ତେନ୍ତୁଳିଖୁଣ୍ଟି,୧୭ା୬(ଚିଦାନନ୍ଦ ସାହୁ) ଇନ୍ଦ୍ରାବତୀ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟ ପରିଚାଳନା ଦାୟିତ୍ୱ ଶୁକ୍ରବାର ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗକୁ ହସ୍ତାନ୍ତର ହେବାକୁ ଧାର୍ଯ୍ୟ ହୋଇଥିଲା। କିନ୍ତୁ ତାହା ହୋଇପାରି ନ ଥିଲା। ଜିଲାପାଳଙ୍କ ନିର୍ଦ୍ଦେଶ ପରେ ହସ୍ତାନ୍ତର ତାରିଖ ଧାର୍ଯ୍ୟ ହେବାରୁ ଉତ୍ତମ ପାଠପଢ଼ା, ସ୍କୁଲର ଉନ୍ନତି ନେଇ ଯେଉଁ ଆଶା ସଞ୍ଚାର ହୋଇଥିଲା ଏବେ ନିରାଶ ହେବାକୁ ପଡିଛି
ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।
ସୂଚନାନୁଯାୟୀ, ଇନ୍ଦ୍ରାବତୀ ପ୍ରକଳ୍ପ ସମେତ ଅନ୍ୟ ପ୍ରକଳ୍ପ ଦ୍ବାରା ପରିଚାଳିତ ୮ଟି ସ୍କୁଲକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ହସ୍ତାନ୍ତର ହେବା ନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗରୁ ପତ୍ର ବାହାରିଥିଲା। ଦୀର୍ଘ ୧ବର୍ଷ ପରେ ମଧ୍ୟ ବିଦ୍ୟାଳୟ ହସ୍ତାନ୍ତର ନେଇ କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ଜିଲାପାଳ କମଳଲୋଚନ ମିଶ୍ରଙ୍କୁ ଅଭିଯୋଗ ଶୁଣାଣିରେ ମଧ୍ୟ ଅଭିଯୋଗ କରାଯାଇଥିଲା। ଶିକ୍ଷକ ସମସ୍ୟା ଯୋଗୁ ଛାତ୍ରୀଛାତ୍ରଙ୍କ ପାଠପଢ଼ା ବ୍ୟାହତ। ଶିକ୍ଷକ ନିଯୁକ୍ତି ଦାୟିତ୍ୱ କାହାର ଆଦି ଖବର ପ୍ରକାଶ ପାଇଥିଲା। ଏହାପରେ ପ୍ରକଳ୍ପ କର୍ତ୍ତୃପକ୍ଷ ଓ ପ୍ରଶାସନ କିଛିଟା ସକ୍ରିୟ ହୋଇଥିଲେ। ନବରଙ୍ଗପୁର ଜିଲାପାଳ ମିଶ୍ରଙ୍କ ସହ ଇନ୍ଦ୍ରାବତୀ ଡ୍ୟାମ୍ ସର୍କଲ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ସଞ୍ଜୀବ ଭତ୍ରା, ନିର୍ବାହୀ ଯନ୍ତ୍ରୀ ସରୋଜକାନ୍ତ ଦାସ ଓ ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀନିବାସ ପାତ୍ର ଭେଟି ଇନ୍ଦ୍ରାବତୀ ପ୍ରକଳ୍ପ ପରିଚାଳିତ ବିଦ୍ୟାଳୟ ହସ୍ତାନ୍ତର ନେଇ ଆଲୋଚନା କରିଥିଲେ। ଉକ୍ତ ଦିନ ହିଁ ଡିଇଓ ପ୍ରଦୀପ ନାଗଙ୍କ ସହ ମଧ୍ୟ ଏ ନେଇ ଆଲୋଚନା କରାଯାଇଥିଲା। ଡିଇଓ ବିଦ୍ୟାଳୟ ଦାୟିତ୍ୱ ହସ୍ତାନ୍ତର ନେଇ ୧୬ତାରିଖ ଧାର୍ଯ୍ୟ କରିଥିଲେ। ଡିଇଓ, ଏଡିଇଓ ବିଶ୍ୱନାଥ ସାହୁ, ରେଶମ ଲାଲ ନାୟକ, ସାଇନ୍ସ ସୁପରଭାଇଜର ଚିତ୍ତରଞ୍ଜନ ପଟ୍ଟନାୟକ, ତେନ୍ତୁଳିଖୁଣ୍ଟି ବିଇଓ ସୌମେନ୍ଦ୍ର ଭୌମିକଙ୍କ ସହ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଭତ୍ରା, ନିର୍ବାହୀ ଯନ୍ତ୍ରୀ ଦାସ ଓ ପାତ୍ର ହସ୍ତାନ୍ତର ସମ୍ପର୍କରେ ଶୁକ୍ରବାର ଆଲୋଚନା କରିଥିଲେ। କିନ୍ତୁ ଡିଇଓ ନାସ୍ତିବାକ୍ୟ ଶୁଣାଇଥିଲେ। ଜିଲାପାଳ ଆମ ବିଭାଗର ଅଥରିଟି ନୁହନ୍ତି। ତାଙ୍କ ନିର୍ଦ୍ଦେଶରେ ସ୍ଥିତି ସମୀକ୍ଷା କରିଛୁ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରୁ ନିର୍ଦ୍ଦେଶନାମା ଆସିଲେ ଆମ ବିଭାଗ ଇନ୍ଦ୍ରାବତୀ ପ୍ରକଳ୍ପ ପରିଚାଳିତ ବିଦ୍ୟାଳୟ ହାତକୁ ନେବ ବୋଲି ଡିଇଓ ପ୍ରଦୀପ ନାଗ କହିଛନ୍ତି। ଛାତ୍ରୀଛାତ୍ରଙ୍କ ଶିକ୍ଷାଦାନ ପାଇଁ କେତେଜଣ ଶିକ୍ଷକ ଓ ସ୍କୁଲକୁ ଷ୍ଟାଫ୍ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି। ବିଦ୍ୟାଳୟ ହସ୍ତାନ୍ତର ପ୍ରକ୍ରିୟା ଶୁକ୍ରବାର ଶେଷ ହୋଇଯିବ ବୋଲି ଆଶା କରିଥିଲୁ। କିନ୍ତୁ ଡିଇଓଙ୍କ କଥା ନିରାଶ କରିଛି। ତଥାପି ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ କାର୍ଯ୍ୟାଳୟକୁ ଆଜିର ଆଲୋଚନା ସମ୍ପର୍କରେ ଜଣାଇ ଦିଆଯିବ। ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶାନୁଯାୟୀ, ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଅତିରିକ୍ତ ମୁଖ୍ୟଯନ୍ତ୍ରୀ ସଞ୍ଜୀବ ଭତ୍ରା କହିଛନ୍ତି।
Posted inHome, Home Left, ଆମ ଜିଲା ଖବର, ରାୟଗଡା View All
କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ
ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଘାଟନୀ...
ଶୀତରେ ଥରୁଛି କଳାହାଣ୍ଡି
ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...
ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ
ଆଡିଲେଡ୍,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...
୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…
ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...
ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…
ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...
ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍ ପରୀକ୍ଷା
ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...
ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…
ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...
ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI
ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...
Archives


