ଅଦାଲତ ଦ୍ୱାରସ୍ଥ ପରେ ବି ମିଳୁନି ରାଶନ ସାମଗ୍ରୀ

ପଟ୍ଟାମୁଣ୍ଡାଇ,୧ା୧୨(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକରେ ରାଶନ ସାମଗ୍ରୀ ବଣ୍ଟନରେ ବ୍ୟାପକ ଅନିୟମିତତା ନେଇ ରୁଜୁ ମାମଲାର ଶୁଣାଣି କରି ଲୋକ ଅଦାଲତ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଥିଲେ। ୨୦୧୬ରୁ ପଟ୍ଟାମୁଣ୍ଡାଇ ବ୍ଲକ ବଡ଼ପଡା ପଞ୍ଚାୟତ କାଠିଆପଡା ଗଁାର ଉର୍ମିଳା ପାଢୀ ଜଣେ ଗରିବ ଶ୍ରେଣୀର ଲୋକ। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ୨୦୧୩ ଅନୁଯାୟୀ ଯୋଗ୍ୟ ବିବେଚିତ ହୋଇ ଆବେଦନ କରିଥିଲେ। ମାତ୍ର ତାଙ୍କ ରାଶନ କାର୍ଡ ନ ମିଳିବାରୁ ସେ ବିଭିନ୍ନ ଅଦାଲତର ଦ୍ୱାରସ୍ଥ ହୋଇଥିଲେ। କଟକ ଲୋକ ଅଦାଲତ ଉର୍ମିଳାଙ୍କ ସପକ୍ଷରେ ରାୟ ଶୁଣାଇବା ସହ ସ୍ଥାନୀୟ ବିଡିଓଙ୍କୁ ରାଶନ କାର୍ଡ ଦେବାରୁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏଯାବତ ଉର୍ମିଳା ରାଶନ କାର୍ଡ ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ମାତ୍ର ଉର୍ମିଳାଙ୍କ ନାମରେ ହୋଇଥିବା ରାଶନ କାର୍ଡ ନଂ. ୧୭୦୭୦୮୧୧୫୭୨ କାର୍ଯ୍ୟକ୍ଷମ ନ ହେବାରୁ ସେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିବାକୁ ଯୋଜନା କରିଥିଲେ। ସ୍ଥାନୀୟ ସରପଞ୍ଚ ସୌଦାମିନୀ ସେଠୀ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ଜଣାଇବାକୁ କହିଥିଲେ। ଉର୍ମିଳା ଏସବୁ ବିଷୟରେ ଏକ ଚିଠି ମାଧ୍ୟମରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଜଣାଇଛନ୍ତି। ଏ ବାବଦରେ ବିଡ଼ିଓ ଭାରତ ଚନ୍ଦ୍ର ପରିଡାଙ୍କୁ ଯୋଗାଯୋଗ କରିବାରୁ ତାଙ୍କର ରାଶନ କାର୍ଡ ହୋଇଯାଇଛି ଖୁବ୍‌ ଶୀଘ୍ର ଆଲାଟମେଣ୍ଟ ପହଞ୍ଚତ୍ ଯିବ ବୋଲି କହିଛନ୍ତି।
ସୂଚନାଯୋଗ୍ୟ, କାଠିଆପଡା ଗଁାର ଉର୍ମିଳା ୨୦୧୬ରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ରାଶନ କାର୍ଡ ପାଇଁ ଆବେଦନ କରିଥିଲେ। ଏହି ଯୋଜନାରେ ସେ ଯୋଗ୍ୟ ବିବେଚିତ ହୋଇଥିଲେ। ହେଲେ କୌଣସି କାରଣରୁ ରାଶନ କାର୍ଡ ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ଏ ବାବଦରେ ସେ ବିଡିଓ ଏମ୍‌ଆଇଙ୍କୁ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ ରାଶନ କାର୍ଡ ପାଇ ପାରି ନ ଥିଲେ। ଏଣୁ ଉର୍ମିଳା ବାଧ୍ୟ ହୋଇ ପରମାନେଣ୍ଟ ଲୋକ ଅଦାଲତ ପିୟୁଏସ୍‌ କଟକର ଆଶ୍ରୟ ନେଇ ପିଏଲଏ କେସ ନଂ. ୯୦/୨୦୧୮ରେ ଏକ ମାମଲା ଆବେଦନ କରିଥିଲେ। ପରମାନେଣ୍ଟ ଲୋକ ଅଦାଲତ କଟକ ଉର୍ମିଳାଙ୍କୁ ରାସନ କାର୍ଡ ଦେବା ପାଇଁ ସ୍ଥାନୀୟ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ପଟ୍ଟାମୁଣ୍ଡାଇ ବିଡିଓ ଲୋକ ଅଦାଲତଙ୍କ ନିର୍ଦ୍ଦେଶର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲେ। ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ନ ହେବାରୁ ଉର୍ମିଳା କଟକ ଲୋକ ଅଦାଲତରେ ପୁଣି ଦ୍ୱାରସ୍ଥ ହୋଇଥିଲେ। ଏହାର ପୁନଃ ବିଚାର କରି କଟକ ଲୋକ ଅଦାଲତ ଉର୍ମିଳାଙ୍କୁ ରାଶନ କାର୍ଡ ଦେବା ସହ କମ୍ପେନସେଶନ ବାବଦକୁ ୫୦ ହଜାର ଟଙ୍କା ଦେବାକୁ ମାମଲାର ଶୁଣାଣି କରି ସିନିୟର ସିଭିଲ ଜଜ୍‌ ପଟ୍ଟାମୁଣ୍ଡାଇଙ୍କୁ ବିଚାର କରିବାକୁ କହିଥିଲେ। ମାତ୍ର ପ୍ରଶାସନିକ କର୍ତ୍ତୃପକ୍ଷ ବାରମ୍ବାର ତାରିଖ ଘୂଞ୍ଚାଇ ଚାଲିଥିଲେ। ସିଭିଲ ଜଜ୍‌ ଏ ବିଷୟରେ କେନ୍ଦ୍ରାପଡ଼ା ଜିଲାପାଳଙ୍କୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଜିଲାପାଳଙ୍କ ପଦକ୍ଷେପ ବିଳମ୍ବ ହେବାରୁ ଉର୍ମିଳା ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇ ଡିବ୍ଲୁପିସି ନଂ. ୧୧୮୧୯/୨୨ ରେ ପଟ୍ଟାମୁଣ୍ଡାଇ ବିଡିଓ, ଜିଲାପାଳ ଓ ଯୋଗାଣ ଅଧିକାରୀଙ୍କ ନାମରେ ମାମଲା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

ନଦୀରେ ଗାଧୋଉଥିବାବେଳେ ଆକ୍ରମଣ କଲା କୁମ୍ଭୀର, ଆଉ ତା’ ପରେ…

କଳିଙ୍ଗନଗର,୧ା୪(ଶୁଭାଶିଷ ରାଉତ): ଯୋକଡିଆ ପାଟିଆ ନଈରେ କୁମ୍ଭୀର ଆକ୍ରମଣରେ ଜଣେ ଶ୍ରମଜୀବୀ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତିଯାଇଛି ତାଙ୍କ ଜୀବନ। ଯାଜପୁର ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri