ରାଇସୁଆଁ-ସାହାଡ଼ାପୁର ରାସ୍ତା ଶୋଚନୀୟ

କେନ୍ଦୁଝର,୧୫ା୫(ଡି.ଏନ୍‌.ଏ.): କେନ୍ଦୁଝର ସଦର ବ୍ଲକ୍‌ ରାଇସୁଆଁ-ସାହାଡାପୁର ଗୁରୁତ୍ୱପୂର୍ଣ୍ଣ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିିଛି। ମରାମତି ଅଭାବରୁ ପିଚୁ ଉଠି ମେଟାଲ ଦେଖାଯାଉଛି। ଫଳରେ ଦୈନିକ ଛୋଟବଡ଼ ଦୁର୍ଘଟଣା ଘଟୁଛି। ରାସ୍ତା ଉପରେ ନିର୍ଭରଶୀଳ ଶହଶହ ଲୋକ ଗମନାଗମନରେ ଅସୁବିଧା ଭୋଗୁଛନ୍ତି। ଜିଲା ପ୍ରଶାସନ ଗୁରୁତ୍ୱପୁର୍ଣ୍ଣ ଗ୍ରାମାଞ୍ଚଳ ରାସ୍ତାଟିକୁ ତୁରନ୍ତ ମରାମତି କରିବାକୁ ସ୍ଥାନୀୟ ବାସିନ୍ଦା ସନ୍ତୋଷ ବେହେରା, ଜିତେନ୍ଦ୍ର ଷଡ଼ଙ୍ଗି ପ୍ରମୁଖ ଦାବି କରିଛନ୍ତି।
ଯେ, ଜାତୀୟ ରାଜପଥ ୨୦ର ରାଇସୁଅଁାଠାରୁ ସାହାଡ଼ାପୁରକୁ ଯାଇଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତାଟି ପୂର୍ବରୁ ବାଉରିପଦା ପର୍ଯ୍ୟନ୍ତ କାମ ହୋଇଥିଲା। କିନ୍ତୁ ନିମ୍ନମାନର କାମ ଓ ବିଭାଗୀୟ ଅବହେଳା କାରଣରୁ ରାସ୍ତାରୁ ପିଚୁ ଉଠିଗଲାଣି। ସ୍ଥାନେସ୍ଥାନେ ମେଟାଲ ଉଠି ବଡ଼ବଡ଼ ଖାଲ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଏହି ରାସ୍ତାର ବାଉରୀପଦା ଛକଠାରୁ ସାହାଡ଼ାପୁର ପର୍ଯ୍ୟନ୍ତ ଅବସ୍ଥା ସବୁଠାରୁ ଅଧିକ ଖରାପ ହୋଇପଡ଼ିଛି। ମେଟାଲ ଗୁଡ଼ିକ ବାହାରି ଏଣେତେଣେ ବିଛୁଡ଼ି ହୋଇ ପଡ଼ିଥିବାରୁ ଗମନାଗମନରେ ଅନେକ ଅସୁବିଧା ହେଉଛି। ରାସ୍ତାରେ ପ୍ରତ୍ୟେକ ଦିନ ଗୋବର୍ଦ୍ଧନ, ବାଉରିପଦା, କାଉଁରୀକଳା, ରାଇସୁଆଁ ଓ ଗୋପିନାଥପୁର ପ୍ରଭୃତି ୫ ପଞ୍ଚାୟତର ଲୋକେ ନିର୍ଭର କରିଥାଆନ୍ତି। ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଥିବାରୁ ଦୈନିକ ଦୁର୍ଘଟଣା ଘଟୁଥିବା ସ୍ଥାନୀୟବାସିନ୍ଦା କହିଛନ୍ତି। ବିଶେଷକରି ସାହାଡ଼ାପୁର, ଜଡ଼ିପଦା, ଶଙ୍କିରୀ, ହାଣ୍ଡିଭଙ୍ଗା, କଣାପଶି, କାଉଁରୀକଳା, ମନୋହରପୁର, କାଠକରଞ୍ଜିଆ, ପୋଟଳ, ସେଣ୍ଡକାପ, କାଉଁରୀକଳା ଅଞ୍ଚଳର ଚାଷୀ ପ୍ରତ୍ୟେକଦିନ କେନ୍ଦୁଝର ମୁଖ୍ୟାଳୟକୁ ଯାତାୟାତ କରିଥାନ୍ତି। ରାସ୍ତାରେ ଉକ୍ତ ୫ ପଞ୍ଚାୟତ ବ୍ୟତିତ ରାଇକଳା, ହାଣ୍ଡିଭଙ୍ଗା, ପଳାଶପଙ୍ଗା ପଞ୍ଚାୟତର କେତେକ ଗ୍ରାମର ଲୋକେ କେନ୍ଦୁଝର ସହର, ସଦର ଥାନା, ଡାକ୍ତରଖାନା, କଲେଜ ଯିବା ଆସିବା କରିବାରେ ବ୍ୟବହାର କରିଥାନ୍ତି। ବିଶେଷ କରି ଚାଷୀମାନଙ୍କ ପାଇଁ ରାଇସୁଆଁ ସାହାଡ଼ାପୁର ରାସ୍ତା ଗୁରୁତ୍ୱପୂର୍ଣ୍ଣ ଅଟେ। ରାସ୍ତା ଅବସ୍ଥା ଖରାପ ଯୋଗୁ ୫ରୁ ଊର୍ଦ୍ଧ୍ୱ ପଞ୍ଚାୟତବାସୀ ଯାତାୟାତରେ ସମସ୍ୟା ଭୋଗୁଛନ୍ତି। ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁଭ ପ୍ରକାଶ ରଥ କହିଛନ୍ତି, ଉକ୍ତ ରାସ୍ତା ନିମନ୍ତେ ଟେଣ୍ଡର ହୋଇଛି। ଆସନ୍ତା ୧୦ ଦିନ ମଧ୍ୟରେ ରାସ୍ତାର ପିଚୁ କାମ ଆରମ୍ଭ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

୫ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବାନ୍ଧିଲା ପୋଲିସ

ବାରିପଦା,୨୭ା୧୨: ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା...

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri