ଧରାପଡ଼ିଲେ ବଳାତ୍କାରୀ

ବଡବିଲ,୭।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲ ଥାନା ଅନ୍ତର୍ଗତ ଝୁମ୍ପୁଡି ହଟିଂ ଅଞ୍ଚଳର ଜଣେ ଯୁବତୀଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ଜଣେ ଯୁବକଙ୍କୁ ଗିରଫ କରିବା ସହ ୨ନାବାଳକଙ୍କୁ କାବୁ କରିଛି। ଗିରଫ ଅଭିଯୁକ୍ତ ହେଲେ ଷ୍ଟେଶନ ରୋଡସ୍ଥିତ ଇନ୍ଦିରା କଲୋନୀ ଅଞ୍ଚଳର ମହେଶ ଲୋହାର। ଏନେଇ ଥାନାରେ ଏକ ମାମଲା (ନଂ.୧୩୧/୨୦୨୧) ରୁଜୁ ହୋଇଛି।
ମିଳିଥିବା ସୂଚନା ମୁତାବକ, ଗୁରୁବାର ରାତି ପ୍ରାୟ ୯ ଟା ବେଳେ ଜଣେ ଯୁବତୀଙ୍କୁ ଘରୁ ଟେକି ନେଇ ଏହି ୩ ଜଣ ଗଣବଳାତ୍କାର କରିଥିବା ନେଇ ଶୁକ୍ରବାର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ପୋଲିସ ଅଭିଯୁକ୍ତ ମହେଶଙ୍କୁ ଶନିବାର ଗିରଫ ପରେ କୋର୍ଟ ଚାଲାଣ କରିଛି। ଅନ୍ୟ ଦୁଇ ନାବାଳକଙ୍କୁ ପୋଲିସ କେନ୍ଦୁଝରସ୍ଥିତ ଜୁଭେନାଇଲ କୋର୍ଟରେ ହାଜର କରିବା ପରେ ସୁଧାର ଗୃହକୁ ପଠାଯିବ ବୋଲି ଥାନା ଇନ୍ସପେକ୍ଟର ସୁଶାନ୍ତ ଦାଶ ସୂଚନା ଦେଇଛନ୍ତି।