ପୁରୀ-ବଡ଼ବିଲ ଇଣ୍ଟରସିଟି ଶୀଘ୍ର ଚାଲିବ

କେନ୍ଦୁଝର, ୨୯।୩ ଦକ୍ଷିଣ ପୂର୍ବ ଓ ପୂର୍ବତଟ ରେଳପଥର ଜେନେରାଲ ମ୍ୟାନେଜର(ଜି.ଏମ୍‌) ଅର୍ଚ୍ଚନା ଯୋଶୀ ଓ ଖୋର୍ଦ୍ଧା ରୋଡସ୍ଥିତ ଡିଭିଜନାଲ ମ୍ୟାନେଜର ରିଙ୍କେଶ ରାୟ ଏକ ମିଳିତ ପରିଦର୍ଶନରେ ସୋମବାର କେନ୍ଦୁଝର ରେଳ ଷ୍ଟେଶନକୁ ଆସିଥିଲେ। ଏହି ଗସ୍ତ ସମୟରେ କେନ୍ଦୁଝର ସିଟିଜେନ ଫୋରମର ବରିଷ୍ଠ ସଦସ୍ୟ ଇଂ ଅଜୟ କୁମାର ସାହୁଙ୍କ ନେତୃତ୍ୱରେ ଏକ ଦଳ ସହିତ ଜିଲାର ବିଭିନ୍ନ ସମସ୍ୟା ଏବଂ ଫୋରମ ପକ୍ଷରୁ ଦିଆଯାଇଥିବା ଦାବି ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।
ସ୍ମାରକପତ୍ର ଅନୁସାରେ କେନ୍ଦୁଝର ସିଟିଜେନ ଫୋରମ ଅଗ୍ରାଧିକାର ଭିତ୍ତିରେ ପୁରୀ-ବଡବିଲ ଇଣ୍ଟରସିଟି ଟ୍ରେନ୍‌ ଚଳାଇବାର ଅନୁରୋଧ କରିଥିଲେ ଏବଂ ବରିଷ୍ଠ ଅଧିକାରୀଗଣ ୭ ଦିନ ମଧ୍ୟରେ ପୁରୀ-ବଡବିଲ ଇଣ୍ଟରସିଟି ଟ୍ରେନ୍‌ ଚଳାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଇଂ ଅଜୟ ସାହୁ ଅଧିକାରୀଗଣଙ୍କୁ ଅନୁରୋଧ କରି କହିଥିଲେ କି କେନ୍ଦୁଝର ସିଟିଜେନ ଫୋରମ କେନ୍ଦୁଝର ରେଳବାଇ ଉପରେ ଦାବି କରିଥିବା ଦୂରଦୃଷ୍ଟି ସମ୍ପନ୍ନ କଳ୍ପନା ପତ୍ରକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଦାବି ଉପସ୍ଥାପନ କରିଥିଲେ। ଏହି ଦାବି କାର୍ଯ୍ୟକ୍ଷମ ହେଲେ କେନ୍ଦୁଝର ଜିଲାରେ ଅନେକ ଶିଳ୍ପାୟନ ହୋଇପାରିବ। ଯେଉଁଥିରେ କେନ୍ଦୁଝରର ଆର୍ଥିକ ଉତ୍ସ ବଳବତ୍ତର ହେବା ସହ ନିଯୁକ୍ତି ସୃଷ୍ଟି ହେବ। ଉକ୍ତ ଅଧିକାରୀଙ୍କୁ ଦିଆଯାଇଥିବା ବିଭିନ୍ନ ଦାବିଗୁଡିକ ମଧ୍ୟରେ ଯଖପୁରା ବାଂଶପାଣି ରେଳପଥର ଦୋହରୀକରଣ ଓ ବୈଦ୍ୟୁତିକରଣ କାର୍ଯ୍ୟର ଶୀଘ୍ର ସମାପ୍ତି, କେନ୍ଦୁଝର ଦେଇ ଭୁବନେଶ୍ୱର-ଦିଲ୍ଲୀ ମଧ୍ୟରେ ଦୁଇଟି ପାସେଞ୍ଜର ଟ୍ରେନ୍‌ ଚଳାଚଳ, ବଡ଼ବିଲ-ବାଂଶପାଣି ସଂଯୋଗୀକରଣ କାର୍ଯ୍ୟ ଶୀଘ୍ର ଆରମ୍ଭ, କେନ୍ଦୁଝର-ବାଦାମପାହାଡ ସଂଯୋଗୀକରଣ, କେନ୍ଦୁଝରଠାରୁ ହରିଚନ୍ଦନପୁର ଓ ଆନନ୍ଦପୁର ଦେଇ ଭଦ୍ରକକୁ ନୂତନ ରେଳପଥ ଶୁଭାରମ୍ଭ, ଅନୁଗୋଳଠାରୁ କେନ୍ଦୁଝର ରାସ୍ତା ଦେଇ ଖଡଗପୁର ପର୍ଯ୍ୟନ୍ତ ନୂତନ ରେଳପଥର ବିକାଶ, କେନ୍ଦୁଝରଠାରୁ ହାୱଡା ଏକ ଦୈନିକ ଇଣ୍ଟରସିଟି ଚଳାଚଳର ବ୍ୟବସ୍ଥା, ସର୍ବୋପରି କେନ୍ଦୁଝରଠାରେ ଏକ ରେଳଡବା କାରଖାନାର ଭିତ୍ତିିପ୍ରସ୍ତର ସ୍ଥାପନ କରିବା ଏବଂ କେନ୍ଦୁଝର ରେଳ ଷ୍ଟେଶନଠାରୁ କେନ୍ଦୁଝର ସରକାରୀ ମେଡିକାଲ କଲେଜ ପର୍ଯ୍ୟନ୍ତ ଏକ କଙ୍କ୍ରିଟ ରାସ୍ତାା ନିର୍ମାଣ କରିବା ଆଦି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଦିନରେ ନିଆଁ ବର୍ଷା, ଅପରାହ୍ନରେ ମାଡ଼ି ଆସୁଛି କାଳବୈଶାଖୀ, ଆଜି ୩ ଜିଲାରେ ହେବ…

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେବ ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଏପରିକି ଦିନରେ ନିଆଁ ବର୍ଷା ହେଉଥିବାବେଳେ ଅପରାହ୍ନରେ ମାଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri