ହୋଇପାରିଲାନି ଇନ୍ଦ୍ରାବତୀ ପ୍ରକଳ୍ପ ହାଇସ୍କୁଲ ହସ୍ତାନ୍ତର ପ୍ରକ୍ରିୟା

ତେନ୍ତୁଳିଖୁଣ୍ଟି,୧୭ା୬(ଚିଦାନନ୍ଦ ସାହୁ) ଇନ୍ଦ୍ରାବତୀ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟ ପରିଚାଳନା ଦାୟିତ୍ୱ ଶୁକ୍ରବାର ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗକୁ ହସ୍ତାନ୍ତର ହେବାକୁ ଧାର୍ଯ୍ୟ ହୋଇଥିଲା। କିନ୍ତୁ ତାହା ହୋଇପାରି ନ ଥିଲା। ଜିଲାପାଳଙ୍କ ନିର୍ଦ୍ଦେଶ ପରେ ହସ୍ତାନ୍ତର ତାରିଖ ଧାର୍ଯ୍ୟ ହେବାରୁ ଉତ୍ତମ ପାଠପଢ଼ା, ସ୍କୁଲର ଉନ୍ନତି ନେଇ ଯେଉଁ ଆଶା ସଞ୍ଚାର ହୋଇଥିଲା ଏବେ ନିରାଶ ହେବାକୁ ପଡିଛି
ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।
ସୂଚନାନୁଯାୟୀ, ଇନ୍ଦ୍ରାବତୀ ପ୍ରକଳ୍ପ ସମେତ ଅନ୍ୟ ପ୍ରକଳ୍ପ ଦ୍ବାରା ପରିଚାଳିତ ୮ଟି ସ୍କୁଲକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ହସ୍ତାନ୍ତର ହେବା ନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗରୁ ପତ୍ର ବାହାରିଥିଲା। ଦୀର୍ଘ ୧ବର୍ଷ ପରେ ମଧ୍ୟ ବିଦ୍ୟାଳୟ ହସ୍ତାନ୍ତର ନେଇ କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ଜିଲାପାଳ କମଳଲୋଚନ ମିଶ୍ରଙ୍କୁ ଅଭିଯୋଗ ଶୁଣାଣିରେ ମଧ୍ୟ ଅଭିଯୋଗ କରାଯାଇଥିଲା। ଶିକ୍ଷକ ସମସ୍ୟା ଯୋଗୁ ଛାତ୍ରୀଛାତ୍ରଙ୍କ ପାଠପଢ଼ା ବ୍ୟାହତ। ଶିକ୍ଷକ ନିଯୁକ୍ତି ଦାୟିତ୍ୱ କାହାର ଆଦି ଖବର ପ୍ରକାଶ ପାଇଥିଲା। ଏହାପରେ ପ୍ରକଳ୍ପ କର୍ତ୍ତୃପକ୍ଷ ଓ ପ୍ରଶାସନ କିଛିଟା ସକ୍ରିୟ ହୋଇଥିଲେ। ନବରଙ୍ଗପୁର ଜିଲାପାଳ ମିଶ୍ରଙ୍କ ସହ ଇନ୍ଦ୍ରାବତୀ ଡ୍ୟାମ୍‌ ସର୍କଲ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ସଞ୍ଜୀବ ଭତ୍ରା, ନିର୍ବାହୀ ଯନ୍ତ୍ରୀ ସରୋଜକାନ୍ତ ଦାସ ଓ ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀନିବାସ ପାତ୍ର ଭେଟି ଇନ୍ଦ୍ରାବତୀ ପ୍ରକଳ୍ପ ପରିଚାଳିତ ବିଦ୍ୟାଳୟ ହସ୍ତାନ୍ତର ନେଇ ଆଲୋଚନା କରିଥିଲେ। ଉକ୍ତ ଦିନ ହିଁ ଡିଇଓ ପ୍ରଦୀପ ନାଗଙ୍କ ସହ ମଧ୍ୟ ଏ ନେଇ ଆଲୋଚନା କରାଯାଇଥିଲା। ଡିଇଓ ବିଦ୍ୟାଳୟ ଦାୟିତ୍ୱ ହସ୍ତାନ୍ତର ନେଇ ୧୬ତାରିଖ ଧାର୍ଯ୍ୟ କରିଥିଲେ। ଡିଇଓ, ଏଡିଇଓ ବିଶ୍ୱନାଥ ସାହୁ, ରେଶମ ଲାଲ ନାୟକ, ସାଇନ୍ସ ସୁପରଭାଇଜର ଚିତ୍ତରଞ୍ଜନ ପଟ୍ଟନାୟକ, ତେନ୍ତୁଳିଖୁଣ୍ଟି ବିଇଓ ସୌମେନ୍ଦ୍ର ଭୌମିକଙ୍କ ସହ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଭତ୍ରା, ନିର୍ବାହୀ ଯନ୍ତ୍ରୀ ଦାସ ଓ ପାତ୍ର ହସ୍ତାନ୍ତର ସମ୍ପର୍କରେ ଶୁକ୍ରବାର ଆଲୋଚନା କରିଥିଲେ। କିନ୍ତୁ ଡିଇଓ ନାସ୍ତିବାକ୍ୟ ଶୁଣାଇଥିଲେ। ଜିଲାପାଳ ଆମ ବିଭାଗର ଅଥରିଟି ନୁହନ୍ତି। ତାଙ୍କ ନିର୍ଦ୍ଦେଶରେ ସ୍ଥିତି ସମୀକ୍ଷା କରିଛୁ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରୁ ନିର୍ଦ୍ଦେଶନାମା ଆସିଲେ ଆମ ବିଭାଗ ଇନ୍ଦ୍ରାବତୀ ପ୍ରକଳ୍ପ ପରିଚାଳିତ ବିଦ୍ୟାଳୟ ହାତକୁ ନେବ ବୋଲି ଡିଇଓ ପ୍ରଦୀପ ନାଗ କହିଛନ୍ତି। ଛାତ୍ରୀଛାତ୍ରଙ୍କ ଶିକ୍ଷାଦାନ ପାଇଁ କେତେଜଣ ଶିକ୍ଷକ ଓ ସ୍କୁଲକୁ ଷ୍ଟାଫ୍‌ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି। ବିଦ୍ୟାଳୟ ହସ୍ତାନ୍ତର ପ୍ରକ୍ରିୟା ଶୁକ୍ରବାର ଶେଷ ହୋଇଯିବ ବୋଲି ଆଶା କରିଥିଲୁ। କିନ୍ତୁ ଡିଇଓଙ୍କ କଥା ନିରାଶ କରିଛି। ତଥାପି ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ କାର୍ଯ୍ୟାଳୟକୁ ଆଜିର ଆଲୋଚନା ସମ୍ପର୍କରେ ଜଣାଇ ଦିଆଯିବ। ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶାନୁଯାୟୀ, ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଅତିରିକ୍ତ ମୁଖ୍ୟଯନ୍ତ୍ରୀ ସଞ୍ଜୀବ ଭତ୍ରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri