ଫିଫା ବିଶ୍ୱକପ୍‌ର ମାନସିକ ଓ ଆର୍ଥିକ ପ୍ରଭାବ

ରାଜ ପର୍ସାଉଦ୍‌

ଫୁଟ୍‌ବଲ ବିଶ୍ୱରେ ସବୁଠୁ ଲୋକପ୍ରିୟ ଖେଳ। ବହୁ ସମୟରେ ଏହା ଜାତୀୟ ପରିଚିତିର ଏକ ପ୍ରତୀକ ଏବଂ ସାମଗ୍ରିକ ଗର୍ବର ଏକ ଉତ୍ସ ହୋଇଥାଏ। ସେଥିପାଇଁ ଫିଫା ବିଶ୍ୱକପ୍‌ ଯେଉଁଭଳି ଭାବେ ତୀବ୍ର ଭାବାବେଗ ସୃଷ୍ଟି କରିପାରେ ତାହା ଅନ୍ୟ କୌଣସି ଖେଳର ବୃହତ୍‌ ଟୁର୍ନାମେଣ୍ଟରେ ହୋଇପାରେନାହିଁ। ଚଳିତ ବର୍ଷ କାତାରରେ ଆୟୋଜିତ ଫିଫା ବିଶ୍ୱକପ୍‌ରେ ସେଭଳି ଭାବନା ପ୍ରତିଫଳିତ ହୋଇଛି।
୧୯୯୮ ବିଶ୍ୱକପ୍‌ ଫ୍ରାନ୍ସରେ ଅନୁଷ୍ଠିତ ହୋଇଥିଲା ଓ ଏଥିରୁ କିଛି ଉପାଦେୟ ତଥ୍ୟ ମିଳିଛି। ୨୦୧୨ରେ ଏକ ଅନୁଧ୍ୟାନରୁ ଜଣାପଡ଼ିଥିଲା ଯେ, ମାସେ ବ୍ୟାପୀ ଟୁର୍ନାମେଣ୍ଟ ମଧ୍ୟରେ ଫ୍ରାନ୍ସରେ ଆମତ୍ହତ୍ୟା ହାର କମ୍‌ ଥିଲା। ଏହାସହ ଫ୍ରାନ୍ସ ଫୁଟ୍‌ବଲ ଟିମ୍‌ର ମ୍ୟାଚ ପରଦିନଗୁଡ଼ିକରେ ଆଶ୍ଚର୍ଯ୍ୟଜନକ ଭାବେ ଏହା ୧୯.୯% ହ୍ରାସ ଘଟିଥିଲା। ଫ୍ରାନ୍ସ ଏହି ବିଶ୍ୱକପ ବିଜୟୀ ହୋଇଥିଲା। ୨୦୧୫ର ଏକ ଅନୁଧ୍ୟାନରୁ ଜାଣିବାକୁ ମିଳିଥିଲା ଯେ, ୨୦୧୦ରେ ଦକ୍ଷିଣ ଆଫ୍ରିକା ଫିଫା ବିଶ୍ୱକପର ୯ ମାସ ପରେ ପୁରୁଷ -ମହିଳା ଜନ୍ମ ଅନୁପାତରେ ବଡ଼ ଧରଣର ପରିବର୍ତ୍ତନ ଘଟିଥିଲା। ଗବେଷକଙ୍କ ମତରେ, ଟୁର୍ନାମେଣ୍ଟ ସମୟରେ ଯୌନକ୍ରିୟା ବୃଦ୍ଧି ଯୋଗୁ ଏହା ହୋଇଥିଲା। ଏହାସହ ୧୯୯୮, ୨୦୦୨, ୨୦୦୬ ଏବଂ ୨୦୧୦ ବିଶ୍ୱକପ୍‌ ବେଳେ ବିଶେଷକରି ବ୍ରାଜିଲ ଟିମ୍‌ ଖେଳିଥିବା ଦିନଗୁଡ଼ିକରେ ସେହି ଦେଶରେ ହୃଦ୍‌ଘାତ ବୃଦ୍ଧି ପାଇଥିଲା। ସେହିପରି ଅନ୍ତର୍ଜାତୀୟ ଟୁର୍ନାମେଣ୍ଟଗୁଡ଼ିକ ମାର୍କେଟକୁ ଅତ୍ୟଧିକ ପ୍ରଭାବିତ କରିପାରେ ବୋଲି ଅନେକ ଅନୁଧ୍ୟାନରୁ ସ୍ପଷ୍ଟ ହୋଇଛି। ୨୦୧୬ର ଏକ ଅନୁଧ୍ୟାନରୁ ଜଣାପଡ଼ିଥିଲା ଯେ, ଇଟାଲୀ ଟିମ୍‌ର ପ୍ରଦର୍ଶନ ସେହି ଦେଶର ଷ୍ଟକ୍‌ ମାର୍କେଟ ରିଟର୍ନକୁ ପ୍ରଭାବିତ କରିଥିଲା। ସେହିଭଳି ଜାତୀୟସ୍ତରୀୟ ଟୁର୍ନାମେଣ୍ଟରେ ଟିମ୍‌ ବିଜୟୀ ହେଲେ ତାହା ନିବେଶକମାନଙ୍କ ମଧ୍ୟରେ ଏକ ଉତ୍ସାହର ଭାବନା ସୃଷ୍ଟି କରିବା ସମ୍ଭାବନା ରହିଛି ବୋଲି ଗବେଷକମାନେ ସିଦ୍ଧାନ୍ତରେ ପହଞ୍ଚିଥିଲେ। ଅନ୍ୟପକ୍ଷରେ ପରାଜୟ ବିଶେଷ କରି ଅଣଆନୁଷ୍ଠାନିକ ଖୁଚୁରା ନିବେଶକମାନଙ୍କୁ ଚାପଗ୍ରସ୍ତ କରାଏ। ଆଉ ଏକ ଅନୁଧ୍ୟାନରୁ ଜଣାପଡ଼ିଛି, ଯେଉଁ ଟିମ୍‌ଗୁଡ଼ିକ ହାରିଯାଆନ୍ତି , ଅପେକ୍ଷାକୃତ ସଫଳତା ଲାଭ କରିଥିବା ଜାତୀୟ ଟିମ୍‌ ଗୁଡ଼ିକ ତୁଳନାରେ ସେମାନଙ୍କ ଦେଶର ଷ୍ଟକ୍‌ ମାର୍କେଟ ଉପରେ ତାହାର ଅଧିକ ନକାରାମତ୍କ ପ୍ରଭାବ ପଡ଼ିଥାଏ।
ଖେଳ ସହ ପୂର୍ବାନୁମାନ ଭାବନା ସମ୍ପର୍କିତ। ଏହା ସମ୍ଭବ ବୋଲି ଅନ୍ତର୍ଜାତୀୟ ସ୍ତରରେ ଟୁର୍ନାମେଣ୍ଟକୁ ନେଇ କରାଯାଇଥିବା ଗବେଷଣାର ଗବେଷକମାନେ ନିଷ୍କର୍ଷରେ ପହଞ୍ଚିଥିଲେ। ସ୍ପେନ୍‌ ଓ ଇଂଲଣ୍ଡରେ ସେଠାକାର ଫୁଟବଲ ପ୍ରେମୀମାନେ ସେମାନଙ୍କ ଜାତୀୟ ଟିମ୍‌ର ବିଜୟର ପୂର୍ବାନୁମାନ ସହ ଏମିତି ଅଭ୍ୟସ୍ତ ହୋଇପଡ଼ିଥିଲେ ଯେ ସେମାନଙ୍କ ପରାଜୟ ସେହି ଦେଶଗୁଡ଼ିକରେ ବଡ଼ ପ୍ରଭାବ ପକାଇଥିଲା। ଅନ୍ୟ ପକ୍ଷରେ ଯେତେବେଳେ ଟିମ୍‌ ହାରିବ ବୋଲି ଅଧିକ ଆଶା କରିଥିବ ସେତେବେଳେ ଟିମ୍‌ ଜିତିଲେ ତୁମେ ଅଧିକ ଖସି ହୋଇଯିବ। ସେମିତି ତୁମ ଟିମ୍‌ ଜିତିବାର ଆଶା ରଖିଥିଲେ ଯଦି ହାରିଗଲା ତାହା ତୁମକୁ ଅଧିକ ଦୁଃଖ ଦେବ। ତେବେ ବିଜୟକୁ ନେଇ ସ୍ବତନ୍ତ୍ର ତଥା ବ୍ୟାପକ ଭାବେ ପାଳିତ ଉତ୍ସବଗୁଡ଼ିକୁ ଦେଖିଲେ ଜଣାପଡ଼େ ଯେ, ସାଉଦି ଟିମ୍‌ ଆର୍ଜେଣ୍ଟିନା ବିପକ୍ଷରେ ଆଶ୍ଚର୍ଯ୍ୟଜନକ ବିଜୟ ହାସଲ କରିବା ପରେ ସମ୍ପୂର୍ଣ୍ଣ ଆନନ୍ଦିତ ଥିଲେ।
ଫୁଟ୍‌ବଲ ଆର୍ଥିକ ଅବଧାରଣା ଉପରେ ବି ସକାରାମତ୍କ ପ୍ରଭାବ ପକାଇପାରେ। ୨୦୦୬ ଫିଫା ବିଶ୍ୱକପରେ ଜର୍ମାନୀ ଜାତୀୟ ଟିମ୍‌ ଖେଳିଥିବା ପ୍ରତ୍ୟେକ ମ୍ୟାଚ ପରେ ଟେଲିଫୋନ ସର୍ଭେଗୁଡ଼ିକ ଆଧାରରେ କରାଯାଇଥିବା ଏକ ଅନୁଧ୍ୟାନରୁ ଜାଣିବାକୁ ମିଳିଥିଲା ଯେ, ଟିମ୍‌ ଯାହା ଆଶା କରିଥିଲା ତାହାଠରୁ ଅଧିକ ଭଲ ପ୍ରଦର୍ଶନ ଜର୍ମାନୀ ଲୋକମାନଙ୍କ ମଧ୍ୟରେ ଆମତ୍ବିଶ୍ୱାସ ବୃଦ୍ଧି କରିଥିଲା। ଅନୁଧ୍ୟାନକାରୀମାନଙ୍କ ମତରେ, ଏହା ନିଶ୍ଚିତ ଯେ, ମନସ୍ତାତ୍ତ୍ୱିକ ସ୍ତରରେ ଆମତ୍ବିଶ୍ୱାସ ବୃଦ୍ଧି ଅଧିକ ଆର୍ଥିକ କାର୍ଯ୍ୟକଳାପ ଲାଗି ପ୍ରେରିତ କରେ। ଏଭଳି ମତକୁ ପ୍ରଥମେ ବ୍ରିଟେନ ଅର୍ଥନୀତିଜ୍ଞ ଜନ୍‌ ମେନାର୍ଡ କେନିସ୍‌ ସମର୍ଥନ କରିଥିଲେ। ସେ ଖେଳ ପ୍ରତି ଲୋକମାନଙ୍କ ଆଚରଣର ମାର୍କେଟ ପ୍ରଭାବକୁ ଆକଳନ କରିଥିଲେ। କେନିସ୍‌ ଦର୍ଶାଇଥିଲେ, ବହୁ ସମୟରେ ଖେଳଗୁଡ଼ିକର ବାସ୍ତବ ଟ୍ରେଣ୍ଡ ପରିବର୍ତ୍ତେ ଲୋକମାନଙ୍କ ମାନସିକତା ଆକଳନ କରିବା ବିଜ୍ଞତାର କାମ ଓ ଲାଭଦାୟକ। କେନିସ୍‌ଙ୍କ ଗବେଷଣା ଦର୍ଶାଏ ଯେ, ଲୋକମାନଙ୍କ ମାନସିକତାରୁ ସୃଷ୍ଟି ମାର୍କେଟ ଅନିୟମିତତାରୁ ପ୍ରଭାବଶାଳୀ ନିବେଶକ ବା ବ୍ୟବସାୟୀମାନେ ଲାଭ ଉଠାଇପାରନ୍ତି। ୨୦୧୦ରେ ଆମେରିକା (ୟୁଏସ୍‌୍‌)ଷ୍ଟକ୍‌ ମାର୍କେଟ ଉପରେ ବିଶ୍ୱକପ ପ୍ରଭାବକୁ ନେଇ କରାଯାଇଥିବା ଅନୁଧ୍ୟାନ କେନିସଙ୍କ ଏହି ଅନୁଧ୍ୟାନଭିତ୍ତିକ ତଥ୍ୟକୁ ସମର୍ଥନ କରିଥିଲା। ପ୍ରତ୍ୟେକଟି ଫୁଟ୍‌ବଲ ମ୍ୟାଚର ପରିଣାମ କ’ଣ ହେବ ତାହା କେହି ଆକଳନ କରିପାରୁ ନ ଥିବାବେଳେ ଖେଳ ଭିତରେ ପ୍ରଭାବଶାଳୀ ନିବେଶକମାନଙ୍କ ଶୋଷଣ ପ୍ରବୃତ୍ତିକୁ ଗବେଷକମାନେ ଚିହ୍ନଟ କରିଥିଲେ। ଯେ କୌଣସି ଦେଶର ନିବେଶକଙ୍କ ମଧ୍ୟରୁ ଏକ ସିଂହଭାଗ ଆମେରିକା ଷ୍ଟକ୍‌ ମାର୍କେଟରେ ନିବେଶ କରିଥିବାରୁ ଖେଳ ସମୟରେ ମାର୍କେଟ ଉପରେ ନକାରାମତ୍କ ପ୍ରଭାବ ସୁସ୍ପଷ୍ଟ ହେବା ଯୋଗୁ ସେମାନେ ଏହା ଜାଣିବା ସମ୍ଭବ ହୋଇଥିଲା। ବିଶ୍ୱକପ୍‌ ସମୟରେ ଆମେରିକାର ହାରାହାରି ମାର୍କେଟ ରିଟର୍ନ ୨.୬% ହ୍ରାସ ଘଟିଥିବା ଜଣାପଡ଼ିଥିଲା। କିନ୍ତୁ ୪ଟି ତ୍ରୈମାସିକରେ ଏହା ହାରାହାରି ୧.୨% ବୃଦ୍ଧି ହୋଇଥାଏ। ବିଶ୍ୱକପ୍‌ରେ ହାରୁଥିବା ଦେଶଗୁଡ଼ିକର ସଂଖ୍ୟା ବଢିବା ଯୋଗୁ ଆମେରିକା ଷ୍ଟକ ମାର୍କେଟ ବା ଶେୟାର ବଜାର ଉପରେ ସାମଗ୍ରିକ ପ୍ରଭାବ ଅଧିକ ବଢୁଛି। ଫଳରେ ମାର୍କେଟ ମାନ୍ଦା ହେଉଛି। ଏହି ଧାରାକୁ ଦେଖିଲେ ଫିଫା ବିଶ୍ୱକପ ସମୟରେ ଧୂର୍ତ୍ତ ନିବେଶକମାନେ ସେମାନଙ୍କ ୟୁଏସ୍‌ ଶେୟାର ହ୍ରାସ କରିବାକୁ ଚାହିଁପାରନ୍ତି। ଯଦି ଅନେକ ନିବେଶକ ଏହି ରଣନୀତିକୁ ଆପଣାଇବେ ଏବଂ ଲଗାତର ଭାବେ ୟୁଏସ୍‌ ଶେୟାର ବଜାର ସହ କମ୍‌ ଜଡ଼ିତ ହେବେ , ତେବେ ଶେୟାର ବଜାରରେ ହ୍ରାସ ଯାହା ଅନୁମାନ କରାଯାଉଛି ତାହା ହିଁ ସତ ପ୍ରମାଣିତ ହେବ।
ମାର୍କେଟକୁ ନେଇ ବିଶ୍ୱକପ୍‌ ପ୍ରେରିତ ତର୍କହୀନ ବିଚାର ଶୀଘ୍ର ଶେଷ ହେବା ସମ୍ଭାବନା ନାହିଁ। କିନ୍ତୁ ଚଳିତ ବିଶ୍ୱକପ୍‌ରେ ଜର୍ମାନୀକୁ ହରାଇବା ଓ ସାଉଦି ଆରବ ଆର୍ଜେଣ୍ଟିନାକୁ ପରାସ୍ତ କରିବା ଭଳି ଯେତେବେଳେ ତୁମ ଟିମ୍‌ ଅସମ୍ଭବକୁ ସମ୍ଭବ କରିବ ସେତେବେଳେ ତୁମ ଉତ୍ସାହ ଦଶନ୍ଧିଗୁଡ଼ିକର ଅପମାନ ଦୂରହୋଇ ଅଧିକ ମନୋରଞ୍ଜନ ପ୍ରଦାୟକ ହୋଇଯିବ। ଦୀର୍ଘ ଦିନର ସମ୍ଭାବନା ଦୃଷ୍ଟିରୁ ଏକ ଅଲୌକିକ ପାଇଁ ଏହା ହିଁ ହେଉଛି ସେହି ଆଶା ଯାହା ଖେଳପ୍ରେମୀ, ନିବେଶକ, ଭୋଟର ଏବଂ ସନ୍ତାନପ୍ର୍ରାପ୍ତି କିମ୍ବା ବିବାହ କରିବାକୁ ଯୋଜନା କରିଥିବା ବ୍ୟକ୍ତିମାନଙ୍କୁ ପ୍ରେରିତ କରିବ। ଏଗୁଡ଼ିକ ମଧ୍ୟରୁ କୌଣସିଟି ତର୍କସଙ୍ଗତ ନୁହେଁ। କିନ୍ତୁ ଏହା ଏକ ସୁନ୍ଦର ଖେଳ ଭଳି ଜୀବନକୁ ସୁନ୍ଦର କରୁଥିବା ଗୋଟିଏ ଗୋଟିଏ ଅଂଶ ମାତ୍ର।
ସାଇକିଆଟ୍ରିଷ୍ଟ ଏବଂ ‘ମେଣ୍ଟାଲ ଭାକ୍ସିନ ଫର୍‌ କୋଭିଡ୍‌-୧୯’ର ଲେଖକ


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri