ସୁବର୍ଣ୍ଣରେଖା ନଦୀବନ୍ଧକୁ ନେଇ ତେଜୁଛି ଅସନ୍ତୋଷ

ଜଳେଶ୍ୱର,୧୫ା୫(ଡି.ଏନ.ଏ.): ପୂର୍ବର ସୁବର୍ଣ୍ଣରେଖା ନଦୀରେ ବନ୍ୟା ଆସି ବାଲେଶ୍ୱର ଜିଲାର ଜଳେଶ୍ୱର ସହର ଧ୍ୱସ୍ତବିଧ୍ୱସ୍ତ ହେଉଥିବାରୁ ଏହାର ପ୍ରତିକାର ଲାଗି ସରକାରଙ୍କ ପକ୍ଷରୁ ୬କୋଟି ୬୦ଲକ୍ଷ ଟଙ୍କାର ଏକ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି। କିନ୍ତୁ ମୂଳବନ୍ଧକୁ ଅଧିକ ସୁଦୃଢ କରିବା ଲାଗି ମାଟି ଭର୍ତ୍ତି ନ କରି ଅଧମିଟରରୁ ଅଧିକ ମାଟି ବାହାର କରି ଏହାର ଉଚ୍ଚତା କମାଇ ଦେବା ନେଇ ସ୍ଥାନୀୟ ଲୋକେ ସହଜରେ ଗ୍ରହଣ କରିପାରୁନାହାନ୍ତି। ବନ୍ଧର ଉଚ୍ଚତା କମାଇବା ସମ୍ପର୍କରେ ଭିଜିଲାନ୍ସ ତଦନ୍ତ ଦାବି ହୋଇଥିବା ବେଳେ ୨୦୦୮ରେ  ସୁବର୍ଣ୍ଣରେଖାରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟାର ଜଳପତ୍ତନକୁ ଲକ୍ଷ୍ୟ କରି ରିଂବନ୍ଧ ନିର୍ମାଣ କରିବାକୁ ଦାବି ହୋଇଛି।
ସୁବର୍ଣ୍ଣରେଖା ବନ୍ୟା ଇତିହାସରେ ୨୦୦୮ରେ ସର୍ବବୃହତ୍‌ ବନ୍ୟା ହୋଇଥିଲା। ଏଥିରେ ରାଜଘାଟ ରେଳପୋଲଠାରେ ଜଳପତ୍ତନ ୧୨.୬୯ ମିଟର ହେବାରୁ ଲକ୍ଷ୍ମଣନାଥ ଗାଁଠାରୁ ବାଘାବାଳି ଗାଁ ଯାଏ ନଦୀକୂଳରେ ଥିବା ଟେଷ୍ଟ ରିଲିଫ ବନ୍ଧ (ଟିଆର୍‌ଇ) ବୁଡିଯାଇ ସହର ମଧ୍ୟରେ ପାଣି ପଶିଥିଲା। ୧୯୬୨, ୧୯୬୮, ୧୯୭୨, ୧୯୭୩, ୧୯୮୫ ଓ ୧୯୯୦ ମସିହାରେ ଜଳେଶ୍ୱର ସହରକୁ ସୁବର୍ଣ୍ଣରେଖା ବନ୍ୟାପାଣି ପ୍ରବେଶ କରି ନାହିଁ ନ ଥିବା ଛାରଖାର କରିଥିଲ। ୨୦୦୮ ବନ୍ୟାରେ ଜଳେଶ୍ୱର ସହର ରୂପରେଖ ବଦଳି ଯାଇଥିବା ବେଳେ କୋଟି କୋଟି ଟଙ୍କାର ବ୍ୟବସାୟିକ ପେଣ୍ଠସ୍ଥଳୀକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥିଲା।  ଡାକ୍ତରଖାନା, କୋର୍ଟ, ବ୍ଲକ ପରିସରରେ ୫ ଫୁଟରୁ ଅଧିକ ପାଣି ସୁଅ ଛୁଟିଥିବା ବେଳେ ପ୍ରାୟ ୩ ମାସ ଧରି ସଡକ ପଥ ବିଚ୍ଛିନ୍ନ ହୋଇଥିଲା ା ଏପରିକି ୧ ମାସ ଧରି ରେଳଯାତ୍ରା ମଧ୍ୟ ବନ୍ଦ ହୋଇଥିଲା ା ତେଣୁ ପରିସ୍ଥିତିକୁ ଲକ୍ଷ୍ୟ କରି ନଦୀ କଡେ କଡେ ଟିଆରଇକୁ ଉଚ୍ଚ କରାଯାଇଥିଲା। ସେହି ଅନୁଯାୟୀ ଶିଖରପୁର ସେତୁଠାରୁ ଗୁରୁଦାସପୁର ସେତୁ ମଧ୍ୟରେ ବନ୍ଧର ଉଚ୍ଚତା ୧୩.୮ମିଟର ନିର୍ମାଣ ହୋଇଥିଲା। କିନ୍ତୁ ଏବେ ଜଳେଶ୍ୱର ସହରକୁ ରକ୍ଷା ଲାଗି ରିଂବନ୍ଧର ପରିକଳ୍ପନା କରାଯାଇ କାଯର୍‌ୟ ଆରମ୍ଭ ହୋଇଛି। କିନ୍ତୁ ଜଳସମ୍ପଦ ବିଭାଗ ପକ୍ଷରୁ ପୂର୍ବରୁ ଥିବା ବନ୍ଧ ୧୩.୮ ମିଟର ବଦଳରେ ୧୩.୨ ଉଚ୍ଚ କରିବାର ନିଷ୍ପତ୍ତି ନେଇ କାର୍ଯ୍ୟ ଆରମ୍ଭ ହୋଇଛି। ଫଳରେ ୦.୬ ମିଟର (ଅଧମିଟରରୁ ଅଧିକ) ଉଚ୍ଚତା ହ୍ରାସ କରି ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ଯେକୌଣସି ସମୟରେ ୨୦୦୮ ମସିହା ବନ୍ୟା ପରିସ୍ଥିତିକୁ ଏଡାଇ ଦିଆଯାଇ ନ ପାରେ। ଅନ୍ୟପକ୍ଷରେ ଶେଖବାର୍ଡ, ଶେଖବଜାର, ଗୋବରଘଟା ଟିଆର୍‌ଇ ମୋଟ ୭.୫ କି.ମି. ହୋଇଥିବା ବେଳେ ସେଥିରୁ ୫ କି.ମି ରିଂବନ୍ଧ କରାଯିବାର ପରିକଳ୍ପନା ହୋଇ କାର୍ଯ୍ୟ ଆରମ୍ଭ ହୋଇଛି। ଏଥିପାଇଁ ୬ କୋଟି ୬୦ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଛି। ବନ୍ଧର ଉଚ୍ଚତା କମାଇ ସେହି ମାଟି ବନ୍ଧର ଦୁଇପଟେ ପକାଇ ପ୍ରଶସ୍ତୀକରଣ କରାଯାଇଛି। ସେହିପରି ଶିଖରପୁର, ବଜାରଶୋଳ, ନରଣପୁର ଟିଆରଇ ର ୩ କି.ମି ସ୍ଥାନର ପିଚୁ ଲାଗି ୫ କୋଟି ୧୦ଲକ୍ଷ ଟଙ୍କା ବ୍ୟୟବରଦା ହୋଇ କାର୍ଯ୍ୟ ଆରମ୍ଭ ହୋଇଛି।
ବନ୍ଧର ଉଚ୍ଚତା କମାଇବାକୁ ବିଭିନ୍ନ ସ୍ଥାନରେ ବିରୋଧ କରାଯିବା ସହ କାର୍ଯ୍ୟ  ବନ୍ଦ କରାଯାଉଛି। ଲକ୍ଷ୍ମଣନାଥ ସମିତି ସଦସ୍ୟ ଜିତେନ୍ଦ୍ର ନାଥ ଦାସଙ୍କ ନେତୃତ୍ୱରେ ଏକ ଜନସ୍ବାର୍ଥ ସମ୍ବଳିତ ଦାବିପତ୍ର ଜିଲାପାଳ, ସେଚ ବିଭାଗର ଉଚ୍ଚ କର୍ମକର୍ତ୍ତାଙ୍କୁ ପ୍ରଦାନ କରାଯାଇଛି।  ଆସନ୍ତା ଦିନରେ ଏଥିଲାଗି ଏକ ଜନସ୍ବାର୍ଥ ମାମଲା ହେବାକୁ ଯାଉଥିବା ସୂଚନା ମିଳିଛି।ବନ୍ଧର ଉଚ୍ଚତା କମାଇବା ଓ ପ୍ରଶସ୍ତୀକରଣରେ ବ୍ୟାପକ ଅର୍ଥ ହରିଲୁଟ ହେଉଥିବା ଦର୍ଶାଇ ଭିଜିଲାନ୍ସ ତଦନ୍ତ ଦାବି କରାଯାଇଛି। ଏ ସମ୍ପର୍କରେ ବିଭାଗୀୟ ସହକାରୀ ନିର୍ବାହୀଯନ୍ତ୍ରୀ ପ୍ରିୟବ୍ରତ ସିଂଙ୍କୁ ପଚାରିବାରୁ ସେ କହିଛନ୍ତି, ବନ୍ଧର ଉଚ୍ଚତା କମାଇ ଦିଆଯାଇଥିଲେ ମଧ୍ୟ ସେଥିରେ କିଛି ଫରକ ପଡିବ ନାହିଁ। ୫ କି.ମି. ରାସ୍ତାର ନବୀକରଣ ଓ ପିଚୁ କରାଗଲେ ବନ୍ୟା ନିୟନ୍ତ୍ରଣ ହୋଇପାରିବ।

Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri