ଆରମ୍ଭ ହେଲା ଯୁକ୍ତ ଦୁଇ ନାମଲେଖା ଆବେଦନ ପ୍ରକ୍ରିୟା

ଭୁବନେଶ୍ୱର,୧୨ା୮(ବ୍ୟୁରୋ): ଆଜିଠାରୁ ଯୁକ୍ତ ଦୁଇ ପାଠ୍ୟକ୍ରମରେ ନାମଲେଖା ପାଇଁ ଆରମ୍ଭ ହୋଇଛି ଆବେଦନ ପ୍ରକ୍ରିୟା। କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତି ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ କରୁଛନ୍ତି ଛାତ୍ରୀଛାତ୍ର। ଏଥିପାଇଁ www.samsodisha.gov.in ଜରିଆରେ ଛାତ୍ରୀଛାତ୍ରଙ୍କ ପାଇଁ ଆବେଦନ ସୁବିଧା ରହିଛି। ସେପ୍ଟେମ୍ବର ୫ ତାରିଖ ପର୍ଯ୍ୟନ୍ତ ଆବେଦନର ଶେଷ ତାରିଖ ରହିଛି।

ଅନ୍‌ଲାଇନ୍‌ରେ ଆବେଦନ କରିବାକୁ ହେଲେ ଛାତ୍ରୀଛାତ୍ରଙ୍କ ମୋବାଇଲ ନମ୍ବରକୁ ସାମ୍ସ ପୋର୍ଟାଲରେ ପଞ୍ଜୀକରଣ କରିବେ। କାରଣ ନାମଲେଖା ସମ୍ପର୍କିତ ସମସ୍ତ ସୂଚନା ପଞ୍ଜୀକୃତ ମୋବାଇଲ ନମ୍ବରକୁ ଯିବ । କଲେଜ ଚୟନ ପୂର୍ବରୁ ନାମଲେଖା ଫି’ ଯାଞ୍ଚ କରିବାକୁ କୁହାଯାଇଛି ।

ଆବେଦନ ପ୍ରକ୍ରିୟା ସରିବା ପରେ ସେପ୍ଟେମ୍ବର ୧୩ ତାରିଖରେ ପ୍ରଥମ ମେରିଟ ଲିଷ୍ଟ ପ୍ରକାଶ ପାଇବ। ସେପ୍ଟେମ୍ବର ୧୪ରୁ ୨୧ ତାରିଖ ଭିତରେ ନାମଲେଖା ହେବ। ସେପ୍ଟେମ୍ବର ୨୭ରେ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ ବାହାରିବା ପରେ ଏଥିପାଇଁ ୨୯ ତାରିଖରୁ ଅକ୍ଟୋବର ୧ ଯାଏ ଆଡମିଶନ ହେବ।

ଅକ୍ଟୋବର ୪ରେ ସ୍ପଟ୍‌ ନାମଲେଖା ତାଲିକା ପ୍ରକାଶ ପାଇବ । ଛାତ୍ରୀଛାତ୍ରଙ୍କ ସୁବିଧା ପାଇଁ ଟୋଲ୍‌ ଫ୍ରି ନମ୍ବର ୧୮୦୦-୩୪୫-୬୭୭୦ ଜାରି କରାଯାଇଛି । ଚଳିତବର୍ଷ ମାଟ୍ରିକରେ ପାସ୍‌ ହାର ଅଧିକ ରହିଥିବାରୁ ରାଜ୍ୟ ସରକାର କଲେଜଗୁଡ଼ିକରେ ଭିତ୍ତିଭୂମି ଅନୁସାରେ ପ୍ରାୟ ୫୫ ହଜାର ସିଟ୍‌ ବଢ଼ାଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷାରେ ବିଗିଡ଼ିଲା ରାଜଧାନୀ ସ୍ଥିତି

ଭୁବନେଶ୍ୱର, ୨।୯ (ବନ୍ଦନା ସେଠୀ): ଶୁକ୍ରବାର ଦିନତମାମ ପାଗ ଖରାଟିଆ ଥିଲା। ଏପରି କି ଗରମ ମଧ୍ୟ ଅନୁଭୂତ ହେଉଥିଲା। ପରେ ଅପରାହ୍ନରୁ ପାଗ ଆଂଶିକ...

ରାଜଧାନୀର ୫ ଅଞ୍ଚଳ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷିତ

ଭୁବନେଶ୍ୱର,୫ା୧(ବ୍ୟୁରୋ): ଦୀର୍ଘଦିନର ବ୍ୟବଧାନ ପରେ ପୁଣି ଥରେ ରାଜ୍ୟରେ ସଂକ୍ରମଣ ହଜାରେ ଟପିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ଦିନକରେ ୧୨୧୬ କରୋନା ଆକ୍ରାନ୍ତ ଚିହ୍ନଟ...

ନକଲି କମର୍ସିଆଲ ଟ୍ୟାକ୍ସ ଅଫିସର ଗିରଫ

ଭୁବନେଶ୍ୱର,୨୬ା୧୧(ବ୍ୟୁରୋ): ନିଜକୁ ଜଣେ କମର୍ସିଆଲ ଟ୍ୟାକ୍ସ ଅଫିସର ଭାବେ ପରିଚୟ ଦେଉଥିଲେ। ମୋବାଇଲ୍‌ ନମ୍ବର ଟ୍ରୁ-କଲରରେ ନିଜର ଭିନ୍ନ ଭିନ୍ନ ନାମ ସହ କେତେବେଳେ ସରକାରୀ ଅଫିସର...

ଅଦିନିଆ ବର୍ଷା: ଫସଲ ପରିଚାଳନା ପାଇଁ ଓୟୁଏଟି ପକ୍ଷରୁ କୃଷି ପରାମର୍ଶ

ଭୁବନେଶ୍ୱର,୪।୧(ବ୍ୟୁରୋ): ଦକ୍ଷିଣ କୋଙ୍କଣ ଓ ଗୋଆ ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲାରେ ୩ରୁ ୭ ତାରିଖ ପର୍ଯ୍ୟନ୍ତ ସ୍ବଳ୍ପରୁ ମଧ୍ୟମଧରଣର...

ପକ୍ଷୀକୁ ସୁରକ୍ଷା ଦେଉଛନ୍ତି ଗ୍ରାମବାସୀ

କେନ୍ଦୁଝର, ୧୨।୭(ସ୍ବ.ପ୍ର.) କେନ୍ଦୁଝର ଜିଲା ଘଟଗାଁ ବ୍ଲକ ଏନ୍‌ଏଚ୍‌ ୨୦ କଡ଼ରେ ଥିବା ବଡପଶି ଗ୍ରାମରେ ଶହ ଶହ ବଗ, ଗେଣ୍ତlଳିଆ ଆଦି ଚଢ଼େଇ ଦୁଇଟି...

ଯାଜପୁର ସହରକୁ ବିପର୍ଯ୍ୟସ୍ତ ରାସ୍ତା

ଯାଜପୁର ଅଫିସ,୨୯।୧୦:ଯେଉଁ ଅଞ୍ଚଳର ଗମନାଗମନ ଯେତେ ସୁରକ୍ଷିତ ଓ ସୁଦୃଢ ସେହି ଅଞ୍ଚଳ ସେତେ ଉନ୍ନତ ବୋଲି ବିଶ୍ୱାସ କରାଯାଏ । କିନ୍ତୁ ଦୁର୍ବଳ ନେତୃତ୍ୱ...

ଅସୁସ୍ଥତା କାରଣ ଦର୍ଶାଇଲେ ସୁମିତ

ଆସିକା,୧୫।୧୨(ଡି.ଏନ.ଏ.): ଡାକ୍ତର ସୁମିତ ସାହୁ ଓ ସ୍ତ୍ରୀ ତପସ୍ବିନୀ ଦାଶଙ୍କ ମଧ୍ୟରେ ଲାଗି ରହିଥିବା ପାରିବାରିକ ବିବାଦର କୌଣସି ସମାଧାନ ହୋଇପାରିନାହିଁ। ବ୍ରହ୍ମପୁର ଏସ୍‌ଡିଜେଏମ୍‌ କୋର୍ଟଙ୍କ...

କୁନ୍ଦୁଲି ମାମଲା: କୋରାପୁଟରେ ପହଞ୍ଚିଲା ଏସଆଇଟି ଟିମ୍‌

କୋରାପୁଟ, ୨।୧୨(ସ୍ବ.ପ୍ର.): କୁନ୍ଦୁଲି ଗଣବଳାତ୍କାର ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏସଆଇଟି ଟିମ୍‌ ସୋମବାର କୋରାପୁଟ୍‌ରେ ପହଞ୍ଚିଛନ୍ତି। ଏହି ଟିମ୍‌ କୋରାପୁଟ ଡିଆଇଜି କାର୍ଯ୍ୟାଳୟରେ ପହଞ୍ଚି...

Advertisement
Archives

Model This Week