ସପ୍ତାହକୁ ୨ ଦିନ ଗଡ଼ିବ ରାଜଧାନୀ ଏକ୍ସପ୍ରେସ

ଭୁବନେଶ୍ୱର,୨୦ା୫(ବ୍ୟୁରୋ): ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ସପ୍ତାହକୁ ୨ ଦିନ ଗଡ଼ିବ। କରୋନା ସଂକ୍ରମଣ ବୃଦ୍ଧି ତଥା ଯାତ୍ରୀ ହେଉ ନ ଥିବାରୁ ରେଳ ବିଭାଗ ଏପରି ପଦକ୍ଷେପ ନେଇଛି। ରାଜଧାନୀ ଏକ୍ସପ୍ରେସ ଭୁବନେଶ୍ୱରରୁ ଭାୟା ଟାଟା କେବଳ ମଙ୍ଗଳବାର ଚାଲିବ। ସେହିପରି ମେ’ ୨୧ରୁ ଜୁନ ୧ ଭିତରେ କେବଳ ବୁଧବାର ଦିଲ୍ଲୀରୁ ଭୁବନେଶ୍ୱର ଫେରିବ। ସେହିପରି ରାଜଧାନୀ ଏକ୍ସପ୍ରେସ ଭୁବନେଶ୍ୱରରୁ ଭାୟା ଆଦ୍ରା ଦେଇ କେବଳ ରବିବାର ଚାଲିବ। ରାଜଧାନୀ ଏକ୍ସପ୍ରେସ ନୂଆଦିଲ୍ଲୀରୁୁ ଭାୟା ଆଦ୍ରା ଦେଇ କେବଳ ସୋମବାର ଚାଲିବ। ଏହି ଟ୍ରେନ ଭୁବନେଶ୍ୱରରୁ ୨୬, ନୂଆଦିଲ୍ଲୀରୁ ୨୮ରେ ବାତିଲ ରହିବ। ରାଜଧାନୀ ଏକ୍ସପ୍ରେସ ଭାୟା ସମ୍ବଲପୁର ଓ ରାଉରକେଲା ମଧ୍ୟ ବାତିଲ ରହିବ। ମେ’ ୨୨ ଓ ୨୯ ତାରିଖରେ ଭୁବନେଶ୍ୱରରୁ, ୨୩ ଓ ୩୦ରେ ନୂଆଦିଲ୍ଲୀରୁ ବାତିଲ ହୋଇଛି।
ପୂର୍ବତଟ ରେଳପଥ ୬ଟି ଦୂରଗାମୀ, ପାସେଞ୍ଜର ଓ ମେମୁ ଟ୍ରେନ୍‌ ମଧ୍ୟ ବାତିଲ କରିଛି। ଆଉ କିଛି ଟ୍ରେନର ସମୟ ନିର୍ଘଣ୍ଟ ପରିବର୍ତ୍ତନ ଓ ସାମୟିକ ବାତିଲ କରାଯାଇଛି। ଏନେଇ ପୂର୍ବତଟ ରେଳପଥ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।