ଲୋକଙ୍କ ହୃଦୟର କୁଇନ୍‌

ଭୁବନେଶ୍ୱର,୨୮।୭(ବ୍ୟୁରୋ): ନବେ ଦଶକର ଶେଷ ଭାଗରେ ଓଡ଼ିଆ ଆଲବମ୍‌ର ଚର୍ଚ୍ଚିତ ଚେହେରାଙ୍କ ମଧ୍ୟରୁ ଅନ୍ୟତମ ଥିଲେ ଦୀପା ସାହୁ। ଯେତେବେଳେ ଆଲ୍‌ବମ୍‌ରେ ଅଭିନୟ କରିବାକୁ ଅନ୍ୟମାନେ ପଛଘୁଞ୍ଚା ଦେଉଥିଲେ, ସେତେବେଳେ ଦୀପା ନିଜକୁ ଜଣେ ବୋଲ୍ଡ ଅଭିନେତ୍ରୀଭାବେ ସାବ୍ୟସ୍ତ କରିଥିଲେ। ଗୋଟିଏ ପରେ ଗୋଟିଏ ହିଟ୍‌ ଗୀତ ଦେଇ ଦୀପା ଦର୍ଶକଙ୍କ ହୃଦୟ ଜିତିବା ସହ ଆଲବମ୍‌ ଜଗତର କୁଇନ୍‌ଭାବେ ପରିଚିତ ହୋଇଥିଲେ।
ବୋଲ୍ଡ ଅଭିନେତ୍ରୀ
ଦୀପା ସାହୁଙ୍କ ଅଭିନୀତ ଆଲ୍‌ବମ୍‌କୁ ଲୋକେ ହିନ୍ଦୀ ଆଲ୍‌ବମ୍‌ ସହ ତୁଳନା କରୁଥିଲେ। ବୋଲ୍ଡନେସ୍‌ ହେଉକି ଚମତ୍କାର ଅଭିନୟ, କେଉଁଥିରେ ପଛରେ ନ ଥିଲେ ଦୀପା। ସାବନା ରଙ୍ଗ ସାଙ୍ଗକୁ ଲମ୍ବା ଚୁଟି ତାଙ୍କୁ ଇଣ୍ଡଷ୍ଟ୍ରିରେ ବେଶି ଲୋକପ୍ରିୟ କରାଇଥିଲା। ଦୀପାଙ୍କ ପୋଷାକ ପରିଧାନ ଶୈଳୀ ତଥା ଫ୍ୟାଶନ ଷ୍ଟାଇଲ୍‌ ସେତେବେଳେ ବେଶ୍‌ ଆଦୃତ ହୋଇଥିଲା। ନିଜର ଏହି ନିଆରା ଷ୍ଟାଇଲ୍‌ ପାଇଁ ସେ ଓଡ଼ିଆ ଆଲ୍‌ବମ୍‌କୁ ଶୀର୍ଷରେ ପହଞ୍ଚାଇଥିବାବେଳେ ଏଥିପାଇଁ ଓଡ଼ିଆ ଫିଲ୍ମ କଳାକାରମାନେ ତାଙ୍କୁ ଈର୍ଷା କରୁଥିଲେ। ତେବେ ତାଙ୍କ ବୋଲ୍ଡ ଅଭିନୟ ଓ ଲୋକପ୍ରିୟତା ଦେଖି ନିର୍ଦ୍ଦେଶକ ସଞ୍ଜୟ ନାୟକ ଦୀପାଙ୍କୁ ନିଜ ଫିଲ୍ମରେ ପ୍ରଥମ ବ୍ରେକ୍‌ ଦେଇଥିଲେ।
ଓଡ଼ିଶୀରୁ ଆଲ୍‌ବମ୍‌ ଜଗତ
ଦୀପା ଢେଙ୍କାନାଳର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ ହୋଇଥିଲେ। ତେଣୁ ନୃତ୍ୟ, ଗୀତକୁ ତାଙ୍କ ପରିବାରରେ ସେତେଟା ସମର୍ଥନ ମିଳି ନ ଥିଲା। ବାପାଙ୍କ ବିରୋଧ ସତ୍ତ୍ୱେ ମା’ଙ୍କ ସମର୍ଥନରେ ଦୀପା ପ୍ରଥମେ ଓଡ଼ିଶୀ ନୃତ୍ୟ ଶିକ୍ଷା କରିଥିଲେ। ଏହାପରେ ଆଲ୍‌ବମ୍‌ରେ ଏଣ୍ଟ୍ରି କରିଥିଲେ। କଣ୍ଠଶିଳ୍ପୀ ଶକ୍ତି ମିଶ୍ର ଦୀପାଙ୍କୁ ବବି ଇସ୍‌ଲାମ୍‌ଙ୍କ ସହ ପରିଚିତ କରାଇବା ପରେ ତାଙ୍କ ଆଲ୍‌ବମ୍‌ ଯାତ୍ରା ଆରମ୍ଭ ହୋଇଥିଲା। ପ୍ରଥମ ଆଲ୍‌ବମ୍‌ ‘ମେଡ୍‌ ଇନ୍‌ ଓଡ଼ିଶା’ ଏତେ ହିଟ୍‌ ହୋଇଥିଲା ଯେ ଦୀପାଙ୍କ ପୋଷ୍ଟର ଓ ହୋର୍ଡିଂ ବିଭିନ୍ନ ସ୍ଥାନରେ ଲାଗିଥିଲା। ଖବରକାଗଜରେ ଦୀପାଙ୍କ ବହୁ ସାକ୍ଷାତ୍‌କାର ଦେଖି ବାପାଙ୍କ ମନ ମଧ୍ୟ ପରିବର୍ତ୍ତନ ହୋଇଯାଇଥିଲା। ମାତ୍ର ତାଙ୍କ ମା’ଙ୍କୁ କ୍ୟାନ୍‌ସର୍‌ ହେବାରୁ ସେ କ୍ୟାରିୟର ପ୍ରତି ଧ୍ୟାନ ଦେଇପାରି ନ ଥିଲେ ଓ ବହୁ ଫିଲ୍ମକୁ ହାତଛଡ଼ା କରିଥିଲେ।

 

ଅଭିନେତ୍ରୀ ଦୀପା ସାହୁଙ୍କ ଦେହାନ୍ତ ଖବର ଶୁଣି ମୁଁ ଦୁଃଖିତ। ଓଡ଼ିଆ ଆଲବମ୍‌ ଜଗତରେ ତାଙ୍କ କଳାର ନିଖୁଣ ଛାପ ଦ୍ୱାରା ଅନେକ ଦର୍ଶକଙ୍କୁ ସେ ବାନ୍ଧି ରଖିପାରିଥିଲେ। ତାଙ୍କ ବିୟୋଗରେ ଓଡ଼ିଶା ଆଲ୍‌ବମ୍‌ ଓ ଚଳଚ୍ଚିତ୍ର ଜଗତରେ ଅପୂରଣୀୟ କ୍ଷତି ଘଟିଛି।
– ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ
ଅଭିନେତ୍ରୀ ଦୀପା ସାହୁ ଜଣେ ଆଗଧାଡିର କଳାକାରଭାବେ ବେଶ୍‌ ପରିଚିତ ଥିଲେ। ତାଙ୍କ ଅକାଳ ବିୟୋଗ ନିଶ୍ଚିତଭାବେ କଳାଜଗତ ପାଇଁ ଏକ ବିରାଟ କ୍ଷତି। ଏପରି ସମୟରେ ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଈଶ୍ୱର ଧୈର୍ଯ୍ୟ ଓ ସାହସ ଦିଅନ୍ତୁ।
– ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ
୨୦୦୨ରେ ଦୀପାଙ୍କ ପ୍ରଥମ ଆଲ୍‌ବମ୍‌ ‘ମେଡ୍‌ ଇନ୍‌ ଓଡ଼ିଶା’ର ଏକ ଗୀତ ‘ବେଣୀ ନୁହେଁ ତୋତେ ଖୋସା ମାନିବ’ରେ ମୁଁ ବି ନିଜ କ୍ୟାରିୟର ଆରମ୍ଭ କରିଥିଲି। ସେ ଜଣେ ଭଲ ଅଭିନେତ୍ରୀ, ଭଲ ମା’ ଓ ଭଲ ସ୍ତ୍ରୀ ଥିଲେ। ପରିବାର ପାଇଁ କ୍ୟାରିୟରର ପିକ୍‌ ସମୟରେ ଇଣ୍ଡଷ୍ଟ୍ରି ଛାଡ଼ିଥିଲେ। ତାଙ୍କ ୧୨ ବର୍ଷର ଝିଅ କଥା ଭାବି ବେଶି କଷ୍ଟ ଲାଗୁଛି। ଏ କଠିନ ସମୟ ଅତିକ୍ରମ କରିବାକୁ ଭଗବାନ ତାଙ୍କ ପରିବାରକୁ ସାହସ ଦିଅନ୍ତୁ।
– ସବ୍ୟସାଚୀ ମିଶ୍ର, ଅଭିନେତା
ଓଡ଼ିଆ ଆଲ୍‌ବମ୍‌ ଜଗତର ଅପ୍ରତିଦ୍ୱନ୍ଦ୍ୱୀ ଅଭିନେତ୍ରୀଭାବେ ଦୀପାଙ୍କ ଅଭିନୟ ସାଧାରଣ ଦର୍ଶକଙ୍କୁ ବିଶେଷ ପ୍ରଭାବିତ କରିଥିଲା। କ୍ୱଚିତ୍‌ ଓଡ଼ିଆ ଝିଅ ଭାବେ ଆଲ୍‌ବମ୍‌ ଗୀତକୁ ଶୀର୍ଷରେ ପହଞ୍ଚାଇବାରେ ଦୀପାଙ୍କ ଭୂମିକାକୁ କେହି ଅସ୍ବୀକାର କରିପାରିବେ ନାହିଁ। ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରୁଛି।
– ଦିଲୀପ ହାଲି, ସିନେ ସମୀକ୍ଷକ


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମୋହନା,୮ା୪ (ମନ୍ମଥ ମିଶ୍ର): ଗ୍ରାମ୍ୟ ପାଇପ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପମ୍ପ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ହଜାର ହଜାର ଆଖୁଚାଷୀ, ଶ୍ରମିକଙ୍କ ଜୀବନଜୀବିକା ପ୍ରଭାବିତ, ପୁନଃ ଚିନିକଳ କାର୍ଯ୍ୟକ୍ଷମ ଦାବି କରି…

ବଲାଙ୍ଗୀର,୮ା୪(ସୁନିଲ କୁମାର ମହାନ୍ତି): ଦେଓଗାଁ ଚିନିକଳ ସମିତି ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟାନନ୍ଦ ସମବାୟ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ଦାବି ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri