ଝାରତରଭାକୁ ପରୀକ୍ଷାମୂଳକ ଭାବେ ରେଳ ଚାଲିଲା

ସୋନପୁର/ତରଭା,୧୧।୧୧(ନି.ପ୍ର./ଡି.ଏନ.ଏ.): ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ଅନ୍ତର୍ଗତ ବିଛୁପାଲିରୁ ଝାରତରଭା ଷ୍ଟେଶନ ମଧ୍ୟରେ ୧୦ କିଲୋମିଟର ନୂଆ ରେଳ ଲାଇନର ଗୁରୁବାର ସିଆର୍‌ଏସ୍‌ ଯାଞ୍ଚ ହୋଇଛି। ଦକ୍ଷିଣ ପୂର୍ବ ସର୍କଲର ରେଳ ନିରାପତ୍ତା ଆୟୁକ୍ତ(ସିଆର୍‌ଏସ୍‌) ଏ.ଏମ୍‌.ଚୌଧୁରୀ ଅପରାହ୍ନରେ ସମ୍ବଲପୁର ରେଳ ମଣ୍ଡଳ ଅନ୍ତର୍ଗତ ବିଛୁପାଲି-ଝାରତରଭା ଲାଇନର ଯାଞ୍ଚ କରିଛନ୍ତି। ରେଳ ନିରାପତ୍ତା ଆୟୁକ୍ତ ବରିଷ୍ଠ ଅଧିକାରୀଙ୍କ ସହିତ ବିଛୁପାଲିରୁ ଏକ ଟ୍ରଲିରେ ଆସି ଝାରତରଭା ପର୍ଯ୍ୟନ୍ତ ନୂଆ ରେଳ ଲାଇନର ନିରାପତ୍ତା ଯାଞ୍ଚ କରିଥିଲେ। ପରେ ଚୌଧୁରୀ ସୁବର୍ଣ୍ଣପୁର ଜିଲା ଝାରତରଭା ଷ୍ଟେଶନ ପରିଦର୍ଶନ କରିଥିଲେ। ଉକ୍ତ ଷ୍ଟେଶନରେ ଯାତ୍ରୀମାନଙ୍କ ପାଇଁ ଉପଲବ୍ଧ ହେବାକୁ ଥିବା ବିଭିନ୍ନ ସୁବିଧା ଏବଂ ଏଠାରେ ନିର୍ମାଣାଧୀନ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ନିରୀକ୍ଷଣ କରିଥିଲେ। ସିଆର୍‌ଏସ୍‌ ଚୌଧୁରୀ ପୁଣି ଏକ ରେଳରେ ବସି ଉକ୍ତ ଦୁଇ ଷ୍ଟେଶନ ମଧ୍ୟରେ ଘଣ୍ଟାପ୍ରତି ୧୧୦ କିଲୋମିଟର ସ୍ପିଡ୍‌ ଟ୍ରାଏଲ କରିଥିଲେ। ପରୀକ୍ଷାମୂଳକ ଭାବେ ରେଳ ଚାଲିବା ଓ ରେଳ ଲାଇନର ନିରାପତ୍ତା ଯାଞ୍ଚ ସମୟରେ ସମ୍ବଲପୁର ମଣ୍ଡଳ ରେଳ ପ୍ରବନ୍ଧକ ବିନୀତ ସିଂ, ସିଏଓ ଅମର ପ୍ରସାଦ ଦ୍ୱିବେଦୀ, ଚିଫ୍‌ ଇଞ୍ଜିନିୟର ଇଲେକ୍ଟ୍ରିକାଲ ଏ.କେ.ସାମଲ, ସିନିୟର ଡିଏମ କୋଅର୍ଡିନେସନ ଟି.ଡି.ସାହୁ, ସିଗନାଲ, ଇଲେକ୍ଟ୍ରିକାଲ ଓ ବ୍ରିଜ୍‌ କନଷ୍ଟ୍ରକଶନ ଇଞ୍ଜିନିୟରମାନେ ଉପସ୍ଥିତ ଥିଲେ।
ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନରେ ଝାରତରଭା ବଲାଙ୍ଗୀର ପଟୁ ତୃତୀୟ ଷ୍ଟେଶନ ହେବ। ପୂର୍ବରୁ ବଲାଙ୍ଗୀରରୁ ବିଛୁପାଲି ମଧ୍ୟରେ ୧୫.୮ କିଲୋମିଟର ରେଳ ଲାଇନ କାର୍ଯ୍ୟକ୍ଷମ ହୋଇ ସାରଛି। ଏବେ ବିଛୁପାଲି ଝାରତରଭା ମଧ୍ୟରେ କାମ ସମ୍ପୂର୍ଣ୍ଣ ହୋଇଛି। ସିଆର୍‌ଏସ୍‌ ଯାଞ୍ଚ ପରେ କମିଶନିଂ ହେବ। ୨୦୧୯ ଜାନୁୟାରୀ ୧୫ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ବଲାଙ୍ଗୀରରୁ ବିଛୁପାଲି ଷ୍ଟେଶନ ପର୍ଯ୍ୟନ୍ତ ରେଳସେବା ଶୁଭାରମ୍ଭ ହୋଇଥିଲା। ବିଛୁପାଲି ପରେ ଝାରତରଭା ଷ୍ଟେଶନ। ଝାରତରଭା ସୁବର୍ଣ୍ଣପୁର ଜିଲାର ଦ୍ୱିତୀୟ ରେଳ ଷ୍ଟେଶନ ହେବ। ସେଫ୍ଟି କମିଶନର ଏ.ଏମ.ଚୌଧୁରୀଙ୍କ ଗସ୍ତ ପରେ ବଲାଙ୍ଗୀର-ଝାରତରଭା ୨୫.୮କିଲୋମିଟର ରେଳ ଚାଲିବା ସମ୍ଭାବନା ସୃଷ୍ଟି ହୋଇଛି। ସେହିପରି ଝାରତରଭାରୁ ସୋନପୁର ପର୍ଯ୍ୟନ୍ତ ଧିମେଇ ଯାଇଥିବା ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ ହୋଇ ଶୀଘ୍ର ସୋନପୁର ପର୍ଯ୍ୟନ୍ତ ରେଳ ଗଡିବ ବୋଲି ଆଶା ସଞ୍ଚାର ହୋଇଛି । ପୂର୍ବରୁ ସୁବର୍ଣ୍ଣପୁର ଜିଲାର ସମ୍ବଲପୁର-ଟିଟିଲାଗଡ ସେକ୍ସନ ଅନ୍ତର୍ଗତ ଡୁଙ୍ଗୁରିପାଲିରେ ଏକମାତ୍ର ରେଳ ଷ୍ଟେଶନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ଦଶମ ଶ୍ରେଣୀ ନାବାଳିକାଙ୍କୁ ଅପହରଣ କରି କରିଥିଲେ ବଳାତ୍କାର, ମୋବାଇଲ୍‌ ଟ୍ରାକିଂ କରି ଅଭିଯୁକ୍ତଙ୍କୁ ମାଡ଼ି ବସିଲା…

ଦିଗପହଣ୍ଡି, ୪।୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ୧୫ ବର୍ଷୀୟା ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

ବରଗଡ଼ରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ, ଖଡ଼ି ଛୁଆଁଇଲେ ଜିଲାପାଳ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ)- ଚଳିତ ଶିକ୍ଷାବର୍ଷରେ ନୂତନ ଛାତ୍ରୀଛାତ୍ରମାନଙ୍କ ନାମଲେଖା ଓ ଖଡ଼ିଛୁଆଁ ପାଇଁ ଶନିବାର ଜିଲାସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri