ସମସ୍ୟା ସୁଧୁରିବନି

ଆକାର ପଟେଲ

ଜଟିଳ ସମସ୍ୟାଗୁଡ଼ିକ ପାଇଁ ଅଧିକ ବୁଦ୍ଧି ବା ଅନେକ ଲୋକଙ୍କର ଆବଶ୍ୟକତା ପଡିଥାଏ। ବିିଶେଷକରି ନିର୍ଦ୍ଦେଶନାମତ୍କ କ୍ଷେତ୍ରରେ ନେତୃତ୍ୱ ଗୁରୁତ୍ୱପୂର୍ଣ୍ଣ ହେଲେ ବି ଜଣେ ବ୍ୟକ୍ତିର ନିର୍ଦ୍ଦେଶନାରେ ନହେଁ ବରଂ ସଭିଙ୍କ ବୁଦ୍ଧି ଉପଯୋଗରେ ସମାଧାନର ବାଟ ବାହାରେ। ଏହାର ବିପରୀତରେ କୌଣସି ପ୍ରଗତି ହୁଏନି, ସମାଧାନକୁ ସୁଧାରିବାରେ ବାଧା ଉପୁଜେ। ନେତୃୃତ୍ୱର ତଳ ସ୍ତରରେ ବି ସମସ୍ୟାର ସମାଧାନ ହୋଇପାରିବ। କିନ୍ତୁ ଏଥିତ୍ପାଇଁ ଲୋଡା ଅଧିକାର ଓ କ୍ଷମତାର ହସ୍ତାନ୍ତର। ହେଲେ ଆମ ସମୟରେ ଭାରତରେ ଏମିତି ହେଉନାହିଁ। ଜଟିଳ ସମସ୍ୟା ସହ ଜଡିତ ଏକ ବିଶାଳ ଦେଶରେ ନେତୃତ୍ୱ ଏମିତି କେନ୍ଦ୍ରୀଭୂତ ଯେ ଆମ ଇତିହାସରେ ଏଭଳି ସ୍ଥିତି କେବେ ଦେଖିବାକୁ ମିଳିନାହିଁ। ଇନ୍ଦିରା ଗାନ୍ଧୀଙ୍କ ସମୟ ସହ କିଛି ସାମଞ୍ଜସ୍ୟ ଅଛି, କିନ୍ତୁ ୧୯୭୦ ଦଶକ ଥିଲା ଏକ ଭିନ୍ନ ଦୁନିଆ। କ୍ୟାବିନେଟ୍‌ର କେତେକ ଗୁରୁତ୍ୱପୂର୍ଣ୍ଣ ପଦବୀ କେବେ ନିର୍ବାଚନରେ ଜିତି ନ ଥିବା ବ୍ୟକ୍ତିଙ୍କୁ ଦିଆଯାଇଛି। ଅର୍ଥମନ୍ତ୍ରୀ,ବୈଦେଶିକ ମନ୍ତ୍ରୀ, ରେଲଓ୍ବେ ଏବଂ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ କେହି ବି ନିର୍ବାଚିତ ହୋଇନାହାନ୍ତି। ପୂର୍ବତନ ଅର୍ଥମନ୍ତ୍ରୀ ମଧ୍ୟ ଥିଲେ ଅଣନିର୍ବାଚିତ। ସେମାନଙ୍କ ରାଜନୈତିକ ଲୋକପ୍ରିୟତା ଯୋଗୁ ନୁହେଁ ବରଂ ମୋଦିଙ୍କର ଦୃଢ ସମର୍ଥକ ଯୋଗୁ ସେମାନେ ଏହି ପଦବୀ ପାଇଛନ୍ତି। ସେମାନେ ଏହି କଥାକୁୁ ଅସ୍ବୀକାର କରିପାରିବେ ନାହିଁ। ମୋଦି ଯାହା କହିବେ ସେମାନେ ତାହା ହିଁ କରିବେ । ଏଥିପାଇଁ ସେମାନଙ୍କୁ ଚୟନ କରାଯାଇ ସେ ସବୁ ପଦବୀରେ ଅବସ୍ଥାପିତ କରାଯାଇଛି। ସେମାନେ ମୋଦିଙ୍କ କଥାକୁ ଅସ୍ବୀକାର କଲେ କି ତା’ଉପରେ ପ୍ରଶ୍ନ ଉଠାଇଲେ ସେମାନଙ୍କ ଜାଗାରେ ଯେଉଁମାନେ ଚୁପଚାପ କାମ କରିବେ ସେମାନଙ୍କୁ ଅବସ୍ଥାପିତ କରାଯିବ। ସେଠାରେ କ୍ଷମତା ହସ୍ତାନ୍ତର ଏବଂ ଉତ୍ତରଦାୟିତ୍ୱର ପ୍ରଶ୍ନ ନାହିଁ। ଏଭଳି ଜାଗାରେ ଯେତେବେଳେ କିଛି ଭୁଲ୍‌ ହେବା ଆରମ୍ଭ ହୁଏ ସେତେବେଳେ ନେତୃତ୍ୱଙ୍କୁ ଦାୟୀ କରାଯାଇ ପାରିବନି କି ତାଙ୍କ ନାଁ ବି ଉଠିବ ନାହିଁ। ସେଠାରେ ଧରିନିଆଯିବ ଯେ,ସେ ପୂରା ଠିକ୍‌ ।
କିଛି ସପ୍ତାହ ପୂର୍ବେ ଦି ପ୍ରିଣ୍ଟ ଅନ୍‌ଲାଇନ ପବ୍ଲିକେଶନରେ ଶୀର୍ଷକ ଥିତ୍ତ୍ଲା ଯେ,”ମୋଦି ଗଭର୍ନମେଣ୍ଟ ପା୍ଲନ୍ସ ମିଡିଆ ବ୍ଲିଜ ଫର୍‌ ‘ଇମେଜ କରେକ୍‌ସନ’ ଟୁ ବୁଷ୍ଟ ଇଣ୍ଡିଆ ର଼୍ୟାଙ୍କ୍‌ ଅନ୍‌ ଗ୍ଲୋବାଲ ଲିଷ୍ଟସ୍‌“। ବ୍ୟାପକ ପ୍ରଚାର ଅଭିଯାନର ପ୍ରସ୍ତୁତି କରି ଭାରତ ୩୦ଟି ବୈଶ୍ୱିକ ସୂଚକାଙ୍କର କେତେକରେ ତା’ର଼୍ୟାଙ୍କ ବଢ଼ାଇବାକୁ ଚେଷ୍ଟା କରୁଥିଲା ବୋଲି ଏଥିରେ ପ୍ରକାଶ କରିଥିଲା। ସାମ୍ପ୍ରଦାୟିକ, ଅର୍ଥନୀତି, ରାଜନୈତିକ, ଗଣମାଧ୍ୟର ସ୍ବାଧୀନତା, ଆଇନର ଶାସନ,ଆବିଷ୍କାର, ସନ୍ତ୍ରାସବାଦ ଏବଂ ଅନ୍ୟ ସବୁ ବିଷୟ ଉପରେ ଏହି ସୂଚକାଙ୍କଗୁଡ଼ିକ ନିରୀକ୍ଷଣ କରିଥାଏ। ଏଥିରେ ତଥ୍ୟ ପ୍ରସ୍ତୁତ କରାଯାଏ କିମ୍ବା ବିଶ୍ୱସ୍ତରୀୟ ବିଶେଷଜ୍ଞଙ୍କୁ ସେମାନଙ୍କ ଧାରଣା କ’ଣ ପଚରାଯାଏ ଏବଂ ପରେ ଦେଶଗୁଡ଼ିକୁ ସ୍କୋର କିମ୍ବା ରେଟିଂ ପ୍ରଦାନ କରାଯାଇଥାଏ। ସୂଚକାଙ୍କଗୁଡ଼ିକ ମଧ୍ୟରୁ ଅନେକ ବିଶ୍ୱ ବ୍ୟାଙ୍କ କିମ୍ବା ଜାତିସଂଘ ଭଳି ବହୁମୁଖୀ ସଂସ୍ଥା ଦ୍ୱାରା ତଥ୍ୟ ସଂଗ୍ରହ କରାଯାଇ ସଙ୍କଳିତ କରାଯାଏ। ଏଭଳି ସଂସ୍ଥା କିମ୍ବା କଠିନ ତଥ୍ୟ ବ୍ୟବସ୍ଥା ଥାଉ ଥାଉ କେମିତି ଭାରତ ତା’ କମ୍‌ ରେଟିଂକୁ ମିଡିଆ ଅଭିଯାନ ମାଧ୍ୟମରେ ବଢାଇପାରିବ ତାହା ଜାଣିହେଉନି। ଦୃଷ୍ଟାନ୍ତ ସ୍ବରୂପ , ଭାରତ ଓ୍ବାଲର୍‌ଡ ପ୍ରେସ୍‌ ଫ୍ରିଡମ୍‌ ଇନ୍‌ଡେକ୍ସରେ ୨୦୧୯ରେ ପାଇଥିତ୍ତ୍ବା ୧୪୦ ର଼୍ୟାଙ୍କ୍‌ ଓ ୨୦୧୮ରେ ପାଇଥିବା ୧୩୮ ର଼୍ୟାଙ୍କ୍‌ରୁ ଖସି ୧୪୨ ର଼୍ୟାଙ୍କରେ ରହିଲା। ସାମ୍ବାଦିକମାନଙ୍କ ବିରୋଧରେ ହିଂସା ଏବଂ କଶ୍ମୀରରେ ଅନେକଥର ଇଣ୍ଟରନେଟ୍‌ ବନ୍ଦ କରିବା କାରଣରୁ ର଼୍ୟାଙ୍କ୍‌ରେ ଏଭଳି ହ୍ରାସ ହେଲା। କିନ୍ତୁ ସେଗୁଡିକୁ ପ୍ରଚାର ଅଭିଯାନ ଦ୍ୱାରା ସଂଶୋଧନ କରାଯାଇପାରିବ ନାହିଁ। ଚଳିତବର୍ଷ କଶ୍ମୀରରେ ଭାରତ ସରକାର ଏକ ନୂଆ ମିଡିଆ ପଲିସି ଆରମ୍ଭ କରିଛନ୍ତି, ଯାହା ରାଜ୍ୟରେ ମିଡ଼ିଆର ସ୍ବାଧୀନତାରେ ଯାହା ହେଲେ ବି କଣ୍ଠରୋଧ କରିବ। ମିଡିଆ ଇନ୍‌ଡେକ୍ସ କାହିଁକି କମିଲା ତାହା ଜାଣିବା ଲାଗି ସରକାର ଇନ୍‌ଡେକ୍ସ ମନିଟରିଂ ସେଲ ଗଠନ କରିଥିତ୍ଲେ, ଯେଉଁଥିରେ ରହିଛନ୍ତି ସାମ୍ବାଦିକ ରଜତ ଶର୍ମା ଓ ପି .ସାଇନାଥ। ଏପର୍ଯ୍ୟନ୍ତ ଏହି ସେଲ୍‌ରୁ ଅଧିକ କିଛି ଶୁଣିବାକୁ ମିଳିନି ଏବଂ ଏହା ମଧ୍ୟ ଗ୍ଲୋବାଲ ରେଟିଂକୁ ପ୍ରଭାବିତ କରିପାରିବନାହିଁ। ଏପରିକି ଆଗାମୀ ବର୍ଷ ପ୍ରେସ ଫ୍ରିଡମରେ ଭାରତର ର଼୍ୟାଙ୍କିଂ ବିଶ୍ୱ ସ୍ତରରେ ବୃଦ୍ଧି ପାଇବାର ସମ୍ଭାବନା ନାହିଁ ଏବଂ ବାସ୍ତବତାଠାରୁ ଦୂରରେ ଥିବା ଏକ ଭାବମୂର୍ତ୍ତି ଗଢିବାକୁ ଯାଇ ଅର୍ଥବ୍ୟୟ କରିବା ବୁଦ୍ଧିମାନର କାର୍ଯ୍ୟ ହେବ ନାହଁ।
କୋଭିଡ୍‌ ସଂକ୍ରମଣ ସଂଖ୍ୟା ଭାରତର ସ୍ବଘୋଷିତ। ଏହା କେବଳ ସରକାରୀ ସଂଖ୍ୟା। ବିଶ୍ୱର ଅନ୍ୟ ଦେଶ ତୁଳନାରେ ଭାରତ କେମିତି କାମ କରୁଛି ତାହା ସରକାର ତୁଳନା କରିପାରିବେ। ବିଶେଷକରି ଦକ୍ଷିଣ ଏସିଆର ଦେଶଗୁଡ଼ିକ ସହ ଏକ ତୁଳନା କରାଯାଇପାରେ। ସଂକ୍ରମଣ ଓ ମୃତକଙ୍କ ସଂଖ୍ୟା ରୋକିବାରେ ଏହି ଦେଶଗୁଡ଼ିକ ତୁଳନାରେ ଆମ ସଫଳତା କମ୍‌। ଭାରତ ଏହି ସମସ୍ୟାକୁ ମୁକାବିଲା କରିବାରେ କମ୍‌ ଦକ୍ଷ ବୋଲି ଯାହା ଧାରଣା ରହିଆସିଛି ତାହାକୁ ଗୋଟିଏ ମିଡିଆ ବ୍ଲିଜ ବା ହାଓ୍ବା ସୁଧାରିପାରିବ ନାହିଁ। ଏଇ ସପ୍ତାହରେ ଖବର ପ୍ରକାଶ ପାଇଛି ଯେ, ଚଳିତ ଆର୍ଥିକ ବର୍ଷରେ ମୁଣ୍ଡପଛା ଆୟରେ ବାଂଲାଦେଶ ଭାରତକୁ ଟପିଯିବ। ଅର୍ଥାତ ବାଂଲାଦେଶୀଙ୍କ ମୁଣ୍ଡପିଛା ଆୟ ଭାରତୀୟମାନଙ୍କ ମୁଣ୍ଡପିଛା ଆୟଠାରୁ ଅଧିତ୍କ ହେବ। ଏମିତି ହେବ ବୋଲି କେବେ ବି ଆଶା କରାଯାଉ ନଥିଲା, କାରଣ୨୦୧୪ରେ ମୁଣ୍ଡପିଛା ଆୟରେ ଭାରତ ବାଂଲାଦେଶଠାରୁ ବହୁ ଆଗରେ ଥିଲା। ଏବେ ସେମାନେ ଆଗକୁ ମାଡିଯିବାର ଗୋଟିଏ କାରଣ ହେଲା ବାଂଲାଦେଶର ନେତୃତ୍ୱ କୋଭିଡ୍‌ ସଂକ୍ରମଣ ଓ ଅର୍ଥନୀତିକୁ ଭଲଭାବେ ନିୟନ୍ତ୍ରଣ କରିପାରିଲେ। ଆଉ ଏକ କାରଣ ବି ରହିଛି। ତାହା ହେଲା ବିଗତ ୬ ବର୍ଷ ମଧ୍ୟରେ ଭାରତଠାରୁ ବାଂଲାଦେଶ ଦ୍ରୁତଗତିରେ ବିକାଶ କରିଛି। ଯେ କୌଣସି ସମୟରେ କୌଣସି ପ୍ରକାରେ ଏହା ଆମକୁ ଟପିଯାଇଥାନ୍ତା। କିନ୍ତୁ କୋଭିଡ୍‌ ଯୋଗୁ ଏହା ଶୀଘ୍ର ହେଲା। ଏଭଳି ନିମ୍ନଗାମୀ ହେବା କଥା ଆମ ଲୋକଙ୍କ ମାନସିକତାରେ ନାହିଁ, କାରଣ ଆମ ନେତା ଏହାକୁ ସ୍ବୀକାର କରୁନାହାନ୍ତି ଏବଂ ତାଙ୍କ ଅନୁଗତମାନେ ବି ପ୍ରକାଶ କରୁନାହାନ୍ତି। କେମିତି ଏକ ମିଡିଆ ବ୍ଲିଜ ଦ୍ୱାରା ଏହା ଠିକ୍‌ ହୋଇଯିବ? ଏହା ହେବ ନାହିଁ। କିନ୍ତୁ ଏଥିପାଇଁ ଯେହେତୁ ମୁଖ୍ୟ ନେତୃତ୍ୱ ନିର୍ଦ୍ଦେଶ ଦେଇଛନ୍ତି ତାହା ହିଁ କରାଯିବ। ଏହା ହେଲେ ଏମିତି ତଳକୁ ଖସିଚାଲିଥିବ,ଅଚ୍ଛେଦିନର ସ୍ବର ବି ଶୁଭୁଥିବ।
Email:aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri