ମା’ଶାରଳାଙ୍କ ମନ୍ଦିରରେ ଘିଅର ମାନକୁ ନେଇ ଉଠିଲା ପ୍ରଶ୍ନ

ଜଗତ୍‌ସିଂହପୁର, ୫ା୧୦(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଜିଲାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ଶାରଳା। ଏହି ମନ୍ଦିରକୁ ପ୍ରତ୍ୟହ ଜିଲା ତଥା ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥାଏ। ପାର୍ବଣ ପାଇଁ ସେପ୍ଟେମ୍ବର ୨୪ରୁ ମନ୍ଦିରରେ ସ୍ବତନ୍ତ୍ର ପୂଜାପାଠ ଚାଲିଛି। ଏହି ସମୟରେ ମନ୍ଦିରରେ ସ୍ବତନ୍ତ୍ର ମଣ୍ଡା ପିଠା ହେଉଥିବାରୁ ପ୍ରତ୍ୟହ ଏହାର ଚାହିଦା ବଢୁଛି। କିନ୍ତୁ ଏହି ମଣ୍ଡା ପିଠା ସହ ଭୋଗ ଆଦି ପ୍ରସ୍ତୁତି ପାଇଁ ବ୍ୟବହୃତ ଘିଅର ମାନକୁ ନେଇ ପ୍ରଶ୍ନ ଉଠିଛି। ଅନେକ ସମୟରେ ଏହି ଘିଅ ବ୍ୟବହାର ସମୟରେ ଦୁର୍ଗନ୍ଧରେ ନାକ ଫାଟି ପଡୁଛି। ଏନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ନିକଟରେ ମନ୍ଦିର ବଡ଼ ପଣ୍ଡା ରଞ୍ଜନ କୁମାର ପଣ୍ଡା ମନ୍ଦିରରେ ନିମ୍ନମାନର ଘିଅ ବ୍ୟବହାର ହେଉଥିବା ନେଇ ଗୁରୁତର ଅଭିଯୋଗ କରିିଥିଲେ। ସେ କହିଥିଲେ, ଦୀର୍ଘ ବର୍ଷ ହେବ ଓମ୍‌ଫେଡ୍‌ ମନ୍ଦିରକୁ ଘିଅ ଯୋଗାଉଛି। କିନ୍ତୁ ଅନେକ ସମୟରେ ଘିଅର ଗୁଣବତ୍ତା ଠିକ୍‌ ରହୁ ନ ଥିବା ବାରି ହୋଇପଡୁଛି। ଓମ୍‌ଫେଡକୁ ପ୍ରତ୍ୟେକେ ବିଶ୍ୱାସକୁ ନିଅନ୍ତି। ଓମ୍‌ଫେଡ ପକ୍ଷରୁ ଯୋଗାଯାଉଥିବା ଘିଅ ଯଦି ଏଭଳି ହେବ ତେବେ ଏହି ଘଟଣା ଚିନ୍ତାଜନକ ବୋଲି ସେ ଅଭିଯୋଗ କରିଛନ୍ତି। ଏ ପରିସ୍ଥିତିରେ ତିର୍ତ୍ତୋଲ ନିକଟ ନୂଆପଡ଼ା ଓମ୍‌ଫେଡ ପ୍ଲାଣ୍ଟ ଉପରେ ଚଢ଼ାଉ ସହ ତଦନ୍ତ କରାଗଲେ ଏହା ପଛର ଗୂଢ଼ ରହସ୍ୟ ପଦାକୁ ଆସିପାରିବ ବୋଲି ମତପ୍ରକାଶ ପାଇଛି। ଅନ୍ୟପଟେ ମନ୍ଦିରର ଅଫିସ୍‌ ଇନ୍‌ଚାର୍ଜ ବରଦା ମହାନ୍ତି କହିଛନ୍ତି, ଅତୀତରେ ବେଳେ ବେଳେ ଘିଅରେ ଫେଣ ଦେଖିବାକୁ ମିଳିବା ନଜିର ଅଛି। ଏଥିସହ ମଝିରେ ମଝିରେ ଦୁର୍ଗନ୍ଧ ହୁଏ। ଏପରି କି ଅନେକ ସମୟରେ ଘିଅ ବଦଳ କରାଯାଇଛି। ୩/୪ ଦିନ ପୂର୍ବରୁ ପୁଣି ଘିଅ କଟୁ ବାସ୍ନା ହେବାରୁ ଏ ସମ୍ପର୍କରେ ଜଗତ୍‌ସିଂହପୁର ଅତିରିକ୍ତ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ତା’ପରେ ଜଗତ୍‌ସିଂହପୁର ଖାଦ୍ୟ ସୁରକ୍ଷା ଅଧିକାରୀ (ଫୁଡ୍‌ ସେଫ୍ଟି ଅଫିସର) ସମିତା ଦାସଙ୍କ ନେତୃତ୍ୱରେ ୪ ଜଣିଆ ଦଳ ମନ୍ଦିରରେ ପହଞ୍ଚତ୍ ନମୁନା ସଂଗ୍ରହ କରିଛନ୍ତି। ପାର୍ବଣ ପାଇଁ ୨୮ ଟିଣ (ପ୍ରତି ଟିଣ ୧୫ କିଲୋଗ୍ରାମ) ଘିଅ କିଣାଯାଇଥିଲା। ଟିଣ ପ୍ରତି ଦର ୯,୩୭୦ ଟଙ୍କା ରହିଥିଲା। ଶୁକ୍ରବାର ସୁଦ୍ଧା ୧୭ଟି ବ୍ୟବହାର ହୋଇସାରିଥିଲା। ଏଥିସହ ନୂଆ ୧୫ଟିଣ କିଣାଯାଇଛି। ତେବେ ୯ଟି ଖରାପ ଥିବା ସନ୍ଦେହ କାରଣରୁ ଫେରାଯାଇଛି ବୋଲି ମହାନ୍ତି କହିଛନ୍ତି। କୌଣସି ଘିଅ ଟିଣ ଉପରେ ଲେବୁଲ୍‌ ନ ଥିବାରୁ ଜିଲା ଖାଦ୍ୟ ସୁରକ୍ଷା ଅଧିକାରୀ ଦାସ ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି, ପ୍ରତି ଘିଅ ପ୍ୟାକେଟ୍‌/ଟିଣ ଉପରେ ଲେବୁଲ ରହିବା ବାଧ୍ୟତାମୂଳକ। ଅର୍ଥାତ୍‌ ବ୍ୟାଚ୍‌ ନମ୍ବର, ଲଟ୍‌ ନମ୍ବର, ଫୁଡ୍‌ ଲାଇସେନ୍ସ ନମ୍ବର, ଡେଟ୍‌ ଅଫ ମାନୁଫାକ୍ଚର ଓ ଡେଟ୍‌ ଅଫ ଏକ୍ସପାୟାର ବାଧ୍ୟତାମୂଳକ। ଶାରଳା ମନ୍ଦିରକୁ ଯୋଗାଯାଇଥିବା ଘିଅ ଉପରେ ଏସବୁ ନ ଥିଲେ ସୁଦ୍ଧା ମନ୍ଦିର କର୍ତ୍ତୃପକ୍ଷ ଅଭିଯୋଗ କରି ନ ଥିଲେ। ନିକଟରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ନମୁନା ସଂଗ୍ରହ ସହ ତଦନ୍ତ ଆରମ୍ଭ କରିଛନ୍ତି। ଏହି ସମୟରେ ଜଣାପଡ଼ିଥିଲା ଯେ, ମନ୍ଦିର କର୍ତ୍ତୃପକ୍ଷଙ୍କୁ ଓମ୍‌ଫେଡ, କଟକ ମିଲ୍‌ ପକ୍ଷରୁ ବିଲ୍‌ ଦିଆଯାଇଛି। କିନ୍ତୁ ନୂଆପଡ଼ା ମିଲ୍‌ରୁ ଏହା ଆସିଥିବା ଅଭିଯୋଗ ହେଉଛି। ଏ ପରିସ୍ଥିତିରେ ପ୍ରଥମେ ଏକ ସିଲ୍‌ ଟିଣରୁ ଘିଅ ନମୁନା ସଂଗ୍ରହ କରାଯାଇଥିଲା। ଏଥିସହ ଯେଉଁ ଘିଅ ଦୁର୍ଗନ୍ଧ ହୋଇଥିଲା ଏବଂ ବ୍ୟବହାର ହୋଇଥିଲା ତା’ର ମଧ୍ୟ ନମୁନା ସଂଗ୍ରହ କରାଯାଇଛି। ଶନିବାର ଏହି ନମୁନା ଭୁବନେଶ୍ୱରସ୍ଥିତ ଷ୍ଟେଟ୍‌ ଫୁଡ ଟେଷ୍ଟିଂ ଲାବରେଟୋରିକୁ ପରୀକ୍ଷା ପାଇଁ ପଠାଯିବ। ରିପୋର୍ଟ ଆସିଲା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ। ତେବେ ବିନା ଲେବୁଲ୍‌, ଲାଇସେନ୍ସରେ ଓମ୍‌ଫେଡ ଘିଅ ଯୋଗାଇଥିବାରୁ ଏନେଇ ଉକ୍ତ ସଂସ୍ଥାକୁ ନୋଟିସ୍‌ ଇସ୍ୟୁ କରାଯାଇଥିବା ଦାସ କହିଛନ୍ତି। ତିରୁପତି ଲଡୁ ପରେ ମା’ଶାରଳାଙ୍କ ମନ୍ଦିରରେ ଘିଅର ମାନକୁ ନେଇ ଉଠିଥିବା ପ୍ରଶ୍ନ ଏବେ ଭକ୍ତମନରେ ଆଘାତ ଦେଇଛି। ଏହା ଉପରେ ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ବିଲିୟନ ଡଲାର ବାଣିଜ୍ୟ ଲକ୍ଷ୍ୟ

ନୂଆଦିଲ୍ଲୀ,୬ା୧୨ : ଭାରତ ଓ ରୁଷିଆ ଶୁକ୍ରବାର ଦ୍ୱିପାକ୍ଷିକ ଅର୍ଥନୈତିକ ଓ ବାଣିଜି୍ୟକ କାରବାର ବୃଦ୍ଧି ନିମନ୍ତେ ଆଗାମୀ ୫ ବର୍ଷ ପାଇଁ ଏକ ରୋଡ୍‌ମ୍ୟାପ୍‌...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri