ପୁନରୁଦ୍ଧାର ଅପେକ୍ଷାରେ ପୁରୀ ସଂଗ୍ରହାଳୟ

ପୁରୀ ଅଫିସ,୧୧।୨: ସଂସ୍କୃତି ଓ ଐତିହ୍ୟର ବାର୍ତ୍ତାବହ କୁହାଯାଉଥିବା ପୁରୀ ସଂଗ୍ରହାଳୟ ଏବେ ଅବହେଳିତ ହୋଇପଡ଼ିଛି। ଉଦ୍‌ଘାଟନ ଦିନଠାରୁ ଅର୍ଥାତ ଦୀର୍ଘ ୩୦ବର୍ଷ ହେଲା ସଂଗ୍ରହାଳୟ ଭଡ଼ାଘରେ ଚାଲିଛି। ଏଠାରେ ଅନେକ ଦୁର୍ମୂଲ୍ୟ କଳାକୃତି, ପଥର ମୂର୍ତ୍ତି, ସୋଲ କାରୁକାର୍ଯ୍ୟ ଓ ବିରଳ ଫଟୋ ସାଇତା ରହିଛି। ତେବେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏସବୁରେ ଧୂଳିର ମୋଟା ଆସ୍ତରଣ ବସିଗଲାଣି। କେତେକ ସାମଗ୍ରୀ ନଷ୍ଟ ହେଇଗଲାଣି। କେହି କର୍ମଚାରୀ ନ ଥିବାବେଳେ ଅଧିକାଂଶ ସମୟରେ ସଂଗ୍ରହାଳୟରେ ତାଲା ଝୁଲୁଛି। ପର୍ଯ୍ୟଟନ ସହର ପୁରୀରେ ଥିବା ଏହି ସଂଗ୍ରହାଳୟ ଏବେ ନିଜ ଅସ୍ତିତ୍ୱ ଖୋଜିବା ସହ ପୁନରୁଦ୍ଧାର ଚାହଁୁଛି। ୧୯୯୨ ଜୁଲାଇ ୨୭ରେ ତତ୍କାଳୀନ ସଂସ୍କୃତି ମନ୍ତ୍ରୀ ଶରତ କୁମାର କର ପୁରୀ ସଂଗ୍ରହାଳୟ ଏବଂ ଜିଲା ପାଠାଗାରକୁ ଉଦ୍‌ଘାଟନ କରିଥିଲେ। ପ୍ରଥମେ ଦଇତାପଡ଼ା ସାହିର ଏକ ଭଡ଼ାଘରେ ସଂଗ୍ରହାଳୟ ଖୋଲାଯାଇଥିଲା। ସମ୍ପ୍ରତି ଜିଲା ସ୍କୁଲ ପାଖ ଏକ ଭଡ଼ା ଘରେ ଏହା କାର୍ଯ୍ୟକ୍ଷମ ହୋଇଆସୁଛି। ଏଠାରେ ମାର୍କଣ୍ଡ ଭୈରବ, ଗଣେଶ୍ୱର ମନ୍ଦିର, ନନ୍ଦିଘୋଷ ରଥର କାରୁକାର୍ଯ୍ୟ, ଶ୍ରୀମନ୍ଦିର କଳାକୃତିର ଫଟୋ, ଗରୁଡ଼ଙ୍କ ଅବିକଳ ମୂର୍ତ୍ତି, କୋଣାର୍କ ମନ୍ଦିର ଫଟୋ, ଶ୍ରୀକ୍ଷେତ୍ର ସାହିଯାତର ନାଗା ଓ ଅନେକ ପଥର ନିର୍ମିତ କଳାକୃତି ରହିଛି। ସେହିଭଳି ସୋଲ ନିର୍ମିତ ଚତୁର୍ଦ୍ଧା ମୂର୍ତ୍ତି ମଧ୍ୟ ରଖାଯାଇଛି। ତେବେ ଉପଯୁକ୍ତ ଭାବେ ରକ୍ଷଣାବେକ୍ଷଣ ହେଉ ନ ଥିବାରୁ ଏସବୁରେ ଧୂଳି ବସିବା ସହ ଅଳନ୍ଧୁ ଲାଗିଗଲାଣି। କିଛିବର୍ଷ ତଳେ ସଂଗ୍ରହାଳୟ ଦାୟିତ୍ୱରେ ଦୁଇଜଣ କର୍ମଚାରୀ ଥିଲେ। ସେମାନେ ଅବସର ନେବା ପରଠୁ ଏପର୍ଯ୍ୟନ୍ତ ଦାୟିତ୍ୱରେ କାହାକୁ ରଖାଯାଇନାହିଁ। ପାଠାଗାର ଦାୟିତ୍ୱରେ ଥିବା କର୍ମଚାରୀ କାଁ ଭାଁ ଆସି ସଂଗ୍ରହାଳୟ ଖୋଲୁଛନ୍ତି। ଏଠାକୁ ପର୍ଯ୍ୟଟକ ଆସୁନାହାନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା, ସଂଗ୍ରହାଳୟ ବାହାରେ ସୂଚନାଫଳକଟିଏ ମଧ୍ୟ ନାହିଁ। କେହି ବ୍ୟକ୍ତି ଉକ୍ତ ସଂଗ୍ରହାଳୟ ଦେଖିବାକୁ ଚାହିଁଲେ ସହଜରେ ଖୋଜିି ପାଇପାରିବେ ନାହିଁ। ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ଉଦ୍ୟମରେ ଜିଲା ସଂସ୍କୃତି ଭବନ ପରିସରରେ ଆର୍ଟ ଗ୍ୟାଲେରୀ ପ୍ରତିଷ୍ଠା ହୋଇଛି। ଜିଲା ପାଠାଗାର ମଧ୍ୟ ଖୁବ୍‌ଶୀଘ୍ର ସଂସ୍କୃତି ଭବନକୁ ଉଠି ଆସିବ। ମାତ୍ର ସଂଗ୍ରହାଳୟ ପୁନରୁଦ୍ଧାର ଓ ରକ୍ଷଣାବେକ୍ଷଣ ସମ୍ପର୍କରେ ପ୍ରଶାସନ ଚିନ୍ତା କରୁନାହିଁ। ଅଭିନନ୍ଦନିକା ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ୟାମପ୍ରକାଶ ସେନାପତି କହିଛନ୍ତି, ସଂଗ୍ରହାଳୟ ପୁନରୁଦ୍ଧାର ପାଇଁ ପୁରୀର ସାଂସ୍କୃତିକ ସଙ୍ଗଠନଗୁଡ଼ିକ ଏକାଠି ହୋଇ ଜିଲା ସଂସ୍କୃତି ଅଧିକାରୀଙ୍କ ନିକଟରେ ଦାବି ଉପସ୍ଥାପିତ କରିଛୁ। ମାତ୍ର କୌଣସି ପଦକ୍ଷେପ ନିଆଯାଇନାହିଁ। ପୁରୀକୁ ଆସୁଥିବା ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ସଂଗ୍ରହାଳୟ ସମ୍ପର୍କରେ ଜାଣି ପାରୁନାହାନ୍ତି। ତୁରନ୍ତ ସରକାରୀ କୋଠାରେ ସଂଗ୍ରହାଳୟ କାର୍ଯ୍ୟକ୍ଷମ କରାଯିବା ସହ ପ୍ରଚାର ପ୍ରସାର ନିମନ୍ତେ ସେନାପତି ଦାବି କରିଛନ୍ତି। ସେହିପରି ସାମନ୍ତ ଚନ୍ଦ୍ରଶେଖର ସ୍ବୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ମୁଖ୍ୟ ଡ. ଦିଲୀପ କୁମାର ସ୍ବାଇଁ କହିଛନ୍ତି, ଐତିହ୍ୟ ନଗରୀ ପୁରୀ ଆଧ୍ୟାତ୍ମିକ ଓ ସାଂସ୍କୃତିକ ଦୃଷ୍ଟିକୋଣରୁ ଆନ୍ତର୍ଜାତିକ ସ୍ତରରେ ପରିଚୟ ବହନ କରେ। ଏକଦା ପୁରୀର ପାଠାଗାର, ସଂଗ୍ରହାଳୟ, ମଠ ମନ୍ଦିର ପ୍ରଭୃତି ସଂସ୍କୃତି ଗବେଷକ ଏବଂ ପାଠକଙ୍କୁ ଆକୃଷ୍ଟ କରୁଥିଲା। ସମ୍ପ୍ରତି ପୁରୀକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀ ଭାବେ ବିକାଶ କରାଯିବାର ପ୍ରୟାସ ହେଉଛି। ଦୁଃଖର କଥା, ଜିଲାର ସାଂସ୍କୃତିକ ଗୌରବର ସ୍ମାରକୀ ପୁରୀ ସଂଗ୍ରହାଳୟ ଆଜି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଐତିହ୍ୟ ସୁରକ୍ଷାରେ ଯେଉଁ ତତ୍ପରତା ପ୍ରକାଶ ପାଇଛି, ଏଥିରେ ପୁରୀ ସଂଗ୍ରହାଳୟକୁ ସାମିଲ କରି ସ୍ବତନ୍ତ୍ର ପ୍ରକୋଷ୍ଠ ନିର୍ମାଣ ସହ ଗବେଷକ ଏବଂ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ କରିବାର ସମୟ ଆସିଛି। ଅନ୍ୟପକ୍ଷରେ ଏ ନେଇ ଜିଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ କହିଛନ୍ତି, ରାଜ୍ୟ ସଂଗ୍ରହାଳୟର ଏହା ଏକ ଶାଖା। ରାଜ୍ୟ ସଂଗ୍ରହାଳୟ ପକ୍ଷରୁ ପ୍ରଦତ୍ତ କଳାକୃତି ଓ ଐତିହ୍ୟକୁ ନେଇ ଉକ୍ତ ସଂଗ୍ରହାଳୟ ଚାଲିଛି। ଏଠାକାର ଦାୟିତ୍ୱରେ ଥିବା ୨ଜଣ କର୍ମଚାରୀ ଅବସର ନେଇସାରିଛନ୍ତି। ନୂତନ କର୍ମଚାରୀ ନିଯୁକ୍ତି ପାଇଁ ପଦକ୍ଷେପ ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri