ରିପୋର୍ଟ ଖୋଲିବ ବିଧାୟକଙ୍କ ଅସଲ ଚେହେରା

ଖୋର୍ଦ୍ଧା ଅଫିସ,୨୫ା୩: ବାଣପୁର ବ୍ଲକ ସମ୍ମୁଖରେ ଲୋକ ଏବଂ ପୋଲିସ କର୍ମଚାରୀଙ୍କ ଉପରକୁ ଗାଡ଼ି ମଡ଼ାଇଦେବା ଘଟଣାରେ ଗିରଫ ହୋଇ ଜେଲରେ ଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି। ବିଧାୟକ ଯେଉଁ କାର୍‌ ଡ୍ରାଇଭ୍‌ କରି ଲୋକଙ୍କୁ ମଡ଼ାଇଦେଇଥିଲେ ସେଥିରେ ୨ଟି ଭିନ୍ନ ନମ୍ବର ପ୍ଲେଟ ଲାଗିଥିବା ନେଇ ବିବାଦ ବଢିବା ପରେ ବାଣପୁର ପୋଲିସ ଆର୍‌ଟିଓଙ୍କୁ ରିପୋର୍ଟ ମାଗିଥିଲା। ଗତ ୨୧ତାରିଖରେ ଭୁବନେଶ୍ୱର ଆରଟିଓ-୧ ପକ୍ଷରୁ ଏମ୍‌ଭିଆଇ ବାଣପୁର ଥାନା ଆସି ତନ୍ନତନ୍ନ ଯାଞ୍ଚ କରିଛନ୍ତି। ଏମ୍‌ଭିଆଇ ଉକ୍ତ ରିପୋର୍ଟ ପୋଲିସକୁ ଦେବା ପରେ ଜଗଦ୍ଦେବଙ୍କ ଅସଲ ମୁଖା ଖୋଲିଯିବ। କାହା ନାଁରେ ଏହି କାର୍‌ ରହିଛି, କାହିଁକି ବିଧାୟକ ଗୋଟିଏ କାର୍‌ରେ ଦୁଇଟି ନମ୍ବର ବ୍ୟବହାର କରୁଥିଲେ, ଏହାର ପ୍ରକୃତ ରହସ୍ୟ କ’ଣ ତାହାକୁ ନେଇ ସବୁଠି ଉତ୍କଣ୍ଠା ଲାଗି ରହିଛି।
ଜଗଦ୍ଦେବ ବ୍ୟବହାର କରୁଥିବା ଦାମୀ ଲ୍ୟାଣ୍ଡ ରୋଭର ଡିସ୍‌କଭରି ଗାଡ଼ି(ନଂ ଓଡି୨୫-କେ-୫୭୭୫) ନୟାଗଡ଼ ଅଞ୍ଚଳର ଠିକାଦାର କୁମାର ଦେବଦତ୍ତଙ୍କ ନାମରେ ରହିଛି। ହେଲେ ବାଣପୁର ଏସ୍‌ଆଇ ଦେବାସ୍ମିତା ବେହେରା ଦେଇଥିବା ଏତଲାରେ ବିଧାୟକ ଘଟଣା ସମୟରେ ଓଡି୦୨-ଏୱାଇ-୫୭୭୫ ନମ୍ବର ବିଶିଷ୍ଟ କାର୍‌ ଚଳାଉଥିଲେ ବୋଲି ଦର୍ଶାଇଛନ୍ତି, ଯାହାକି ଏକ ହ୍ୟୁଣ୍ଡାଇ କ୍ରେଟା କାରର ନମ୍ବର। ଉକ୍ତ କ୍ରେଟା କାରଟି ନୟାଗଡ ଜିଲା ସୁନାଖଳାର ଶିବାନୀ ଫୁଡ୍ସ ପ୍ରଡକ୍ଟ କମ୍ପାନୀ ମାଲିକଙ୍କ ନାମରେ ରହିଥିବା ଜଣାପଡ଼ିଛି। ଗତ ୧୨ତାରିଖରେ ବିଧାୟକ ପ୍ରଶାନ୍ତ ଲ୍ୟାଣ୍ଡ ରୋଭର ଡିସ୍‌କଭରି କାରରେ ଦୁଇ ନମ୍ବର ପ୍ଳେଟ ଲଗାଇ ଆସିଥିଲେ। ଉପରଟି ଅସଲି ନମ୍ବର ରହିଥିବାବେଳେ ତଳେ ଥିଲା ନକଲି। ଲୋକ ଓ ପୋଲିସଙ୍କ ଉପରକୁ ଗାଡ଼ି ମଡ଼ାଇବା ପରେ ଜଗଦ୍ଦେବ ରୋଷର ଶିକାର ହୋଇଥିଲେ। ଉତ୍ତ୍ୟକ୍ତ ଲୋକେ ଯେତେବେଳେ ତାଙ୍କ କାରକୁ ଭଙ୍ଗାରୁଜା କରୁଥିଲେ, ସେହି ସମୟରେ ହୁଏତ ଅସଲି ନମ୍ବର ପ୍ଲେଟ ଖସିଯାଇଥିବା ଚର୍ଚ୍ଚା ହେଉଛି। ତେବେ କାହିଁକି ବିଧାୟକ ଦୁଇଟି ନମ୍ବର ପ୍ଲେଟ ବ୍ୟବହାର କରୁଥିଲେ। ଏପରି କି ସେହିଦିନ ପୋଲିସର ବାରଣ ସତ୍ତ୍ୱେ ନ ଅଟକି ଭିଡ଼ ଭିତରେ ଲୋକଙ୍କ ଉପରକୁ ଗାଡ଼ି ମଡ଼ାଇଥିଲେ। ଏହା ପଛରେ ଜଗଦ୍ଦେବଙ୍କ କୌଣସି ମନ୍ଦ ଉଦ୍ଦେଶ୍ୟ ରହିଥିଲା କି ବୋଲି ଅନେକ ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି। ଜଗଦ୍ଦେବ ଗୋଟିଏ କାରରେ ଦୁଇଟି ନମ୍ବର ପ୍ଲେଟ ଲଗାଇ ଏଭଳି ବୀଭତ୍ସ କାଣ୍ଡ ଘଟାଇବାକୁ ଯୋଜନା କରିଥିବା ଯଦି ପ୍ରମାଣିତ ହୋଇଯାଏ, ତେବେ ତାଙ୍କୁ ୭ରୁ ୧୦ବର୍ଷ ପର୍ଯ୍ୟନ୍ତ ଜେଲ ହୋଇପାରେ ବୋଲି ଜଣେ ବରିଷ୍ଠ ଆଇନଜୀବୀ କହିଛନ୍ତି।
ବାଲୁଗାଁ ଏସ୍‌ଡିପିଓ ତଥା ତଦନ୍ତ ଅଧିକାରୀ ମାନସ ରଞ୍ଜନ ବାରିକ କୁହନ୍ତି, ଏନେଇ ଭୁବନେଶ୍ୱର ଆରଟିଓ-୧କୁ ଗତ ୧୩ତାରିଖରେ ରିପୋର୍ଟ ମଗାଯାଇଥିଲା। ତେବେ ରିପୋର୍ଟ ଏ ପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ। ରିପୋର୍ଟ ଆସିବା ପରେ କାର ନମ୍ବର ଅସଲି କି ନକଲି ତାହା ଜଣାପଡ଼ିବ। ତେବେ ଘଟଣାକୁ ୧୨ଦିନ ବିତିଯାଇଥିଲେ ମଧ୍ୟ ଏଯାବତ୍‌ କାହିଁକି ଆର୍‌ଟିଓଙ୍କ ପକ୍ଷରୁ ରିପୋର୍ଟ ଦିଆଯାଇନାହିଁ, ତାହାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହେଉଛି। ଅପରପକ୍ଷରେ ପୋଲିସର ଅନୁରୋଧକ୍ରମେ ଏମ୍‌ଭିଆଇ ଗତ ୨୧ତାରିଖରେ ବାଣପୁର ଯାଇ ଗାଡ଼ି ନମ୍ବର ଯାଞ୍ଚ କରିଛନ୍ତି। ଛୁଟି ଥିବାରୁ ଗୁରୁବାର ରିପୋର୍ଟ ଦାଖଲ ହୋଇପାରି ନାହିଁ। ଖୁବ୍‌ଶୀଘ୍ର ପୋଲିସକୁ ଏମ୍‌ଭିଆଇଙ୍କ ରିପୋର୍ଟ ପ୍ରଦାନ କରାଯିବ ବୋଲି ଭୁବନେଶ୍ୱର ଆର୍‌ଟିଓ-୧ ପ୍ରଦୀପ କୁମାର ମହାନ୍ତି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

ପାଇପ୍‌ ଫାଟି ଭାସୁଛି ପାଣି, ହେଲେ ଲୋକଙ୍କ ନିକଟରେ ପହଞ୍ଚୁନି

କେନ୍ଦୁଝର,୧୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ବ୍ଲକ ଅନ୍ତର୍ଗତ ବଳଦା ପଞ୍ଚାୟତର ଖଣି ଖାଦାନ ଦ୍ୱାରା ପ୍ରଭାବିତ ବି ପ୍ଲଟ ଗ୍ରାମରେ ଦୀର୍ଘ ଏକ ମାସ ହେବ ବସୁଧା…

ମହମ୍ମଦ ୟୁନୁସ ହେବେ କି ବାଂଲାଦେଶର ରାଷ୍ଟ୍ରପତି? ନୂତନ ଭୂମିକାକୁ ନେଇ ବଢ଼ିଲା ଚର୍ଚ୍ଚା

ଢାକା,୧୫।୨: ବାଂଲାଦେଶରେ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବା ବେଳେ, ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କୁ ନେଇ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଫେବୃଆରୀ ୧୨ରେ…

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ଶୀତଳ ଭଣ୍ଡାରରେ ଭୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri