Posted inଭଦ୍ରକ

ବୃତ୍ତି ଏ ମୋ ପୋଷେ କୁଟୁମ୍ବ

ପଦ୍ମପୁର, ୧୪।୪ (ଡି.ଏନ.ଏ.): ଧୂ ଧୂ ଖରାବେଳେ ଏକ ସାଇକେଲରେ ବନ୍ଧା ହୋଇଛି ମାଟିଘୋଡ଼ା ଓ ଭଳିକି ଭଳି ମାଟିରେ ତିଆରି ଠେକି। ମା’ ଘୋଡ଼ା ନେବ ଘୋଡ଼ା, ମାଟି ତିଆରି ଘୋଡ଼ା, ଠେକି ନେବ ଠେକି ମାଟି ଠେକି, ପିତୃପୁରୁଷଙ୍କୁ ପଣା ଦେବ। ଖରାକୁ ଭ୍ରୁକ୍ଷେପ ନ କରି ଡାକି ଚାଲନ୍ତି। ଏଭଳି ଭାବେ ନିଆରା ଢଙ୍ଗରେ ମାଟି ଘୋଡ଼ା ଓ ଠେକି ସମେତ ମାଟିରେ ତିଆରି ବିଭିନ୍ନ ସାମଗ୍ରୀ ବିକ୍ରି କରୁଛନ୍ତି ଭଦ୍ରକ ସଦର ବ୍ଲକ ନୂଆନନ୍ଦ ଗ୍ରାମର ନିରଞ୍ଜନ ବେହେରା। ବୟସ ୫୫ ହେଲାଣି। ବିଗତ ତିନିପିଢ଼ି ଧରି ମାଟିରେ ତିଆରି ବିଭିନ୍ନ ସାମଗ୍ରୀ ସେ ବିକ୍ରି କରିଆସୁଛନ୍ତି। ପଣା ସଂକ୍ରାନ୍ତି ଓ ଚଇତି ପର୍ବରେ ଓଡ଼ିଆ ଘରର ସଂସ୍କୃତି ଅନୁଯାୟୀ ବିଭିନ୍ନ ଦେବଦେବୀଙ୍କ ମନ୍ଦିରରେ ଘୋଡ଼ା ଦେଇ ପୂଜାର୍ଚ୍ଚନା କରାଯାଇଥାଏ। ନିରଞ୍ଜନ କହନ୍ତି, ଆଗରୁ ବେପାର ଭଲ ହେଉଥିଲା, ଏବେ ଆଧୁନିକ ଯୁଗରେ ଆଗଭଳି ବେପାର ହେଉନାହିଁ। ଦିନସାରା ଖରାରେ ବୁଲି ବୁଲି ବିକ୍ରି କରି ୪ ଶହରୁ ୫ଶହ ଟଙ୍କା ରୋଜଗାର ହୁଏ। ଏଥିରେ ୫ ପ୍ରାଣୀ କୁଟୁମ୍ବ ପୋଷିବା କଷ୍ଟକର ହେଉଛି। ବଜାର ଦର ହୁ ହୁ ହୋଇ ବଢ଼ୁଥିବା ବେଳେ କୁମ୍ଭକାରଙ୍କ ଜୀବିକା ଏବେ ବିପଦରେ। ଏହି ବୃତ୍ତି ଆମ କୁଟୁମ୍ବ ପୋଷିଥାଏ। ସରକାର କୁମ୍ଭକାରମାନଙ୍କୁ କିଛି ସୁବିଧା ସୁଯୋଗ ଯୋଗାଇ ନ ଦେଲେ କୌଳିକ ବୃତ୍ତି ବୁଡ଼ିଯିବ। ସରକାର ଏଥିପ୍ରତି ଦୃଷ୍ଟି ଦେବା ପାଇଁ ସେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ୭ ମାସର ଅନ୍ତଃସତ୍ତ୍ୱା, ଅଭିଯୁକ୍ତ ଗିରଫ

ଚାନ୍ଦବାଲି, ୩୦ା୩(କିଷାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଞ୍ଚଳର ଜଣେ ନାବାଳିକା ୭ ମାସର ଅନ୍ତଃସତ୍ତ୍ୱା ହେବା ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ…

ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ…

କାମରେ ହେଲା କଥା କଟାକଟି, ଘରକୁ ଫେରିବା ବେଳେ ଛକିକି ହାଣିଲେ..

ବନ୍ତ,୩୧। ୧(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ କଥାକଟାକଟିରୁ ଛୁରା ମାଡ଼ । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିବା ବେଳେ…

ଯାତ୍ରୀବାହୀ ବସରେ ଅଧିକ ଭଡ଼ାକୁ ନେଇ ପ୍ରତିବାଦ, ତିହିଡି଼ ଜନସାଧାରଣ ଅଧିକାର ମଞ୍ଚ ପକ୍ଷରୁ ବସରୋକୋ

ତିହିଡି଼,୩୧।୩(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥରେ ଚଳାଚଳ କରୁଥିବା ଯାତ୍ରୀବାହୀ ବସରେ ଧାର୍ଯ୍ୟ ଭଡ଼ା ଠାରୁ ୨ଗୁଣ ଅଧିକ ନିଆଯାଉଥିବା ନେଇ ଅଭିଯୋଗ ହୋଇଛି । ଏହାର…

ଧାନ ସଂଗ୍ରହ କଣ୍ଟକୁ ଦିନେ, ଜିଦିରେ ଅଟଳ ଚାଷୀ

ବାହାନଗା/ତିହିଡ଼ି/ ଭଣ୍ଡାରିପୋଖରୀ, ୩୦ା୩ (ଅରୂପ କୁମାର ଦାସ/ସଞ୍ଜିତ ବଳ/ ରାଜେନ୍ଦ୍ର ଶତପଥୀ ): ବାଲେଶ୍ୱର ଜିଲା ବାହାନଗା ବ୍ଲକ୍‌ ଖନ୍ତାପଡ଼ାଠାରେ ଚାଷୀ ଅସନ୍ତୋଷ ଦେଖିବାକୁ ମିଳିଛି। ଟୋକନ…

ମଣ୍ଡିରେ ପଡିରହି ଗଜା ମାରିଲାଣି ଧାନ: ବସ୍ତା ରଖି ଚାଷୀଙ୍କ ରାଜ୍ୟ ରାଜପଥ ଅବରୋଧ

ତିହିଡି଼,୨୯।୩(ସଞ୍ଜିତ ବଳ):ମଣ୍ଡିରେ ପଡ଼ି ବର୍ଷା ଖାଇ ଧାନ ଗଜା ମାରିଲାଣି । ହେଲେ ଯୋଗାଣ ବିଭାଗ ଅଥବା ମିଲରଙ୍କ ଏଥିପ୍ରତି ଭ୍ରୁକ୍ଷେପ ନାହିଁ । ଯାହାଫଳରେ ଚାଷୀମାନେ…

ଚାଲିଥିଲା ପୂଜା, ହଠାତ ବନ୍ଧୁକ ଧରି ଗୁଳି ଚଳାଇଲେ ନାବାଳକ, ଚୂଡ଼ାମଣି ସାମୁଦ୍ରିକ ଥାନା କର୍ମଚାରୀ…

ବାସୁଦେବପୁର, ୨୫।୩(ନାରାୟଣ ପ୍ରସାଦ ବାରିକ): ବାସୁଦେବପୁର ବ୍ଲକ ଶାଶୁ ଭୁଆସୁଣୀ ଗ୍ରାମରେ ବୁଧବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳକଙ୍କ ଦ୍ୱାରା ହୋଇଥିବା ଗୁଳି…

ହଠାତ୍‌ ବଦଳିଗଲା ପାଗ: ଧୂଳିଝଡ଼ ସହ କୁଆପଥର ମାଡ଼

ବନ୍ତ,୨୫ା୩(କିଶୋର କୁମାର ସେଠୀ): ବୁଧବାର ଅପରାହ୍ନରେ ହଠାତ୍‌ ପାଗ ବଦଳିଯିବା ସହ ବନ୍ତ ବ୍ଲକର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ପ୍ରବଳ ବେଗରେ ପବନ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri