Posted inଫୁରସତ

ଜାତିର ଗୌରବମୟ ଐତିହ୍ୟକୁ ଛଡ଼ାଇ ନେବାର ଉପକ୍ରମ

କୋଣାର୍କ ମନ୍ଦିର ଉପରେ କଲମଚାଳନା କରିବାକୁ ଧାଇଁ ଆସିଥିବା ପଣ୍ଡିତମାନେ ମୂଳ ମନ୍ଦିରର ନାମକୁ ଏଡ଼େଇଗଲେ। ମୂଳ ମନ୍ଦିରର ଶବ୍ଦ ଭିତରେ ଥିବା ରହସ୍ୟ ବୁଝିବା ତ ଦୂରକଥା, ଶିଳ୍ପୀଙ୍କର ଦକ୍ଷତା ଉପରେ ସନ୍ଦେହ ପ୍ରକାଶ କରି କୁହେଳିକା ସୃଷ୍ଟି କଲେ। ସଂକ୍ରାମକ ରୋଗ ପରି ଏହା ଅନ୍ୟମାନଙ୍କୁ ବି ସଂକ୍ରମିତ କଲା। ଏ ଜାତିର ଗୌରବମୟ ଐତିହ୍ୟକୁ ଆଙ୍ଗୁଠି ଦେଖାଇ ହୀନମନ୍ୟତା ସୃଷ୍ଟି କରିବାର ମାନସିକତାରେ ଅବତରଣିକା ଆରମ୍ଭ କଲେ। ୟୁରୋପ ପଣ୍ଡିତଙ୍କୁ ଉତ୍ତର ଦେବାରେ ଡ. ରାଜଗୁରୁ ପଛେଇ ଯାଇ ନ ଥିଲେ। ଐତିହାସିକ ଭିତ୍ତିଭୂମିର ସୂଚନା ଦେବା ସହିତ ପଣ୍ଡିତଙ୍କୁ କହିଥିଲେ- x x x ସ୍ବୟଂ ଗଜପତି ମହାରାଜା ନରସିଂହ ଦେବ ତାଙ୍କ ମନ୍ତ୍ରୀ, ଅମାତ୍ୟ ଓ ପରିବାର ସଙ୍ଗେ ଯେଉଁଠାରେ ଅବସ୍ଥାନ କରିଥିଲେ, ସେଠାରେ ତାଙ୍କ ରାଜ୍ୟର ଶ୍ରେଷ୍ଠ ପଣ୍ଡିତ, କବି, କଳାକାର, ଶିଳ୍ପୀ, ସଙ୍ଗୀତଜ୍ଞ ଓ ନର୍ତ୍ତକୀମାନଙ୍କର ସମାବେଶ ହୋଇଥିବ ଏଥିରେ ଆଦୌ ସନ୍ଦେହ ନାହିଁ। ଓଡ଼ିଶା ଇତିହାସର ସେହି ଗୌବରମୟ ଉଜ୍ଜ୍ୱଳ ଯୁଗର ସାମାଜିକ ଚିତ୍ର ହିଁ କୋଣାର୍କ ମନ୍ଦିରର ପ୍ରତି ପ୍ରସ୍ତର ଫଳକରେ ଆମତ୍ପ୍ରକାଶ କରିଛି। ଏପରି ଏକ ମନ୍ଦିର ସୃଷ୍ଟି କରିଥିବା ଶିଳ୍ପୀମାନେ ସେତେବେଳେ ଯେଉଁ ବଳିଷ୍ଠ ଯୁଦ୍ଧ-ସଜ୍ଜା ଦେଖିଥିଲେ, ସେ ସବୁ ଜୀବନ୍ତ କରି ପ୍ରସ୍ତର ଗାତ୍ରରେ ଫୁଟାଇ ରାଜାଙ୍କଠାରୁ ପ୍ରଶଂସା ଓ ପୁରସ୍କାର ପାଉଥିଲେ। x x x ଓଡ଼ିଆ ଶିଳ୍ପୀ ହିଁ ସ୍ବୀୟ କୃତିତ୍ୱର ପରାକାଷ୍ଠା ରୂପେ କୋଣାର୍କ ମନ୍ଦିର ଗାତ୍ରରେ ଦର୍ଶାଇ ଅଛନ୍ତି। (ତତ୍ରୈବ)।
ଓଡ଼ିଶା ଇତିହାସର ସେଇ ସୁବର୍ଣ୍ଣଯୁଗ ବିଷୟରେ ରାଜଗୁରୁ ମହାଶୟ ୟୁରୋପ ପଣ୍ଡିତଙ୍କୁ କହିବା ପରେ ତାଙ୍କର ଅନୁସନ୍ଧାନର ମାନସିକତା ବଦଳିବାକୁ ଆରମ୍ଭ କରିଥିଲା। କିନ୍ତୁ ରାଜଗୁରୁଙ୍କ ଶେଷ କଥାଟି ଆଜି ବି ରୂପ ନେଇପାରି ନାହିଁ।
ସେ ଲେଖିଥିଲେ-ଓଡ଼ିଶା ଇତିହାସରେ ଓଡ଼ିଆଙ୍କ ଜାତୀୟ ଗୌରବ ଅଦ୍ୟାପି ଅଧିକାଂଶ କ୍ଷେତ୍ରରେ ପ୍ରକାଶ ହୋଇପାରି ନାହିଁ। ଆମେ ସାଧାରଣତଃ ରାଜନୈତିକ ଇତିହାସକୁ ଉଚ୍ଚ ସ୍ଥାନ ଦେଇଥାଉ। ବ୍ରିଟିଶ୍‌ ଶାସନ ବେଳେ ରାଜା ଓ ରାଜକୀୟ କାର୍ଯ୍ୟକଳାପକୁ ଆଧାର କରି ଇତିହାସ ଲେଖା ଯାଉଥିଲା। ତାହା ହିଁ ସ୍କୁଲ କଲେଜର ଛାତ୍ରମାନେ ଘୋଷି ଘୋଷି ପରୀକ୍ଷା ଦେଉଥିଲେ। କିନ୍ତୁ କୌଣସି ଦେଶ ବା ଜାତିକୁ ଚିହ୍ନିବାକୁ ହେଲେ ଯେଉଁ ସବୁ ସାମାଜିକ, ଅର୍ଥନୈତିକ, ସାହିତ୍ୟ, କଳା ଓ ବିଜ୍ଞାନ ସମ୍ପର୍କୀୟ ତଥ୍ୟଗୁଡ଼ିକ ଯୁଗ ଯୁଗ ଧରି ଦେଶ ଓ ଜାତିକୁ ବଞ୍ଚାଇ ରଖିଥିଲା, ତାହା ସର୍ବପ୍ରଥମେ ଅନୁଧ୍ୟାନ କରିବା ଆବଶ୍ୟକ। x x x କିନ୍ତୁ ଓଡ଼ିଶା ପରି ଏକ ରାଜ୍ୟ, ଯେଉଁଠାରେ ଭାରତର ବିଭିନ୍ନ ସଭ୍ୟତାର ସମାବେଶ ଘଟି ଯୁଗ ଯୁଗ ଧରି ଭାରତୀୟ ଧର୍ମ ଓ ସଭ୍ୟତାର ମହନୀୟ ସଂଯୋଗ ସୃଷ୍ଟି ହୋଇଥିଲା-ସେଇ ପବିତ୍ର ଉତ୍କଳର କଳା ଓ ସଂସ୍କୃତି ସଙ୍ଗେ ଇତିହାସ, ଧର୍ମ ଓ ସାହିତ୍ୟର ଗବେଷଣାତ୍ମକ ତଥ୍ୟଗୁଡ଼ିକ ସଂଯତ ଓ ସମନ୍ବିତ ପଦ୍ଧତିରେ ଯଦି ଲେଖା ହୋଇପାରନ୍ତା; ତା’ହେଲେ ପୃଥିବୀରେ ଏ ଜାତି ଯେ ଯଥେଷ୍ଟ ସମ୍ମାନିତ ଆସନ ପାଇପାରନ୍ତା ଏଥିରେ ଆଦୌ ସନ୍ଦେହ ନାହିଁ।
ରାଜଗୁରୁ ଆପଣେ ଏଇ ଯେଉଁ ମନର କଥା ଲେଖିଛନ୍ତି, ତାହା କେତେ ଫଳପ୍ରଦ ହୋଇଛି ତାକୁ ବୁଝାଇବା ଆବଶ୍ୟକ ପଡ଼ିବ ନାହିଁ ବୋଲି ଆମେ ଭାବୁଛୁ। ପାଠକେ ତଉଲେଇ ପରଖିବାରେ ପଛୁଆ ନାହାନ୍ତି।
‘ସଂଯତ’ ଓ ‘ସମନ୍ବିତ ପଦ୍ଧତି’ ତ ବହୁ ଦୂରର କଥା, ବାହାରିଆ ଇତିହାସକାର ଓ ଆଲୋଚକମାନେ ଆମର କଳା ନୈପୁଣ୍ୟ ଓ ଲାବଣ୍ୟମୟ ଲଳନାମାନଙ୍କୁ ଦେଖି ଯେଉଁ ନକାରାତ୍ମକ ଦୃଷ୍ଟିକୋଣ ନେଇ ବୁଲେଇ ବଙ୍କେଇ ଗୋଟାଏ ଜାତିର ଗୌରବମୟ ଐତିହ୍ୟକୁ ଆମଠାରୁ ଛଡ଼େଇ ନେବାର ଉପକ୍ରମ ଆରମ୍ଭ କରିଥିଲେ, ତାହାର ଉତ୍ତର ସମ୍ପୂର୍ଣ୍ଣ ଭାବରେ ଦେଇପାରିନେ। ଓଲଟି ଆମର କିଛି ଆଲୋଚକ କେଉଁଠି କେମିତି କେଞ୍ଚାଟିଏ ଦେବାରେ ଆଜି ବି କାର୍ପଣ୍ୟ କରୁନାହାନ୍ତି।
ଶ୍ରୀପଦ୍ମକେଶର ମନ୍ଦିର ନିର୍ମାଣ ପଛରେ ଐତିହ୍ୟର ଅଭାବ ନାହିଁ। ଲୋକକଥା, ଲୋକଗୀତ, କିମ୍ବଦନ୍ତୀ, ଜନଶ୍ରୁତିଗୁଡ଼ିକ ଏବେ ବି କୋଣାର୍କକୁ ଘେରି ରହିଥିବା ଗଙ୍ଗବଂଶୀ ଷୋଳଗଡ଼ ମଧ୍ୟରେ ବଞ୍ଚି ରହିଛି। ପ୍ରତ୍ୟେକ ଐତିହ୍ୟ ପଛରେ କିଛି ନା କିଛି ରହସ୍ୟ ଅଛି। ସେଇ ରହସ୍ୟକୁ ଲିଖିତ ଇତିହାସ ସହିତ ମିଳାଇବା ପରେ ଆମେ ନିର୍ଦ୍ଦିଷ୍ଟ ମତରେ ପହଞ୍ଚିବା ସମ୍ଭବ ହେବ। ଏବେ ତ ଦକ୍ଷତା ବଳରେ ଶୀର୍ଷସ୍ତରରେ ପହଞ୍ଚିଥିବା ବ୍ୟକ୍ତି, ଯେ କି ବଞ୍ଚିଛନ୍ତି, ଭାରତର ସର୍ବୋଚ୍ଚ ସମ୍ମାନ ମିଳିଛି ତାଙ୍କୁ, ଆମେ କହୁଛୁ କିମ୍ବଦନ୍ତୀ ପୁରୁଷ, କିମ୍ବଦନ୍ତୀ ପ୍ରତିଭା ଇତ୍ୟାଦି ଇତ୍ୟାଦି। ଭାରତର ବହୁ ପ୍ରାଚୀନ ଶାସ୍ତ୍ରରେ ‘କିମ୍ବଦନ୍ତୀ’ ଶବ୍ଦ ଶୁଣାକଥା, ଜନଶ୍ରୁତି ଅର୍ଥରେ ବ୍ୟବହୃତ ହୋଇଛି। ଆଖିରେ ଦେଖୁଥିବା ପ୍ରତିଭାଟିକୁ ଏବଂ ପ୍ରତିଭାଙ୍କର ଦକ୍ଷତାକୁ କିମ୍ବଦନ୍ତୀ ଶବ୍ଦ ପ୍ରୟୋଗ କରି କିପରି କୁହେଳିକା ଭିତରକୁ ଠେଲିଦେବା!

ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri