Posted inଫୁରସତ

ଜାତିର ଗୌରବମୟ ଐତିହ୍ୟକୁ ଛଡ଼ାଇ ନେବାର ଉପକ୍ରମ

କୋଣାର୍କ ମନ୍ଦିର ଉପରେ କଲମଚାଳନା କରିବାକୁ ଧାଇଁ ଆସିଥିବା ପଣ୍ଡିତମାନେ ମୂଳ ମନ୍ଦିରର ନାମକୁ ଏଡ଼େଇଗଲେ। ମୂଳ ମନ୍ଦିରର ଶବ୍ଦ ଭିତରେ ଥିବା ରହସ୍ୟ ବୁଝିବା ତ ଦୂରକଥା, ଶିଳ୍ପୀଙ୍କର ଦକ୍ଷତା ଉପରେ ସନ୍ଦେହ ପ୍ରକାଶ କରି କୁହେଳିକା ସୃଷ୍ଟି କଲେ। ସଂକ୍ରାମକ ରୋଗ ପରି ଏହା ଅନ୍ୟମାନଙ୍କୁ ବି ସଂକ୍ରମିତ କଲା। ଏ ଜାତିର ଗୌରବମୟ ଐତିହ୍ୟକୁ ଆଙ୍ଗୁଠି ଦେଖାଇ ହୀନମନ୍ୟତା ସୃଷ୍ଟି କରିବାର ମାନସିକତାରେ ଅବତରଣିକା ଆରମ୍ଭ କଲେ। ୟୁରୋପ ପଣ୍ଡିତଙ୍କୁ ଉତ୍ତର ଦେବାରେ ଡ. ରାଜଗୁରୁ ପଛେଇ ଯାଇ ନ ଥିଲେ। ଐତିହାସିକ ଭିତ୍ତିଭୂମିର ସୂଚନା ଦେବା ସହିତ ପଣ୍ଡିତଙ୍କୁ କହିଥିଲେ- x x x ସ୍ବୟଂ ଗଜପତି ମହାରାଜା ନରସିଂହ ଦେବ ତାଙ୍କ ମନ୍ତ୍ରୀ, ଅମାତ୍ୟ ଓ ପରିବାର ସଙ୍ଗେ ଯେଉଁଠାରେ ଅବସ୍ଥାନ କରିଥିଲେ, ସେଠାରେ ତାଙ୍କ ରାଜ୍ୟର ଶ୍ରେଷ୍ଠ ପଣ୍ଡିତ, କବି, କଳାକାର, ଶିଳ୍ପୀ, ସଙ୍ଗୀତଜ୍ଞ ଓ ନର୍ତ୍ତକୀମାନଙ୍କର ସମାବେଶ ହୋଇଥିବ ଏଥିରେ ଆଦୌ ସନ୍ଦେହ ନାହିଁ। ଓଡ଼ିଶା ଇତିହାସର ସେହି ଗୌବରମୟ ଉଜ୍ଜ୍ୱଳ ଯୁଗର ସାମାଜିକ ଚିତ୍ର ହିଁ କୋଣାର୍କ ମନ୍ଦିରର ପ୍ରତି ପ୍ରସ୍ତର ଫଳକରେ ଆମତ୍ପ୍ରକାଶ କରିଛି। ଏପରି ଏକ ମନ୍ଦିର ସୃଷ୍ଟି କରିଥିବା ଶିଳ୍ପୀମାନେ ସେତେବେଳେ ଯେଉଁ ବଳିଷ୍ଠ ଯୁଦ୍ଧ-ସଜ୍ଜା ଦେଖିଥିଲେ, ସେ ସବୁ ଜୀବନ୍ତ କରି ପ୍ରସ୍ତର ଗାତ୍ରରେ ଫୁଟାଇ ରାଜାଙ୍କଠାରୁ ପ୍ରଶଂସା ଓ ପୁରସ୍କାର ପାଉଥିଲେ। x x x ଓଡ଼ିଆ ଶିଳ୍ପୀ ହିଁ ସ୍ବୀୟ କୃତିତ୍ୱର ପରାକାଷ୍ଠା ରୂପେ କୋଣାର୍କ ମନ୍ଦିର ଗାତ୍ରରେ ଦର୍ଶାଇ ଅଛନ୍ତି। (ତତ୍ରୈବ)।
ଓଡ଼ିଶା ଇତିହାସର ସେଇ ସୁବର୍ଣ୍ଣଯୁଗ ବିଷୟରେ ରାଜଗୁରୁ ମହାଶୟ ୟୁରୋପ ପଣ୍ଡିତଙ୍କୁ କହିବା ପରେ ତାଙ୍କର ଅନୁସନ୍ଧାନର ମାନସିକତା ବଦଳିବାକୁ ଆରମ୍ଭ କରିଥିଲା। କିନ୍ତୁ ରାଜଗୁରୁଙ୍କ ଶେଷ କଥାଟି ଆଜି ବି ରୂପ ନେଇପାରି ନାହିଁ।
ସେ ଲେଖିଥିଲେ-ଓଡ଼ିଶା ଇତିହାସରେ ଓଡ଼ିଆଙ୍କ ଜାତୀୟ ଗୌରବ ଅଦ୍ୟାପି ଅଧିକାଂଶ କ୍ଷେତ୍ରରେ ପ୍ରକାଶ ହୋଇପାରି ନାହିଁ। ଆମେ ସାଧାରଣତଃ ରାଜନୈତିକ ଇତିହାସକୁ ଉଚ୍ଚ ସ୍ଥାନ ଦେଇଥାଉ। ବ୍ରିଟିଶ୍‌ ଶାସନ ବେଳେ ରାଜା ଓ ରାଜକୀୟ କାର୍ଯ୍ୟକଳାପକୁ ଆଧାର କରି ଇତିହାସ ଲେଖା ଯାଉଥିଲା। ତାହା ହିଁ ସ୍କୁଲ କଲେଜର ଛାତ୍ରମାନେ ଘୋଷି ଘୋଷି ପରୀକ୍ଷା ଦେଉଥିଲେ। କିନ୍ତୁ କୌଣସି ଦେଶ ବା ଜାତିକୁ ଚିହ୍ନିବାକୁ ହେଲେ ଯେଉଁ ସବୁ ସାମାଜିକ, ଅର୍ଥନୈତିକ, ସାହିତ୍ୟ, କଳା ଓ ବିଜ୍ଞାନ ସମ୍ପର୍କୀୟ ତଥ୍ୟଗୁଡ଼ିକ ଯୁଗ ଯୁଗ ଧରି ଦେଶ ଓ ଜାତିକୁ ବଞ୍ଚାଇ ରଖିଥିଲା, ତାହା ସର୍ବପ୍ରଥମେ ଅନୁଧ୍ୟାନ କରିବା ଆବଶ୍ୟକ। x x x କିନ୍ତୁ ଓଡ଼ିଶା ପରି ଏକ ରାଜ୍ୟ, ଯେଉଁଠାରେ ଭାରତର ବିଭିନ୍ନ ସଭ୍ୟତାର ସମାବେଶ ଘଟି ଯୁଗ ଯୁଗ ଧରି ଭାରତୀୟ ଧର୍ମ ଓ ସଭ୍ୟତାର ମହନୀୟ ସଂଯୋଗ ସୃଷ୍ଟି ହୋଇଥିଲା-ସେଇ ପବିତ୍ର ଉତ୍କଳର କଳା ଓ ସଂସ୍କୃତି ସଙ୍ଗେ ଇତିହାସ, ଧର୍ମ ଓ ସାହିତ୍ୟର ଗବେଷଣାତ୍ମକ ତଥ୍ୟଗୁଡ଼ିକ ସଂଯତ ଓ ସମନ୍ବିତ ପଦ୍ଧତିରେ ଯଦି ଲେଖା ହୋଇପାରନ୍ତା; ତା’ହେଲେ ପୃଥିବୀରେ ଏ ଜାତି ଯେ ଯଥେଷ୍ଟ ସମ୍ମାନିତ ଆସନ ପାଇପାରନ୍ତା ଏଥିରେ ଆଦୌ ସନ୍ଦେହ ନାହିଁ।
ରାଜଗୁରୁ ଆପଣେ ଏଇ ଯେଉଁ ମନର କଥା ଲେଖିଛନ୍ତି, ତାହା କେତେ ଫଳପ୍ରଦ ହୋଇଛି ତାକୁ ବୁଝାଇବା ଆବଶ୍ୟକ ପଡ଼ିବ ନାହିଁ ବୋଲି ଆମେ ଭାବୁଛୁ। ପାଠକେ ତଉଲେଇ ପରଖିବାରେ ପଛୁଆ ନାହାନ୍ତି।
‘ସଂଯତ’ ଓ ‘ସମନ୍ବିତ ପଦ୍ଧତି’ ତ ବହୁ ଦୂରର କଥା, ବାହାରିଆ ଇତିହାସକାର ଓ ଆଲୋଚକମାନେ ଆମର କଳା ନୈପୁଣ୍ୟ ଓ ଲାବଣ୍ୟମୟ ଲଳନାମାନଙ୍କୁ ଦେଖି ଯେଉଁ ନକାରାତ୍ମକ ଦୃଷ୍ଟିକୋଣ ନେଇ ବୁଲେଇ ବଙ୍କେଇ ଗୋଟାଏ ଜାତିର ଗୌରବମୟ ଐତିହ୍ୟକୁ ଆମଠାରୁ ଛଡ଼େଇ ନେବାର ଉପକ୍ରମ ଆରମ୍ଭ କରିଥିଲେ, ତାହାର ଉତ୍ତର ସମ୍ପୂର୍ଣ୍ଣ ଭାବରେ ଦେଇପାରିନେ। ଓଲଟି ଆମର କିଛି ଆଲୋଚକ କେଉଁଠି କେମିତି କେଞ୍ଚାଟିଏ ଦେବାରେ ଆଜି ବି କାର୍ପଣ୍ୟ କରୁନାହାନ୍ତି।
ଶ୍ରୀପଦ୍ମକେଶର ମନ୍ଦିର ନିର୍ମାଣ ପଛରେ ଐତିହ୍ୟର ଅଭାବ ନାହିଁ। ଲୋକକଥା, ଲୋକଗୀତ, କିମ୍ବଦନ୍ତୀ, ଜନଶ୍ରୁତିଗୁଡ଼ିକ ଏବେ ବି କୋଣାର୍କକୁ ଘେରି ରହିଥିବା ଗଙ୍ଗବଂଶୀ ଷୋଳଗଡ଼ ମଧ୍ୟରେ ବଞ୍ଚି ରହିଛି। ପ୍ରତ୍ୟେକ ଐତିହ୍ୟ ପଛରେ କିଛି ନା କିଛି ରହସ୍ୟ ଅଛି। ସେଇ ରହସ୍ୟକୁ ଲିଖିତ ଇତିହାସ ସହିତ ମିଳାଇବା ପରେ ଆମେ ନିର୍ଦ୍ଦିଷ୍ଟ ମତରେ ପହଞ୍ଚିବା ସମ୍ଭବ ହେବ। ଏବେ ତ ଦକ୍ଷତା ବଳରେ ଶୀର୍ଷସ୍ତରରେ ପହଞ୍ଚିଥିବା ବ୍ୟକ୍ତି, ଯେ କି ବଞ୍ଚିଛନ୍ତି, ଭାରତର ସର୍ବୋଚ୍ଚ ସମ୍ମାନ ମିଳିଛି ତାଙ୍କୁ, ଆମେ କହୁଛୁ କିମ୍ବଦନ୍ତୀ ପୁରୁଷ, କିମ୍ବଦନ୍ତୀ ପ୍ରତିଭା ଇତ୍ୟାଦି ଇତ୍ୟାଦି। ଭାରତର ବହୁ ପ୍ରାଚୀନ ଶାସ୍ତ୍ରରେ ‘କିମ୍ବଦନ୍ତୀ’ ଶବ୍ଦ ଶୁଣାକଥା, ଜନଶ୍ରୁତି ଅର୍ଥରେ ବ୍ୟବହୃତ ହୋଇଛି। ଆଖିରେ ଦେଖୁଥିବା ପ୍ରତିଭାଟିକୁ ଏବଂ ପ୍ରତିଭାଙ୍କର ଦକ୍ଷତାକୁ କିମ୍ବଦନ୍ତୀ ଶବ୍ଦ ପ୍ରୟୋଗ କରି କିପରି କୁହେଳିକା ଭିତରକୁ ଠେଲିଦେବା!

ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

ତାନ୍ତ୍ରିକର ଅମାନବୀୟ କାଣ୍ଡ, ଝଡା ଫୁଙ୍କା କରିବା ବାହାନରେ ମହିଳାଙ୍କୁ ବାରମ୍ବାର ବଳାତ୍କାର

ଲକ୍ଷ୍ନୌ,୧୨ା୪: ଉତ୍ତରପ୍ରଦେଶର ସୋନଭଦ୍ରା ଜିଲାରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଝଡାଫୁଙ୍କା ନାଁରେ ଜଣେ ତାନ୍ତ୍ରିକ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri