ରାମଚଣ୍ଡୀ ମନ୍ଦିର ପର୍ଯ୍ୟଟନ କ୍ଷେତ୍ର ମାନ୍ୟତାରୁ ବଞ୍ଚିତ

କେନ୍ଦ୍ରାପଡ଼ା ଅଫିସ, ୯ା୭: କେନ୍ଦ୍ରାପଡ଼ା ଜିଲାର ଅନ୍ୟତମ ଶକ୍ତିପୀଠ ମହାକାଳପଡ଼ା ବ୍ଲକ ରାମନଗରସ୍ଥ ରାମଚଣ୍ଡୀ ମନ୍ଦିର ପରିସର ରାଜ୍ୟ ପର୍ଯ୍ୟଟନ କ୍ଷେତ୍ର ମାନ୍ୟତାରୁ ବଞ୍ଚତ୍ତ ହୋଇଛି। ଏହି ପ୍ରସଙ୍ଗ ଶୀତଳଭଣ୍ଡାରକୁ ଚାଲିଯାଇଛି। ୨୦୧୭ ରୁ ଏ ସମ୍ପର୍କରେ ସମସ୍ତ ତଥ୍ୟ ରାଜ୍ୟ ପର୍ଯ୍ୟଟନ ବିଭାଗକୁ ଜିଲା କାର୍ଯ୍ୟାଳୟ ପକ୍ଷରୁ ପ୍ରଦାନ କରାଯାଇଥିଲା। ହେଲେ ଏ ପର୍ଯ୍ୟନ୍ତ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ମିଳିପାରିନାହିଁ। ଏହି ଶକ୍ତିପୀଠର ବିଭିନ୍ନ ସମସ୍ୟାର ସାମାଧାନ ଜରୁରୀ ହୋଇପଡିଥିବା ସ୍ଥାନୀୟ ଅଧିବାସୀ ମତ ପ୍ରକାଶ କରିଛନ୍ତି।
ମା’ ରାମଚଣ୍ଡୀ ସେନାର କାର୍ଯ୍ୟକର୍ତ୍ତା ସୁବାସ ସ୍ବାଇଁ କହିଛନ୍ତି, ମା’ଙ୍କ ରୀତିନୀତି ପରିଚାଳନା ପାଇଁ ତତ୍କାଳୀନ କୁଜଙ୍ଗ ରାଜା ରାମନଗର, ପେଟଛେଲା, ଭୋପାଳ, ବାରଡାଙ୍ଗ ଆଦି ମୌଜାରେ ଜମି ଦାନ କରିଥିଲେ। ତେବେ ଏହି ଜମିକୁ କେତେଜଣ ଜବରଦଖଲକାରୀଙ୍କ କବ୍‌ଜାକୁ ଚାଲିଯାଇଛି। ସେହିପରି ୨୦୧୬ରୁ ମନ୍ଦିର ପରିଷଦର କାର୍ଯ୍ୟକାଳ ଶେଷ ହୋଇଥିବା ବେଳେ ଏହାର ନବୀକରଣ ହୋଇନାହିଁ। ବିଭିନ୍ନ ସମୟରେ ଏପରି ବହୁ ସମସ୍ୟା ଉତ୍‌ଥାପନ କରି ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି। ପୂର୍ବତନ ଜିଲାପାଳ ସମର୍ଥ ବର୍ମା ମଧ୍ୟ ସମସ୍ୟାଗୁଡିକର ଅନୁଧ୍ୟାନ ପାଇଁ ଉପଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଅଦ୍ୟାବଧି ଏହାର ସୁଫଳ ମିଳିନାହିଁ। ସେନାର କର୍ମକର୍ତ୍ତା ଲକ୍ଷ୍ମୀଧର ସ୍ବାଇଁ କହିଛନ୍ତି, ମା’ଙ୍କ ପୀଠ ବାଟ ଦେଇ ପର୍ଯ୍ୟଟନ କ୍ଷେତ୍ର ହୁକିଟୋଲା ଓ ବତିଘରକୁ ପର୍ଯ୍ୟଟକମାନେ ଯାଇଥାନ୍ତି। ଏଥିପାଇଁ ୧୯୯୭-୯୮ ଆର୍ଥିକ ବର୍ଷରେ ପୀଠ ପରିସରରେ ପାନ୍ଥଶାଳା ନିର୍ମାଣ ହୋଇଥିଲା। ଏହା ଏବେ ଜରାଜୀର୍ଣ୍ଣ ହୋଇପଡି ରହିଥିବାରୁ ପର୍ଯ୍ୟଟକଙ୍କ କାମରେ ଆସୁନାହିଁ। ସେହିପରି ମା’ଙ୍କ ପ୍ରସିଦ୍ଧ ପର୍ବ ଝାମୁଯାତ୍ରାରେ ଅସଂଖ୍ୟ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥାଏ। ଏହି ସମୟରେ ଆଦାୟ ଅର୍ଥ ବାଟମାରଣା ହେଉଥିବା ଅଭିଯୋଗ ହେଉଛି। ଏହାର ତଦନ୍ତ ଜରୁରୀ ବୋଲି ସେ ମତବ୍ୟକ୍ତ କରିଛନ୍ତି। ମହାକାଳପଡ଼ାର ହରେକୃଷ୍ଣ ପାତ୍ର କହିଛନ୍ତି, ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ମିଳିଲେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଭିଡ ବଢ଼ିବ। ଏଥିସହ ଝାମୁଯାତ୍ରା ସମୟରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଦୃଷ୍ଟିରୁ ପୀଠ ପରିସରର ବୃଦ୍ଧି ଆବଶ୍ୟକ। ଏହି ସ୍ଥାନରେ ଏବେ ନିର୍ମାଣାଧୀନ ପାଣିଟାଙ୍କି ଆଗାମୀ ଦିନରେ ଅସୁବିଧା ସୃଷ୍ଟି କରିବ। ଏଥିସହ ଦୁଇଥର ଏହି ପୀଠରୁ ଅଳଙ୍କାର ଚୋରି ହୋଇଥିବାରୁ ପୋଲିସ ପାଟ୍ରୋଲିଂର ଆବଶ୍ୟକତା ରହିଛି। ଏ ସମ୍ପର୍କରେ ଉପଜିଲାପାଳ ନିରଞ୍ଜନ ବେହେରାଙ୍କୁ ପଚାରିବାରେ ସମସ୍ୟାର ସମାଧାନ ପାଇଁ ପୀଠସ୍ଥଳକୁ ଯାଇ ଅନୁଧ୍ୟାନ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri