ସରକାରୀ ଗାଡ଼ିରେ ପରିବାର ସହ ବୁଲୁଛନ୍ତି ରେଞ୍ଜ ଅଫିସର

ରାଜନଗର,୧ା୪(ଭାସ୍କର ରାଉତରାୟ): ସରକାରୀ ଗାଡ଼ିରେ ଡ୍ୟୁଟି ଛାଡି ବାବୁ କରୁଛନ୍ତି ଭ୍ରମଣ। ବିନା ଛୁଟିରେ କାହାକୁ ନ ଜଣାଇ ସରକାରୀ ଗାଡ଼ି ନେଇ ପରିବାର ସଦସ୍ୟଙ୍କ ସହ କଟକ ଓ ଭୁବନେଶ୍ୱର ଘୁରି ବୁଲିବା ସହ ବିଳମ୍ବିତ ରାତ୍ରି ଯାଏଁ ଭୁବନେଶ୍ୱର ଏୟାରପୋର୍ଟରେ ରହିଥିଲେ।
ସରକାରୀ ଗାଡ଼ି ବିଳମ୍ବିତ ରାତ୍ରିରେ ଏୟାରପୋର୍ଟରେ ପାର୍କିଂ କରିବା ଓ ବାହାରିବାର ଟିକେଟ ଏବେ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି। ବନବିଭାଗର ଏହି ରେଞ୍ଜ ଅଫିସର ଜଣଙ୍କ ଦୁଇଦିନ ଧରି ସରକାରୀ ଗାଡ଼ି ନେଇ କିପରି ନିଜ ରେଞ୍ଜ ଏରିୟାଠାରୁ ୧୪୦ କିମି ଦୂରକୁ ଗଲେ ଓ ପରିବାର ସଦସ୍ୟଙ୍କ ସହ ବୁଲିଲେ, ତାହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି।
ସୂଚନା ଅନୁଯାୟୀ, ରାଜନଗର ବନବିଭାଗ ରେଞ୍ଜ କାର୍ଯ୍ୟାଳୟରେ ପଟ୍ଟାମୁଣ୍ଡାଇ କୁନ୍ଦୁପୁର ଅଞ୍ଚଳର ଏକ ବୋଲେରୋ ଗାଡ଼ି ଭଡ଼ାରେ ଲାଗିଛି। ଗାଡ଼ିରେ ତେଲ ପୋଡ଼ିବା ଓ ମାସିକ ଭଡା ସରକାରୀ ତହବିଲରୁ ଦିଆଯାଉଛି। ମାତ୍ର ଏହି ଗାଡ଼ିକୁ ରାଜନଗର ରେଞ୍ଜର ରେଞ୍ଜ ଅଫିସର ବ୍ୟକ୍ତିଗତ କାର୍ଯ୍ୟରେ ବହୁ ସମୟରେ ବ୍ୟବହାର କରିଥାଆନ୍ତି। ଚଳିତମାସ ୨୭ ତାରିଖ ବୁଧବାର ଦିନ ରେଞ୍ଜ ଅଫିସର ଚିତ୍ତ ରଞ୍ଜନ ବେଉରା ଏହି ସରକାରୀ ଗାଡ଼ିକୁ ନେଇ ତାଙ୍କ ଘରକୁ ଯାଇଥିଲେ। ସେଠାରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରକୁ ଯାଇଥିଲେ। ବିମାନ ବନ୍ଦରରେ ପହଞ୍ଚତ୍ବା ପରେ ରାତି ୧୧ଟା ୩୨ରେ ଗାଡ଼ି ପାର୍କିଂ କରିଥିଲେ। ତାଙ୍କ ପୁଅ ବିମାନରୁ ଓହ୍ଲାଇବା ପରେ ତାଙ୍କୁ ଏହି ସରକାରୀ ଗାଡ଼ିରେ ଆଣି ରାତି ୧୧ଟା ୪୭ରେ ବିମାନ ବନ୍ଦରରୁ ବାହାରି ଆସିଥିଲେ। ବିମାନ ବନ୍ଦରରେ ପାର୍କିଂ ଟିକେଟ୍‌ ଓ ବାହାରିବା ସମୟର ଅନଲାଇନ ଟିକେଟ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ରେଞ୍ଜ ଅଫିସର ବିମାନ ବନ୍ଦରରୁ ପୁଅକୁ ଧରି ସରକାରୀ ଗାଡ଼ିରେ ବାହାରି ନିଜ ଘରକୁ ଫେରିଥିଲେ। ୨୯ ତାରିଖ ଦିନ ପରିବାର ସଦସ୍ୟଙ୍କ ସହ ବିଭିନ୍ନ ସ୍ଥାନ ବୁଲାବୁଲି କରିବା ପରେ ରାଜନଗର ରେଞ୍ଜ କାର୍ଯ୍ୟାଳୟକୁ ଫେରିଥିଲେ। ବୁଧବାର ଓ ଗୁରୁବାର ଦିନ ସରକାରୀ କାର୍ଯ୍ୟ ଦିବସରେ ରେଞ୍ଜ ଅଫିସର ସରକାରୀ ଭାବେ ଛୁଟି ନେଇଥିଲେ କି? ଯଦି ଛୁଟି ନେଇ ନ ଥିଲେ ତେବେ କଟକ, ଭୁବନେଶ୍ୱରରେ କାହିଁକି ବୁଲୁଥିଲେ। ଏ ସମ୍ପର୍କରେ ରେଞ୍ଜ ଅଫିସର ବେଉରାଙ୍କୁ ପଚାରିବାରୁ ସେ ୨୭ ତାରିଖ ଦିନ ଭୁବନେଶ୍ୱର ଏୟାରପୋର୍ଟ ଯାଇଥିବା ସ୍ବୀକାର କରିଛନ୍ତି।
ଏ ସମ୍ପର୍କରେ ଏସିଏଫ୍‌ ଗଗନ ବିହାରୀ ମଲିକଙ୍କୁ ପଚାରିବାରୁ ସରକାରୀ ଗାଡ଼ି ନେଇ ଘରୋଇ କାମରେ ଯିବା କଥା ନୁହେଁ, ଏ ସମ୍ପର୍କରେ ଡିଏଫ୍‌ଓ ଯାହା ପଦକ୍ଷେପ ନେବେ ବୋଲି ସେ କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri