Posted inଫୁରସତ

କାନ୍‌ଭାସ୍‌ରେ ସଙ୍ଗୀତର ରାଗ

ପ୍ରତ୍ୟେକ ଶିଳ୍ପୀ ତାଙ୍କ ନିଜସ୍ବ କଳା କାରିଗରୀକୁ ନେଇ ତିଆରି କରିଥାନ୍ତି ନିଜ ପରିଚୟ। ଏମିତି ଜଣେ ଓଡ଼ିଆ ଶିଳ୍ପୀ ଯେ କି ପୁରାତନ ପୋଥିରୁ ସ୍ବର, ଶବ୍ଦ ଓ ରାଗର ଭାବକୁ ନେଇ କାନ୍‌ଭାସରେ ଉଦ୍‌ଭାସିତ କରିବାର ପ୍ରୟାସ କରିଛନ୍ତିି। ଏଥିଯୋଗୁ ତାଙ୍କୁ ଅନେକ ପୁରସ୍କାର ଓ ସମ୍ମାନ ମିଳିଛି। ସେ ହେଲେ ପ୍ରଦୋଷ ସ୍ବାଇଁ। ଜନ୍ମ ୧୯୭୨ମସିହାରେ। ପିତା ହରମୋହନ ସ୍ବାଇଁ, ମା’ ସାବିତ୍ରୀ ସ୍ବାଇଁ। ଘର କଟକ ଜିଲାର ଟାଙ୍ଗି ଅନ୍ତର୍ଗତ ବନ୍ଦାଳ ଗାଁରେ। ସେ କୁହନ୍ତି, ସ୍କୁଲ ବୟସରୁ ବଡ଼ଭାଇଙ୍କ ଡ୍ରଇଂ ଖାତାରୁ ବିଭିନ୍ନ ଚିତ୍ରକୁ ଦେଖି ନକଲ କରୁଥିଲି। ତା’ପରେ ଚିତ୍ରଆଙ୍କିବା ଏକ ଅଭ୍ୟାସ ହୋଇଗଲା। କିନ୍ତୁ ମୋ ବାପା ପୋଲିସ ବିଭାଗରେ ଚାକିରି କରିଥିବାରୁ ସେତେବେଳେ ସେ ଯେଉଁ ଅଞ୍ଚଳରେ କାର୍ଯ୍ୟ କରୁଥିଲେ ସେହି ଅଞ୍ଚଳରେ ଥିବା ସ୍କୁଲରେ ମୋର ପାଠପଢ଼ା ହେଉଥିଲା। ମାତ୍ର ପାରଳାଖେମୁଣ୍ଡି ମହାରାଜା କୃଷ୍ଣଚନ୍ଦ୍ର ଗଜପତି କଲେଜରେ +୨ବିଜ୍ଞାନ ସାରିଲି। ୧୯୮୯ମସିହାରେ ଭୁବନେଶ୍ୱର ବି.କେ. କଲେଜ ଅଫ ଆର୍ଟରେ ଯୋଗଦେଇ ପ୍ରିଣ୍ଟିଂ ବିଭାଗରେ ଚିତ୍ରଶିକ୍ଷା ତାଲିମ ପାଇଥିଲି। ପରେ ଫଟୋଗ୍ରାଫିରେ ଡିପ୍ଲୋମା ଏବଂ ଅଭିଲେଖାଗାର ସମ୍ପର୍କରେ ସାର୍ଟିଫିକେଟ କୋର୍ସ ହାସଲ କରିଥିଲି। କିନ୍ତୁ ଆର୍ଟ କଲେଜରେ ସେତେବେଳେ ଶିଳ୍ପୀ ନିବେଦିତା ପଟ୍ଟନାୟକଙ୍କ ସହିତ ମୋର ପରିଚୟ ହେବାପରେ ଜଳରଙ୍ଗରେ ଅନେକ ଦୃଶ୍ୟ ତିଆରି କରିଲି। ଯେଉଁଥିପାଇଁ ୧୯୯୨ରେ ଗୋଲ୍‌ଡ ମେଡାଲ ଏବଂ ୧୯୯୫ରେ ରାଜ୍ୟ ଲଳିତକଳା ଏକାଡେମୀ ପୁରସ୍କାର ମିଳିଥିଲା। ୧୯୯୫ରୁ ୨୦୦୬ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ଆର୍ଟିଷ୍ଟ ଭାବେ କାର୍ଯ୍ୟକରିବା ସହ ୨୦୦୭ରେ ସରକାରୀ ଚାକିରିରୁ ଅବସର ନେଇଛି। ତା’ ପରେ ଦିଲ୍ଲୀ ଗଲି। ସ୍ବତନ୍ତ୍ରଭାବେ ସମକାଳୀନ ଚିତ୍ର ସମ୍ପର୍କରେ ଗବେଷଣାକରି ସଂଗୀତର ରାଗକୁ ନେଇ କେତେକ ଚିତ୍ର ଅଙ୍କନ କରିଥିଲିି। ଏଥିପାଇଁ ଓଡ଼ିଶାର କେତୋଟି ପୁରୁଣା ପୋଥି ଓ ନଥିକୁ ସଂଗ୍ରହ କରିଥିଲି। ପୋଥି ସମ୍ପର୍କରେ ଲେଖାଥିବା ଏକ ପାଣ୍ଡୁ ଲିପିରୁ ମୋତେ ପ୍ରେରଣା ମିଳିଥିଲା। ମାତ୍ର ସମକାଳୀନ ଚିତ୍ରରେ ନିଜର କନ୍‌ସେପ୍‌ଶନାଲ ଆର୍ଟ ଆଣ୍ଡ ଥଟ ପ୍ରପୋଜ ପାଇଁ ଏକାଧିକ ଚିତ୍ରଶାଳା ଶିବିରରେ ଯୋଗଦେଇଥିଲି। ଯେଉଁଥିରେ ପରିବେଶ, ରାଶି ଚକ୍ର, କୃଷକର ସମସ୍ୟା ଆଦି ପ୍ରସଙ୍ଗକୁ ଚିତ୍ରରେ ରୂପ ଦେଉଥିଲି। ଅନ୍ୟପକ୍ଷେ ଚାରିବର୍ଷ ଧରି ସଂଗୀତର ରାଗ ଉପରେ ଛବି ଆଙ୍କୁଛି। ଦେଶର ବିଭିନ୍ନ ସ୍ଥାନରେ ଆୟୋଜିତ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଚିତ୍ରଶିଳ୍ପୀ ଶିବିରରେ ଯୋଗଦେଇ ସାରିଛି। ବିଶେଷକରି ୧୭ଶହ ଶତାବ୍ଦୀର କୁହାଯାଉଥିବା ସଂଗୀତ ରାଗର ଭାବକୁ ଧାରାବାହିକ ଭାବେ ପ୍ରାୟ ୪୪ଟି ଚିତ୍ର ଅଙ୍କନ କରିସାରିଛି; ଯାହା ଦେଶରେ ପ୍ରଥମ ବୋଲି କୁହାଯାଇପାରେ। ବର୍ତ୍ତମାନ ଅକ୍ରେଲିକ୍‌ ଅଏଲରେ ଏପରି ରାଗର ସ୍ବତନ୍ତ୍ର ଛବିକୁ ତିଆରି କରୁଛି। କେତେକ ପୁରାତନ ପୋଥିର କିଛି ସଂଗୀତର ରାଗକୁ ନୂତନ ରୂପରେ ଚିତ୍ରରେ ସ୍ଥାନିତ କରିଛି। କାରଣ ଅନେକଙ୍କ ଧାରଣା ଯେ ଗୀତ ଓ ସଂଗୀତରେ କେବଳ ରାଗ ପ୍ରଯୁଜ୍ୟ ହୋଇପାରେ, ମାତ୍ର ଏହାକୁ ଚିତ୍ରଅଙ୍କନରେ ରୂପ ଦେଲେ ରାଗର ଆଉ ଏକ ନୂତନଦିଗ ସୃଷ୍ଟି ହୋଇପାରେ। ଯାହା ରାଗର ଭାବକୁ ବୁଝାଇପାରିବ। ଏଥିଯୋଗୁ ସ୍ବତନ୍ତ୍ର ଭାବେ ୧୨ଟି ରାତିର ଭାବକୁ ନେଇ ଚିତ୍ର ଅଙ୍କନ କରିଥିଲି। ଗୋଟିଏ ମୟୂର ଉଡ଼ି ଯାଉଥିବାର ଏକ ଚିତ୍ର ବ୍ଲାକ କ୍ଲାଉଡକୁ ଅଷ୍ଟଗୁରୁ ଆକ୍ସନ ହାଉସ ତରଫରୁ ପ୍ରାୟ ୫ଲକ୍ଷ ଟଙ୍କାର ଅକ୍‌ଶନ କରାଯାଇଥିଲା। ଏହା ମୋ ଶିଳ୍ପୀ ଜୀବନର ଏକ ସ୍ମରଣୀୟ ମୁହୂର୍ତ୍ତ । ଡ. ଅବଦୁଲ କଲାମ ଡେଡିକେଶନ ଆଓ୍ବାର୍ଡ, ଉତ୍କଳ ଶ୍ରୀ ସମ୍ମାନ, ଅମୃତଶ୍ରୀ ପୁରସ୍କାର, ସ୍ବର୍ଣ୍ଣ ପଦକ, ଜଗନ୍ନାଥମ୍‌ ସମ୍ମାନ ସମେତ ଲଲିତକଳା ଏକାଡେମୀ ଆଦି ଶତାଧିକ ଅନୁଷ୍ଠାନରୁ ସମ୍ମାନ ଓ ପୁରସ୍କାର ମିଳିପାରିଛି। ୨୦୧୯ରେ ଭାରତ ସରକାରଙ୍କ ଦ୍ୱାରା ସିନିୟର ଫେଲୋଶିପ ,୨୦୨୦ରେ ଜିଓଡିଡି ଜିଙ୍ଗ ନାମରେ ଗୋଟିଏ ଏକକ ଚିତ୍ର ପ୍ରଦର୍ଶନୀ ପାଇଁ ସଫଳତା ମିଳିଥିଲା। ଏଯାଏ ପ୍ରାୟ ଦେଢ଼ ହଜାରରୁ ଊର୍ଦ୍ଧ୍ୱ ଆର୍ଟ କରିସାରିଲାଣି। ପ୍ରତ୍ୟେକ ଚିତ୍ରଅଙ୍କନ ପଛରେ କିଛି ଅକୁହା କାହାଣୀ ରହିଥାଏ। ମୋ ପତ୍ନୀ ନିବେଦିତା ଜଣେ ଆର୍ଟିଷ୍ଟ ହୋଇଥିବାରୁ ସେ ମଧ୍ୟ ମୋତେ ସହଯୋଗ କରିଥାନ୍ତି। ତେବେ ଓଡ଼ିଶାର ପୁରାତନ ରାଗ ହିଁ ମୋ ଶିଳ୍ପୀ ଜୀବନରେ ମତେ ଏକ ସ୍ବତନ୍ତ୍ର ପରିଚୟ ଦେଇଛି। -ବନବିହାରୀ ବେହେରା

 


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri