ଓ ଭାବିଥିଲେ କିଛି ପରିବର୍ତ୍ତନ ହେବ, ମାତ୍ର ‘ଯେଉଁ ତିମିରେକୁ ସେଇ ତିମିରେ’। ଆମ ଦେଶରେ ଇଡି, ସିବିଆଇ ସଂସ୍ଥାଗୁଡ଼ିକ ଦୁର୍ନୀତିକୁ ରୋକିବା ପାଇଁ ଅଛନ୍ତି କିନ୍ତୁ ଏଠାରେ ପ୍ରଶ୍ନ ଉଠେ ଉକ୍ତ ସଂସ୍ଥାଗୁଡ଼ିକ କେତେ ଦୁର୍ନୀତିମୁକ୍ତ ତାହା ଆଜି ବି ପ୍ରଶ୍ନବାଚୀ? ଜଣେ ସାଧାରଣ ବ୍ୟକ୍ତି ତାଙ୍କ ଦ୍ୱାରା ନିର୍ବାଚିତ ପ୍ରତିନିଧିଙ୍କୁ ଦେଖାକରିବା ସାତସପନ ହୋଇଛି! ମୋ ମତରେ ନିଜକୁ ଜଣେ ନିର୍ମଳ ଭାବମୂର୍ତ୍ତି ସମ୍ପନ୍ନ ବ୍ୟକ୍ତି ରୂପେ ଗଢ଼ିତୋଳିବା ପାଇଁ ଅଦ୍ୟାବଧି ଏ ଦେଶରେ ଆବଶ୍ୟକ ଶାସନ ସଂସ୍କାର କରାଯାଇ ନାହିଁ। ଜଣେ ନିରପେକ୍ଷ ବିଚାରପତି ସରକାରଙ୍କ ବିରୋଧରେ ତାଙ୍କର ରାୟ ପ୍ରଦାନ କଲେ, ତାଙ୍କୁ ସରକାରୀ କଳର ଶିକାର ହେବାକୁ ପଡିଥାଏ; ସରକାରଙ୍କଠାରୁ ସେ ତାଙ୍କର ପରବର୍ତ୍ତୀ ପଦୋନ୍ନତି ପାଏନାହିଁ। ଜଣେ ଜିଲାପାଳ, ଅତିରିକ୍ତ ଜିଲାପାଳ, ଆରକ୍ଷୀ ଅଧୀକ୍ଷକ, ପଦାସୀନ ମନ୍ତ୍ରୀଙ୍କୁ ନିର୍ବାଚନ ସମୟରେ ସାହାଯ୍ୟ ନ କଲେ ତାଙ୍କୁ ହଇରାଣ ହରକତ କରାଯାଏ। ତେଣୁ ସେମାନେ ମଧ୍ୟ ବିଭିନ୍ନ ଦୁର୍ନୀତି କରିଥାନ୍ତି। ଦୁର୍ନୀତି ଉପର ସ୍ତରରେ କେବଳ ରାଜନୀତିଜ୍ଞ ବା ଉଚ୍ଚ ପଦାଧିକାରୀଙ୍କ ସହ ସଂଶ୍ଳିଷ୍ଟ ହୋଇ ରହିନାହିଁ। ସେହିମାନଙ୍କ ପଦାଙ୍କ ଅନୁସରଣ କରି ଆଜି ତଳ ସ୍ତରରେ ଏହା ଅତି ମାରାତ୍ମକ ରୂପରେ ବିଦ୍ୟମାନ। ତଳ ସ୍ତରରେ ଅତି ଛୋଟ ଛୋଟ କାମ ପାଇଁ କିରାଣିମାନଙ୍କ ହାତକୁ ତୈଳାକ୍ତ କରିବାକୁ ପଡୁଛି। ”ଆଜିର ଶାସନ ବ୍ୟବସ୍ଥା ଏପରି ହୋଇଛି ଯେ ପ୍ରତ୍ୟକ୍ଷ ତୋଷାମଦକାରୀମାନେ ସରକାରଙ୍କଠାରୁ ଯାବତୀୟ ସୁବିଧା ସୁଯୋଗ ହାସଲ କରନ୍ତି; କିନ୍ତୁ ସରକାରଙ୍କ ନିଚ୍ଛକ ସମାଲୋଚକମାନେ ହତାଶ ଏବଂ ନିରାଶ ହୁଅନ୍ତି“। ଯେଉଁ ଯନ୍ତ୍ରୀ, ବିଡିଓ, ଡାକ୍ତରମାନେ ଯେ କୌଣସି ଅନୈତିକ ଉପାୟରେ ଅର୍ଥ ଆଦାୟକରି ନିଜ ବିଭାଗୀୟ ମନ୍ତ୍ରୀମାନଙ୍କୁ ଚାନ୍ଦା ବା ହାତଗୁଞ୍ଜା ଦେଇଥାନ୍ତି, ସେମାନେ ସେମାନଙ୍କ ଜୀବନରେ ଉଦୟ ସୂର୍ଯ୍ୟର ଅରୁଣିମା ଦେଖନ୍ତି, କିନ୍ତୁ ଅନ୍ୟମାନଙ୍କ ଜୀବନ ଅସ୍ତରାଗର ବିଭୀଷିକାରେ କ୍ଷତାକ୍ତ।

ଆଜି ଦୁଃଖ ଲାଗୁଛି କହିବାକୁ, ଆମ ବିଚାର ବ୍ୟବସ୍ଥାର କରୁଣ ଦୃଶ୍ୟ। ଯେଉଁ ଇଂରେଜ ସରକାର ୩୦୦ ବର୍ଷରୁ ଊର୍ଦ୍ଧ୍ୱ ଆମକୁ ଶାସନ କରିଥିଲେ, ତାଙ୍କ ଦେଶରେ ବିଚାର ସଂକ୍ରାନ୍ତ କୌଣସି କେସ୍‌ ଦୁଇ ମାସରୁ ଅଧିକ କାଳ କୋର୍ଟରେ ପଡ଼ି ରହେନାହିଁ। କିନ୍ତୁ ଆମ ଦେଶରେ ଲକ୍ଷାଧିକ କେସ୍‌ ଦଶରୁ କୋଡ଼ିଏ ବର୍ଷ ଧରି କୋର୍ଟରେ ପଡ଼ିଥିଲେ ମଧ୍ୟ ତାହାର ଫଇସଲା ହୋଇପାରୁନି! ଆଉ ଏକ ମଜାକଥା ଆମେ ଯାହାକୁ ଆମର ଶାସକ ଭାବେ ନିର୍ବାଚିତ କରୁଛୁ ସେମାନେ କେନ୍ଦ୍ରିୟ ନେତାଙ୍କ ରିମୋଟ ସାଜି କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନ ରାଜନୀତି ସୁପ୍ରିମୋଙ୍କ ଚଏସ୍‌ ଲୋକଙ୍କ ଚଏସ୍‌ ବୋଲି ଥିଓରି ଏବଂ ପ୍ରାକ୍ଟିସରେ ପରିଣତ ହୋଇଛି। ବଡ଼ ଆଶ୍ଚର୍ଯ୍ୟର କଥା ଚତୁର୍ଥ ସ୍ତମ୍ଭ ଭାବେ ରାଜନେତା ତଥା ଶାସକମାନଙ୍କ ଅନ୍ୟାୟ ଅନୀତିକୁ ଯେଉଁମାନେ ଲୋକ ଲୋଚନକୁ ଆଣିବା କଥା ସେମାନେ ମଧ୍ୟ ଧର୍ମରୁ ବିଚ୍ୟୁତ। ଶେଷରେ ଏତିକି କହିବି ଆଜି ଭାରତୀୟ ଜନ ଜୀବନରେ ଉଚ୍ଚ ଚରିତ୍ରବତ୍ତା ନାହିଁ; ଆଉ ଚରିତ୍ରବତ୍ତା ଏଭଳି ଏକ ଜିନିଷ ତାକୁ ଆଇନ ଦ୍ୱାରା ଗଢ଼ାଯାଇପାରିବନି କି ସଂଶୋଧନ କରାଯାଇ ପାରିବନି। ଏ ଦେଶର ଲୋକମାନେ ବା ନେତା ହୁଅନ୍ତୁ ବା ପଦାଧିକାରୀ ଯେତେ ଶପଥ କରି ସତ୍ୟ ଧର୍ମର ବୟାନ ଦେଲେ ମଧ୍ୟ ୭୫ ପ୍ରତିଶତରୁ ଅଧିକ ଲୋକ ସ୍ବଜନ-ପକ୍ଷପାତିତା, ଅନ୍ୟାୟ ଏବଂ ଅନ୍ୟ ଆୟ ଅର୍ଥାତ୍‌ ନିଜର ପ୍ରାପ୍ୟଠାରୁ ଅଧିକ ଉପାର୍ଜନରେ ଧୁରୀଣ। ତେଣୁ ଆଜିର ସମାଜରେ ଦୁର୍ନୀତି ଯେ ସୁନୀତିରେ ପରିଣତ ହେବ ଏହା ସନ୍ଦିହାନ!
ମୋ: ୬୩୭୦୬୭୫୫୬୨


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri