ରାମ୍‌କୋ ସିମେଣ୍ଟର ୨ ଅଧିକାରୀଙ୍କୁ ଜବାବ ତଲବ

ଯାଜପୁର ଅଫିସ,୩୧ା୩: କ୍ଷତିଗ୍ରସ୍ତ ଓ ପ୍ରଭାବିତ ଲୋକଙ୍କ ସ୍ବାର୍ଥକୁ ଭୁଲି ଶିଳ୍ପସଂସ୍ଥାଗୁଡ଼ିକ କେବଳ ନିଜ ଲାଭ ପାଇଁ ବ୍ୟଗ୍ର । ଏଥିପାଇଁ ଲୋକଙ୍କୁ ପ୍ରତିଶ୍ରୁତି ଦେଇ ଠକିବା ଅପେକ୍ଷା ସରକାରଙ୍କ ଦ୍ୱାରା ପ୍ରଣିତ ଜନଶୁଣାଣିକୁ ନ ମାନିବାକୁ ଉଚିତ ମଣୁଛନ୍ତି । ଏଥିରେ କ୍ଷତିଗ୍ରସ୍ତ ଓ ପ୍ରଭାବିତ ଲୋକଙ୍କ ଆଉ କୌଣସି ଦାବି ରହିବ ନାହିଁ । ରାମ୍‌କୋ ସିମେଣ୍ଟ କମ୍ପାନୀ ଏହି ନୀତିକୁ ଆପଣାଇ ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିପୁରଠାରେ ଏକ ସିମେଣ୍ଟ କାରଖାନା ପ୍ରତିଷ୍ଠା କରିଛି। ହେଲେ ସେହି କାରଖାନା ଅତି ଭୟଙ୍କର ପ୍ରଦୂଷଣ ସୃଷ୍ଟି କରୁଛି । ଶାସକ ଦଳର ଜଣେ ସ୍ଥାନୀୟ ପ୍ରଭାବଶାଳୀ ନିର୍ବାଚିତ ପ୍ରତିନିଧିଙ୍କ ଛତ୍ରଛାୟା ତଳେ ରହିଥିବାରୁ ରାମ୍‌କୋର ଏହି ବେଆଇନ କାର୍ଯ୍ୟ ପ୍ରତି କେହି ଅଙ୍ଗୁଳି ଉଠାଇବାର ସାହସ ଜୁଟାଇ ପାରୁନାହାନ୍ତି । ଏହାର ସୁଯୋଗରେ ରାମ୍‌କୋ କାରଖାନାରୁ ନିର୍ଗତ ସିମେଣ୍ଟ ଗୁଣ୍ଡ ଓ ବିଷାକ୍ତ ବାୟୁ ପ୍ରଦୂଷଣକୁ ଅଣାୟତ୍ତ କରିଛି। ଏନେଇ ସ୍ଥାନୀୟ ପ୍ରଭାବିତ ଲୋକେ ଅତିଷ୍ଠ ହୋଇ ଗତ ୨୪ ତାରିଖରେ ଆବଶ୍ୟକ କାଗଜପତ୍ର ସହ ରାମ୍‌କୋର ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି) ଓ ପବ୍ଲିକ ରିଲେଶନ ଅଫିସର(ପିଆର୍‌ଓ)ଙ୍କ ବିରୋଧରେ ସବ୍‌ଡିଭିଜନାଲ ମାଜିଷ୍ଟ୍ରେଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସବ୍‌ଡିଭିଜନାଲ ମାଜିଷ୍ଟ୍ରେଟ ତା୨୮ା୩ା୨୦୨୨ରିଖରେ ଏହାର ଶୁଣାଣି କରି ଉପରୋକ୍ତ ଅଧିକାରୀ ଦ୍ୱୟଙ୍କୁ ଜବାବ ତଲବ ନୋଟିସ ଜାରି କରିଛନ୍ତି। ଏହି ନୋଟିସ ଉପରେ ଯଦି କିଛି ଆପତ୍ତି ଥାଏ ତେବେ ଆସନ୍ତା ୧୨ା୪ା୨୦୨୨ ପୂର୍ବାହ୍ନ ୧୦ଟାରେ ଆବଶ୍ୟକ କାଗଜପତ୍ର ସହ ଉପସ୍ଥିତ ରହିବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ସବ୍‌ଡିଭିଜନାଲ ମାଜିଷ୍ଟ୍ରେଟ୍‌ ନିର୍ଦ୍ଦେଶ ଦେଇଛନ୍ତି।

ରାମ୍‌କୋ ସିମେଣ୍ଟ କାରଖାନା ସଂଲଗ୍ନ ମୁରାରୀପୁର ଗ୍ରାମର ସତ୍ୟବ୍ରତ ରାଉତ, ଜୟଦେବ ନାୟକ, ହେମନ୍ତ କୁମାର ପାଢୀ ଓ କୁଞ୍ଜ ବେହେରାଙ୍କ ଅଭିଯୋଗ ଅନୁଯାୟୀ, ସିମେଣ୍ଟ ଗୁଣ୍ଡ ଉଡ଼ି ସ୍ଥାନୀୟ ଅଞ୍ଚଳର ପରିବେଶ ପ୍ରଦୂଷିତ କରୁଛି। ଏହା ଦୈନନ୍ଦିନ ପରିଚର୍ଯ୍ୟାକୁ ବାଧା ଦେବା ସହ ଗୁରୁତର ଭାବେ ବିଶୃଙ୍ଖଳା ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି। ଏହି ଅଭିଯୋଗ ଉପରେ ମାଜିଷ୍ଟ୍ରେଟ ସନ୍ତୁଷ୍ଟ ହେବା ସହ ସେହି ଅଞ୍ଚଳରେ ପରିବେଶ ପ୍ରଦୂଷିତ ହେଉଥିବା ନିର୍ଦ୍ଦେଶରେ ସ୍ବୀକାର କରିଛନ୍ତି। ତେଣୁ ସେହି ଆଧାରରେ ସିଆର୍‌ପିସି ଧାରା ୧୩୩ରେ କାହିଁକି ବିବାଦୀୟ ଜମିରୁ କାରଖାନାର କାର୍ଯ୍ୟକଳାପକୁ ଅପସାରଣ କରିବାକୁ ନିର୍ଦ୍ଦେଶ ଦିଆ ନ ଯିବ ସେ ନେଇ ଜବାବ ରଖିବାକୁ ମାଜିଷ୍ଟ୍ରେଟ ଚେତାବନୀ ଦେଇଛନ୍ତି।

ଏହାସହ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ସରକାର ଗୋଟିଏ ପଟେ ପରିବେଶର ସୁରକ୍ଷା ପାଇଁ ପ୍ରଦୂଷଣ ନିୟନ୍ତ୍ରଣ, ଜଙ୍ଗଲ ସୃଷ୍ଟି ପ୍ରତି ଗୁରୁତ୍ୱାରୋପ କରୁଥିବା ବେଳେ ଅନ୍ୟପଟେ ରାମ୍‌କୋ ଭଳି ଘରୋଇ କମ୍ପାନୀକୁ ପରିବେଶ ବିପର୍ଯ୍ୟୟ ପାଇଁ ପ୍ରୋତ୍ସାହିତ କରୁଛନ୍ତି । ରାମ୍‌କୋ କମ୍ପାନୀ ଆଗରେ ସତେଯେପରି ଆଇନକାନୁନ, ନୀତିନିୟମ ସବୁ ତୁଚ୍ଛ ହୋଇଛି । ଆଉ ପ୍ରଶାସନ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି) ଆଦି ସରକାରୀ କଳ ଏହି କମ୍ପାନୀ ନିକଟରେ ହାତ ଟେକି ଦେଇଥିବା ଭଳି ମନେ ହୁଏ।
ସିମେଣ୍ଟ ଓ ଜିପସମ୍‌ ଗୁଣ୍ଡ ମାଡିଯାଇ ଯେଉଁଭଳି ବିପର୍ଯ୍ୟୟ ସୃଷ୍ଟି କରୁଛି ତାହା ସାଧାରଣ ଲୋକଙ୍କ ପାଇଁ ଅସହ୍ୟ ହେବାରେ ଲାଗିଛି ।

ଆଉ ଏସବୁ ବେଆଇନ କାର୍ଯ୍ୟକୁ ରାଜନେତା, ଜନପ୍ରତିନିଧି ସମର୍ଥନ ଦେଇ ନିଜର ଚେଲା ଓ ସମର୍ଥକଙ୍କୁ କାରଖାନାର ବିଭିନ୍ନ କାର୍ଯ୍ୟରେ ଠିକାଦାର ଭାବେ ନିଯୁକ୍ତ କରାଉଛନ୍ତି । ପରିବେଶକୁ ଧ୍ୱଂସ କରି କମ୍ପାନୀର ସ୍ବାର୍ଥ ସାଧନରେ ମାତିଥିବା ଠିକାଦାରଙ୍କ ମାଧ୍ୟମରେ ମୋଟା ଅର୍ଥର ମୁନାଫା ଉଠାଇ ନେତାଏ ଏସବୁ ଅନ୍ୟାୟ ପ୍ରତି ମୁହଁ ବନ୍ଦ କରି ବସିଛନ୍ତି । ନା ଶାସକ ନା ବିରୋଧୀ ସଭିଏ ଏସବୁ ମାମଲାରେ ନୀରବଦ୍ରଷ୍ଟା ସାଜିଛନ୍ତି । ଏ ସଂକ୍ରାନ୍ତରେ ହରିପୁର ରାମ୍‌କୋ ସିମେଣ୍ଟ କାରଖାନାର ଜେନେରାଲ ମ୍ୟାନେଜର ଅଜିତ ପଲଙ୍କ ମତାମତ ନେବାକୁ ତାଙ୍କ ମୋବାଇଲ ନମ୍ବର ୭୮୯୩୬୫୧୯୧୯ରେ ବୁଧବାର ଅପରାହ୍ନ ୫ଟା ୫୧ରେ ଯୋଗାଯୋଗ କରାଯାଇଥିଲା । ହେଲେ ସେ ଫୋନ କଲ୍‌ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନା ଖୋଲିଲା ହର୍ମୁଜ, ନା ହେଲା କୌଣସି ଚୁକ୍ତି… ଏହାପରେ ବି କାହିଁକି ଯୁଦ୍ଧ ବନ୍ଦ କରିବାକୁ ଚାହୁଁଛନ୍ତି ଟ୍ରମ୍ପ୍‌? ଜାଣନ୍ତୁ କ’ଣ ରହିଛି ଏହାର ବଡ଼ କାରଣ

ଓ୍ବାଶିଂଟନ,୧।୪: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଏକ ନୂତନ ମୋଡ଼ ନେଇଛି। ଇରାନ ସହିତ ଯୁଦ୍ଧ ଏବେ ଯେକୌଣସି ମୁହୂର୍ତ୍ତରେ ଶେଷ ହୋଇପାରେ। ଆମେରିକା ମଧ୍ୟ…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

ବଡ଼ ଦୁର୍ଘଟଣା, ସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୨୯ ମୃତ

ମସ୍କୋ,୧।୪: ରୁଷିଆରେ ଏକ ବଡ଼ ବିମାନ ଦୁର୍ଘଟଣାର ରିପୋର୍ଟ ସାମ୍ନାକୁ ଆସିଛି। ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଉଦ୍ଧୃତ କରି, ସମ୍ବାଦ ସଂସ୍ଥା TASS ବୁଧବାର ରିପୋର୍ଟ କରିଛି…

ବଦଳିଛି ମାନଚିତ୍ର, ବାଟବଣା ବିକାଶ ପଥ: ଜିଲା ଗଠନକୁ ପୂରିଲା ୩୩ବର୍ଷ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଗଠନକୁ ୩୩ବର୍ଷ ପୂରିଛି। ନୂତନ ଜିଲା ମନ୍ୟତା ପାଇବା ପରେ ୧୯୯୩ ଅପ୍ରେଲ ୧ ତାରିଖ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ସ୍ବର୍ଗତ…

ଆଜି ସମଲେଶ୍ବରୀଙ୍କ ମହାସ୍ନାନ: ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଶ୍ବରୀଙ୍କ ବୁଧବାର ମହାସ୍ନାନ ହୋଇଛି। ଏହି କ୍ରମରେ ଶୀତଳଧାରା ଅର୍ପଣ ପୂର୍ବକ ପ୍ରାତଃ ୪ଟା ୫୧ମିନିଟରୁ ଭକ୍ତମାନଙ୍କ ଦ୍ୱାରା…

ବଢ଼ିଲା ଗ୍ୟାସ୍‌ ଦର: ଜାଣନ୍ତୁ କେତେ ହେଲା ସିଲିଣ୍ଡର

ନୂଆଦିଲ୍ଲୀ,୧।୪:କମର୍ସିଆଲ LPG ଦର ବଢ଼ାଇଛନ୍ତି କେନ୍ଦ୍ର ସରକାର। କମର୍ସିଆଲ LPG ସିଲିଣ୍ଡର ପିଛା ଦର ୧୯୫ ଟଙ୍କା ୫୦ ପଇସା ବୃଦ୍ଧି ହୋଇଛି। ନୂଆଦିଲ୍ଲୀରେ ୧୯ କେଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri