ବଢ଼ିଲା ଧାନକ୍ରୟ ସମସ୍ୟା

ଢେଙ୍କାନାଳ ଅଫିସ, ୧।୨ ଢେଙ୍କାନାଳ ଜିଲାରେ ଖରିଫ୍‌ ଧାନକିଣାକୁ ନେଇ ସମସ୍ୟା ବଢ଼ିବାରେ ଲାଗିଛି। ଧାନ କିଣା ସରି ନ ଥିବା ବେଳେ ୧ ତାରିଖରୁ ଟୋକନ ଅବଧି ସରିଯିବାକୁ ବସିଛି। ଏ ନେଇ ମୋବାଇଲ୍‌କୁ ମେସେଜ୍‌ ଆସିବା ପରେ ଏହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ସଦର ବ୍ଲକ ତାଳବରକୋଟ ଅଞ୍ଚଳର ଚାଷୀ।
ଢେଙ୍କାନାଳ ଜିଲାରେ ଗତ ଡିସେମ୍ବର ୨୯ରୁ ମଣ୍ଡି ଆରମ୍ଭ ହୋଇଛି। ତେବେ ଏହାର ବହୁ ବିଳମ୍ବରେ ତାଳବରକୋଟରେ ଜାନୁୟାରୀ ୧୩ରେ ମଣ୍ଡି ଶୁଭାରମ୍ଭ ହୋଇଥିଲା। କମ୍‌ ସମୟ ମଧ୍ୟରେ ୧୦୦୦ କୁଇଣ୍ଟାଲ ପରିବର୍ତ୍ତେ ୪୦୦ରୁ ୬୦୦ କୁଇଣ୍ଟାଲ ଧାନ କିଣାଯାଇଥିଲା। ଏବେ ଟୋକନ ଲାପ୍ସ ହୋଇଯିବାକୁ ବସିଥିବାବେଳେ ବଳକା ଧାନ କିପରି ବିକ୍ରି କରିବେ ସେ ନେଇ ଚାଷୀକୁଳ ମଧ୍ୟରେ ଭାଳେଣି ପଡ଼ିଛି। ଚାଷୀ ନୃସିଂହ ଚରଣ ଜେନାଙ୍କ ୫୬.୪୦ କୁଇଣ୍ଟାଲ, କାସିମ୍‌ ଖଁାଙ୍କ ୭୪.୫୦ କୁଇଣ୍ଟାଲ, ଶେଖ ଫର୍କର ଅହମ୍ମଦଙ୍କ ୪୦ କୁଇଣ୍ଟାଲ ଧାନ ବକେୟା ରହିଛି। ସେହିପରି ବହୁ ଚାଷୀଙ୍କ ଧାନ ଖରିଦ ହୋଇପାରିନାହିଁ। ଧାନ ବିକ୍ରି କରିବାକୁ ଅପେକ୍ଷା କରିଥିବା ଟୋକନଧାରୀ ଚାଷୀମାନେ ସମସ୍ୟା ସମ୍ପର୍କରେ ଜିଲା ଯୋଗାଣ ଅଧିକାରୀ ଏବଂ ଗତ ୨୯ ତାରିଖରେ ଅତିରିକ୍ତ ଜିଲାପାଳଙ୍କ ଦୃଷ୍ଟିଆକର୍ଷଣ କରିଥିଲେ। ହେଲେ ଏ ଦିଗରେ ଅଦ୍ୟାବଧି କୌଣସି ପଦକ୍ଷେପ ନିଆଯାଇନାହିଁ। ମଣ୍ଡି ବନ୍ଦ ହୋଇ ଗଲେ ଚାଷୀମାନେ ଧାନ କିପରି ଓ କେଉଁସ୍ଥାନରେ ବିକ୍ରି କରିବେ ସେ ନେଇ ଅଧିକାରୀମାନେ ପାଟି ଖୋଲୁନାହାନ୍ତି। ଫଳରେ ଏଭଳି ଅବ୍ୟବସ୍ଥିତ ଧାନ କିଣାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏ ଦିଗରେ ତ୍ୱରିତ ପଦକ୍ଷେପ ନେବାକୁ ତାଳବରକୋଟ ଗ୍ରାମର ସମ୍ପୃକ୍ତ ଚାଷୀଙ୍କ ସମେତ ବାଙ୍କନିଧି ସାହୁ, ବ୍ରହ୍ମାନନ୍ଦ ଜେନା, ମହେଶ୍ୱର ଜେନା ପ୍ରମୁଖ ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି।
ଏ ସଂକ୍ରାନ୍ତରେ ଜିଲା ଯୋଗାଣ ବିଭାଗ ଅଧିକାରୀ ନିରଦ ରଞ୍ଜନ ଦାସ କୁହନ୍ତି, ଟୋକନକୁ ନେଇ ସମସ୍ୟା ଉପଜୁଛି। ସମସ୍ୟାର ସମାଧାନ କରାଯିବା ଲାଗି ପଦକ୍ଷେପ ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଓଡ଼ିଶା ରାଜନୀତିରେ ରାଜପରିବାର: ଜାଣନ୍ତୁ କେଉଁ ଆସନରୁ ଲଢ଼ୁଛନ୍ତି କେଉଁ ରାଜପରିବାର

ଭୁବନେଶ୍ୱର,୨୨ା୪: ଭାରତ ସ୍ୱାଧୀନ ହେବା ପରେ ଦେଶରେ ରାଜତନ୍ତ୍ର ଶେଷ ହୋଇଥିଲା। ଏହାପରେ ରାଜା ପରିବାର ସଦସ୍ୟମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ମଧ୍ୟ ଲୋକଙ୍କ ଦ୍ୱାରା ନିର୍ବାଚିତ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri