ରାଇସୁଆଁ-ସାହାଡ଼ାପୁର ରାସ୍ତା ଶୋଚନୀୟ

କେନ୍ଦୁଝର,୧୫ା୫(ଡି.ଏନ୍‌.ଏ.): କେନ୍ଦୁଝର ସଦର ବ୍ଲକ୍‌ ରାଇସୁଆଁ-ସାହାଡାପୁର ଗୁରୁତ୍ୱପୂର୍ଣ୍ଣ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିିଛି। ମରାମତି ଅଭାବରୁ ପିଚୁ ଉଠି ମେଟାଲ ଦେଖାଯାଉଛି। ଫଳରେ ଦୈନିକ ଛୋଟବଡ଼ ଦୁର୍ଘଟଣା ଘଟୁଛି। ରାସ୍ତା ଉପରେ ନିର୍ଭରଶୀଳ ଶହଶହ ଲୋକ ଗମନାଗମନରେ ଅସୁବିଧା ଭୋଗୁଛନ୍ତି। ଜିଲା ପ୍ରଶାସନ ଗୁରୁତ୍ୱପୁର୍ଣ୍ଣ ଗ୍ରାମାଞ୍ଚଳ ରାସ୍ତାଟିକୁ ତୁରନ୍ତ ମରାମତି କରିବାକୁ ସ୍ଥାନୀୟ ବାସିନ୍ଦା ସନ୍ତୋଷ ବେହେରା, ଜିତେନ୍ଦ୍ର ଷଡ଼ଙ୍ଗି ପ୍ରମୁଖ ଦାବି କରିଛନ୍ତି।
ଯେ, ଜାତୀୟ ରାଜପଥ ୨୦ର ରାଇସୁଅଁାଠାରୁ ସାହାଡ଼ାପୁରକୁ ଯାଇଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତାଟି ପୂର୍ବରୁ ବାଉରିପଦା ପର୍ଯ୍ୟନ୍ତ କାମ ହୋଇଥିଲା। କିନ୍ତୁ ନିମ୍ନମାନର କାମ ଓ ବିଭାଗୀୟ ଅବହେଳା କାରଣରୁ ରାସ୍ତାରୁ ପିଚୁ ଉଠିଗଲାଣି। ସ୍ଥାନେସ୍ଥାନେ ମେଟାଲ ଉଠି ବଡ଼ବଡ଼ ଖାଲ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଏହି ରାସ୍ତାର ବାଉରୀପଦା ଛକଠାରୁ ସାହାଡ଼ାପୁର ପର୍ଯ୍ୟନ୍ତ ଅବସ୍ଥା ସବୁଠାରୁ ଅଧିକ ଖରାପ ହୋଇପଡ଼ିଛି। ମେଟାଲ ଗୁଡ଼ିକ ବାହାରି ଏଣେତେଣେ ବିଛୁଡ଼ି ହୋଇ ପଡ଼ିଥିବାରୁ ଗମନାଗମନରେ ଅନେକ ଅସୁବିଧା ହେଉଛି। ରାସ୍ତାରେ ପ୍ରତ୍ୟେକ ଦିନ ଗୋବର୍ଦ୍ଧନ, ବାଉରିପଦା, କାଉଁରୀକଳା, ରାଇସୁଆଁ ଓ ଗୋପିନାଥପୁର ପ୍ରଭୃତି ୫ ପଞ୍ଚାୟତର ଲୋକେ ନିର୍ଭର କରିଥାଆନ୍ତି। ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଥିବାରୁ ଦୈନିକ ଦୁର୍ଘଟଣା ଘଟୁଥିବା ସ୍ଥାନୀୟବାସିନ୍ଦା କହିଛନ୍ତି। ବିଶେଷକରି ସାହାଡ଼ାପୁର, ଜଡ଼ିପଦା, ଶଙ୍କିରୀ, ହାଣ୍ଡିଭଙ୍ଗା, କଣାପଶି, କାଉଁରୀକଳା, ମନୋହରପୁର, କାଠକରଞ୍ଜିଆ, ପୋଟଳ, ସେଣ୍ଡକାପ, କାଉଁରୀକଳା ଅଞ୍ଚଳର ଚାଷୀ ପ୍ରତ୍ୟେକଦିନ କେନ୍ଦୁଝର ମୁଖ୍ୟାଳୟକୁ ଯାତାୟାତ କରିଥାନ୍ତି। ରାସ୍ତାରେ ଉକ୍ତ ୫ ପଞ୍ଚାୟତ ବ୍ୟତିତ ରାଇକଳା, ହାଣ୍ଡିଭଙ୍ଗା, ପଳାଶପଙ୍ଗା ପଞ୍ଚାୟତର କେତେକ ଗ୍ରାମର ଲୋକେ କେନ୍ଦୁଝର ସହର, ସଦର ଥାନା, ଡାକ୍ତରଖାନା, କଲେଜ ଯିବା ଆସିବା କରିବାରେ ବ୍ୟବହାର କରିଥାନ୍ତି। ବିଶେଷ କରି ଚାଷୀମାନଙ୍କ ପାଇଁ ରାଇସୁଆଁ ସାହାଡ଼ାପୁର ରାସ୍ତା ଗୁରୁତ୍ୱପୂର୍ଣ୍ଣ ଅଟେ। ରାସ୍ତା ଅବସ୍ଥା ଖରାପ ଯୋଗୁ ୫ରୁ ଊର୍ଦ୍ଧ୍ୱ ପଞ୍ଚାୟତବାସୀ ଯାତାୟାତରେ ସମସ୍ୟା ଭୋଗୁଛନ୍ତି। ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁଭ ପ୍ରକାଶ ରଥ କହିଛନ୍ତି, ଉକ୍ତ ରାସ୍ତା ନିମନ୍ତେ ଟେଣ୍ଡର ହୋଇଛି। ଆସନ୍ତା ୧୦ ଦିନ ମଧ୍ୟରେ ରାସ୍ତାର ପିଚୁ କାମ ଆରମ୍ଭ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri