ବିଶ୍ୱ ଭ୍ରାତୃତ୍ୱଭାବର ବାସ୍ତବତା

ଅନେକ ବିଜ୍ଞ ବ୍ୟକ୍ତିଙ୍କ ବିଶ୍ୱ ଭ୍ରାତୃତ୍ୱ ସପକ୍ଷରେ ଦେଉଥିବା ସ୍ଲୋଗାନ ପ୍ରତି ଦୃଷ୍ଟି ଆକର୍ଷଣ କରି ସ୍ବାମୀ ବିବେକାନନ୍ଦ ଭାରତର ଏକ ପୁରାତନ କାହାଣୀ ମନେ ପକାଇ ଦେଇଥିଲେ। ଭାରତରେ ମଦ୍ୟପାନକୁ ଏକ କୁଅଭ୍ୟାସ ଭାବରେ ବିବେଚନା କରାଯାଏ। ଦିନେ ରାତିରେ ଦୁଇଭାଇ ଗୋପନରେ ମଦ୍ୟପାନ କରିବାକୁ ଚାହିଁଲେ। ନିକଟସ୍ଥ କୋଠରିରେ ଶୋଇଥିଲେ ସେମାନଙ୍କ କଠୋର ନୀତିବାଦୀ କାକା। ମଦ୍ୟପାନ କରିବା ପୂର୍ବରୁ ଦୁଇଭାଇ ପରସ୍ପରକୁ କହିଲେ, ”ଆମେ ଚୁପ୍‌ ରହିବା, ନ ହେଲେ କାକା ଉଠିପଡ଼ିବେ।“ ନିଶାଗ୍ରସ୍ତ ଅବସ୍ଥାରେ ଦୁହେଁ ପରସ୍ପରକୁ ପାଟିକରି ଏହି କଥା ବାରମ୍ବାର କୁହନ୍ତେ ଚିକତ୍ାର ବଢ଼ିବାରୁ କାକା ଉଠିପଡ଼ିଲେ। ଆମେ ଏହି ମଦ୍ୟପମାନଙ୍କ ଭଳି ପାଟି କରି କହୁ ”ବିଶ୍ୱ ଭ୍ରାତୃତ୍ୱ ଲୋଡ଼ା। ଆମେ ସମସ୍ତେ ସମାନ। ଆସ, ଆମେ ଏକତ୍ର ହେବା ଓ ଏହାର ପ୍ରଚାର ପ୍ରସାର କରିବା।“ ମାତ୍ର ଏକତ୍ର ହେବା ନାମରେ ଆମେ ଏକ ନୂଆ ସମ୍ପ୍ରଦାୟ ଗଢୁ ଓ ସେହି ସମ୍ପ୍ରଦାୟ ମାଧ୍ୟମରେ ଆମେ ଆମର ଅଜ୍ଞାତସାରରେ ସେହି ସମାନତା ବିରୋଧରେ ପ୍ରତିବାଦ କରୁ। ଶେଷରେ ସମାନତା ଉଭେଇଯାଏ। ହିନ୍ଦୁଧର୍ମ ଭଳି ଇସଲାମ୍‌ ଓ ଖ୍ରୀଷ୍ଟଧର୍ମ ମଧ୍ୟ ବିଶ୍ୱ ଭ୍ରାତୃତ୍ୱର ପ୍ରଚାର କରନ୍ତି। ମାତ୍ର ବିଡ଼ମ୍ବନାର ବିଷୟ ଯେ ଇସଲାମ୍‌ ଧର୍ମ ଗ୍ରହଣ ନ କଲେ କାଫେର୍‌ ଓ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ ନ କଲେ ବିଧର୍ମୀ ବୋଲି ବିବେଚନା କରାଯାଏ। ସେହି ଭ୍ରାତୃଭାବ ନିଜ ସମ୍ପ୍ରଦାୟ ମଧ୍ୟରେ ଆବଦ୍ଧ ହୋଇଯାଏ। ବିଶ୍ୱ ଭ୍ରାତୃତ୍ୱଭାବ ବିସ୍ମୃତ ହୋଇଯାଏ।
ଏହା ଅବଶ୍ୟ ସ୍ବୀକାର୍ଯ୍ୟ ଯେ ସମଗ୍ର ବିଶ୍ୱରେ ଗୋଟିଏ ଧର୍ମ ଓ ଗୋଟିଏ ଧର୍ମଶାସ୍ତ୍ର ରହିବା ସମ୍ଭବ ନୁହେଁ। ଧର୍ମକ୍ଷେତ୍ରରେ ବିବିଧତା ରହିବ, ତା’ ସତ୍ତ୍ୱେ ସେହି ବିବିଧତା ମଧ୍ୟରେ ଏକତ୍ୱ ବି ରହିବ। ଆମେ ସମସ୍ତେ ମଣିଷ, ତଥାପି ସମସ୍ତେ ପରସ୍ପରଠାରୁ ଭିନ୍ନ। ଜଣେ ପୁରୁଷ ମହିଳାଠାରୁ ଭିନ୍ନ, ମାତ୍ର ସଜୀବ ପ୍ରାଣୀଭାବରେ ପୁରୁଷ, ମହିଳା, ପଶୁ, ପକ୍ଷୀ, ବୃକ୍ଷଲତା ସମସ୍ତେ ଏକ ଏବଂ ଜୀବସତ୍ତା ଭାବରେ ବିଶ୍ୱସତ୍ତା ସହ ଏକ। ଈଶ୍ୱର ସର୍ବବ୍ୟାପୀ ହୋଇଥିବାରୁ ଆମେ ସମସ୍ତେ ତାଙ୍କରି ଭିତରେ ଏକ, ମାତ୍ର ସତ୍ତା ପ୍ରକଟନର ରୂପରେ ଭିନ୍ନ ଭିନ୍ନ। ଠିକ୍‌ ସେଭଳି ବିଶ୍ୱଧର୍ମ କହିଲେ, ଯଦି ଆମେ ବୁଝିବା ଯେ ସମଗ୍ର ବିଶ୍ୱରେ ସମସ୍ତେ ଗୋଟିଏ ଧର୍ମମତକୁ ବିଶ୍ୱାସ କରିବେ, ଗୋଟିଏ ଶାସ୍ତ୍ରକୁ ମାନିବେ ଓ ଏକ ଆନୁଷ୍ଠାନିକ ବିଧିବିଧାନକୁ ମାନିବେ, ଏହା ସମ୍ଭବ ନୁହେଁ। ଆମେ କେବେ ଆଶା କରିପାରିବା ନାହିଁ ଯେ ସମଗ୍ର ବିଶ୍ୱବାସୀ ଏକା କଥା ଚିନ୍ତା କରିବେ। ଯଦି ସମସ୍ତେ ଏକ କଥା ଚିନ୍ତା କରିବେ, ତା’ହେଲେ ଚିନ୍ତା କରିବା ପାଇଁ ଭାବନା ନ ଥିବ। ସ୍ବାମୀ ବିବେକାନନ୍ଦଙ୍କ ଭାଷାରେ ଆମେ ସମସ୍ତେ ଚିନ୍ତାଶକ୍ତିବିହୀନ ମିଶରୀୟ ମମି ଭଳି ପରସ୍ପରକୁ ଚାହିଁବା ଭଙ୍ଗୀରେ ଜଡ଼ବତ୍‌ ପଡ଼ିରହିବା। ମଣିଷ ହେଉଛି ଏକ ଚିନ୍ତାଶୀଳ ପ୍ରାଣୀ। ଏଣୁ ବିଶ୍ୱରେ ବିବିଧତା ରହିବା ସ୍ବାଭାବିକ ଓ ସେହି ବିବିଧତା ମଧ୍ୟରେ ସମନ୍ବୟ ସାଧନ କରି ତା’ ଭିତରେ ରହିଥିବା ଏକତ୍ୱକୁ ସ୍ବୀକାର କରିବାକୁ ପଡ଼ିବ। ଛାନ୍ଦୋଗ୍ୟ ଉପନିଷଦରେ ଋଷି କହିଛନ୍ତି, ମାଟିକୁ ଜାଣିଲେ ମାଟି ନିର୍ମିତ ସମସ୍ତ ବସ୍ତୁକୁ ଜାଣିହୁଏ। ମାଟି ନିର୍ମିତ ବିବିଧବସ୍ତୁ ରୂପ ଓ ନାମରେ ଭିନ୍ନ ହୋଇପାରନ୍ତି, ମାତ୍ର ମୂଳ ମାଟି ହିଁ ସତ୍ୟ। ଠିକ୍‌ ସେଭଳି ଆମେ ସମସ୍ତେ ମଣିଷ, ପଶୁ, ପକ୍ଷୀ, କୀଟପତଙ୍ଗ ସେହି ମୂଳ ବିଶ୍ୱସତ୍ତାର ପ୍ରକଟିତ ବିବିଧ ରୂପ। ଅଜ୍ଞତାବଶତଃ ଆମେ ନିଜକୁ ଅନ୍ୟଠାରୁ ଭିନ୍ନ ମନେକରୁ, ମାତ୍ର ଜ୍ଞାନ ଉଦୟ ହେଲେ ଆମେ ସେହି ଅଭିନ୍ନତାକୁ ଉପଲବ୍‌ଧି କରିପାରୁ। ଆମେ ନିଃସ୍ବାର୍ଥ ହେଉ ଓ ‘ମୁ’ ଆଉ ‘ତୁମେ’ ଭାବରୁ ମୁକ୍ତ ହେଉ। ସ୍ବାତନ୍ତ୍ର୍ୟହୀନତାକୁ ସ୍ବୀକାର କରୁ ଏବଂ ଭାବୁ ତୁମେ ମୋର ଅଂଶ ଓ ମୁଁ ତୁମର ଅଂଶ। ତେଣୁ ତୁମକୁ କ୍ଷତାକ୍ତ କଲେ ମୁଁ କ୍ଷତାକ୍ତ ହେଉଛି ଓ ତୁମକୁ ସାହାଯ୍ୟ କଲେ ମୁଁ ନିଜକୁ ସାହାଯ୍ୟ କରୁଛି। ତୁମେ ବଞ୍ଚତ୍ଥିଲେ ମୁଁ କେବେ ମରିପାରିବି ନାହିଁ। ଏଣୁ ଆମେ ପ୍ରତିବେଶୀକୁ ସାହାଯ୍ୟ ନ କରି ତ୍ୟାଗ କରିପାରିବା ନାହିଁ, କାରଣ ତା’ର ମଙ୍ଗଳରେ ଆମର ମଙ୍ଗଳ ନିହିତ ଅଛି। ଏହା ହେଉଛି ଅଦ୍ୱୈତ ବେଦାନ୍ତର ମର୍ମ କଥା। ଏହା ଉପଲବ୍ଧି କଲେ ବିଶ୍ୱ ଭ୍ରାତୃତ୍ୱର ଭାବ ସ୍ବତଃସ୍ଫୁର୍ତ୍ତ ଭାବରେ ସୃଷ୍ଟି ହେବ।
ପୃଥିବୀରେ ଅନେକ ଧାର୍ମିକ ସମ୍ପ୍ରଦାୟ ଅଛନ୍ତି। ପ୍ରତ୍ୟେକ ଆନୁଷ୍ଠାନିକ ଧର୍ମ ସତ୍ୟର କେବଳ ଗୋଟିଏ ଗୋଟିଏ ଅଂଶକୁ ଆବିଷ୍କାର କରନ୍ତି। ସେହି ଆଂଶିକ ସତ୍ୟକୁ ସେମାନେ ଅଜ୍ଞତାବଶତଃ ପୂର୍ଣ୍ଣସତ୍ୟ ବୋଲି ଦାବି କରନ୍ତି। ସେମାନଙ୍କ ଦାବି ଦୃଷ୍ଟିବାଧିତମାନଙ୍କ ହାତୀଦର୍ଶନ ଅନୁଭୂତି ସଙ୍ଗେ ସମାନ। ଯିଏ ଦୃଷ୍ଟିବାଧିତ ହାତୀର କାନକୁ ଧରିଲା, ତା’ ମତରେ ହାତୀ କୁଳାଭଳି, ଯିଏ ଗୋଡ଼କୁ ଧରିଲା ତା’ପାଇଁ ହାତୀ ଖୁଣ୍ଟ ଭଳି, ଯିଏ ଲାଞ୍ଜକୁ ଧରିଲା ତା’ପାଇଁ ହାତୀ ଦଉଡ଼ି ଭଳି। ପ୍ରତ୍ୟେକ ଦୃଷ୍ଟିବାଧିତର ଅନୁଭବ ସତ୍ୟ, ମାତ୍ର ଆଂଶିକ ସତ୍ୟ, କାରଣ ଯିଏ ଯେତିକି ଧରିପାରିଛି ତା’ ପାଇଁ ସେତିକି ହିଁ ସତ୍ୟ। ମାତ୍ର ବାସ୍ତବରେ ପୂର୍ଣ୍ଣସତ୍ୟ ତା’ଠାରୁ ଅଧିକ କିଛି। ପୃଥିବୀରେ ଯେତିକି ଆନୁଷ୍ଠାନିକ ଧର୍ମ ଅଛି ସେସବୁ ସତ୍ୟର ଗୋଟିଏ ଗୋଟିଏ ଦିଗକୁ ହିଁ ଆବିଷ୍କାର କରିଛନ୍ତି। ଏଣୁ ପ୍ରତ୍ୟେକ ଧର୍ମ ଅନ୍ୟ ଧର୍ମଗୁଡ଼ିକୁ ମଧ୍ୟ ସମ୍ମାନ ଦେଲେ ନିଜର ସ୍ବାତନ୍ତ୍ର୍ୟ ବଜାୟ ରଖି ମଧ୍ୟ ଧାର୍ମିକ ସଂହତି ସୃଷ୍ଟି କରି ବିଶ୍ୱଭ୍ରାତୃତ୍ୱର ବାର୍ତ୍ତା ଦେଇପାରିବ। ସ୍ବାମୀ ବିବେକାନନ୍ଦ କହୁଥିଲେ, ମାଟିରେ ମଞ୍ଜି ପୋତାଯାଏ। ମାଟି ପାଣି ପବନ ତା’ ଚାରିପାଖରେ ଥାଏ। ଏହି ମଞ୍ଜି ମାଟି, ପାଣି ଓ ପବନକୁ ସମାହିତ କରେ ଓ ଏକ ବୃକ୍ଷର ଉପାଦାନରେ ପରିଣତ କରି ଶେଷରେ ବୃକ୍ଷ ହୁଏ। ଧର୍ମ ମଧ୍ୟ ଠିକ୍‌ ଏପରି ବିକଶିତ ହେବା ଉଚିତ। ଜଣେ ଖ୍ରୀଷ୍ଟିଆନ ବୌଦ୍ଧ ବା ହିନ୍ଦୁ ନ ହେଉ କିମ୍ବା ଜଣେ ହିନ୍ଦୁ ବା ବୌଦ୍ଧ ଖ୍ରୀଷ୍ଟିଆନ ନ ହେଉ। ମାତ୍ର ପ୍ରତ୍ୟେକ ଧର୍ମ ଅନ୍ୟ ଧର୍ମର ନିର୍ଯାସ ଗ୍ରହଣ କରିବା ସହ ନିଜ ସ୍ବାତନ୍ତ୍ର୍ୟ ବଜାୟ ରଖି ନିଜ ନିୟମ ଅନୁସାରେ ବିକଶିତ ହେଉ। ଚିକାଗୋ ଧର୍ମ ସଭାରେ ସ୍ବାମିଜୀଙ୍କ ବାର୍ତ୍ତା ଥିଲା- ”ଯଦି କେହି କେବଳ ନିଜର ଧର୍ମର ସ୍ଥାପନ ଓ ଅନ୍ୟ ଧର୍ମର ଧ୍ୱଂସ ଚାହେଁ, ମୁଁ ତାକୁ ଦୟାକରେ ଓ କହିବାକୁ ଚାହେଁ ଆଗାମୀ ଦିନରେ ସବୁ ଧର୍ମର ପତାକା ଉପରେ ସମସ୍ତ ପ୍ରତିବାଦ ସତ୍ତ୍ୱେ ଲିଖିତ ହେଉ ସହାୟତା-ସଂଘର୍ଷ ନୁହେଁ, ଅନ୍ତର୍ଲୟନ-ଧ୍ୱଂସ ନୁହେଁ, ସଂହତି ଓ ଶାନ୍ତି-କଳହ ନୁହେଁ।“ ପୁନଶ୍ଚ ପୃଥିବୀରେ ବହୁ ଆନୁଷ୍ଠାନିକ ଧର୍ମ ଥିଲେ ମଧ୍ୟ ସବୁଧର୍ମର ଲକ୍ଷ୍ୟ ଏକ-ତାହା ହେଉଛି ଈଶ୍ୱରପ୍ରାପ୍ତି। ଶିବମହିମ୍ନ ସ୍ତୋତ୍ରରେ ପ୍ରାର୍ଥନା କରାଯାଇଛି ଯେ, ବିଭିନ୍ନ ନଦୀ ବିଭିନ୍ନ ସ୍ଥାନରେ ଉପତ୍ତ୍ତି ହେଲେ ମଧ୍ୟ ଶେଷରେ ସମୁଦ୍ରରେ ମିଳିତ ହେବା ଭଳି, ହେ ଶିବ! ମଣିଷମାନେ ସରଳ କୁଟିଳ ବିଭିନ୍ନ ପଥରେ ଚାଲିଲେ ମଧ୍ୟ ସମସ୍ତେ ଆପଣଙ୍କ ପାଖରେ ହିଁ ପହଞ୍ଚନ୍ତି। ଏହି ଦୃଷ୍ଟିରୁ ଧର୍ମ ଧର୍ମ ମଧ୍ୟରେ କୌଣସି ଦ୍ୱନ୍ଦ୍ୱର ସ୍ଥାନ ନାହିଁ।

– ଡ.ଛାୟାକାନ୍ତ ଷଡ଼ଙ୍ଗୀ
ମୋ:୯୪୩୭୩୨୯୨୬୩


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri