ରାଜ୍ୟ ଉପରେ ଦୋଷ ଲଦିଲା ରେଲଓ୍ବେ ବୋର୍ଡ

ଗୁଣପୁର,୧୭ା୨(ଡି.ଏନ୍‌.ଏ.):ଫେବୃୟାରୀ ୧ରେ ଉପସ୍ଥାପିତ ସାଧାରଣ ବଜେଟରେ ରାୟଗଡ଼ା ଜିଲା ଗୁଣପୁର-ଥେରୁବାଲି ରେଳପଥ ପାଇଁ ୧ହଜାର ଟଙ୍କା ମଞ୍ଜୁର ନେଇ ଘୋଷଣା କରିଥିଲେ। ଏହାକୁ ନେଇ ଅଞ୍ଚଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ତେବେ ଏହି ଘଟଣା ଏବେ ନୂଆ ମୋଡ଼ ନେଇଛି। ପ୍ରକଳ୍ପ କାର୍ଯ୍ୟ ବିଳମ୍ବ ପାଇଁ ରେଲଓ୍ବେ ବୋର୍ଡ ରାଜ୍ୟ ସରକାରଙ୍କୁ ଦାୟୀ କରିଛି। ରାଜ୍ୟ ସରକାର ମାଗଣା ଜମି ନେଇ ସମ୍ମତି ଜଣାଇଥିଲେ ମଧ୍ୟ ପ୍ରକଳ୍ପର ଅଧାଖର୍ଚ୍ଚ ବହନ ନେଇ ନୀରବ ରହିଛନ୍ତି। ଫଳରେ ଏହି ପ୍ରକଳ୍ପ ଆଗେଇପାରି ନ ଥିବା ରେଲଓ୍ବେ ବୋର୍ଡ ପକ୍ଷରୁ ଓଡ଼ିଶା-ଆନ୍ଧ୍ର ରେଳ ବ୍ୟବହାରିକ ସଂଘର ଆବାହକ ସତ୍ୟପ୍ରକାଶ ପଣ୍ଡାଙ୍କ ନିକଟକୁ ଆସିଥିବା ଚିଠିରୁ ଜଣାପଡ଼ିଛି।
ସୂଚନାଯୋଗ୍ୟ, ୨୦୨୦ ଅକ୍ଟୋବର ୧୧ରେ ଗୁଣପୁର-ଥେରୁବାଲି ରେଳପଥ ସମ୍ପ୍ରସାରଣ ନିମନ୍ତେ ଓଡ଼ିଶା-ଆନ୍ଧ୍ର ରେଳ ବ୍ୟବହାରିକ ସଂଘର ଆବାହକ ସତ୍ୟପ୍ରକାଶ ପଣ୍ଡା ପ୍ରଧାନମନ୍ତ୍ରୀଙ୍କ ପ୍ରିନ୍ସିପାଲ ସେକ୍ରେଟାରିଙ୍କୁ ଚିଠି ଲେଖିଥିଲେ। ଏବେ ବୋର୍ଡର କାର୍ଯ୍ୟକାରୀ ନିର୍ଦ୍ଦେଶକ(ପ୍ରୋଜେକ୍ଟ ମନିଟରିଂ) ବି.କେ.ଗୁପ୍ତା ଏହାର ଉତ୍ତର ରଖି ପ୍ରକଳ୍ପ କାର୍ଯ୍ୟ ଆଗକୁ ବଢ଼ି ନ ପାରିବାର କାରଣ ଦର୍ଶାଇଛନ୍ତି। ୨୦୧୭-୧୮ ବଜେଟରେ ୯୩୫ କୋଟି ବ୍ୟୟ ଅଟକଳରେ ଏହି ରେଳପଥ ପ୍ରକଳ୍ପ ସ୍ଥାନ ପାଇଥିଲା। ଏହାର ଡିପିଆର୍‌ ପରେ ପ୍ରକଳ୍ପ ମୂଲ୍ୟ ବୃଦ୍ଧିପାଇବା ସହ ବ୍ୟୟ ଅଟକଳ ୧୨୭୪ କୋଟିରେ ପହଞ୍ଚିଥିଲା ଏବଂ ଏହାର ଆର୍‌ଓଆର୍‌(-)୩.୧୯ ଶତକଡ଼ା ରହିଥିଲା। ଏହି ରେଳପଥ ଲାଭଦାୟକ ନ ଥିବା କହି ରେଲଓ୍ବେ ବୋର୍ଡ ରାଜ୍ୟକୁ ମାଗଣା ଜମି ସହ ପ୍ରକଳ୍ପର ଅଧା ଖର୍ଚ୍ଚ ବହନ କରିବାକୁ କହିଥିଲା। ଏହାପରେ ରାଜ୍ୟ ସରକାର ୨୦୨୦ ଜାନୁୟାରୀ ୪ରେ ପ୍ରକଳ୍ପ ନିମନ୍ତେ ମାଗଣା ଜମି ଦେବାକୁ ସମ୍ମତି ଜଣାଇଥିଲେ। ହେଲେ ପ୍ରକଳ୍ପର ଅଧାଖର୍ଚ୍ଚ ବହନ ନେଇ ନୀରବ ରହିଥିବା ବୋର୍ଡର କାର୍ଯ୍ୟକାରୀ ନିର୍ଦ୍ଦେଶକ(ପ୍ରୋଜେକ୍ଟ ମନିଟରିଂ) ଗୁପ୍ତା ୨୦୨୧ ଜାନୁୟାରୀ ୨୮ରେ ଓଡ଼ିଶା-ଆନ୍ଧ୍ର ରେଳ ବ୍ୟବହାରିକ ସଂଘର ଆବାହକ ସତ୍ୟପ୍ରକାଶ ପଣ୍ଡାଙ୍କ ନିକଟକୁ ପଠାଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି। ତେବେ ଏହି ପ୍ରସଙ୍ଗ ଏବେ ନୂତନ ମୋଡ଼ ନେଇଥିବାବେଳେ ରାଜ୍ୟ ସରକାର କାହିଁକି ଏ ଦିଗରେ ନୀରବ ରହିଛନ୍ତି ତାହାକୁ ନେଇ ପ୍ରଶ୍ନ ଉଠିଛି। ବହୁ ଦାବି ପରେ ୨୦୧୭-୧୮ ରେଳ ବଜେଟରେ ଏହି ପ୍ରକଳ୍ପ ସ୍ଥାନ ପାଇଥିଲା। ଦୀର୍ଘ ୪୭ ବର୍ଷ ପରେ ଏହି ଦାବି ପୂରଣ ହୋଇଥିବା ନେଇ ଅଞ୍ଚଳରେ ଖୁସି ପ୍ରକାଶ ପାଇଥିଲା। ହେଲେ ପରବର୍ତ୍ତୀ ସମୟରେ ଏହି ରେଳପଥ ପାଇଁ ବଜେଟରେ ଅନୁଦାନ କମାଇ ଦିଆଯାଇଥିଲା। ଗତ ବର୍ଷ ୧ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବାବେଳେ ଚଳିତ ବର୍ଷ ୧ହଜାରକୁ ଖସିଛି। ଏହାକୁ ନେଇ ଅସନ୍ତୋଷ ବଢ଼ିବା ସହ ଏହି ରେଳପଥ ପ୍ରକଳ୍ପ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ମୋହନା ପୋଲିସ ପକ୍ଷରୁ ନୂତନ ଜଳଛତ୍ର ଉଦଘାଟନ: ସଚେତନ ବାର୍ତ୍ତା ଦେଲେ ଥାନା ଅଧିକାରୀ

ମୋହନା,୭।୪: ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଗଜପତି ଜିଲା ମୋହନା ଥାନା ପକ୍ଷରୁ ଆଜି ନୂତନ ଜଳଛତ୍ର ଖୋଲାଯାଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri