Posted inରାଜ୍ୟ

୧୨.୫୨ କୋଟି ଟଙ୍କାରେ ନିର୍ମିତ ରାମଲିଙ୍ଗେଶ୍ୱର ପୋଖରୀ ଉଦ୍‌ଘାଟିତ

ବ୍ରହ୍ମପୁର ଅଫିସ୍‌,୪।୧- ବ୍ରହ୍ମପୁର ମହାନଗରକୁ ଦେଶରେ ସୁନ୍ଦର ସହର ଭାବେ ଗଢ଼ି ତୋଳିବା ପାଇଁ ପରିକଳ୍ପନା କରାଯାଇଛି। ଏନେଇ ସମସ୍ତେ ମିଶି ଏହାର ସଫଳ ରୂପାୟନ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରେଶମ ନଗରବାସୀଙ୍କୁ ଆହ୍ବାନ ଦେଇଛନ୍ତି। ସହରରେ ବାଣିଜ୍ୟ ଓ ଶିକ୍ଷାର ପ୍ରସାର ପାଇଁ ନିରନ୍ତର ଉଦ୍ୟମ ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ସୋମବାର ରାମଲିଙ୍ଗେଶ୍ୱର ପୋଖରୀ ସାୈନ୍ଦର୍ଯ୍ୟକରଣ ଯୋଜନା ଓ ନବ ନିର୍ମିତ ପ୍ରମୋଦ ଉଦ୍ୟାନ(ପାର୍କ)କୁ ଭିଡିଓ କନ୍‌ଫରେନ୍ସରେ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ରାମଲିଙ୍ଗେଶ୍ୱର ପୋଖରୀ ସହରର ସ୍ବାଭିମାନ। ଏହା ନିକଟରେ ରହିଥିବା ରାମଲିଙ୍ଗେଶ୍ୱର ମନ୍ଦିରରେ ମହାଦେବ ପୂଜା ପାଉଛନ୍ତି। ଏହା ଏକ ଧାର୍ମିକସ୍ଥଳୀ। ରାମଲିଙ୍ଗେଶ୍ୱର ପୋଖରୀର ସାୈନ୍ଦର୍ଯ୍ୟକରଣ ଓଡ଼ିଶା ବିକାଶରେ ସହାୟକ ହୋଇପାରିବ। ପୋଖରୀକୁ ସହରବାସୀ ନିଜର ଭାବି ଯତ୍ନ ନେବାକୁ ସେ ପରାମର୍ଶ ଦେଇଥିଲେ। କୋଭିଡ୍‌ ମହାମାରୀ ସମୟରେ ଗଞ୍ଜାମ ଜିଲାର ଆର୍ଥତ୍କ ସ୍ଥିତି ଦୋହଲି ଯାଇଥିଲା। ଜିଲାବାସୀଙ୍କ ସହଯୋଗ କାରଣରୁ ଗଞ୍ଜାମ ଜିଲା କରୋନା ମୁକାବିଲା କ୍ଷେତ୍ରରେ ବିଶ୍ୱରେ ଏକ ସ୍ବତନ୍ତ୍ର ଉଦାହରଣ ସୃଷ୍ଟି କରିଛି। ମେଗା ପାନୀୟ ଜଳପ୍ରକଳ୍ପ ଜାନିବିଲି ନିର୍ମାଣ ଦ୍ୱାରା ସହରର ସମସ୍ୟାରେ ସୁଧାର ଆସିଛି। ଆଗାମୀ ଦିନରେ ମଧ୍ୟ ଆଉ କେତେକ ଯୋଜନା କାର୍ଯ୍ୟକାରୀ କରାଯିବାର ପ୍ରସ୍ତାବ ଅଛି। ୧୨.୫୨ କୋଟି ଟଙ୍କା ବ୍ୟୟରେ ସାୈନ୍ଦର୍ଯ୍ୟକରଣ କରାଯାଇଥିବା ରାମଲିଙ୍ଗେଶ୍ୱର ପୋଖରୀରେ ୧୫୦୦ ବର୍ଗ ମିଟରର ଉଦ୍ୟାନ, ଏହାର ଚତୁଃପାର୍ଶ୍ୱରେ ୬୨୦ମିଟର ପାଦଚଲା ରାସ୍ତା ଓ ୨୮୦ ମିଟର ଉଚ୍ଚତର ଚଲାପଥ ରହିଛି। ଏଥିସହ ୬ଟି ୱାଚ୍‌ ଟାୱାର ସହ ୩୫ ଫୁଟ ଉଚ୍ଚତା ବିଶିଷ୍ଟ ମହାଦେବଙ୍କ ପ୍ରତିମୂର୍ତ୍ତି ରହିଛି। ପୋଖରୀ ମଧ୍ୟରେ ଆଲୋକୀକରଣର ବ୍ୟବସ୍ଥା ସାଙ୍ଗକୁ ବୋଟିଂର ବ୍ୟବସ୍ଥା କରାଯାଇଥିବା ଗଞ୍ଜାମ ଜିଲାପାଳ ତଥା ବିଏମ୍‌ସି ପ୍ରଶାସକ ବିଜୟ ଅମୃତା କୁଲାଙ୍ଗେ କହିଥିଲେ। ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା, ପୂର୍ବତନ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଜଙ୍ଗଲ, ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବିଡିଏ ପୂର୍ବତନ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ମହାରଣା, ପୂର୍ବତନ ମେୟର କେ.ମାଧବୀ, ଦକ୍ଷିଣାଞ୍ଚଳ ଆର୍‌ଡିସି ଟି. ଆଓ, ବ୍ରହ୍ମପୁର ଉପଜିଲାପାଳ ଭି. କୀର୍ତ୍ତିଭାସନ୍‌, ବିଏମ୍‌ସି କମିଶନର ସିଦ୍ଧେଶ୍ୱର ବଳିରାମ ବନ୍ଦାର ପ୍ରମୁଖ ଉପସ୍ଥିତ ଥିଲେ। ଭିଡିଓ କନ୍‌ଫରେନ୍ସରେ ବିଏମ୍‌ସିର ପୂର୍ବତନ କମିଶନର ତଥା ବର୍ତ୍ତମାନର ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri