ରାମ୍‌କୋ ସିମେଣ୍ଟର ୨ ଅଧିକାରୀଙ୍କୁ ଜବାବ ତଲବ

ଯାଜପୁର ଅଫିସ,୩୧ା୩: କ୍ଷତିଗ୍ରସ୍ତ ଓ ପ୍ରଭାବିତ ଲୋକଙ୍କ ସ୍ବାର୍ଥକୁ ଭୁଲି ଶିଳ୍ପସଂସ୍ଥାଗୁଡ଼ିକ କେବଳ ନିଜ ଲାଭ ପାଇଁ ବ୍ୟଗ୍ର । ଏଥିପାଇଁ ଲୋକଙ୍କୁ ପ୍ରତିଶ୍ରୁତି ଦେଇ ଠକିବା ଅପେକ୍ଷା ସରକାରଙ୍କ ଦ୍ୱାରା ପ୍ରଣିତ ଜନଶୁଣାଣିକୁ ନ ମାନିବାକୁ ଉଚିତ ମଣୁଛନ୍ତି । ଏଥିରେ କ୍ଷତିଗ୍ରସ୍ତ ଓ ପ୍ରଭାବିତ ଲୋକଙ୍କ ଆଉ କୌଣସି ଦାବି ରହିବ ନାହିଁ । ରାମ୍‌କୋ ସିମେଣ୍ଟ କମ୍ପାନୀ ଏହି ନୀତିକୁ ଆପଣାଇ ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିପୁରଠାରେ ଏକ ସିମେଣ୍ଟ କାରଖାନା ପ୍ରତିଷ୍ଠା କରିଛି। ହେଲେ ସେହି କାରଖାନା ଅତି ଭୟଙ୍କର ପ୍ରଦୂଷଣ ସୃଷ୍ଟି କରୁଛି । ଶାସକ ଦଳର ଜଣେ ସ୍ଥାନୀୟ ପ୍ରଭାବଶାଳୀ ନିର୍ବାଚିତ ପ୍ରତିନିଧିଙ୍କ ଛତ୍ରଛାୟା ତଳେ ରହିଥିବାରୁ ରାମ୍‌କୋର ଏହି ବେଆଇନ କାର୍ଯ୍ୟ ପ୍ରତି କେହି ଅଙ୍ଗୁଳି ଉଠାଇବାର ସାହସ ଜୁଟାଇ ପାରୁନାହାନ୍ତି । ଏହାର ସୁଯୋଗରେ ରାମ୍‌କୋ କାରଖାନାରୁ ନିର୍ଗତ ସିମେଣ୍ଟ ଗୁଣ୍ଡ ଓ ବିଷାକ୍ତ ବାୟୁ ପ୍ରଦୂଷଣକୁ ଅଣାୟତ୍ତ କରିଛି। ଏନେଇ ସ୍ଥାନୀୟ ପ୍ରଭାବିତ ଲୋକେ ଅତିଷ୍ଠ ହୋଇ ଗତ ୨୪ ତାରିଖରେ ଆବଶ୍ୟକ କାଗଜପତ୍ର ସହ ରାମ୍‌କୋର ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି) ଓ ପବ୍ଲିକ ରିଲେଶନ ଅଫିସର(ପିଆର୍‌ଓ)ଙ୍କ ବିରୋଧରେ ସବ୍‌ଡିଭିଜନାଲ ମାଜିଷ୍ଟ୍ରେଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସବ୍‌ଡିଭିଜନାଲ ମାଜିଷ୍ଟ୍ରେଟ ତା୨୮ା୩ା୨୦୨୨ରିଖରେ ଏହାର ଶୁଣାଣି କରି ଉପରୋକ୍ତ ଅଧିକାରୀ ଦ୍ୱୟଙ୍କୁ ଜବାବ ତଲବ ନୋଟିସ ଜାରି କରିଛନ୍ତି। ଏହି ନୋଟିସ ଉପରେ ଯଦି କିଛି ଆପତ୍ତି ଥାଏ ତେବେ ଆସନ୍ତା ୧୨ା୪ା୨୦୨୨ ପୂର୍ବାହ୍ନ ୧୦ଟାରେ ଆବଶ୍ୟକ କାଗଜପତ୍ର ସହ ଉପସ୍ଥିତ ରହିବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ସବ୍‌ଡିଭିଜନାଲ ମାଜିଷ୍ଟ୍ରେଟ୍‌ ନିର୍ଦ୍ଦେଶ ଦେଇଛନ୍ତି।

ରାମ୍‌କୋ ସିମେଣ୍ଟ କାରଖାନା ସଂଲଗ୍ନ ମୁରାରୀପୁର ଗ୍ରାମର ସତ୍ୟବ୍ରତ ରାଉତ, ଜୟଦେବ ନାୟକ, ହେମନ୍ତ କୁମାର ପାଢୀ ଓ କୁଞ୍ଜ ବେହେରାଙ୍କ ଅଭିଯୋଗ ଅନୁଯାୟୀ, ସିମେଣ୍ଟ ଗୁଣ୍ଡ ଉଡ଼ି ସ୍ଥାନୀୟ ଅଞ୍ଚଳର ପରିବେଶ ପ୍ରଦୂଷିତ କରୁଛି। ଏହା ଦୈନନ୍ଦିନ ପରିଚର୍ଯ୍ୟାକୁ ବାଧା ଦେବା ସହ ଗୁରୁତର ଭାବେ ବିଶୃଙ୍ଖଳା ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି। ଏହି ଅଭିଯୋଗ ଉପରେ ମାଜିଷ୍ଟ୍ରେଟ ସନ୍ତୁଷ୍ଟ ହେବା ସହ ସେହି ଅଞ୍ଚଳରେ ପରିବେଶ ପ୍ରଦୂଷିତ ହେଉଥିବା ନିର୍ଦ୍ଦେଶରେ ସ୍ବୀକାର କରିଛନ୍ତି। ତେଣୁ ସେହି ଆଧାରରେ ସିଆର୍‌ପିସି ଧାରା ୧୩୩ରେ କାହିଁକି ବିବାଦୀୟ ଜମିରୁ କାରଖାନାର କାର୍ଯ୍ୟକଳାପକୁ ଅପସାରଣ କରିବାକୁ ନିର୍ଦ୍ଦେଶ ଦିଆ ନ ଯିବ ସେ ନେଇ ଜବାବ ରଖିବାକୁ ମାଜିଷ୍ଟ୍ରେଟ ଚେତାବନୀ ଦେଇଛନ୍ତି।

ଏହାସହ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ସରକାର ଗୋଟିଏ ପଟେ ପରିବେଶର ସୁରକ୍ଷା ପାଇଁ ପ୍ରଦୂଷଣ ନିୟନ୍ତ୍ରଣ, ଜଙ୍ଗଲ ସୃଷ୍ଟି ପ୍ରତି ଗୁରୁତ୍ୱାରୋପ କରୁଥିବା ବେଳେ ଅନ୍ୟପଟେ ରାମ୍‌କୋ ଭଳି ଘରୋଇ କମ୍ପାନୀକୁ ପରିବେଶ ବିପର୍ଯ୍ୟୟ ପାଇଁ ପ୍ରୋତ୍ସାହିତ କରୁଛନ୍ତି । ରାମ୍‌କୋ କମ୍ପାନୀ ଆଗରେ ସତେଯେପରି ଆଇନକାନୁନ, ନୀତିନିୟମ ସବୁ ତୁଚ୍ଛ ହୋଇଛି । ଆଉ ପ୍ରଶାସନ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି) ଆଦି ସରକାରୀ କଳ ଏହି କମ୍ପାନୀ ନିକଟରେ ହାତ ଟେକି ଦେଇଥିବା ଭଳି ମନେ ହୁଏ।
ସିମେଣ୍ଟ ଓ ଜିପସମ୍‌ ଗୁଣ୍ଡ ମାଡିଯାଇ ଯେଉଁଭଳି ବିପର୍ଯ୍ୟୟ ସୃଷ୍ଟି କରୁଛି ତାହା ସାଧାରଣ ଲୋକଙ୍କ ପାଇଁ ଅସହ୍ୟ ହେବାରେ ଲାଗିଛି ।

ଆଉ ଏସବୁ ବେଆଇନ କାର୍ଯ୍ୟକୁ ରାଜନେତା, ଜନପ୍ରତିନିଧି ସମର୍ଥନ ଦେଇ ନିଜର ଚେଲା ଓ ସମର୍ଥକଙ୍କୁ କାରଖାନାର ବିଭିନ୍ନ କାର୍ଯ୍ୟରେ ଠିକାଦାର ଭାବେ ନିଯୁକ୍ତ କରାଉଛନ୍ତି । ପରିବେଶକୁ ଧ୍ୱଂସ କରି କମ୍ପାନୀର ସ୍ବାର୍ଥ ସାଧନରେ ମାତିଥିବା ଠିକାଦାରଙ୍କ ମାଧ୍ୟମରେ ମୋଟା ଅର୍ଥର ମୁନାଫା ଉଠାଇ ନେତାଏ ଏସବୁ ଅନ୍ୟାୟ ପ୍ରତି ମୁହଁ ବନ୍ଦ କରି ବସିଛନ୍ତି । ନା ଶାସକ ନା ବିରୋଧୀ ସଭିଏ ଏସବୁ ମାମଲାରେ ନୀରବଦ୍ରଷ୍ଟା ସାଜିଛନ୍ତି । ଏ ସଂକ୍ରାନ୍ତରେ ହରିପୁର ରାମ୍‌କୋ ସିମେଣ୍ଟ କାରଖାନାର ଜେନେରାଲ ମ୍ୟାନେଜର ଅଜିତ ପଲଙ୍କ ମତାମତ ନେବାକୁ ତାଙ୍କ ମୋବାଇଲ ନମ୍ବର ୭୮୯୩୬୫୧୯୧୯ରେ ବୁଧବାର ଅପରାହ୍ନ ୫ଟା ୫୧ରେ ଯୋଗାଯୋଗ କରାଯାଇଥିଲା । ହେଲେ ସେ ଫୋନ କଲ୍‌ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ଏଏପି ପରେ ଓଡ଼ିଶାରେ ପ୍ରାର୍ଥୀ ଘୋଷଣା କଲା ସିପିଆଇଏମ, ଭୁବନେଶ୍ୱର ଲୋକ ସଭା ଆସନରୁ ଲଢିବେ ଏହି ନେତା

ଭୁବନେଶ୍ୱର,୧୮।୪: ରାଜ୍ୟର ୩୭ଟି ବିଧାନସଭା ପାଇଁ ଆମ ଆଦମୀ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସିପିଆଇ(ଏମ ) ମଧ୍ୟ ଆଜି ଭୁବନେଶ୍ୱର ଲୋକ...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri