ରାଜ୍ୟ ଉପରେ ଦୋଷ ଲଦିଲା ରେଲଓ୍ବେ ବୋର୍ଡ

ଗୁଣପୁର,୧୭ା୨(ଡି.ଏନ୍‌.ଏ.):ଫେବୃୟାରୀ ୧ରେ ଉପସ୍ଥାପିତ ସାଧାରଣ ବଜେଟରେ ରାୟଗଡ଼ା ଜିଲା ଗୁଣପୁର-ଥେରୁବାଲି ରେଳପଥ ପାଇଁ ୧ହଜାର ଟଙ୍କା ମଞ୍ଜୁର ନେଇ ଘୋଷଣା କରିଥିଲେ। ଏହାକୁ ନେଇ ଅଞ୍ଚଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ତେବେ ଏହି ଘଟଣା ଏବେ ନୂଆ ମୋଡ଼ ନେଇଛି। ପ୍ରକଳ୍ପ କାର୍ଯ୍ୟ ବିଳମ୍ବ ପାଇଁ ରେଲଓ୍ବେ ବୋର୍ଡ ରାଜ୍ୟ ସରକାରଙ୍କୁ ଦାୟୀ କରିଛି। ରାଜ୍ୟ ସରକାର ମାଗଣା ଜମି ନେଇ ସମ୍ମତି ଜଣାଇଥିଲେ ମଧ୍ୟ ପ୍ରକଳ୍ପର ଅଧାଖର୍ଚ୍ଚ ବହନ ନେଇ ନୀରବ ରହିଛନ୍ତି। ଫଳରେ ଏହି ପ୍ରକଳ୍ପ ଆଗେଇପାରି ନ ଥିବା ରେଲଓ୍ବେ ବୋର୍ଡ ପକ୍ଷରୁ ଓଡ଼ିଶା-ଆନ୍ଧ୍ର ରେଳ ବ୍ୟବହାରିକ ସଂଘର ଆବାହକ ସତ୍ୟପ୍ରକାଶ ପଣ୍ଡାଙ୍କ ନିକଟକୁ ଆସିଥିବା ଚିଠିରୁ ଜଣାପଡ଼ିଛି।
ସୂଚନାଯୋଗ୍ୟ, ୨୦୨୦ ଅକ୍ଟୋବର ୧୧ରେ ଗୁଣପୁର-ଥେରୁବାଲି ରେଳପଥ ସମ୍ପ୍ରସାରଣ ନିମନ୍ତେ ଓଡ଼ିଶା-ଆନ୍ଧ୍ର ରେଳ ବ୍ୟବହାରିକ ସଂଘର ଆବାହକ ସତ୍ୟପ୍ରକାଶ ପଣ୍ଡା ପ୍ରଧାନମନ୍ତ୍ରୀଙ୍କ ପ୍ରିନ୍ସିପାଲ ସେକ୍ରେଟାରିଙ୍କୁ ଚିଠି ଲେଖିଥିଲେ। ଏବେ ବୋର୍ଡର କାର୍ଯ୍ୟକାରୀ ନିର୍ଦ୍ଦେଶକ(ପ୍ରୋଜେକ୍ଟ ମନିଟରିଂ) ବି.କେ.ଗୁପ୍ତା ଏହାର ଉତ୍ତର ରଖି ପ୍ରକଳ୍ପ କାର୍ଯ୍ୟ ଆଗକୁ ବଢ଼ି ନ ପାରିବାର କାରଣ ଦର୍ଶାଇଛନ୍ତି। ୨୦୧୭-୧୮ ବଜେଟରେ ୯୩୫ କୋଟି ବ୍ୟୟ ଅଟକଳରେ ଏହି ରେଳପଥ ପ୍ରକଳ୍ପ ସ୍ଥାନ ପାଇଥିଲା। ଏହାର ଡିପିଆର୍‌ ପରେ ପ୍ରକଳ୍ପ ମୂଲ୍ୟ ବୃଦ୍ଧିପାଇବା ସହ ବ୍ୟୟ ଅଟକଳ ୧୨୭୪ କୋଟିରେ ପହଞ୍ଚିଥିଲା ଏବଂ ଏହାର ଆର୍‌ଓଆର୍‌(-)୩.୧୯ ଶତକଡ଼ା ରହିଥିଲା। ଏହି ରେଳପଥ ଲାଭଦାୟକ ନ ଥିବା କହି ରେଲଓ୍ବେ ବୋର୍ଡ ରାଜ୍ୟକୁ ମାଗଣା ଜମି ସହ ପ୍ରକଳ୍ପର ଅଧା ଖର୍ଚ୍ଚ ବହନ କରିବାକୁ କହିଥିଲା। ଏହାପରେ ରାଜ୍ୟ ସରକାର ୨୦୨୦ ଜାନୁୟାରୀ ୪ରେ ପ୍ରକଳ୍ପ ନିମନ୍ତେ ମାଗଣା ଜମି ଦେବାକୁ ସମ୍ମତି ଜଣାଇଥିଲେ। ହେଲେ ପ୍ରକଳ୍ପର ଅଧାଖର୍ଚ୍ଚ ବହନ ନେଇ ନୀରବ ରହିଥିବା ବୋର୍ଡର କାର୍ଯ୍ୟକାରୀ ନିର୍ଦ୍ଦେଶକ(ପ୍ରୋଜେକ୍ଟ ମନିଟରିଂ) ଗୁପ୍ତା ୨୦୨୧ ଜାନୁୟାରୀ ୨୮ରେ ଓଡ଼ିଶା-ଆନ୍ଧ୍ର ରେଳ ବ୍ୟବହାରିକ ସଂଘର ଆବାହକ ସତ୍ୟପ୍ରକାଶ ପଣ୍ଡାଙ୍କ ନିକଟକୁ ପଠାଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି। ତେବେ ଏହି ପ୍ରସଙ୍ଗ ଏବେ ନୂତନ ମୋଡ଼ ନେଇଥିବାବେଳେ ରାଜ୍ୟ ସରକାର କାହିଁକି ଏ ଦିଗରେ ନୀରବ ରହିଛନ୍ତି ତାହାକୁ ନେଇ ପ୍ରଶ୍ନ ଉଠିଛି। ବହୁ ଦାବି ପରେ ୨୦୧୭-୧୮ ରେଳ ବଜେଟରେ ଏହି ପ୍ରକଳ୍ପ ସ୍ଥାନ ପାଇଥିଲା। ଦୀର୍ଘ ୪୭ ବର୍ଷ ପରେ ଏହି ଦାବି ପୂରଣ ହୋଇଥିବା ନେଇ ଅଞ୍ଚଳରେ ଖୁସି ପ୍ରକାଶ ପାଇଥିଲା। ହେଲେ ପରବର୍ତ୍ତୀ ସମୟରେ ଏହି ରେଳପଥ ପାଇଁ ବଜେଟରେ ଅନୁଦାନ କମାଇ ଦିଆଯାଇଥିଲା। ଗତ ବର୍ଷ ୧ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବାବେଳେ ଚଳିତ ବର୍ଷ ୧ହଜାରକୁ ଖସିଛି। ଏହାକୁ ନେଇ ଅସନ୍ତୋଷ ବଢ଼ିବା ସହ ଏହି ରେଳପଥ ପ୍ରକଳ୍ପ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

କେଏସୟୁବି କଲେଜ ପରିଦର୍ଶନ କଲେ ଏନସିସି ସିଓ, କ୍ୟାଡେଟ ମାନଙ୍କ ସୁବିଧା…

ଭଞ୍ଜନଗର,୧୮।୧୨(ବାବୁଲା ପ୍ରଧାନ)-ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନସିସି) ଆର୍ମି ୱିଂଙ୍ଗ ବ୍ରହ୍ମପୁର ବାଟାଲିୟନର କମାଣ୍ଡିଂଙ୍ଗ ଅଫିସର(ସିଓ) ସମିର କର ଗୁରୁବାର ଗଞ୍ଜାମ ଜିଲା ଭଞ୍ଜନଗର କବି...

ମୁଣ୍ଡରେ ପଡ଼ିଲା ଅମୃତଭଣ୍ଡା: ଚାଲିଗଲା ମହିଳାଙ୍କ ଜୀବନ

ବାଲିଗୁଡ଼ା,୧୮ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଗୋଛାପଡ଼ା ଗ୍ରାମରେ ଗୁରୁବାର ଏକ ଅଘଟଣ ଘଟିଛି। ଅମୃତଭଣ୍ଡା ତୋଳିବା ବେଳେ ଅମୃତଭଣ୍ଡା ମୁଣ୍ଡରେ ପଡି...

ଓଡ଼ିଶାରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ: ମା’ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ବୋହୂ, ୮ ମାସ ତଳେ…

ଅନୁଗୋଳ,୧୮ା୧୨(ଜ୍ୟୋତିରଞ୍ଜନ ସାହୁ): ମାତ୍ର ୮ ମାସ ତଳେ ଘରକୁ ଆସିଥିବା ବୋହୂ ନେଇଛନ୍ତି ଶାଶୁଙ୍କ ଜୀବନ। ପାରିବାରିକ କଳହରୁ ମା’ ସହ ମିଶି ଶାଶୁ କୁନି...

ଧାନ କାଟି ଖଳାରେ ରଖିଥିଲେ, ନିଆଁ ଲାଗି ପାଉଁଶ ହୋଇଗଲା ୪ ଏକରର ଧାନ; ସହାୟତା ଲାଗି…

ମୋହନା,୧୮।୧୨( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ଚାନ୍ଦିପୁଟ ପଞ୍ଚାୟତ କାଳିଆପଟା ଗାଁ ରେ ଥିବା ଧାନଖଳାରେ ନିଆଁ ଲାଗି ଲକ୍ଷାଧିକ...

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: ମିଳିବ ୫୧,୦୦୦ ଟଙ୍କା, ଜାଣନ୍ତୁ ଯୋଗ୍ୟତା ଓ କିପରି କରିବେ ଆବେଦନ

ଭୁବନେଶ୍ୱର,୧୮ା୧୨: ରାଜ୍ୟର ଗରିବ ଓ ଆର୍ଥିକ ଅନଗ୍ରସର ପରିବାରର ଝିଅମାନଙ୍କ ବିବାହ ପାଇଁ ଓଡ଼ିଶା ସରକାର ଏକ ବଡ଼ ଘୋଷଣା କରିଛନ୍ତି। ନୂତନ ଭାବେ ଆରମ୍ଭ...

ବେଆଇନ ଭାବେ ଚାଲାଣ ହେଉଥିଲା ୪୦୪ ଦେଶୀ ମଦ ପାଉଚ୍‌, ଜବତ କଲା ରିଷିଡ଼ା ପୋଲିସ, ଅଭିଯୁକ୍ତ…

ରିଷିଡା,୧୮।୧୨(ସୁଶାନ୍ତ କୁମାର ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡା ଫାଣ୍ଡି ଅଧୀନସ୍ଥ ପୈାରକେଲା  ଢିପୁପଡାଠାରେ ବେଆଇନ ଭାବେ ଚାଲାଣ ହେଉଥିବା ୪୦୪ ଦେଶୀ ମଦପାଉଚକୁ...

ଧାନମଣ୍ଡି ଉଦ୍‌ଘାଟନ କଲେ ଚାଷୀ, ପ୍ରଶାସନ ଗୁରୁତ୍ୱ ଦେଇ…

ରିଷିଡ଼ା,୧୮।୧୨(ସୁଶାନ୍ତ ମଲ୍ଲିକ)-କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡା ପାକ୍ସ ଅଧୀନ ଖରଝୁରା ତାରିଣୀଛକଠାରେ ଗୁରୁବାର ଏକ ଧାନମଣ୍ଡି ଚାଷୀମାନଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି। ଏହାକୁ ଉପମଣ୍ଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri